ପ୍ରିୟା!
ତୁମେ ପ୍ରେମିକ ମନର ବାସ୍ନା
ତୁମେ ସ୍ନିଗ୍ଧ ଚନ୍ଦ୍ରମାର ଜ୍ୟୋତ୍ସ୍ନା,
ଚିରଆଲୋକିତ ପ୍ରଣୟ ତୁମେ
ପିପାସାର ନବତୃଷ୍ଣା!
ପ୍ରୀତିରାଜ ତୁମ ଆଶାରେ ରହିଛି,
ହୃଦୟ ଦରଜା ମେଲି,
ବ୍ୟଥିତ ଏଇ ବିରହର ବେଳେ
ଦେବ ପ୍ରେମସୁଧା ଢ଼ାଳି
ତୁମେ ତ ଆସିଲେ ତୁମରି ପାଇଁ
ରଙ୍ଗୀନ ହେବ ଏ ମରୁଭୂମି ବାଲି
ସପନେ ସପନେ ସତେ କି
ପ୍ରିୟା ଗୋ,
ପୀରତି ଢାଳିବ ବୋଲି
ପୀରତି ଢାଳିବ ବୋଲି
ସୌଦାମିନୀ ନିଳୟ, ବଙ୍କିଆ
ବୀରମହାରାଜପୁର, ସୁବର୍ଣ୍ଣପୁର, ଓଡ଼ିଶା
ଭ୍ରାମ୍ୟଭାଷ : ୯୪୩୯୧୪୦୮୧୪
Go Back to Previous Page
ଈଶ୍ବର
ସତ୍ୟବ୍ରତ ସାହୁ
Read Article
ପବିତ୍ର ମିଳନ
ଜ୍ୟୋତିର୍ମୟୀ ଷଡ଼ଙ୍ଗୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ