ସହରେ ଆଜି ଜହର ଭାସଇ
କିପରି ଜୀଇଁବି କୁହ,
ମୃତ୍ୟୁର ଶେଯ ପାଖେଇ ଆସୁଛି
ତଥାପି ତୁଟୁନି ମୋହ
ଉନ୍ମତ୍ତ ଶରୀର ଉନ୍ମତ୍ତ ମନକୁ
ସଭିଏଁ ନେଇ ସାଥିରେ,
ସଂପର୍କକୁ ଭୁଲି ମମତା ତୁଟାଇ
ସର୍ବେ ମଜ୍ଜନ୍ତି ମସ୍ତିରେ
ମନେ ବିଚାରନ୍ତି ଦିବସର ଶେଷେ
ଜଗତେ ଅଟନ୍ତି ଶ୍ରେଷ୍ଠ,
ଅଙ୍ଗେ ଆଧୁନିକ ବସନ ଘୋଡ଼ାନ୍ତି
ଅନ୍ତରୁ ସଂପୂର୍ଣ୍ଣ ନଷ୍ଟ
ଗିଲାସେ ସୁରାରେ ବରଫ ଖଣ୍ଡ
ଢୋକେ ଦି ଢୋକ ନେଇ
ମାଟିର ମଣିଷ ସହରୀ ହାୱାରେ
ଗଲେଣି ଅପମିଶ୍ରିତ ହୋଇ
Go Back to Previous Page
ପ୍ରତୀକ୍ଷା
ମାମାଜିନି ପ୍ରଧାନ
Read Article
ଜହ୍ନରାତିର ପ୍ରେମ
ଉମେଶ କୁମାର ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ