ହେ ଉତ୍କଳ ମାତା ବୀର ସନ୍ତାନ
ଉତ୍କଳ ପ୍ରଦେଶ କଲ ସ୍ୱାଧୀନ
ସେହି ଉତ୍କଳର ସନ୍ତାନ ଆଜି ହେ
ଉନ୍ନତିର ପଥେ କର ଗମନ ।।
ଜାତି ନନ୍ଦିଘୋଷ ଯାଇଛି ଅଟକି
ସର୍ବେ ନିଜ ସ୍ୱାର୍ଥେ 'ଛନ୍ତି ବ୍ୟସ୍ତ
ସଜାଗ ହୁଅ ହେ ସ୍ୱାଭିମାନ ରଖି
ନିଜ ଦେଶ କଥା ପ୍ରଥମେ ଚିନ୍ତ ।।
ଦୁର୍ନୀତି ପଥରୁ ଯାଅ ଅପସରି
ନୀତିଯୁକ୍ତ ହୋଇ ଅଗ୍ରସର
ନିଃସ୍ୱାର୍ଥ ଭାବେ ଦେଶ ସେବାରେ
ମନ ପ୍ରାଣ ଢ଼ାଳି ଦିଅ ତୁମ୍ଭର ।।
'କୂପ-ମଣ୍ଡୂକ' ଭାବରୁ ଉଠି
'କଙ୍କଡ଼ା ପ୍ରକୃତି' ମନରୁ କାଢ଼
ଅନ୍ୟର ବିକାଶେ ବାଧା ନ ସାଜି
ନିନ୍ଦା ତିରସ୍କାର ଅଭ୍ୟାସ ଛାଡ଼ ।।
"ପରୋପକାର ପୂଣ୍ୟାୟ"
"ବସୁଧୈବ କୁଟୁମ୍ବକମ୍"
ଏଇ ନୀତି ପାଳି ଯାଅ ତୁମ୍ଭେ ଚଳି
ଦେଖାଅ ସବୁଠି ଓଡ଼ିଆଙ୍କ ଦମ୍ ।।
ତେବେ ହିଁ ହୋଇବ ଉତ୍କଳ ଉନ୍ନତ
ଏଥିରେ ନାହିଁ ଜମା ଦ୍ବିମତ
ଉତ୍କଳ ଦିବସେ ଏହି ଆହ୍ୱାନ
ସର୍ବ ହୃଦୟେ ହେଉ ପୁଲକିତ ।।
ପ୍ରେରକ- ଲୋକେଶ ପ୍ରଧାନ, ନୂଆପଡା, ଓଡ଼ିଶା
Go Back to Previous Page
ହିଟିଂ ମି
ସୁଧାଂଶୁ ଦ୍ବିବେଦୀ
Read Article
ଆମ ଉତ୍କଳ ପ୍ରଦେଶ
ଦୀପକ ଷଡ଼ଙ୍ଗୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ