“କାଳମ୍ ପଚନ୍ତି ଭୂତାନି କାଳ ହାଃ ସଂହରତେ ପ୍ରଜାହାଃ I
କାଳହାଃ ସୁପତେଷୁ ଜାଗର୍ତ୍ତୀ କାଳେହି ଦୂରତିକ୍ରମହଃ I I ”
ଜନ୍ମ ପରେ ସଭିଁଏ
କାଳର କବଳିତ I
କାଳ ଅତି ବଳବାନ
କାଳକୁ କରିବା ପ୍ରତିହତ
କ୍ଷମତା ନାହିଁ କାହାର I
କାଳକୁ କେବଳ
ଅତିକ୍ରମ କରିବାକୁ ହୁଏ I
ହସିକରି କର ଅବା
କାନ୍ଦିକରି କର କାଳକୁ
କରିବାକୁ ହେବ ଅତିକ୍ରମ I
କାଳକୁ ଅନୁଭବ
କରିବାକୁ ସଭିଁଏ ବାଧ୍ୟ I
କାଳ ନୁହେଁ କାହାରି ସଖା
ଅବା କାହାରି ଶତ୍ରୁ
ସେ କାମ କରେ ତାହାର
ଜଗତନିୟନ୍ତାଙ୍କର ଆଦେଶରେ I
କାଳକୁ ଦୋଷ ଦେଇ
ଲାଭ ତ କିଛି ନାହିଁ I
ଦୋଷ ଦିଅ ନିଜ କର୍ମକୁ
ଯେ କରାଳ କରାଏ କାଳକୁ I
କାଳ ନୁହେଁ ସନ୍ତୁଷ୍ଟ ଅବା
କାହାରି ଉପରେ କୁପିତ I
ନିଜ କର୍ମ କରେ ତାହାକୁ
ସନ୍ତୁଷ୍ଟ ଅବା କରାୟତ୍ତ I
ଶୟନେ, ସ୍ବପନେ, ଜାଗରଣେ
କାଳ ସଭିଙ୍କୁ ଜିଣେ I
ଛାଡିବାକୁ ନ ଚାହିଁଲେ ମଧ୍ୟ
ଛାଡିବାକୁ ହେବ ବାଧ୍ୟ I
ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ
ଆମେ ସବୁ କାଳ କବଳିତ I
ଆସ ଆମେ କରିବା ବନ୍ଦନା
“ହେ ‘ମହାକାଳ’
କାଳ କାଳକୁ,
ଆମକୁ ସହାୟତା କର”
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
Go Back to Previous Page
ଜୀବନର ଅନ୍ୟନାମ
ଭାଗିରଥୀ ଯାନି
Read Article
ମାଆ ପରି କେହିନାହିଁ
ଶ୍ରୀଧର ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ