ମାର୍ଚ୍ଚ ମାସଟା ସବୁ ଚାକିରୀଆଙ୍କ ପାଇଁ ବଡ଼ ଅଡୁଆ ସମସ୍ତେ ବ୍ୟସ୍ତ କେତେକ କାର୍ଯ୍ୟାଳୟରେ ତ ଫେବୃଆରୀରୁ ବ୍ୟସ୍ତତା ଆରମ୍ଭ ହୋଇଯାଏ, ଆଉ ସରେ ଅପ୍ରେଲ ନହେଲେ ମଇ ମାସର ପ୍ରଥମ ସପ୍ତାହ ବେଳକୁ ସୁଦର୍ଶନ ବି ସେଥିରୁ କେମିତି ବାଦ ଯିବ? ଅତଏବ, ବହୁଦିନ ହେଲା ଦେଖା ହୋଇନଥିଲା ତା’ ସହିତ କିନ୍ତୁ ହ୍ବାଟ୍ସଆପ୍ରେ ବରାବର ଯୋଗାଯୋଗ ଚାଲୁ ରହିଥାଏ ବହୁତ ଦିନ ହେଲା ଦେଖା ହୋଇନି, ମନ ଭଲ ଲାଗୁନି କହିବାରୁ କିଛି ସମୟ ପାଇଁହେଲେ ମଧ୍ୟ ସମୟ ବାହାର କରି ସେ ଆସିଲା ସେ ଆସିଛି ମାନେ, କିଛି ଗୋଟାଏ କଥା ଚର୍ଚ୍ଚା ହେବା ଥୟ ଦେଖା ହେଉ ହେଉ କହି ପକାଇଲା - କ’ଣ ଭାଇନା, ରାଜ୍ୟସଭା ଆଡ଼େ ଯାଉଛ ନା କ’ଣ ଶୁଣିଲି ମୁଁ ଜାଣେ ସେ ବିଦ୍ରୁପ କରୁଛି ତଥାପି କହିଲି, ମିଶ୍ର ସାଙ୍ଗିଆଧାରୀ ନୁହେଁ, ଅନ୍ୟ ଏକ ସାଙ୍ଗିଆଧାରୀ ବ୍ୟକ୍ତି ଯାଉଛନ୍ତି ଆମ୍ଭେ ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଲଗାଉ ତେଣୁ ଆମ୍ଭେ ରାଜନୀତି କଲେ ବୁଡ଼ିଯିବୁ, ନୋହିଲେ ରାଜନୀତି ବୁଡ଼ିଯିବ ରାଜନୀତି, ରାଇଜରୁ ଆରମ୍ଭ ହୋଇ କେତେବେଳେ ସାହିତ୍ୟ ଆଡ଼କୁ ପଶିଗଲା ଜଣା ପଡ଼ିଲା ନାହିଁ ରାଜନୀତି କେଉଁଠି ବି ପଶି ଯାଇପାରେ କେହି ଜଣେ ଜ୍ଞାନୀ କହିଥିଲେ - ଯେଉଁ ଯାଗାକୁ ନଯାଏ ରବି, ସେଠି ପହଞ୍ଚିପାରଇ କବି କିନ୍ତୁ ଆମ୍ଭେ କହୁଛୁ, ଯେଉଁ ଯାଗାକୁ କବି ମଧ୍ୟ ଯାଇ ପାରନ୍ତି ନାହିଁ, ସେହି ଯାଗାରେ ରାଜନୀତି ଅନାୟାସରେ ପହଞ୍ଚିଯାଇ ପାରେ ଆମ୍ଭ ସହ ଏକମତ ହେଉନଥିବା ପାଠକେ ଆମ୍ଭ ସହ ବାଦି ପକାଇ ପାରନ୍ତି
ଛାଡ଼ନ୍ତୁ ସେ କଥା ସୁଦର୍ଶନ ବହୁତ ଖୁସିଥିଲା ଯେ, ସରକାର ଓଡ଼ିଆ ଭାଷାର ଉନ୍ନତି ପାଇଁ ବହୁତ କିଛି କରିବାକୁ ଯାଉଛନ୍ତି ତେଣୁ ଗୋଟି ଗୋଟି କରି ମୋ ଆଗରେ ସରକାରଙ୍କର ଘୋଷଣା ସବୁ ବଖାଣି ଗଲା, ଯଦିଓ ମୁଁ ମଧ୍ୟ ଏ ସବୁ ଖବର ଆଗରୁ ଶୁଣିଥିଲି ସବୁ ଶୁଣିଲା ପରେ ମୁଁ କହିଲି - ସରକାର ଯଦି ଭାଷା ପାଇଁ ଏତେ କହୁଛନ୍ତି, ତେବେ ପ୍ରତିବର୍ଷ ସମ୍ମିଳନୀ ହେବା ଦରକାର କିନ୍ତୁ ତାହା ଉପାନ୍ତ ଅଞ୍ଚଳରେ ହେବା ଆବଶ୍ୟକ ଓଡ଼ିଆ ବିଷୟରେ ନୁହେଁ ଓଡ଼ିଆ ମାଧ୍ୟମରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କର ଦେୟ ଛାଡ଼ ହେବା ଦରକାର ଖାଲି ଦେୟ ଛାଡ଼ କରିଦେଲେ ତ ହେବନି, ସରକାରୀ ଓ ବେସରକାରୀ ଚାକିରୀରେ ବି ସ୍ଥାନ ସଂରକ୍ଷଣ କରିବା ଦରକାର ଓ ଜରୂରୀ ମଧ୍ୟ
ଠିକ୍ କଥା କହିଛ ଭାଇନା ତା’ହେଲେ ତୁମ ପରାମର୍ଶ ଗୁଡ଼ା ଲେଖିକି ସରକାରଙ୍କ ପାଖକୁ ପଠାଉନ? ଆଗ୍ରହର ସହିତ କହିଲା ସୁଦର୍ଶନ ପଠାନ୍ତି ଯେ, ହେଲେ ସଦ୍ୟ ପ୍ରସାରିତ ନ୍ୟୁଜ ଫ୍ୟୁଜ କାର୍ଯ୍ୟକ୍ରମରେ ନେତାମାନେ ଓଡ଼ିଆ ବର୍ଣ୍ଣମାଳା ଜ୍ଞାନ ଦେଖି ସାହାସ ହେଉନି ହାତକୁ କିଏ ଯେମିତି ପଛରୁ ଟାଣି ଧରୁଛି ଓଡ଼ିଆରେ ଲେଖା ଚିଠି ସେମାନେ ପଢ଼ି ପାରିବେ କି ନାହିଁ, ସନ୍ଦେହ ଦୀର୍ଘଶ୍ବାସଟିଏ ପକାଇଲି ମୁଁ
ନେତାମାନେ ପରା ଭାଷା କମିଶନର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ହେବ ସେ ନେଇ ବଳ କଷାକଷି କଲେଣି ଆଉ ଚିଠି ପଢ଼ି ପାରିବେନି କଣ କହୁଛ? ପଶ୍ଚିମା ନେତାମାନେ ବୋଲୁଛନ୍ ଯେ ମୁଖ୍ୟ କାର୍ଯ୍ୟାଳୟଟା ଆମର୍ ଇଆଡ଼େ ହେଉ ଦକ୍ଷିଣୀ ନେତାଏ ବି ଛାଡ଼ିବା ଲୋକ ନୁହନ୍ତି ତାଙ୍କେ ବି ଫୁଲ୍ ଦମରେ ଅଛନ୍ତି ଇଆଡ଼େ ମଝିରୁ ସ୍ବର ଶୁଭିଲାଣି - ହେରା, ଅଫିସଟା ଆମ ଆଡ଼େ କରୁନ କିଆଁ? ଆଉ ବାଲେଶରିଆ ସମସ୍ତକୁ ଗୁଡ଼େ ଗୁଡ଼େ ଜଗିଛନ୍ତି
ମୁଁ ହସୁ ହସୁ ରହିଗଲି ଦେଖିଲୁ ଭାଷା ଭିତରେ ରାଜନୀତିଟା ପୁଣି କେମିତି ପୁରେଇ ଦେଲୁ ଏଥର ଆମେ ଦୁଇଜଣ ମନଖୋଲା ହସ ହସିଲୁ
ମଧ୍ୟଖଣ୍ଡୀ, ଶ୍ରୀ ବଳଦେବଜୀୟୁ, କେନ୍ଦ୍ରାପଡ଼ା, ୭୫୪୨୧୨, ଓଡ଼ିଶା
ଭ୍ରାମ୍ୟଭାଷ : ୯୯୩୭୩୭୪୩୪୨, ଇମେଲ୍ : dr.srmishra@gmail.com
Go Back to Previous Page
ଅସରନ୍ତି କାହାଣୀ ପେଢ଼ି
ଅରବିନ୍ଦ ଆଚାର୍ଯ୍ୟ
Read Article
କିଛି ପୁରୁଣା ଅନୁଭୂତି : ଭାଲୁକୁଣୀ ଓଷା
ଲଲାଟେନ୍ଦୁ ସାମଲ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ