ଓଡ଼ିଶା ଆମ ଜନମ ଭୂଇଁ
ଓଡ଼ିଆ ମାତୃଭାଷା
ଆମେରେ ସବୁ ନବ କଳିକା
ନୂତନତାର ଆଶା।
ଓଡ଼ିଆ ବୋଲି ଜାଣେ ଜଗତ
ପ୍ରିୟ ପଖାଳ କଂସା
ହଳ ଲଙ୍ଗଳ ସବୁଜ କ୍ଷେତ
ଆମ ସାହା ଭରସା।
ଜଗା ବଳିଆ ବଡ଼ଠାକୁର
ଇଷ୍ଟଦେବତା ଆମ
ସୁଖ ଦୁଃଖ ରେ ଶୁଭ ଲଗନେ
ଶୁଭେ ତାଙ୍କରି ନାମ।
ବାଜିରାଉତ ଧରମ ପଦ
ଏହି ମାଟିର ସୂତ
ତାଙ୍କରି କାର୍ଯ୍ୟ ପ୍ରେରଣା ଦିଏ
ମନୁ ଲିଭାଇ ଭୀତ।
ପୁରୀ କୋଣାର୍କ ଭୁବନେଶ୍ବରେ
ନାନା ମନ୍ଦିର ଉଭା
ମନ୍ଦିର ଅଙ୍ଗେ ଖୋଦିତ ଛବି
ଅତୀତ ପାଏ ଶୋଭା।
ଉଦୟଗିରୀ ଲଳିତଗିରୀ
କହେ ବୀରତ୍ବ କଥା
ଦୟା ଭାର୍ଗବୀ ବଇତରଣୀ
ଗାଏ ପୁରାଣ ଗାଥା।
ସାଧବ ପୁଅ ଗର୍ବ ଆମର
ଯାଇ ବଣିଜ କରି
ଧନ ଦୌଲତ ନାନା ସମ୍ପଦ
ପୋତରେ ଆଣେ ଭରି।
ମାଟିର ବୀର ପାଇକପୁଅ
ଜାଗ୍ରତ ସିଂହ ସମ
ଫିରିଙ୍ଗି ସାଥେ ଲଢି ଥିଲାସେ
ଦେଖାଇ ପରାକ୍ରମ।
ଏହି ମାଟିର ସନ୍ତାନ ଆମେ
ଦେହ ରୁଧିର ବୀର
ମାଟିମାଆ ର ସମ୍ମାନ ପାଇଁ
ହେବାରେ ଅଗ୍ରସର।
ସାଗର ପ୍ରଧାନ, ପଦାଦିଗି, ଗଞ୍ଜାମ
ଭ୍ରାମ୍ୟଭାଷ : ୯୧୨୪୭୭୬୨୮୭
Go Back to Previous Page
ଓଡ଼ିଆ ଆମେ, ଓଡ଼ିଆ ଆମ ଭାଷା
ସନ୍ତୋଷ ପଟ୍ଟନାୟକ
Read Article
ଅଭିନନ୍ଦନ ବିଷୁବ ମିଳନ
ରମାକାନ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ