ଆଜିର ଏ ପୁଣ୍ୟ ତିଥିରେ ବନ୍ଧୁ -
ତୁମକୁ ସ୍ୱାଗତ ଜଣାଏ !
ବହୁପଥ ଶ୍ରମ କରି ଆସିଛ ବନ୍ଧୁ -
ଅନ୍ତର ମୋର ଧନ୍ୟ ହୁଏ !
ବନ୍ଧୁଗଣ! ମିଳନ ତୁମର ଓ ଆମର
ଚିରନ୍ତନ ଏବଂ ଶାଶ୍ୱତ
ଏ ମିଳନରେ -
ନାହିଁ କିଛି ଆବିଳତା
ନାହିଁ କିଛି ସ୍ୱାର୍ଥ
ସ୍ୱାର୍ଥ ଜଡିତ ସଂସାରରେ
ଏ ମିଳନ ନିଃସ୍ବାର୍ଥପର I
ବନ୍ଧୁଗଣ! ସମବେତ ହୋଇଛୁ
ଆମେ ସବୁ ପରସ୍ପର ପ୍ରତି
ଶ୍ରଦ୍ଧା ଆଉ ସମ୍ମାନ
ଜ୍ଞାପନ କରିବା ପାଇଁ
ପରସ୍ପର ଭାବ -
ବିନିମୟ କରିବା ପାଇଁ
ପରସ୍ପରର ସେ ଅକୁହା କଥା
ଶୁଣିବା ପାଇଁ, ଯାହା
ଅନ୍ୟ କେହି ଶୁଣନ୍ତି ନାହିଁ I
ଆଜିର ଏ ପୁଣ୍ୟ ଦିବସେ
ବାସି ନ ହେଉ ଆମରି ପ୍ରେମ
ବିଶ୍ୱ ନିୟନ୍ତାଙ୍କ ଠାରେ ଏହାହିଁ କାମନା I
କୁହନ୍ତି ଜ୍ଞାନୀ -
ନୂତନ ଆସେ ପୁରାତନକୁ
ସ୍ଥାନଚ୍ୟୁତ କରିବା ପାଇଁ
ଏହାହିଁ ସୃଷ୍ଟି ପ୍ରକ୍ରିୟା
କିନ୍ତୁ ସାହିତ୍ୟ ଜଗତେ -
ନୂତନ ଓ ପୁରାତନ ସର୍ବଦା ସହIବସ୍ଥାୟୀ I
ଆଜିର ନୂତନ କାଲିକୁ ପୁରାତନ କିନ୍ତୁ -
ସେମାନଙ୍କ ମଧ୍ୟରେ ଥିବା ଅଦୃଶ୍ୟ କଡ଼ିକୁ
ଭାଙ୍ଗିବାର ଶକ୍ତି କାହାରି ନାହିଁ I
ଆଜିର ଏ ପୁଣ୍ୟ ତିଥିରେ ଆସ ବନ୍ଧୁ !
ମିଳିତ ହୋଇ କରିବା ପ୍ରାର୍ଥନା -
ଲେଖନୀ ଆମର ହେଉ ଦୃଢ଼
ଆଦର୍ଶ ଆମର ହେଉ ଦୃଢ଼
ସମ୍ମୁଖରେ ଆମର ଫୁଟି ଉଠୁ
ଏ ଦେଶର, ଏ ଜାତିର ପ୍ରାଚୀନ ଆଦର୍ଶ !
ଏକ ଦିଗେ ବିଭବ
ଅନ୍ୟ ଦିଗେ ଆଦର୍ଶ
ମସି କୁ ଆମ ଟାଣେ
ଥୋଇବI କାହାକୁ ଆଦର୍ଶ କରି ?
ବିଭବ କୁ ନI ଆଦର୍ଶ କୁ ??
ତେଣୁ ପଥଭ୍ରଷ୍ଟ ନ କରୁ ଆମକୁ
ଶକ୍ତି ଓ ବିଭବ ର ମୋହIନ୍ଧ
ଉତ୍ସାହ, ଆତ୍ମବିଶ୍ୱାସ ଓ ସୃଜନ ପ୍ରୟାସ
ସୃଷ୍ଟି କରୁ ଆମର ଏ ମିଳନ
ଅଭିନନ୍ଦନ ଜଣାଏ -
ଆପଣଙ୍କ ବନ୍ଧୁ ରମାକାନ୍ତ ମିଶ୍ର I
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
Go Back to Previous Page
ଓଡ଼ିଶା ଓ ଓଡ଼ିଆ
ସାଗର ପ୍ରଧାନ
Read Article
ପଥ ନରକ ଗମନ
ଦୁର୍ଗାଚରଣ ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ