ମନେପଡ଼େ ଆଜି ମୋର ପ୍ରିୟା କଥା
ତା ସୁନେଲି ମୁହଁର ମିଠା ନିରବତା,
ଗୋଲାପି ଓଠରେ ତା’ର ହସର ଜୁଆର
ନୀଳନୀଳ ଆଖି କହେ କେତେ କଥା।
ପରୀଠୁ ସୁନ୍ଦର ଦିଶେ ତା’ର ବେଶ,
ସୁନ୍ଦର ଲାଗଇ ତା ଓଠ ତଳ ହସ।
ରାଜହଂସୀ ପରି ଲାଗେ ଚାଲି ତା’ର,
ତା କଥାରୁ ଝରେ ମଣିମୁକୁତାର ହାର।
ଫୁଲଠୁ କୋମଳ ଯେ ଜହ୍ନଠୁ ସୁନ୍ଦର,
କୋଟିଏରେ ଗୋଟିଏ ସେ ପ୍ରିୟା ମୋର।
ପ୍ରିୟା ଦେଲେ ହସି ଜହ୍ନ ଯିବ ରୁଷି
କବି ବି ଭୁଲିଯିବ କବିତା,
ମନେ ପଡେ ଆଜି ମୋର ପ୍ରିୟା କଥା।
ଗୋରା ପାଦରେ ତା’ର ରୂପାର ପାଉଁଜି,
ଚୋରେଇ ନେଇଛି ମୋର ନିଦ ଆଜି।
ରୂଣୁଝୁଣୁ ଶୁଭେ ତା ହାତର ଚୁଡି,
ସ୍ବପ୍ନରେ ସଜେଇ ହୁଏ ମୋ ମନର ପରୀ।
ଚନ୍ଦ୍ରଭାଗା ପରି ଗୁଣ ପରିଗୁଣ
ମୁକୁତା ପରି ତା’ର ମୂଲ,
ସକୁନ୍ତଳା ପରି ହସିଦେଲେ ଥରେ
ଓଠରୁ ଝରେ ତା’ର ଫୁଲ।
ଗୋଲାପ ପରି ତା କୋମଳ ହୃଦୟ,
ନ ଦେଖିଲେ ତାକୁ, ହୁଏ ମୁଁ ଅଥୟ।
ଜାଣିନାହିଁ କେବେ ସେ ସାଜିବ ମୋ ମଧୁଚନ୍ଦ୍ରିକା,
ମନେ ପଡେ ଆଜି ମୋର ପ୍ରିୟା କଥା।
ଭୁବନେଶ୍ବର
ଯୋଗାଯୋଗ : ୭୦୭୭୫୧୪୧୧୪
Go Back to Previous Page
କବିମାନସରେ ନାରୀ
ଅରୁଣ କୁମାର ପାତ୍ର
Read Article
ଆସ ଫଗୁଣ
ପ୍ରିୟଙ୍କା ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ