ଆମଗାଁ ଦାଣ୍ଡ ମଣ୍ଡପ ପାଖରେ
ଝଙ୍କାଳିଆ ଗଛ ବଉଳ କୋଳି,
ସାରୀଆ ଅପାର ମାଟିଘର ଖଣ୍ଡେ
ପାଖେ ଥିଲା ଗଛ ଖଜୁରୀ କୋଳି।
ସାରୀଆ ଅପାଟା ଭାରି ସ୍ନେହି ଥିଲା
ଗାଁ ସାରା ତାକୁ ଡାକନ୍ତି ଅପା,
କୁନିପିଲାଟିଏ ଦେଖି ଖୁସି ହୁଏ
ଚକୋଲେଟ୍ ଦେବ ସାରୀଆ ଅପା।
ଅଭାବି ସଂସାର ସାରୀଆ ଅପାର
ଦାଉ ସାଧୁଥିଲା ସ୍ୱାମୀ ଭଗିଆ,
ମଦ୍ୟପାନ କରି ରାତି ଫେରେ ନିତି
କେତେ ବା ସହିବ ଅପା ସାରୀଆ।
ସାବିତ୍ରୀ ବ୍ରତ କରିଥିଲା ଅପା
ମାନସିକ କରି ଭଗୀଆ ପାଇଁ,
ବ୍ରତପୂଜା ସାରି ଅନେଇ ବସିଛି
ପ୍ରଣାମ କରିବ ପତିକୁ ଯାଇ।
ସଞ୍ଜ ଗଡ଼ି ଯାଇ ରାତି ଅଧ ହେଲା
ଭଗୀଆଟା ଆଉ ଫେରିଲା ନାହିଁ,
ସାରୀଆ ଅପାଟା ଖୋଜି ବୁଲୁଅଛି
ସେଇ ଦିନଠାରୁ ପାଗଳୀ ହୋଇ।
ପୋଖରୀ ହୁଡାରେ ବୁଢା ବରଗଛ
ତାଳ ଗଛ ତଳେ ଖଜୁରୀବଣ,
ଗାଁଆର ପାରି ଝରଣା ସେପାରି
ମଶାଣି ଭୂଇଁଟା ଲାଗେ ନିର୍ଜନ।
ସାରୀଆ ଅପାଟା ନିଇତି ଖୋଜୁଛି
ବରଗଛ ତଳେ ରାତିରେ ଯାଇ,
ଭଗୀଆ ପ୍ରେତଟା ରାତି କାଳେ ଆସେ
ସାରୀଆ ପ୍ରଣାମ କରୁଛି ଯାଇ।
ପତିବ୍ରତା ନାରୀ ଭାରତ ବର୍ଷରେ
ଏବେ କି ଅଛନ୍ତି ସାରୀଆ ପରି,
ବିବାହ ବଂଧନ କାଗଜ କଲମେ
କଚେରୀ ପିଣ୍ଡାରେ ଦିଅନ୍ତି ସାରି
Go Back to Previous Page
ଆତ୍ମାହୁତି
ରୋଜା ପଣ୍ଡା
Read Article
ସମୟ ପ୍ରହେଳିକା
ମୃତ୍ୟୁଞ୍ଜୟ ହୋତା - ଆଲୋକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ