ମୋ ଅଜାଣତରେ ଠିକଣା ତମର ବଦଳାଇ ଦେଲ ବୋଲି
ଚିହ୍ନା ଠିକଣାରେ ଯେତେ ଚିଠି ଦିଏ ସବୁ ଚିଠି ଆସେ ଫେରି - ୧
ଏମିତି ଜୀବନେ କେତେ ଚିଠି ଦେଇ ଠକି ତ ନଥିଲି ଥରେ
ଫେରା ଚିଠି ଏବେ ଧରିବା ପାଇଁ ବି ଦୁଇହାତ ମୋର ଥରେ,
କୁହ ପ୍ରିୟତମ ଭୁଲିଲ କାହିଁକି
କିପାପ ଅବା ମୁଁ କଲି ? (୧)
ପ୍ରେମ ତ ଗୋଟିଏ ପାପଶୂନ୍ୟ ଫୁଲ ତମେ ଦିନେ କହିଥିଲ
ମୋ ପୂଣ୍ୟ ଫୁଲର ପ୍ରୀତି ପାଖୁଡ଼ାରେ ନିଆଁ କିଆଁ ଲଗାଇଲ,
ଲୁହ ଟୋପେ ଦେବ ତୁମ ବିରହରେ
ଯେଉଁଦିନ ଯିବି ମରି (୨)
ମୋ ଅଜାଣତରେ ଠିକଣା ତମର ବଦଳାଇ ଦେଲ ବୋଲି
ଚିହ୍ନା ଠିକଣାରେ ଯେତେ ଚିଠି ଦିଏ ସବୁ ଚିଠି ଆସେ ଫେରି...
ପଲ୍ଲାସାହି, କମାଳପୁର, ଅହିୟାସ
ଯାଜପୁର, ୭୫୫୦୩୬, ଓଡ଼ିଶା
ଭ୍ରାମ୍ୟଭାଷ : ୯୩୩୮୧୬୫୬୧୯
Go Back to Previous Page
ପଇତା
ମିନତୀ ପ୍ରଧାନ
Read Article
ଚକାନୟନ
ଶ୍ରୀରାଜଶେଖର ଚିମା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ