ନିତ୍ୟେ ଖୋଲା ରଖିଛ ନିଜ ଚକାନୟନ
କେମନ୍ତ କରି ପାରୁଛ ନିଜ କର୍ତ୍ତବ୍ୟର ଚୟନ
ମୁଗ୍ଧ ମନୋହର ଯେ ତୁମର ଆନନ
କରୁଛ ସମସ୍ତଙ୍କର ଦୁଃଖର ହନନ
ନେତ୍ରପାଇଁ ପର୍ବ ଦେଖି ତୁମର ପୀତବସନ
ନିଜ ଉପାସକଙ୍କଠାରୁ ହୋଇ ପାରିବନି ସ୍ବାଧୀନ
କରେ ଯେବେ ତୁମର ମହାପ୍ରସାଦର ସେବନ
ତୁମ ସଂକର୍ଷଣରେ ତୁମର ବନ୍ଦୀ ହୋଇଯାଏ ମନ
ମାଆଙ୍କ କୋଳରେ ଖେଳନ୍ତି ନନ୍ଦନ
ତୁମ ନାମର ନାମ କରଣ କରନ୍ତି, ହେ ନନ୍ଦ ନନ୍ଦନ
ହୁଏ ଯେବେ ନନ୍ଦିଘୋଷ ରଥର ଚଳନ
ବଡ଼ଦାଣ୍ଡରେ ହୁଏ ଅନେକ ବନ୍ଧୁବାନ୍ଧବଙ୍କ ମିଳନ
ହୁଏ ତୁମର ସୁନାବେଶ ଦର୍ଶନ
ଚିନ୍ତା କରେ କେବେ ମିଳିବ ତୁମର ନାଗାର୍ଜୁନ ବେଶ ଦିବ୍ୟଦର୍ଶନ
ଶ୍ରାବ୍ୟ ହୋଇଛି ତୁମର ଅଗଣିତ ଭଜନ
ତୁମପ୍ରତି ଅନୁରାଗ ଯାହାର ଭାଜନ
କରୁଛି ତୁମକୁ ଏତିକି ନିବେଦନ
ଆସନ୍ନ ହୋଇ ସମ୍ପୂର୍ଣ୍ଣ କରନ୍ତୁ ସମଗ୍ର ସଦନ
ତୁମର ନାମ ସ୍ମରଣ ଅତି ପାବନ
ସୁକର୍ମରେ କଟିଯାଉ ଏଇ ଅମୂଲ୍ୟ ଜୀବନ
ଏହି ଭୂବନରେ ମନୁଷ୍ୟ ଜନ୍ମ ଏକ ସଂକଳନ
ସୌଭାଗ୍ୟରେ ଉତ୍କଳବାସୀ ହେଲ ଶୁଣିବାକୁ ମିଳିବ ତୁମ ସଂକୀର୍ତ୍ତନ
Go Back to Previous Page
ସବୁଚିଠି ଆସେ ଫେରି
ସତ୍ୟବ୍ରତ ସାହୁ
Read Article
ପ୍ରେମ ପାଠ
ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ