ଅଜାଙ୍କ ପାଖରେ ଖରାଦିନେ ଆମେସବୁ ବସି ଗପ ଶୁଣୁ ଆପଣ ବି ପିଲା ଦିନେ ଶୁଣୁଥିବେ ସେମିତି ଅନେକ କାହାଣୀ ଏଇଠି ଲେଖୁଛି କେମିତି ଲାଗିଲା କହିବେ ଏ ଗପଟି ର ନାଁ .............
ଭାଗ୍ୟ :
ବାରଣାସୀର କଥା ସେଠି ରାହୁଥାନ୍ତି ବିଷ୍ଣୁ ଶର୍ମା ତାଙ୍କର ପିଲା ପିଲି କେହି ନଥାନ୍ତି ଠାକୁରଙ୍କୁ ପୂଜା ପାଠ କରି ଦିନ କଟି ଯାଉଥାଏ ମଣିକର୍ଣ୍ଣିକା ଘାଟ ପାଖରେ ଥିବା ଶିବ ମନ୍ଦିରରେ ପୂଜା କରି ନିଜ ଗୁଜୁରାଣ ମେଣ୍ଟାଉଥାନ୍ତି ତା ସହିତ ଜ୍ୟୋତିଷ ଶାସ୍ତ୍ର ଉପରେ ତାଙ୍କର ଆଗ୍ରହ ବହୁତ ଅନେକ ଲୋକଙ୍କୁ ହାତ ଦେଖି ଯାହା ଯାହା ସବୁ କହନ୍ତି, ପୁରା ସତ ହେଇଯାଏ ଏମିତି ଅନ୍ୟର ଭାଗ୍ୟକୁ ପଢୁ ପଢୁ, ଥରେ ନିଜ ଭାଗ୍ୟକୁ ଦେଖିବାକୁ ଚାହିଁଲେ ନିଜ ଜାତକ ଆଣି ବହୁତ ସମୟ ଧରି ଦେଖି, ହିସାବ କରି ଯାହା ପାଇଲେ ସେଥିରେ ତାଙ୍କ ହୋସ ଉଡିଗଲା ତାଙ୍କ ମୃତ୍ୟୁ କୁମ୍ଭୀର ଦ୍ବାରା ହେବ ବୋଲି ବାହାରିଲା ସବୁ ଜାଣି କାହାକୁ କିଛି କହିଲେନି ସବୁବେଳେ ମନଦୁଃଖ କରି ରହୁଥାନ୍ତି ଘରେ ସ୍ତ୍ରୀ ମଧ୍ୟ ତାଙ୍କ ମନଦୁଃଖର କାରଣ ପଚାରି ପଚାରି ଥକିଗଲେ କିନ୍ତୁ ବିଷ୍ଣୁ ଶର୍ମା କିଛି କହିଲେନି ପୂଜା ପାଠ ସାରି ବେଳେବେଳେ ମନ୍ଦିରରେ ଅଧିଆ ପଡି ଭୋଳାଶଙ୍କରଙ୍କୁ ନିଜ ଗୁହାରି ଜଣାନ୍ତି ଅନେକ ଥର ଲୋକେ ତାଙ୍କୁ ଏମିତି ଅଧିଆ ପଡିଥିବାର ଦେଖନ୍ତି କିଏ କିଏ କହନ୍ତି ଶିବ ଠାକୁରଙ୍କ ସହିତ ସ୍ବପ୍ନରେ କଥା ହୁଅନ୍ତି ବିଷ୍ଣୁ ଶର୍ମା ଏମିତି ଦିନେ ଅଧିଆ ପଡିଥିବା ବେଳେ ଠାକୁରେ ତାଙ୍କୁ ସ୍ବପ୍ନରେ କହିଲେ,
“ବିଷ୍ଣୁ ଶର୍ମା! କଣ ମାଗୁଛୁ ମାଗ!”
“ପ୍ରଭୁ! ଆପଣ ତ ଦୟାଳୁ କେଉଁ କଥା ଅଛପା ଆପଣଙ୍କୁ? ମୋର କୋଳକୁ ପିଲାଟିଏ ଦିଅନ୍ତୁ ପ୍ରଭୁ!”
“ତଥାସ୍ତୁ! କିନ୍ତୁ ଭାଗ୍ୟରେ ଯାହା ଅଛି ନିଶ୍ଚିତ ଭୋଗ କରିବାକୁ ପଡିବ”
ସତକୁ ସତ କିଛିଦିନ ପରେ ବିଷ୍ଣୁ ଶର୍ମାଙ୍କର ପୁଅଟିଏ ହେଲା ସୁନ୍ଦର ଡଉଲ ଡାଉଲ ଚେହେରା ଦିନକୁ ଦିନ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲା ପିଲାଟିକୁ ବହୁତ ଭଲ ପାଉଥିଲେ ବିଷ୍ଣୁ ଶର୍ମା ତା ନାଁ ଦେଲେ “ଦିବ୍ୟଜ୍ୟୋତି”
ଦିବ୍ୟଜ୍ୟୋତିର ପାଠ ପଢା ସମୟ ଆସିଗଲା ଚାଟଶାଳିରେ ତା ନାଁ ଲେଖେଇଲେ ବିଷ୍ଣୁ ଶର୍ମା ଖୁବ ଭଲ ପାଠ ପଢିଲା ସିଏ ସବୁଥିରେ ପ୍ରଥମ ହେଲା ପୁଅର ମୁହଁକୁ ଚାହିଁ ନିଜ ଭାଗ୍ୟ କଥା ଧୀରେ ଧୀରେ ପାଶୋରି ଦେଇଥିଲେ ସେ ଅନେକ ସମୟ ତାଙ୍କର ଦିବ୍ୟଜ୍ୟୋତିକୁ ନେଇ ବିଭିନ୍ନ ନୂଆ ନୂଆ ଜାଗା ବୁଲେଇବାରେ କଟି ଯାଉଥିଲା
କେତେ କେତେ ନୂଆ ଜାଗାକୁ ଯାଇ ସେଠାରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଦିବ୍ୟଜ୍ୟୋତିକୁ ମିଶାଇ ତାର ବିଚକ୍ଷଣ ପ୍ରତିଭାକୁ ଲୋକ ଲୋଚନକୁ ଆଣିଲେ ବିଷ୍ଣୁ ଶର୍ମା ସବୁ ଲୋକ ବାହାବା ଦେଲେ ସବୁ ପ୍ରତିଯୋଗିତାରେ ଦିବ୍ୟଜ୍ୟୋତି ପ୍ରଥମ ସ୍ଥାନ ଅଧିକାର କରୁଥିଲା
ପୁଅର ବିଜୟରେ ନିଜକୁ ଗର୍ବିତ ମନେ କରୁଥିଲେ ବିଷ୍ଣୁ ଶର୍ମା ଧୀରେ ଧୀରେ ତାଙ୍କର ଭାଗ୍ୟ ଉପରେ ଥିବା ଅଖଣ୍ଡ ବିଶ୍ବା ତୁଟିଗଲା ସେ ଭାବିଲେ ଏବେ ସେ ନିଜ ଭାଗ୍ୟରେ ଥିବା ମୃତ୍ୟୁ ଭୟକୁ ମଧ୍ୟ ଜିତି ପାରିଛନ୍ତି ଆଉ କେବେ ବି ସେ କୁମ୍ଭୀର ହାତରେ ମରିବେନି
କିନ୍ତୁ ଭାଗ୍ୟ ବଡ ବିଚିତ୍ର କେତେବେଳେ କଣ ଘଟାଏ , କେହି ଜାଣି ପାରନ୍ତି ନାହିଁ ଅନେକ ଦିନ ପରେ ପୁଅ ଆଉ ବାପା ମିଶି ମଣିକର୍ଣ୍ଣିକା ଘାଟକୁ ଗାଧୋଇବାକୁ ଗଲେ ସେହି ଗାଧେଇବା ସମୟରେ ହଠାତ ପୁଅ ପହଁରା ଶିଖିବା ପାଇଁ ଟିକେ ପାଣି ଭିତରକୁ ଚାଲିଗଲା ବିଷ୍ଣୁ ଶର୍ମା ମଧ୍ୟ ପୁଅ ସହିତ ଆଗକୁ ଆଗକୁ ଚାଲିଗଲେ ହଠାତ ଦିବ୍ୟଜ୍ୟୋତି ପାଟି କରି କହିଲା
“ବାପା! ମୋତେ କୁମ୍ଭୀର ଟାଣି ନେଉଛି, ରକ୍ଷା କର!”
ବିଷ୍ଣୁ ଶର୍ମା ପୁଅକୁ ରକ୍ଷା କରିବାକୁ ଆହୁରି ଗଭୀର ଜଳକୁ ଚାଲିଗଲେ
କିନ୍ତୁ ଏ କଣ? ସେଠି ପୁଅ ଦିବ୍ୟଜ୍ୟୋତି ନଥିଲା ଥିଲେ ସ୍ବୟଂ ଭାଗ୍ୟ ଦେବତା କୁମ୍ଭୀର ରୂପରେ ବିଷ୍ଣୁ ଶର୍ମାଙ୍କୁ କହୁଥିଲେ, “ମୁଁ ହିଁ ଭାଗ୍ୟ! ତୁମ କୋଳରେ ଜନ୍ମ ନେଇଥିଲି ଆଜି କୁମ୍ଭୀର ରୂପରେ ତୁମ ପ୍ରାଣ ହରଣ କରିବାକୁ ଆସିଛି ମୁଁ କଦାପି ଅନ୍ୟଥା ହୁଏନି ବିଷ୍ଣୁ ଶର୍ମା! ତୁମେ ସମସ୍ତେ ମୋ ସହିତ ବନ୍ଧା”
ଏତିକି କହି ବିଷ୍ଣୁ ଶର୍ମାଙ୍କୁ ଭାଗ୍ୟ ଦେବତା କୁମ୍ଭୀର ରୂପରେ ପାଣିକୁ ଟାଣିନେଲେ
…………………………….
ମୋ କଥାଟି ସରିଲା ଫୁଲ ଗଛଟି ମରିଲା
(ପୁଣି ଆର ଥରକୁ ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)
Go Back to Previous Page
ଷ୍ଟୁଲ୍
ଲିପ୍ସାମୟୀ ପଣ୍ଡା
Read Article
ଭାଷାରେ ରାଜନୀତି ପଶିଗଲା
ଡା ସୌମ୍ୟରଞ୍ଜନ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ