ପଇତାକୁ ନେଇ ଅନେକ ଯୁଦ୍ଧ,
ବାକବିତଣ୍ଡା, ମୋର ବା ଯାଏ କଣ?
ମୁଁ ତ ନାରୀଟିଏ,
ଜନ୍ମରୁ ଅଛୁଆଁ!
କୋଳ ଗୋତ୍ର ନ ଥାଇ ସ୍ବତନ୍ତ୍ର
ସମାଜର ଦ୍ବିତୀୟ ନାଗରିକ,
ଅଜାତି, ଆଜନ୍ମ ସେବିକା,
ମୋର ଲୋଡା ନାହିଁ
ସୂତା, ରେଶମ ଓ ପଶମ
ପଇତା ଉପରେ ହକ
ତଥାକଥିତ ବଡ଼ ଜାତିଙ୍କୁ
ପଚାର! ସତରେ କଣ ପଇତାପିନ୍ଧି
ସେମାନଙ୍କର ହୁଏ ଆତ୍ମାର ବିକାଶ?
ପଢି ପାରନ୍ତି ହୃଦୟ, ନିକଟତମ ଈଶ୍ବରଙ୍କର,
ଚିହ୍ନନ୍ତି ପ୍ରକୃତରେ ଆଧ୍ୟାତ୍ମିକତାର ଭାଷା?
ପଇତା ଓ ତଥାକଥିତ ପତିତା
ସମାଜ ଓ ନିୟମ ଉପରେ
ବିସ୍ତାରି ନିଜ ଆଧିପତ୍ୟ,
ଦେଖନ୍ତି ବଡିମା
ଧର୍ମ ନାମେ,
ମନେ ହୁଏ ଉପହାସ.........
ମୋର କିଛି ଯାଏ ଆସେ ନାହିଁ
ଜାତି ତୁମ, କ୍ଷତ୍ରିୟ ବ୍ରାହ୍ମଣ ବୈଶ୍ୟ
ଅବା ଶୂଦ୍ରର.......
ମୁଁ ତ ଲଢୁଛି, ସବୁଦିନେ ପାଇବାକୁ
ଟିକିଏ ମର୍ଯ୍ୟାଦା, ବଞ୍ଚିବାର ଅଧିକାର
ଆଉ ପରିଚୟ ମଣିଷର
ପଇତା- ସମାଜରେ ଶ୍ରେଷ୍ଠତାର ପ୍ରତୀକ ଭାବରେ ଗଣନୀୟ, ଯେଉଁଠି ମାନବିକତା ମୂଲ୍ୟହୀନ |
Go Back to Previous Page
ଜହ୍ନରାତିର ପ୍ରେମ
ଉମେଶ କୁମାର ବେହେରା
Read Article
ସବୁଚିଠି ଆସେ ଫେରି
ସତ୍ୟବ୍ରତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ