ସେଦିନ ଥିଲା ଭାଲୁକୁଣୀ ଓଷା, ମନରେ ଅନେକ କୌତୁହଳ ମୋ ବୋଉ ଭାଷାରେ ସେଟା ନେଫଡାମୀ ଆମେ ସେଟା ଶୁଣି ଶୁଣି ଥୋବରା ସବୁଆଡ଼େ ଏ’ଟା ଚାଲେ …ଆମ ନିଜଭାଷା ଯିଏ ଯା ଭାବିଲେ ଠୋ
ହଉ ଆଗେଇବା ଏବେ ପିଲା ଦିନର ସେ ଫେଚକାମିକୁ କିଏ ବା ଅଣଦେଖା କରିପାରିବ କୌତୁହଳରେ ଆମେ ଛୁଆବ୍ୟଗ୍ର ସମୟ କେତେବେଳେ ସରିବ.. ସନ୍ଧ୍ୟା ହେବ… ଆଜି ରାତିରେ କିଡ଼ନାପ୍ ହେବେ କିଛି ଆର ସାହି ଛୁଆ.. ଆମର ପ୍ରତିଦ୍ବନ୍ଦୀ … ବବୀବଲ ଖେଳଠୁ ନେଇ ନଈ ବୁଡ଼ା ସବୁଥେରେ... କେହି କାହାକୁ ନ ଦେଖିଲେ ମନରେ ଆଲୋଡ଼ନ ଥାଏ
ମୁହଁରେ ତାଙ୍କର ଲାଗିବ ଗୋବର …. ଘଷିକଳା …
ଆମେ ଗାମୁଛାରେ ମୁହଁ ଲୁଚେଇ ଚାଲିଲୁ ଚିଲର ପାର୍ଟି… ଆମ ସର୍ଦାର୍ ଦୁର୍ଗାଦା.. ବାପିଭାଇ… ଟୁଣୁନା... ଚନ୍ଦନଦା, ନୁଣ୍ଡ ଇତ୍ୟାଦି… ସାଂଗରେ ଆମ ହାପି ବି… ବଡ଼ବାପାଙ୍କ ପୁଅ… ଫେକିବାରେ ଆଉ ଭାଉମରାରେ କେହି ପାରିବେନି… ଗୁପ୍ତ କଥା ରଖିବନି କିଛି …
ଆମ ବୟସ ସବୁ ୯-୧୦ରୁ ନେଇ ୧୬ ପର୍ଯ୍ୟନ୍ତ… ଚିଲର ପାର୍ଟି ଆମେ ତୟ କଲୁ କିଡନାପ୍ ଟାଇମୀ ୭:୪୦ରୁ ୮:୨୦ ଭିତରେ... କାରଣ ସେ ସମୟରେ ପାବାରକଟ ହଉଥିଲା…. ଆରସାହି ଭାଲୁକୁଣୀ ଟୁଂଗୀଘରକୁ ଚାଲିଲୁ ସେଠି ଭାଲୁକୁଣୀ ଦେଖିବୁ କାହାର ଭଲ… ନିଜ ଭିତରେ ମଜା ଚାଲିବ କା ଭାଲୁକୁଣୀ ଭଲ କା’ର ମନ୍ଦ.. କା’ ବାଘ ଭଲ …ଇତ୍ୟIଦି (..ମନେ ରଖିବେ କି. ଆର ସାହି ମାନେ ଆମ ନିଜ ଭିତରେ ମତଭେଦରୁ ନିଜବଂଶ ଲୋକେ କିଛି ଅଲଗା ହେଇ ୨ଟା ସାହି କରିଦେଇଥିଲେ... ଯଦିଓ କିଛି ମାତ୍ରାରେ ଠିକ ନହେଲ୍ ୮୦ ଘର ରହି ବର୍ଷ ସାରା ଠାକୁରେ ପୁଜା ବି ପାଇ ପାରୁନଥିଲେ )
ଚିଲର୍ ପାର୍ଟି ଚାଲିଲେ… ପକେଟରେ ଲୁଚେଇ ରଖିଛୁ କିଛି କାଦୁଅ ତିଆରି ବମ୍ ଗୋଟେ ବଡ ଯୋଜନା ଅଛି କିଏ ଜାଣେ ଆମ ହାପି ବି ୫ଟା ବରକୋଳି ଖାଇ ତାଂକ ଦଳର ଗୁଇନ୍ଦାଗିରି କରିବବୋଲି ..
ଡିବୀ ଆଲୁଅରେ ଭାଲୁକୁଣୀ ବହି ପଢା ଚାଲିଛି ତ ସହ ଆମ ଆରସାହି ଦେଇମାନେ ଫୁସ୍ ଫୁସ୍ ହେଇ ଭାବୁଛନ୍ତି... କେତେ ଜଲଦୀ ବହି ପଢାଟା ଅନ୍ଧାରୁଆ ବେଳେ ସରିଯାଉ.. ଭୋଗ ଲଗେଇ କିଛି ଗୋଟେ କରିବେ.. ଗିତ୍ୟାନ୍ତ ଛାଲିବ…. ଆମ ସର୍ଦାର୍ ଦୁର୍ଗାଦା ଗୋବରକୁ ଜରିରେ ରଖି ମୋତେ ଇସାରା କଲା କୋଉଛୁଆକୁ ଉଠେଇବା….. ଅବଶ୍ୟ ୯-୧୦ ବର୍ଷ ଛୁଆକୁ କିଡନାପ୍ କରିବାକୁ ଆମେ ଅଖା, ଲୁଂଗୀ ନେଇ ଯାଇଥିଲୁ… ହା ହା ..
Climax ….>>>> ପଢା ଚାଲିଛି... ଆଉ ୧୦ ମିନିଟ୍ ଅଛି… ସମୟ ପାଖେ କମ୍… ଝିଅ ମାନେ ହୁଳହୁଳି ଦେଲେଣି… ଡିବି ମିଂଜିମିଂଜି ହେଇ ଜଳୁଛି…. ଆମେ ଆଚମ୍ବିତ.. ପ୍ଲାନରେ ଫସର ନ ଫାଟୁ ଇଜ୍ଜତ ପଲେଇବ….. ହଠାତ୍… ଶୁଭନା ମୋତେ ଦେଖିଦେଲେ… କହିଲେ ହେଇ ତୁ ଏଠି କଣ କରୁଛୁ କିରେ… ତୋ ଦେଇ ଖୋଜିକି ଗଲାଣି.. ବ୍ୟସ୍ତ ଅଛି ସେ …. ଆମ ଛୁଆ ୪-୫ଟା କିଏ କବାଟ କଣରୁ ଜୋରରେ ହସିବା ଆରମ୍ଭ କରିଦେଲେ…ଭଣ୍ଡାଫୋଡ଼ ହେଇଗଲା…. ଶୁଭନା ଦେଖିଦେଲେ କହିଦେବେ…. ମାଡ ପଡିବ...
ମୋ ଛଡା କେହି ଜାଣିନାହାନ୍ତି ଭାଲୁକୁଣୀ କଡରେ ପଛସାହି ବଡ ବିଲେଇ ଆଇ ବଇଛି.. କିଏ ଜାଣେବା
ଗୋବର ଜରି ଅନ୍ଧାରୁଆ ଭାଲୁକୁଣୀ ଘରକୁ ଫୋପାଡିଦେଇ ଦୌଡ଼ିଲୁ ..
ହଠାତ୍ …….ଏ ସମୟରେ କରେଣ୍ଟ ଆସିଗଲାବୋଧେ …….ଆମ ଆରତୀ ଦେଇ ….ଜୋରରେ ଚିଲେଇ କହୁଥିଲା …….
“ଇଲୋ ପୋଉଲୋ ଏତା ପାକ ନା ପିଏଇ ”
Go Back to Previous Page
ଭାଷାରେ ରାଜନୀତି ପଶିଗଲା
ଡା ସୌମ୍ୟରଞ୍ଜନ ମିଶ୍ର
Read Article
ଅନ୍ତର୍ଦାହ
ଶୁଭକାନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ