କେତେ ଆଶା ନେଇ ଆସିଥିଲି ଧାଇଁ
ତମକୁ ଦେଖିବା ପାଇଁ
ଚାଲିଗଲ ପ୍ରିୟା କହିଲନି ପଦେ
ବିଶ୍ୱାସ ମୋ ଠାରେ ନାହିଁ,
କଥା ଦେଇଥିଲ ସାତ ଜନମକୁ
ରହିବା ଏକାଠି ହୋଇ
ଆଜି କିନ୍ତୁ ତମେ ଏକା ଚାଲିଗଲ
ହସ ମୋର ସବୁ ନେଇ,
ସେଦିନୁ ଜଗିଛି ମଶାଣି ଭୂଇଁରେ
ତମରି ଶବକୁ ଚାହିଁ
ଦିନ ମୁଁ ଗଣୁଛି କେବେ ମରିଯିବି
ଶବ ପରେ ତମ ଶୋଇ,
ସାଙ୍ଗ ହୋଇ ଆମେ ବଞ୍ଚି ପାରିଲେନି
ସାଙ୍ଗ ହୋଇ ମରିଯିବା
ତମେ ମୋ ପାଖରେ ମୁଁ ତମ ପାଖରେ
ସବୁଦିନ ରହିଥିବା ।
ଢେଙ୍କାନାଳ, ଗୋରଡାପାଳ, ୭୯୮୧୩୧୦୭୧୯
Go Back to Previous Page
ମାଆ ପରି କେହିନାହିଁ
ଶ୍ରୀଧର ସାହୁ
Read Article
କବିମାନସରେ ନାରୀ
ଅରୁଣ କୁମାର ପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ