କଥା କଥାରେ
ଛୋଟ ପିଲାକୁ ଭୁଲାଇବା ଭଳି
ମିଥ୍ୟା ଅଶ୍ବାସନା ଦେଇ
ବୁଝାଇ ଦେଉ ସିନା,
ମନ ମୋର କିନ୍ତୁ ଅବୁଝା ହୁଏ।
ତୋରେ ଏତେ ସରଧା ମୋର
ସବୁ ମିଛ ସବୁ ତୁଚ୍ଛ କଥାକୁ ବି
ମାନିନିଏ ନିରବରେ ବୋଲକରା ସାଜି
ବୋଧେ ସେଥିପାଇଁ ବେଦନାରେ
ଏ ମୋର ହୃଦୟ ନିତି ଯାଏ ଭିଜି।
ଅଭିନ୍ନ ଆତ୍ମା ତୋର ମୋର,
ମନ କିନ୍ତୁ ଅଲଗା ଅଲଗା
ଗୋଟେ ତଟନୀର ଦୁଇ ତଟ ଆମେ
ଆତ୍ମା ଆମ ସେତୁ ପରିକା।
ତୋରେ ଯାହା ଦୃଷ୍ଟି କରେ ମୁହିଁ
ଚିଲିକାରେ ସାୟନ୍ତନ ତୁହି
ସେହିଠାରେ ମୁଁ ବିଦେଶୀ ପକ୍ଷୀ
ଆସି ଥାଏ କେତେ ଦୂରୁ ପରଖି ନିରିଖି।
ଶେଷ ଦୃଶ୍ୟ ତୋରେ ଯାହା ଦେଖେ
ମନ କୁହେ ତୁ ଏକ ଚାତୁରୀ
ବାହ୍ୟଅଙ୍ଗ ତୋର ସିନା ଦିଶଇ ଉଜ୍ବଳ
ଅନ୍ତର୍ଦ୍ଧେଶ ତୋର
ନାରଖାର ମହାକାଳ ଫଳ।।
ସିଙ୍ଗୀରୀ, ଆଳି, କେନ୍ଦ୍ରାପଡା, ୭୫୪୨୧୫, ଓଡ଼ିଶା
ମୋ: 7377678738
Go Back to Previous Page
ପାହାଡ଼ ବି ବୁଝିପାରେ
ଦିଲ୍ଲୀପ କୁମାର ତ୍ରିପାଠୀ
Read Article
ସମ୍ପର୍କ
ଡା ନୀଳମାଧବ କର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ