ଧୂଳି ମାଟି ଶୈଶବ ଜହ୍ନମାମୁଁ ଗପ ମାଆର କୋମଳ କୋଳ
ମାଆ ମାଆ ଡାକ ତା’ ସ୍ନେହ ପରଶ ଅମୃତଠୁ ବଳି ଭଲ
ସାଙ୍ଗଙ୍କ ସହିତ ସ୍କୁଲ୍ ଯିବା ବେଳର ସମୟ ଅମୂଲ ମୂଲ,
ସ୍କୁଲ ସାରଙ୍କର ଟାସ୍କ୍ ଦେବା ଭୟ ଲାଗଇ ଡହଳ ବିକଳ
ପଡ଼ିଆରେ ଯାଇ କ୍ରିକେଟ୍ ଖେଳିବା କିଏ ବା ଭୂଲିପାରେ,
ଘରେ ଆସି ପୁଣି ବାପାଙ୍କର ଭୟ ମନରେ ଉଙ୍କିମାରେ
କଲେଜରେ ପୁଣି ପରିବେଶ ନୂଆ, ସାଙ୍ଗଙ୍କ ସହିତ ଖଟି,
ନୂଆ ନୂଆ ପ୍ରେମ ଝିଅଙ୍କ ସହିତ ମଧୁମୟ ରାସ୍ତାଟି
ଆଖିରେ ପୁଣି ଆହିରେ ସ୍ବପ୍ନ କିଏ ଇଞ୍ଜିନିୟର ତ କିଏ ଡାକ୍ତର
ସମୟ ସ୍ରୋତ ବହିଯାଉଥାଏ ରାସ୍ତା ଅନେକ ଦୂର
ତା’ପର ସମ୍ପର୍କ ନୂଆ ପରିଚୟ ବିବାହ ତାକୁ ଦିଏ,
ହସ ଖୁସି ଭରା ଏକରୁ ଦୁଇ ନୂଆ ପରିବାର ହୁଏ
ଜୀବନରେ ଆସେ ଭିନ୍ନ ଭିନ୍ନ ମୋଡ଼ ଅସହ୍ୟ ଲାଗେ ସେ ହାଏ
ସମୟ ସହିତ ଦେଇ ସେ ତାଳ ନିଆରା ପଥିକ ହୁଏ
ସମୟ ପରେ ସମୟ ଆସେ କେତେ ଯେ ଘଟେ ଘଟଣା
ଜୀବନର ସେଇ ରଙ୍ଗ ଅବିରଙ୍ଗ ଈଶ୍ବରଙ୍କୁ ଏକା ଜଣା
ଦୁଃଖପରେ ସୁଖ, ଦିନ ପରେ ରାତି ଏହାତ ଦୁନିଆ ରୀତି
କ୍ରମେ ଉପନୀତ ଝରକା ଦେଇ ବୃଦ୍ଧ ଅବସ୍ଥା ଆସି
ଜୀବନ ଥିଲେ ସ୍ନେହ, ରାଗ, ମାୟା ମୋହ ବାରମ୍ବାର,
ଆଖି ବୁଜିଦେଲେ ସବୁ ଭୁଲିଯାଏ କିଏ ପର ଆପଣାର
ସମୟ ସ୍ରୋତ ବହି ଚାଲିଥାଏ ନିଚ୍ଛକ ଏକା ଏକା
ଜୀବନ ଏକ ଅଭିନୟ ପରି ସମୟ ପ୍ରହେଳିକା
ରତାଖଣ୍ଡି, ବୌଦ୍ଧରାଜ
ଓଡ଼ିଶା
ଭ୍ରାମ୍ୟଭାଷ : ୮୬୫୮୦୯୪୮୧୪
Go Back to Previous Page
ସାରୀଆ ଅପା
ମନୋରଞ୍ଜନ ମୁଦୁଲି
Read Article
ପାହାଡ଼ ବି ବୁଝିପାରେ
ଦିଲ୍ଲୀପ କୁମାର ତ୍ରିପାଠୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ