ଫଗୁଣ ତୁମେ ଗଲା ପରେ ପରେ
ଅନେକ ଯାତନା ଏଠି,
ଝାନ୍ଜି ବଇଶାଖୀ ତତଲା ଛୁଆଁ
ଭିଜିଗଲା ତୁମ ଚିଠି।
ଖରାବେଳେ ଆସେ କାଳବୈଶାଖୀ
ନୁହେଁ ତୁମଠୁ ସରସୀ,
ଉଡେଇ ନେଲା ସେ ପ୍ରୀତି କଳସୀ
ଭସେଇ ଦେଲା ମୋ ଖୁସି
ଆସ ଫଗୁଣ ଭାଂଗି ଋତୁଚକ୍ର
ହସି ଉଠୁ ଏ ଧରଣୀ,
ଭରି ଦିଅ ତୁମ ମୃଦୁ ପରଶ
ନାଚି ଉଠୁ ବିରହିଣୀ
ସାହାନିୟାଜ ପୁର
କଟକ
Go Back to Previous Page
ମନେପଡ଼େ ପ୍ରିୟାକଥା
ରଶ୍ମୀରଞ୍ଜନ ସାହୁ
Read Article
ଜୀବନ
ଜଗଦୀଶ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ