ହଠାତ୍ ଜଣେ ଘନିଷ୍ଠ ବନ୍ଧୁଙ୍କ ସହ ଦେଖାହେଲା ବହୁତ ବର୍ଷ ପରେ ସେ ମଧ୍ୟ ଅଚାନକ କିଛି କଥାବାର୍ତ୍ତା ପରେ ସେ ମୋ ଗୀତଲେଖାର ତାରିଫ କରୁ କରୁ ପଚାରିଲେ ତୁମେ କାହାକୁ ପ୍ରେମ କରୁଥିଲ କି.. ଏବେ ସେ ସବୁ ଖୁବ୍ ଭଲ କବିତାରେ ରୂପାନ୍ତରିତ ହୋଇଛି ଓ ତୁମେ ପୋଖତ କବି ପାଲଟି ଯାଇଛ
ଭାବନାକୁ ଖୁବ୍ ରଙ୍ଗରେ ସଜାଇ ପାରିଛ ତୁମ ଆଶ୍ଚର୍ଯ୍ୟ ହେଲି ପ୍ରଥମେ ତାଙ୍କ ମୁହଁରୁ ଏମିତି ଶୁଣି ବିଚକ୍ଷଣ ବୁଦ୍ଧି ବିବେକବାନ୍ ଭଦ୍ରଲୋକଙ୍କ ଏକଥା ମୋତେ ଟିପ୍ପଣୀ ନା ପ୍ରଶଂସା ବୁଝିବାର ମୋ ସାମର୍ଥ୍ୟର ବାହାରେ ଥିଲା ତଥାପି ନ ରାଗି ଅଳ୍ପ ହସି କହିଲି କେବେ କଣ ଆପଣ କାହାକୁ ଭଲପାଇ ନାହାନ୍ତି?? ଭଲପାଇବା କେବଳ କଣ ଶରୀରକୁ.. ଝିଅଟିକୁ.. ତେବେ ଆପଣ ଲେଖୁନାହାନ୍ତି କବିତା ବା ଗଳ୍ପ କେବଳ ଭଲପାଇବାକୁ ନେଇ ମୋର ଏ ପ୍ରଶ୍ନବାଚୀ ନା ଆଉ କିଛି ସେ ବୁଝିଗଲେ ବୋଧହୁଏ ମୁରୁକି ହସି କହିଲେ ତୁମେ ଖୁବ୍ ଆଗକୁ ଯିବ ଆଉ ଦ୍ରୁତ ଗତିରେ ଚାଲିଲେ ମୁଁ ଖାଲି ତାଙ୍କର ଯିବା ରାସ୍ତାକୁ ପଛରୁ ଅନାଇ ରହିଲି ଆଉ ଭାବି ଚାଲିଲି ସତରେ ଭଲପାଇବାରେ ହିଁ ସବୁ କିଛି ଲେଖିବା ପାଇଁ ଖୁରାକ୍ ଯୋଗାଇବ??
ମୁଁ ହସିଲି.. ମୋ ଉତ୍ତର ମୋ ପାଖରେ ରହିଲା ଆଗକୁ କଲମ ଚଲେଇବାକୁ ହେବ.. କିଛି ଲେଖିବା ପାଇଁ.. ଆଉ ଅପେକ୍ଷା ନ କରି ପରୀକ୍ଷା ବି ନ ଦେବାକୁ ହେବ
ବ୍ରହ୍ମପୁର, ଓଡ଼ିଶା
Go Back to Previous Page
ସ୍ମାର୍ଟ୍ ଫୁନ୍ - ୧
ଶୁଭମ୍ ନାଏକ
Read Article
ଏକ ସୁନ୍ଦର ମୋଡ଼
ମଧୁସ୍ମିତା ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ