ବାଡ଼ିରେ ଲଗେଇଛି ମୁଁ କୁଞ୍ଚି ମନ୍ଦାର
ପିନ୍ଧେଇବି ମା’କୁ ମୁଁ ଗୁନ୍ଥିକି ହାର
ମନ୍ଦାର ଫୁଲରେ ତା’ର ଅଧିକ ଶରଧା
ପିନ୍ଧେଇଲେ କଟିଯିବ ଜୀବନର ବାଧା
ମନ୍ଦାର ଫୁଲ ସହିତ ଦୁଦୁରା ଟଗର
ମା’କୁ ଦିଶିବ ପୁଣି ଅତୀବ ସୁନ୍ଦର
ନିରିମାଖି ମା’ ସିଏ ବସିଅଛି ଏକା
ତା’ପାଖକୁ ଯିବାପାଇଁ ମନରେ ଆଶଂକା
ଜଣେଇବି ଦୁଃଖ ତାକୁ ପିନ୍ଧେଇ ମନ୍ଦାର
ନମସ୍କାର କରେ ଆଜି ଏହି ନର ଛାର
ହେତୁ ପାଇଲା ଦିନଠୁ ଜାଣିଲି ମୁଁ ତତେ
ରକ୍ଷାକର ମା’ ମୋତେ ବିପଦେ ଆପଦେ
ଜାଣିନାହିଁ ମନ୍ତ୍ର, ଯନ୍ତ୍ର ଜାଣିନାହିଁ ବେଦ
ତତେ ପାଇ ଜୀବନରେ ପାଇଛି ଆନନ୍ଦ
ଶୁଖିଲା ପତର ମୁହିଁ ଗଛରେ ଝୁଲୁଛି
କେତେବେଳେ ପଡ଼ିଯିବି ନାହିଁ ତା’ର କିଛି
ବାଟ ବହୁଦୂର ପୁଣି ରହିଅଛି କଷ୍ଟ
ତତେ ସୁମରିଣ ଗଲେ ନ ଆସଇ ଦୁଷ୍ଟ
ଏଣୁ କରି ମୋ ପାଖରେ ନାହିଁ ଆଉ କିଛି
ମନ୍ଦାର ଫୁଲକୁ ଖାଲି ତୋପାଇଁ ରଖିଛି
ପୂଜୁଛି ମୁଁ ପୂଜୁଥିବି ଦେଇ ମନ କର୍ଣ୍ଣ
କରୁଛି ଏ ଗୀତକୁ ମୁଁ ଏଠରେ ସମ୍ପୂର୍ଣ୍ଣ
ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ