କ୍ଷଣ କ୍ଷଣ ପ୍ରତିକ୍ଷଣ ! ବିତି ଯାଉଥିଲା
ତଥାପି ଠିଆ ହୋଇଥିଲି,
ଖମ୍ବ ସଦୃଶ
ମନ ଭିତରୁ ଶବ୍ଦ ଆସି
କାନ ପାଖରେ କହି ଯାଉଥିଲା
ହଁ ଆସିବ, ସେ ନିଶ୍ଚେ ଆସିବ
କଥା ଦେଇ ନ ଆସିବା ଭଳି...
ସିଏ ନୁହଁ ଯାହାକୁ ମୁଁ
ବିଶ୍ୱାସ କରିଛି
ବିତି ଗଲା ଋତୁ ପରେ ଋତୁ,
ବରଷାରେ ଭିଜି ଗଲା ମନ
ଫଗୁଣର ରଙ୍ଗ ଲାଗିଲା ଦେହରେ,
କୋଇଲିର ସ୍ୱର
ସନ୍ଦେଶ ଦେଲା ବସନ୍ତର
ହଠାତ୍! ଚମକି ଉଠି ଦେଖେ ତ ?
ଚାରିଆଡ଼ ଶୁନ୍ଶାନ୍ .... !
କାହାର ବି ପାଦ ଚିହ୍ନ ନାହିଁ
ଏକା ନିଃଶଙ୍ଗ ହୋଇ
ଆଜିବି ବସିଛି ସେ ଆସିବ ବୋଲି ,
ତାରି ପ୍ରତୀକ୍ଷାରେ ....!!
Go Back to Previous Page
ସମ୍ପର୍କ
ଡା ନୀଳମାଧବ କର
Read Article
ଅପମିଶ୍ରିତ
ସୌମ୍ୟରଞ୍ଜନ ପାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ