ଏନ୍ତା ନାଇଁକି ପାତ୍ର ବାବୁ ଫୁନ୍ ନାଇଁ ଧରୁଥାଇ ଧରୁଥାନ୍ ହେଲେ ଫରକ୍ ଏତକି ଯେ ଆଘ ସୁଇଚ୍ ଚିପୁଥିଲେ ଆରୁ ଏଖେନ୍ କାଁଚ୍ ଛିଉଛନ୍ ଇଥିର୍ ଭିତରେ ପାତ୍ରବାବୁ କହେସନ ବୁଝଲ ବିଶ୍ବାସ ଆଘର ଫୁନଟା ବନେଥିଲା ହୋ ଇହାଦେ ଗୁପାତନା ଲାଗସି ମୁଇଁ ଘାଏ ଘାଏ ଇ ସ୍ମାର୍ଟ୍ ଫୁନ୍ ଭିତରେ ଗୁନ୍ଧଲେଇଁ ହୋଇ ଯାଏସିଁ ଇଥିରେ ହେନ୍ତା କାଣା ଅଛେ ଆଜ୍ଞା, ଚଳାବାକେ ସହଜ ଆଏ ହଇ ଯେ ଆମର ଲେଖେଁ ଗାଁ ଇସ୍କୁଲେ ପାଠ୍ ପଢ଼ି କମ୍ ବୟସନୁ ସରକାରୀ କବାର କରା ଲୋକ୍ କେ ନୁହେଁ ସେ ଇଟା
କାଣା କହୁଛନ୍ ଆଜ୍ଞା ହେନ୍ତା ନୁହେଁ ସେ ଇଟା ସମକର ଲାଗି ବୁଝଲେ ଆଜ୍ଞା ଦୁନିଆଁ କେନୁ କେନ୍କେ ଗଲାନ ଆପଣ କେନ୍ ଅଛନ ଆଜ୍ଞା ନାଇଁ ହୋ ବିଶ୍ବାସ ମୁଇଁ ଭାବୁଛେ ଇଟାକେ ଏକ୍ସ୍ଚେଞ୍ଜ୍ କରି ନେମି ମୋର୍ କଥା ଥରେ ଶୁନୁନ୍ ଆଜ୍ଞା ରହୁନ୍ ଇହାଦେ ଆପଣ ଇତାର୍ ବ୍ୟବହାର୍ ନାଇଁ ଜାନବାର୍ ବଲି ଏକ୍ସଚେଞ୍ଜ୍ କରମି ବଲି କହୁଛନ ପଛେ ଜାନଲେ ପସ୍ତାବେ ହଇ ହୋ କାଣା ପସ୍ତାମି ବୁଝଲେ ଆଜ୍ଞା ଆପଣ ଇଥିରେ ଖବରକାଗଜ ପଢ଼ି ପାରିବେ ଦେଶବିଦେଶର ହାଲଚାଲ୍ ଜାନି ପାରିବେ ସଥେ କେଁ ଖାଲି କାଣା ହେତକି ଆଜ୍ଞା, ଆପଣକଁର ଝି ପାଶକେ ପଏସା ପଠେଇ ପାରବେ ବୁଝଲେ ଆଜ୍ଞା, ଆପଣ ଯେନ୍ କିଛିଦିନ ପହେଲାନୁ ମୋର ସଙ୍ଗେ ଫୁନରେ ଯେନ୍ କଥା ନାଇଁ ହଉଥିଲେ କାଏ, ଚାଏର୍ ଧାମ ବୁଲି ଆଏମି ବଲି ତାର୍ ଲାଗି ଇଥିରେ ଆପଣ ସାଙ୍ଗେ ମେଡମ୍କଁର ଭି ରେଲ୍ ଟିକେଟ୍ ବୁକିଂ କରିପାରବେ ବନେ ତ ବଢ଼ିଆଁ କଥା ତ ବିଶ୍ବାସ ଆଘନୁ ଇତାର୍ ଗୁନ୍ ମାନେ କାଏଁ ଯେ ନାଇଁ ବଏଲ? ଆପଣ କେତେବେଳେ ସୁଯୋଗ ଦେଲେ ଯେ ଆଜ୍ଞା! ସେ ଯାହା ହଉ ବିଶ୍ବାସ ବନେ କଥାଟେ ବଏଲ ଇହାଦେ ଜାନଲି ସ୍ମାର୍ଟ୍ ଫୁନର ଗୁନ୍
ତସଲାଡିହି, ସୁନ୍ଦରଗଡ଼, ଓଡ଼ିଶା
Go Back to Previous Page
ୱାଟର୍ ରାଇସ୍ ବନାମ ପଖାଳ ଥାଳି
ସୁବଳ ମହାପାତ୍ର
Read Article
ଅନାବନା ଭାବନା
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ