ତୋ’ ପଣତ କାନିର ଗଣ୍ଠି ଭିତରେ
ହଜି ଯାଇଥିବା ମୋ ପିଲାଦିନକୁ
ପୁଣି ଥରେ ଫେରେଇ ଦେ...
ତୋର ସେ ରାଗ, ଗାଳିମନ୍ଦ, ଆକଟ, ମାନ ଅଭିମାନ
ଭିତରେ ହଜି ଯାଇଥିବା
ମୋ ଧୂଳିଖେଳକୁ
ପୁଣି ମୁକୁଳା କରିଦେ ...
ରୋଷେଇ ଘରର ଚିତ୍ରିତ ଧୂଆଁ ଭିତରେ
ତୋର ସେ ଝାଳ ସରସର ମୁହଁ ..
ସ୍ନେହ ମମତା ନିଗିଡି ପଡୁଥିବା ହାତରେ
ପରଷା ହେଉଥିବା ସେ
ଶାଗ ପଖାଳ ବଡି ଛୁଇଁ ପିଠାପଣାର ଅମୃତ ସ୍ୱାଦକୁ
ପୁଣି ଚଖେଇ ଦେ...
ଦେ ବୋଉ,
ମୋର ପିଲାଦିନକୁ ତୁ ଫେରେଇ ଦେ...
ଶୀତରାତିର ସେ ଗହଳ ନିଦ
ଖରାଦିନର ତତ୍ପର ସକାଳ
ନିଛାଟିଆ ଦ୍ୱିପହରର ଯେତେ କଳିଗୋଳ
ଆଉ ତା’ ସହିତ
‘ହେ ଆନନ୍ଦମୟ କୋଟି’ର ବାଧ୍ୟ ସନ୍ଧ୍ୟାବେଳ!
ସବୁକୁ ତୁ ଫେରେଇ ଦେ ବୋଉ...
ମୋ ପିଲାଦିନକୁ ତୁ ଫେରେଇ ଦେ ...!
ପାରିବୁ ତ,
ମତେ କରିଦେ ତୋର ସେଇ ଅମାନିଆ କୁନି ଝିଅ
ଯିଏ ଡରୁଥିଲା ଅନ୍ଧାରକୁ
ବାପାଙ୍କ ନାଲିଆଖି ଆଉ ସାର୍ଙ୍କ ବେତକୁ
ସାରା ଦୁନିଆ ପାଖରୁ ଲୁଚେଇ
ଦିନେ ମତେ ରଖୁଥିଲୁ ତୋ’ ପଣତ ତଳେ
ଆଜି ସେ ପଣତ ମୁଁ ପୁଣି ଲୋଡୁଛି ବୋଉ...
ପାରିବୁ ତ ମତେ ଆଉ ଥରେ
ସେଥିରେ ଘୋଡେଇ ଦେ..!
ମୋ ପିଲାଦିନକୁ ତୁ ଖାଲି
ଥରେ ମାତ୍ର ଫେରେଇ ଦେ ..!
Go Back to Previous Page
ପଥ ନରକ ଗମନ
ଦୁର୍ଗାଚରଣ ପ୍ରଧାନ
Read Article
କୁଞ୍ଚି ମନ୍ଦାର
ସୁଦାମ ଲେଙ୍କା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ