ମୂଳ ସ୍ପେନୀୟ କାହାଣୀ : ଫର୍ନାଣ୍ଡୋ ସେରେଣ୍ଟିନୋ
ଓଡ଼ିଆ ଭାଷାନୁବାଦ : ସୁଧାଂଶୁ ଦ୍ବିବେଦୀ
ଜଣେ ଲୋକ ଛତାରେ ମୋ ମୁଣ୍ଡକୁ ବାରମ୍ବାର ଆଘାତ କରିବା ଅଭ୍ୟାସ ଥାଏ ପୁରା ପାଞ୍ଚବର୍ଷ ସେ ଛତା ସାହାଯ୍ୟରେ ମୋ ମୁଣ୍ଡକୁ ଆଘାର କରି ଚାଲିଥାଏ ପ୍ରଥମେ ପ୍ରଥମେ ମୁଁ ତାହା ସହି ପାରୁନଥିଲି ପରେ ଅଭ୍ୟାସରେ ପରିଣତ ହୋଇଗଲା
ତା ନାଁ ମୁଁ ଜାଣେନାହିଁ ଏତିକି ଜାଣେ, ସେ ଦେଖିବାକୁ ସାମାନ୍ୟ ଧୂସର ରଙ୍ଗର ପେଣ୍ଟପିନ୍ଧେ, କାନମୂଳ ଚୂଳ ସବୁ ଧଳା ହୋଇଗଲାଣି ୫ ବର୍ଷ ପୂର୍ବେ ଏକ ଅସହ୍ୟ ଗ୍ରୀଷ୍ମ ଦିନରେ ତା ସହ ମୋର ଭେଟ ହୋଇଥିଲା ଗୋଟିଏ ପାର୍କରେ ଗଛତଳେ ଥିବା ବେଞ୍ଚ ଉପରେ ବସି ପେପର ପଢୁଥାଏ, ଏତିକିବେଳେ ଅନୁଭବ କଲି କେହି ଜଣେ ମୋ ମୁଣ୍ଡକୁ କୌଣସି ବସ୍ତୁଦ୍ବାରା ସ୍ପର୍ଶ କରୁଛି ଇଏ ସେହି ଲୋକ ଯିଏ ମୁଁ ଯେତେବେଳେ କିଛି ଲେଖି ବସି ମୋ ମୁଣ୍ଡ ଉପରେ ଭାବହୀନ ହୋଇ ଆଘାର କରେ ହଠାତ୍ କ୍ରୋଧରେ ମୁହଁ ଫେରେଇ ଦେଖିଲି ତଥାପି ସେ ମୋ ମୁଣ୍ଡକୁ ଛତାଦ୍ବାରା ମାରି ଚାଲିଥାଏ ମୁଁ ପଚାରିଲି, ତୁମେ କଣ ପାଗଳ?
ଜଣାଗଲା ସେ ଯେମିତି ମୋ ପ୍ରଶ୍ନ ଆଦୌ ଶୁଣିନାହିଁ
ତା’ପରେ ମୁଁ ପୋଲିସକୁ ଡାକିବାକୁ ଧମକ ଦେଲି ତଥାପି ବିନା ଉଦ୍ବିଘ୍ନତା ଓ ଶାନ୍ତିରେ ସେ ନିଜ କାମ କରି ଚାଲିଥାଏ କିଛିକ୍ଷଣ ଅନିଶ୍ଚିତ ସ୍ଥିତିରେ ରହିବା ପରେ ଜାଣିପାରିଲି ତା ବ୍ୟବହାର ବଦଳିବାର ନାହିଁ ସେଇଠୁ ମୁଁ ଠିଆ ହୋଇପଡ଼ି ତା ନାକରେ ଗୋଟିଏ ମୁଥ ମାରିଲି ହଠାତ୍ ସେ ସେଇଠି ପଡ଼ିଗଲା ଏକ ଅସ୍ପଷ୍ଟ ଚିତ୍କାର ତା କଣ୍ଠରୁ ଶୁଭିଲା ପୁଣି ଯଥାଶୀଘ୍ର ସେ ଠିଆ ହୋଇଗଲା ଓ କିଛି ନ କହି ବାରମ୍ବାର ଛତାଦ୍ବାରା ମୋ ମୁଣ୍ଡକୁ ଆଘାତ କରି ଚାଲିଲା ତା ନାକରୁ ରକ୍ତ ବହି ଚାଲିଥାଏ ତାକୁ ଏତେ ଜୋରରେ ମାରିଥିବାରୁ ମୋ ମନରେ ଦୁଃଖ ଅନୁଭବ ହେଉଥାଏ ଅତଏବ ସେ ମୋତେ ମାରୁନଥିଲା, କେବଳ ଛତାକୁ ମୋ ମୁଣ୍ଡରେ ଠୁକଉଥିଲା କିଛି ଯନ୍ତ୍ରଣା ହେଉନଥାଏ ବସ୍ତୁତଃ ଯେମିତି ମାଛିଟିଏ ମୁଣ୍ଡ ଉପରେ ବସିଗଲେ ଆମେ ଘଉଡ଼େଇ ଦେଉ କିଛି ଅନୁଭବ କରି ହୁଏନି ଠିକ୍ ସେହିଭଳି ଅସମଞ୍ଜସ୍ୟ ହେଉଥାଏ ମଥାରେ ହୁଏତ ସେହି ଛତା ମାଛିଟିଏ ଥିଲା ଯାହାକୁ ବାରମ୍ବାର ମୋ ମୁଣ୍ଡରେ ସାମାନ୍ୟ ଅନ୍ତରାଳରେ ନିରନ୍ତର ବସୁଥିଲା
ମୁଁ ଜଣେ ପାଗଳ ହାବୁଡ଼ରେ ପଡ଼ିଯାଇଛି ଏହା ନିଶ୍ଚିତ ହେବାପରେ ସେଠାରୁ ଅନ୍ତରାଳ ହେବାପାଇଁ ଚେଷ୍ଟା ଚଳାଇଲି କିନ୍ତୁ ସେ ନିଃଶବ୍ଦରେ ଛତାଦ୍ବାରା ପ୍ରହାର କରି କରି ଅନୁସରଣ କରୁଥାଏ, ଅର୍ଥାତ ମୁଁ ନିରୁପାୟ ହୋଇ ଦୌଡ଼ିବାକୁ ଲାଗିଲି ସେ ବି ମୋ ପଛରେ ଦୌଡୁଥାଏ ତା ନିଃଶ୍ବାସର ଗତି ପ୍ରଖର ହେଉଥାଏ, ଆୟତ୍ତରୁ ଅଣାୟତ ଜଣାପଡୁଥାଏ ଭାବିଲି ମୋତେ ପୀଡ଼ା ଦେଉଥିବା ସେ ବ୍ୟକ୍ତି ଯଦି ମୁଁ ଏହିପରି ଦୌଡ଼ାଇବି ତା’ହେଲେ ସେ ଅଳ୍ପସମୟ ମଧ୍ୟରେ ଏଇଠି ଶେଷ ହୋଇଯିବ
ତା’ପରେ ମୁଁ ମନ୍ଥର ଗତିରେ ଚାଲିବାକୁ ଲାଗିଲି ବେଳେ ବେଳେ ମୁହଁ ବୁଲେଇ ତାକୁ ଦେଖୁଥାଏ କୌଣସି ତିରସ୍କାର ବା କୃତଜ୍ଞତାର ଚିହ୍ନ ତା ମୁହଁରେ ନଥାଏ ପୁଣି ସେ ସେହି ଛତାଦ୍ବାରା ମୋ ମୁଣ୍ଡକୁ ଠୁକି ଚାଲିଲା, ଭାବିଲି ପୋଲିସ ଷ୍ଟେସନ ଯାଇ ଇନ୍ସ୍ପେକ୍ଟରଙ୍କୁ କହିବି, “ଏହି ବ୍ୟକ୍ତି ଛତାଦ୍ବାରା ମୋ ମୁଣ୍ଡକୁ ମାରୁଛନ୍ତି” ବଡ଼ ବିଚିତ୍ର କେସ୍ ଇୟେ ହୁଏତ ଇନ୍ସ୍ପେକ୍ଟର ମୋତେ ସନ୍ଦେହ ଚକ୍ଷୁରେ ଦେଖିବେ ମୋ ପରିଚୟ ବିଷୟରେ ପଚାରିବେ, ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ମୋତେ ନାକେଦମ୍ କରିଦେବେ ଏଇୟା ବି ହୋଇପାରେ ଏ କେସରେ ଇନ୍ସ୍ପେକ୍ଟର ମୋତେ ଓଲଟା ଗିରଫ କରିନେବେ
ପୁଣି ମୁଁ ଚିନ୍ତାକଲି ଘରକୁ ପଳେଇଗଲେ ସବୁଠୁ ଭଲ ହେବ ଘରକୁ ଯିବାପାଇଁ ବସ ଧରିଲି ସେ ମଧ୍ୟ ବାରମ୍ବାର ମୋ ମୁଣ୍ଡରେ ଆଘାର କରୁଥିବା ଅବସ୍ଥାରେ ବସରେ ଚଢ଼ିଲା ମୁଁ ଆଗରେ ଥିବା ସିଟରେ ବସିଗଲି ସେ ମଧ୍ୟ ଠିକ୍ ମୋ ସାଇଡ୍ରେ ଠିଆ ହେଲା ଏବଂ ବାମହାତରେ ରେଲିଂ ଧରି ଡାହାଣ ହାତରେ ଛତାଦ୍ବାରା ନବୁଝି ନଶୁଝି ମୋ ମୁଣ୍ଡରେ ଠୁକିବାକୁ ଲାଗିଲା ଯାତ୍ରୀମାନେ ଏହା ଦେଖି ହସର ଆଦାନ-ପ୍ରଦାନ ଆରମ୍ଭ କରିଦେଲେ ଡ୍ରାଇଭର ରିଅର୍ ମିରର୍ରେ ଆମକୁ ଦେଖୁଥାଏ ଧିରେ ଧିରେ ବସ ଦ୍ବାରା ଅତିକ୍ରାନ୍ତ ରାସ୍ତା ଖୁସି, ବ୍ୟଙ୍ଗ ମଜାକ୍ ଓ ଅନ୍ତହୀନ ହସ ମଧ୍ୟରେ କଟିଗଲା ଲଜ୍ଜାରେ ମ୍ରିୟମାଣ ହେଉଥାଏ ମୁଁ ହସମଧ୍ୟରେ ପ୍ରଭାବିତ ନ ହୋଇ ଯନ୍ତ୍ରଣା ପାଉଥାଏ
ମୁଁ ବସରୁ ଓହ୍ଲେଇଲି - ନା - ଆମେ ବସରୁ ଓହ୍ଲାଇଲୁ ଆଗକୁ ଚାଲିଲୁ ପ୍ରତ୍ୟେକ ଲୋକ ଆମକୁ ଏକ ଅନ୍ୟଦୃଷ୍ଟିରେ ଦେଖୁଥାନ୍ତି ମୁଁ ଭାବୁଥାଏ, ଏ ନିର୍ବୁଦ୍ଧିଆ ଗୁଡ଼ା ବୋଧହୁଏ ପୂର୍ବରୁ କେବେ ଜଣେ ଅନ୍ୟ ଜଣକୁ ଛତାରେ ମାରୁଥିବାର ଦେଖିନାହାନ୍ତି? ପାଞ୍ଚ ଛଅ ଜଣ ଛୋଟ ପିଲା ଆମକୁ ପାଗଲ ଭାବି ଚିତ୍କାର କରିବାକୁ ଲାଗିଲେ
ହେଲେ ମୁଁ ଏକ ଯୋଜନା କରିଥାଏ ଯେତେବେଳେ ମୁଁ ମୋ ଘରେ ପହଞ୍ଚିଲି, ତା ମୁହଁ ଉପରେ ଧଡ଼ାମ କରି କବାଟ ବାଡ଼େଇବାକୁ ଚେଷ୍ଟା କଲି ତାହା ମଧ୍ୟ ହୋଇପାରିଲା ନାହିଁ ସେ ବୋଧହୁଏ ମୋ ପ୍ଲାନ୍ ବିଷୟରେ ଜାଣିସାରିଥିଲା ମୁଁ ଘରେ ପଶିବା ସହ ସେ ବି କବାଟକୁ ଖୁବ୍ ଜୋରରେ ହାତରେ ଚାପି ଧରି ମୋ ସହ ପଶିଗଲା
ସେବେଠୁ ସେ ବାରମ୍ବାର ନିଜ ଛତାଦ୍ବାରା ମୋ ମୁଣ୍ଡକୁ ଠୁକର୍ ମାରି ଚାଲିଛି ପ୍ରାୟତଃ ସେ ଶୋଉନଥାଏ କି କିଛି ଖାଉନଥାଏ ମୋତେ ମାରିବା ତାର ଏକମାତ୍ର କାର୍ଯ୍ୟ ମୁଁ ଯାହା କିଛି କରୁଥାଏ ସେ ବି ମୋ ସାଥିରେ ଥାଏ ଏପରିକି ମୋର ଅତ୍ୟନ୍ତ ନିଜତମ କାର୍ଯ୍ୟରେ ମଧ୍ୟ ମୋର ମନେ ପଡୁଛି ପ୍ରଥମେ ପ୍ରଥମେ ତା ପ୍ରହାର ଖାଇ ମୋତେ ନିଦ ହେଉନଥିଲା, କିନ୍ତୁ ଏବେ ଭାବୁଛି ତା ପ୍ରହାର ନ ଖାଇଲେ ନିଦ ଆସୁନାହିଁ
ସର୍ବମୋଟ ଆମ ସମ୍ପର୍କ ଠିକ୍ଠାକ୍ ନଥିଲା ଅନେକଥର ମଉକାପାଇ ତାର ଏପରି ବ୍ୟବହାର ପାଇଁ କୈଫିୟତ ମାଗିଛି ହେଲେ କିଛି ଲାଭ ମିଳିନି ସେ କିଛି ନ କହି ସେହିପରି ଛତା ଦ୍ବାରା ମୋ ମୁଣ୍ଡକୁ ଠୁକର ମାରିଚାଲେ କେତେଥର ମଧ୍ୟ ମୁଁ ତାକୁ ମୁଥ ଚାପୁଡ଼ା ଲାତଗୋଇଠା ମାରିଛି, ଏବଂ ବେଳେ ବେଳେ ସେହି ଛତାରେ ପିଟିଛି ଅଥଚ ସେ ଚୁପଚାପ, ତା ବ୍ୟକ୍ତିତ୍ବର ସବୁଠୁ ବଡ଼ କାର୍ଯ୍ୟ, ନିରନ୍ତର ନିଜ କାମରେ ମଜ୍ଜିରହିବା ଯେମିତି କୌଣସି ସିକ୍ରେଟ୍ ମିସନରେ ଲାଗିରହିଛି କିବା କୌଣସି ଉଚ୍ଚତମ ଅଧିକାରୀଙ୍କ ଆଦେଶ ପାଳନ କରୁଛି ତା’ଠି କୌଣସି ଭୌତିକ ପ୍ରତିକ୍ରିୟା ନାହିଁ ଜାଣି ମଧ୍ୟ ମୁଁ ତାକୁ ଅନେକଥର ମାରିଛି ତାକୁ ଯନ୍ତ୍ରଣା ଅନୁଭବ ହୁଏ ନିଶ୍ଚୟ ମୁଁ ଜାଣେ ସେ ବଳହୀନ ମୁଁ ଜାଣେ ସେ ମର୍ତ୍ତ୍ୟ, ମୁଁ ଏହା ମଧ୍ୟ ଜାଣେ ଗୋଟିଏ ମାତ୍ର ଫାଇରିଙ୍ଗରେ ତା’ଠୁ ମୁକ୍ତି ମିଳିଯିବ ଯାହା ମୋତେ ଜଣାନାହିଁ ବନ୍ଧୁକରେ ତାକୁ ମାରିବା ଠିକ୍ ହେବ ନା ମୋତେ? ମୋତେ ଏହାବି ଜଣାନାହିଁ ଯେବେ ଆମେ ଦୁହେଁ ମରିଯିବା ଛତାରେ ଆଉ କେହି ମୋତେ ଠୁକର୍ ମାରିବନି ମୋତେ ଠିକ୍ ଭାବରେ ଜଣା କେବେବି ତାକୁ ବା ନିଜକୁ ମାରିପାରିବି ନାହିଁ
ଏବେ ମୁଁ ଜାଣିଲି ସେହି ଛତାର ଠୁକର୍ ବିନା ମୁଁ ଆଦୌ ବଞ୍ଚିପାରିବି ନାହିଁ ଯେମିତି ଗୋଟିଏ ଚେତାବନୀ ମୋ ଚାରିପଟେ ଛାଇଯାଇଛି ଗୋଟେ ନୂଆ ଆତ୍ମା ମୋ ଭିତରେ ଭଲମନ୍ଦ ଅନୁଭବ କରୁଛି ଏଭଳି ଚିନ୍ତାଧାରା ମନ ମଧ୍ୟରେ ଆସୁଛି, ଯେମିତି ସେହି ବ୍ୟକ୍ତି ମୋ ପାଇଁ ସର୍ବାଧିକ ଆବଶ୍ୟକ ହୋଇଥିଲେ ବି କେବେ ଦିନେ ଛାଡ଼ି ଚାଲିଯିବ ଆଉ ମୋତେ ସେହି ଛତାର ଠୁକର୍ ଆଦୌ ଅନୁଭବ ହେବନି ଯାହାକି ମୋତେ ଗଭୀର ନିଦ୍ରାରେ ଶୋଇବାକୁ ଅନେକ ସହାୟତା କରିଛି... ଯୋଗ ଫର୍ ଲାଇଫ୍
ବିସି-୭୪, ସେକ୍ଟର-୧, ସଲଟ୍ଲେକ୍, କୋଲକାତା-୬୪ ଭ୍ରାମ୍ୟଭାଷ : ୯୬୮୧୩୭୩୫୧୨
Go Back to Previous Page
ଏକ ସୁନ୍ଦର ମୋଡ଼
ମଧୁସ୍ମିତା ପଟ୍ଟନାୟକ
Read Article
ଉତ୍କଳ ଦିବସର ଆହ୍ବାନ
ଲୋକେଶ୍ ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ