ଏ ଜୀବନ ସତେ ଏକ ମୁକ୍ତିର ପୁଣ୍ୟ ପଥ।
ଲମ୍ବି ଥାଏ ଦୂରେ ପରମାତ୍ମାଙ୍କ ଦିଗନ୍ତ ପ୍ରାନ୍ତକୁ।୧
ଏ ଜୀବନ ସତେ ଏକ ସୁମଧୁର ପ୍ରେମର ସଙ୍ଗୀତ।
ସେହି ଗୀତେ ବାନ୍ଧିବାକୁ ଇଛାହୁଏ ବିଶ୍ବ ଜନମାନଙ୍କୁ।୨
ଏ ଜୀବନ ସତେ ଏକ ସରଗର ସୁନୀଳ ଆକାଶ।
ରଙ୍ଗ ଦେହେ ଭରିଦେଇ ଅନ୍ୟ ମନକୁ ରଙ୍ଗିନ୍ କରିବାକୁ।୩
ଏ ଜୀବନ ସତେ ଏକ ସକାଳର ସୁନେଲି ସୁରୁଜ।
ଅନ୍ଧକାରେ ଲୁଚିଥିବା ସକଳ ଦୁଃଖକୁ ଦୂର କରିବାକୁ।୪
ଏ ଜୀବନ ସତେ ଏକ ମୁକ୍ତ ଆକାଶର ବିହଙ୍ଗ।
ଇଛାହୁଏ ଉଡି ବୁଲି ବିଜୟ ସଙ୍ଗୀତ ଗାଇଯିବାକୁ।୫
ଏ ଜୀବନ ସତେ ଏକ ଅଙ୍କା ବଙ୍କା ପାହାଡି ଝରଣା।
ଜଙ୍ଗଲି ନିଆଁକୁ ଦଳିଦେଇ ସକଳ ଜୀବକୁ ଉଦ୍ଧାର କରିବାକୁ।୬
ଏ ଜୀବନ ସତେ ଏକ ସାଗରର ଢେଉସାଥେ ଖେଳୁଥିବା ନାଆ।
ଆଶ୍ରିତ ଜନଙ୍କୁ ସାଥେନେଈ ସାତ ସମୁଦ୍ର ପାରି କରିବାକୁ।୭
ରାସୁଡି,ଡଙ୍କୁଣୀ,ଫୁଲବାଣୀ,କନ୍ଧମାଳ
ଦୂରଭାଷ ନଂ---୮୭୬୩୭୬୮୯୨୬
ଆହେ ନୀଳମଣି
ତୁଷାରକାନ୍ତ ପ୍ରସାଦ
Read Article
ପ୍ରତାରଣା
ଲକ୍ଷ୍ମଣ କୁମାର ବେହେରା (ଯତି)
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ