ନାରୀ - କବି କଳ୍ପନାର ଅନିନ୍ଦ୍ୟ ରୂପ ଲାବଣ୍ୟମୟୀ ଦେବୀ
ସ୍ନେହ-ପ୍ରେମ-ବାତ୍ସଲ୍ୟ ମମତାର ମୂର୍ତ୍ତୀମତୀ ନିଚ୍ଛକ ଛବି
ନାରୀ ହେଉଛି ବିସ୍ମୟ ସୃଷ୍ଟିର
ପରୋକ୍ଷେ ବା ପ୍ରତ୍ୟକ୍ଷେ,
ଦେଇଥାଏ ପୁରୁଷକୁ
ସ୍ବୀକୃତି ଉତ୍ଥାନ ପତନର୧
ହୋଇପାରେ ନାରୀ ପୁରୁଷର
ସହକର୍ମିଣୀ-ସହମର୍ମିଣୀ-ସହଧର୍ମିଣୀ
ନୁହେଁ ସେ କର୍ମ-ସହଚରୀ
କିନ୍ତୁ ଭରିଦିଏ ହୃଦୟ ଭିତରେ
ସ୍ବର୍ଗୀୟ ପୀୟୁଷ ପ୍ରେମର୨
ପରିବାର ପାଇଁ ନାରୀ ଭୋଗିପାରେ
ସକଳ ଯନ୍ତ୍ରଣା ମଙ୍ଗଳ କାମନା କରି
ପତି ହୋଇଛି ତା’ ଇହକାଳର ଦେବତା
ତା’ର ସୁଖଦୁଃଖରେ ହୁଏ ସେ ଦୁଃଖିନୀ୩
ବିଚ୍ୟୁତ ହୋଇନାହିଁ ଅତୀତରେ କେବେ
ନାରୀ ଆଦର୍ଶ ଜୀବନରୁ
ନାରୀର ନାରୀତ୍ବ ଶୁଦ୍ଧ ସୁବର୍ଣ୍ଣ
ପାଲଟିଯାଏ ସେ ଜ୍ୟୋତିର୍ମୟୀ ଦେବୀ୪
ଅତୀତର ନାରୀ ସଂକଳ୍ପର ପରାକାଷ୍ଠାପାଇଁ
ଝାସ ଦେଉଥିଲେ ଚିତାନଳକୁ
ଆଜିକାଲି ଲୋକେ ‘ଦୁହିତା’ ପଦବାଚ୍ୟ
ବୋଲାନ୍ତି କେବଳ ନାରୀକୁ୫
ନାରୀ ଅନ୍ତରର କଥା ଜାଣି ପାରନ୍ତିନି ବିଧାତା
ସବୁରି ମୂଳରେ ନାରୀ
ସେ’ତ କପଟ, ପାପ ଓ ଅବଗୁଣର ଖଣି୬
ସ୍ବାମୀକୁ ଯେପରି ପ୍ରଦାନ କରେ ସେ ସ୍ବର୍ଗୀୟ ପୀୟୁଷ ସୁଖ
ସନ୍ତାନ ମାନଙ୍କୁ ପ୍ରଦାନ କରେ ସେ ସୁଧାମୟ ବାତ୍ସଲ୍ୟମମତା
ସମାଜ ତଥା ପରିବାରକୁ କରେ ସେ ବଶୀଭୂତ୭
ପୁରାଣେ ସୁଭଦ୍ରା ବିରାନାରୀ ଭାବେ ସୁସମ୍ମାନିତା
ଇତିହାସେ ପଦ୍ମିନୀ, ଦୁର୍ଗାବତୀ, ଶୁକଦେଇ ଓ ଲକ୍ଷ୍ମୀବାଇ
ଅସୀମ ଶକ୍ତି ବୀରତ୍ବ ଦ୍ବାରା ଶତ୍ରୁଙ୍କୁ କରନ୍ତି ଭୟଭୀତା୮
ପରାସ୍ତ ଯେଉଁଠି ପୁରୁଷର ଶକ୍ତି
ଆବଶ୍ୟକ ସେଇଠି ନାରୀର ଶକ୍ତି
ଏକଥା ଦେବୀ ଦୁର୍ଗା ପ୍ରମାଣିତା୯
ଜ୍ଞାନ ରାଜ୍ୟେ ବିସ୍ମୟ ସୃଷ୍ଟି କରିଛନ୍ତି
ମୈତ୍ରେୟୀ, ଗାର୍ଗୀ, ଲୀଳାବତୀ
ଭକ୍ତିମାର୍ଗେ ଭଗବାନଙ୍କ ସାନିଧ୍ୟ
ଲାଭ କରିଛନ୍ତି ମୀରା, ଦାସୀ ବୃନ୍ଦାବତୀ୧୦
ନାରୀ ପ୍ରେମମୟୀ, ସ୍ନେହମୟୀ, ତ୍ୟାଗମୟୀ
ସେ ଜାୟା ଜନନୀ ଭଗିନୀ ଭାବିନୀ
ସେ ପୁଣି ସୃଷ୍ଟିକାରିଣୀ ବିଘ୍ନବିନାଶିନୀ
ମଙ୍ଗଳଦାୟିନୀ ଅଭୟା ଏବଂ ପ୍ରଳୟକାରିଣୀ ଭବାନୀ୧୧
ନାରୀ ପୁରୁଷର ବାଗଦାତ୍ରୀ
ପ୍ରେରଣା, ଉତ୍ସାହ ଓ ଉଦ୍ଦୀପନା
ଏଥିପାଇଁ ନାରୀ ଯୁଗେ ଯୁଗେ
ଚୀର ପୂଜନୀୟା, ବନ୍ଦନୀୟା, ଧନ୍ୟା୧୨
ସମୟର ପରିବର୍ତ୍ତନରେ ନାରୀ ଆଜି ଆଦର୍ଶର ଗୁଣାବଳୀ
ଲୋପପାଇବାକୁ ବସିଛି
ସେ ଆଜି ହେଉଛି ଲୀଳାସଂଗିନୀ
ହୋଇପାରୁନାହିଁ ସ୍ନେହମୟୀ ପତ୍ନୀ୧୩
ନାରୀ ସମାଜ ହରାଇ ବସିଛି
ଅତୀତର ଐତିହ୍ୟ, ସଂସ୍କୃତି ଓ ପରମ୍ପରା
ସମାଜ ହୋଇଛି ଅବହେଳିତା
ନାରୀ ସାଜିଛି ପୁରୁଷ ହାତେ, କ୍ରୀଡ଼ା ପୁତ୍ତଳିକା୧୪
ପୁରୁଷର ସ୍ବାର୍ଥନ୍ବେଷୀ ଦୃଷ୍ଟିକୋଣ
ନାରୀ ସମାଜପ୍ରତି ଅବହେଳା ଅବମାନନା ଓ ଔଦାସୀନ୍ୟତାର
କାରଣ ହୋଇଛି ନାରୀ ସମାଜର ଅଧୋପତନର୧୫
କେନ୍ଦୁପଦର, ଫୁଲବାଣୀ, ୭୬୨୦୦୧,
କନ୍ଧମାଳ ଜିଲ୍ଲା, ଓଡ଼ିଶା
ଭ୍ରାମ୍ୟଭାଷ : ୯୪୩୭୭୬୫୨୭୫
ଇମେଲ୍ : arunpatra21171@gmail.com
Go Back to Previous Page
ମଶାଣି ଜଗିଛି ତମରି ପାଇଁ
କୁମାର ଲୋକେଶ୍
Read Article
ମନେପଡ଼େ ପ୍ରିୟାକଥା
ରଶ୍ମୀରଞ୍ଜନ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ