ରୋମାଞ୍ଚିତ କରେ ଆଜି ବି ଦେହକୁ
ତୋ ବୁକୁର ଆଲିଙ୍ଗନ,
ଯଉବନେ ମୋର ଶିହରଣ ଖେଳେ
କାମନାର ମଧୁବନ
ଭାସି ବୁଲେ ସତେ ଆଜି ବି ପବନେ
ତୋ ଦେହର ମିଠା ବାସ୍ନା
କେମିତି ବଞ୍ଚିବି ତୋ ବିନା ପ୍ରିୟା
କିଏ ମେଣ୍ଟାଇବ ତୃଷ୍ଣା
ଜୀଇଁଛି ଆଜି ମୁଁ କେବଳ ତୋ ପାଇଁ
ପାଏ ବୋଲି ତତେ ଭଲ
ଦିନ ସରିଯାଏ ରାତି ପାହିଯାଏ
ସ୍ମୃତି କରେ କଲବଲ
ଆଜି ବି ହୃଦୟେ ଗୁଣୁଗୁଣୁ ଗାଏ
ତୋ ପ୍ରେମର ମିଠା ସ୍ବର
ନିଃଶବ୍ଦ ରାତିରେ ବିଛଣା ସାଥିରେ
ଉଙ୍କିମାରେ ଛବି ତୋର
ଜହ୍ନକୁ ଦେଖିଲେ ପଡ଼ିଯାଏ ମନେ
ତୋର ସେ ଗୋଲାପି ଓଠ
ବଞ୍ଚିକି ମରୁଛି ବିରହେ ଜଳୁଛି
ପଢ଼ି ତୋ ପ୍ରେମର ପାଠ
ବୀରମହାରାଜପୁର, ସୁବର୍ଣ୍ଣପୁର, ଓଡ଼ିଶା
ଭ୍ରାମ୍ୟଭାଷ : ୯୪୩୯୧୪୦୮୧୪
Go Back to Previous Page
ଚକାନୟନ
ଶ୍ରୀରାଜଶେଖର ଚିମା
Read Article
ଜୀବନର ଅନ୍ୟନାମ
ଭାଗିରଥୀ ଯାନି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ