ଗିରି ଗୁମ୍ଫା ଦେଇ ପଥ ଖୋଜିଚାଲେ
ସାଗରର ଅଭିମୁଖେ,
ସୁଦୂର ପଥକୁ ଅତିକ୍ରମ କରି
ସମୁଦ୍ରରେ ଯାଇ ମିଶେ
ଲକ୍ଷ୍ୟପଥୁ କେବେ ବିଚ୍ୟୁତି ନ ହୋଇ
କୁଳୁକୁଳୁ ନାଦେ ବହେ,
ମଳମୂତ୍ର ଯେତେ ଢାଳିଲେ ତା’ଦେହେ
ସର୍ବକର୍ମ ସିଏ ସହେ
ବନେ ଯେତେ ଥା’ନ୍ତି ଓଉଷଧ ବୃକ୍ଷ
ସର୍ବପଦ କରି ସ୍ପର୍ଶ,
ସଜୀବ ନିର୍ଜୀବେ ଦାନକରି ଜଳ
ଅର୍ଜନ କରିଛି ଯଶ
ଝରଣାର ଜଳ ଶୁଭେ କୁଳୁକୁଳୁ
ପାହାଡ଼ର ପାଦ ଦେଶେ,
ତା’ର ସ୍ଥିର ଜଳେ ପ୍ରତିଛବି ଦେଖି
ପାହାଡ଼ି କନ୍ୟାଟି ହସେ
ଶେଫାଳୀ ଫୁଲଟି ନିତି ଫୁଟୁଥାଏ
ହସି ନିର୍ଝରିଣୀ କୁଳେ,
ମୀନ ଖେଳୁଥାଏ ମହା ଆନନ୍ଦରେ
ଅସ୍ଥିର ନିର୍ଝର ଜଳେ
ଜାତି ଧର୍ମବର୍ଣ୍ଣ ବାରଣ ନ କରି
ସଭିଙ୍କୁ ଦିଅଇ ବଳ,
ଛନ୍ଦ କି କପଟ ଜଣା ନାହିଁ ତାଙ୍କୁ
ସେ ଅଟେ ପବିତ୍ର ଜଳ
ମନେ ନାହିଁ ତା’ର ରାଗ ଇର୍ଷ୍ୟା ଭାବ
ଅଭିମାନେ ନାହିଁ କାମ,
ତେଣୁ ତାଙ୍କ ନାମ କହିଥାନ୍ତି ସର୍ବେ
ଜୀବନର ଅନ୍ୟନାମ
ଦଳପଡ଼ା, ଖଜୁରୀପଡ଼ା
କନ୍ଧମାଳ ଜିଲ୍ଲା, ୭୬୨୦୧୨
ଭ୍ରାମ୍ୟଭାଷ : ୯୪୩୮୦୨୬୮୪୮
Go Back to Previous Page
ପ୍ରେମ ପାଠ
ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ
Read Article
କାଳ
ରମାକାନ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ