ଆରମ୍ଭ ନ ହେଇ
ଶେଷ ହେଇ ଯାଇଥିବା ସମ୍ପର୍କ
ତମ ମୋ ଭିତରର
ଅନ୍ଧାରିଆ ନିବୁଜା କାହାଣୀ...
ସୂର୍ଯ୍ୟ ତତେଇଲାନି କି
ବର୍ଷା ତାକୁ ଭିଜେଇଲାନି
ମିଶାମିଶି ଗୋଟେ ତାତିଲା ନିଶ୍ବାସ
ଓଦା ଓଦା
ଖାଲି ପିଞ୍ଜରା ଥରେଇ ଦେଲା
ତମ କୋକେଇ ଉଠିବା ବେଳେ....
ତମ ମୋ ଭିତରର
ଆରମ୍ଭ ନ ହେଇ
ଶେଷ ହେଇ ଯାଇଥିବା ସମ୍ପର୍କ
ପୁଣି ଥରେ
ନିଶ୍ବାସ ନେଲା
ପଞ୍ଜରା ଥରେଇ
ବଞ୍ଚିବାର ଆଶ୍ବାସନା ଦେଲା
ମାନସିକ ରୋଗ ବିଶେଷଜ୍ଞ
ଓଲଭର୍ହାମ୍ପଟନ୍, ଇଂଲଣ୍ଡ
ଇମେଲ୍ : nmadhab@yahoo.com
Go Back to Previous Page
ତଟିନୀର ଦୁଇତଟ
ଚିତ୍ତରଞ୍ଜନ ସାହୁ
Read Article
ପ୍ରତୀକ୍ଷା
ମାମାଜିନି ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ