ମୁଁ ଅବଳା ଦୁର୍ବଳା ନୁହେଁ
ମୁଁ ସଂପୂର୍ଣ୍ଣା, ସ୍ବୟଂପ୍ରଜ୍ଞା, ସୌମ୍ୟା
ମହନୀୟା, ପ୍ରାଣପ୍ରିୟା, ଜନନୀ, ଭଗିନୀ
ସୃଷ୍ଟିର ସର୍ବଶ୍ରେଷ୍ଠ ନିଦର୍ଶନର ସଫଳ ଆବିର୍ଭାବ
ମୁଁ ସର୍ବସଂହା କିନ୍ତୁ ଜଡ଼ ନିର୍ଜୀବ ନୁହେଁ
ମୁଁ ସ୍ବାବଲମ୍ବୀ, ସ୍ବାଭିମାନୀ କିନ୍ତୁ ପରାଶ୍ରୟା ନୁହେଁ
ମୁଁ ସମନ୍ବିତ ସ୍ବରର ଲାଳିତ୍ୟ
ସୁରଭିତ ପୁଷ୍ପର ମହାର୍ଘ
ସଂଗ୍ରାମ-ସଂଘାତର ପୂଣ୍ୟତୋୟା
ପବିତ୍ର ଗଙ୍ଗାଠୁ ବି ପବିତ୍ରା
ଶାଳୀନତା ମୋ ପରିଚୟ
ଉଦାରତା ମୋ ପରିତୃପ୍ତି
ପରୋପକାର ମୋ ଧର୍ମ
ତ୍ୟାଗ ମୋ କର୍ମ
ଗଢ଼ିବା ଯୋଡ଼ିବାରେ ମୋ ଜୀବନ
ଶାନ୍ତି ମୈତ୍ରୀ ମୋ ମନନ, ଚିନ୍ତନ
ଶ୍ରଦ୍ଧା ମୋ ପ୍ରୀତିଭରା ସୁମନ
କରିବାକୁ ଆପଣାର
ଅତି ଆପଣାର
ସହକାରୀ ଶିକ୍ଷକ
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ
ନିଆଳି, ଯାଜପୁର, ଓଡ଼ିଶା
ଭ୍ରାମ୍ୟଭାଷ : ୯୭୭୭୬୯୩୩୮୦
Go Back to Previous Page
ମୁର୍ଦ୍ଦାର
ଏମ୍. ବିଜୟ କୁମାର
Read Article
ଆହେ ନୀଳମଣି
ତୁଷାରକାନ୍ତ ପ୍ରସାଦ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ