ଧୈର୍ଯ୍ୟ ଶବ୍ଦଟି ଅତି ସହଜ ମନେ ହେଲେ ବି ଏହାର ଅର୍ଥ ଅତି ନିଗୁଢ଼ ଯେତେ ସ୍ଥିତପ୍ରଜ୍ଞ ବ୍ୟକ୍ତି ହେଲେ ମଧ୍ୟ ପରିସ୍ଥିତିର ଚାପରେ ପଡ଼ି କେବେ ନା କେବେ ଧୈର୍ଯ୍ୟହରା ହୋଇଥିବ ନିଶ୍ଚିତ କିନ୍ତୁ ସେ ସବୁ ସାମୟିକ ପରିସ୍ଥିତିର ଚାପରୁ ସ୍ବୟଂ ଭଗବାନ ବି ମୁକ୍ତ ନୁହନ୍ତି କିନ୍ତୁ ବର୍ତ୍ତମାନର ଯୁବପୀଢ଼ି ଏତେ ମାତ୍ରାରେ ଅଧୈର୍ଯ୍ୟ ଆଉ ବିଚଳିତ ତାହା ଦେଖିଲେ ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରି ଥରେ ଥରେ ନିଜକୁ ବ୍ୟସ୍ତ ଲାଗେ ପ୍ରଥମତଃ ପ୍ରତିଯୋଗିତାର ଏହି ଯୁଗରେ ନିଜ କ୍ୟାରିୟରରେ ଉତ୍ତମ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର/ଛାତ୍ରୀଟିଏ ନିତ୍ୟ ନୈମିତ୍ତିକ ଜୀବନରେ ଆସୁଥିବା କାମ ଗୁଡ଼ିକ ସହଜରେ କରିପାରନ୍ତି ନାହିଁ ଉଦାହରଣ ସ୍ବରୂପ ଘର ପାଇଁ ସଉଦା କିମ୍ବା ପରିବା ଆଣିବା, ବ୍ୟାଙ୍କରେ ଗୋଟିଏ ଡ୍ରାଫ୍ଟ୍ କିମ୍ବା ଟ୍ରେଜେରୀ ଚାଲାଣ କରିବା ଏମିତି ଅନେକ ଅଛି, ଏ ସବୁ କରିବା ସେମାନଙ୍କ ପକ୍ଷରେ କାଠିକର କାମ ଇଞ୍ଜିନିୟରିଂ କିମ୍ବା ଅନ୍ୟ ପ୍ରଫେସନାଲ୍ ପିଲାଙ୍କ କଥା ନ କହିଲେ ଭଲ ଗୋଟିଏ ସାଧାରଣ ଡିଗ୍ରୀ ପାସ କରିଥିବା ଛାତ୍ର ଯାହା ପାଖରେ ଟେକନିକାଲ୍ ଜ୍ଞାନ ହିସାବରେ କେବଳ କୌଣସି ପ୍ରାଇଭେଟ୍ କମ୍ପ୍ୟୁଟର କେନ୍ଦ୍ରରୁ ପାଇଥିବା ଡିସିଏ, ପିଜିଡିସିଏ ଭଳି ସାର୍ଟିଫିକେଟ୍ ଖଣ୍ଡେ ଥାଏ, ସେ ଆଶା କରିଥାଏ ଯେ କେତେ ଶୀଘ୍ର ତାକୁ ଚାକିରୀ ଖଣ୍ଡେ ମିଳିଯିବ ଆଉ ସେ ରୋଜଗାରକ୍ଷମ ହୋଇ ପାରିବ କିନ୍ତୁ ବାସ୍ତବରେ ଚାକିରୀ ଖଣ୍ଡେ ପାଇବା ଓ ରୋଜଗାରକ୍ଷମ ହେବା ଦୁଇଟିଯାକ ଭିନ୍ନ ବିଷୟ ଆଜିର ଯୁଗରେ କେହି ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ନାହାନ୍ତି କିମ୍ବା ତାଙ୍କଠାରୁ ପାଇଥିବା ଏକ ଟଙ୍କା ନେଇ ଫଳ ବ୍ୟବସାୟ କରି ନିଜ ଗୋଡ଼ରେ ଠିଆ ହେବାଭଳି ଧୈର୍ଯ୍ୟବାନ ଯୁବକ ବି ଆଉ ନାହାନ୍ତି ସମସ୍ତଙ୍କୁ ସହଜ ଓ ସରଳ ରାସ୍ତାରେ କଞ୍ଚା ପଇସାର ମୋହ ଘାରିଛି କିନ୍ତୁ ସେଥିପାଇଁ କେତେ ଧୈର୍ଯ୍ୟ ଆଉ ଅଧ୍ୟବସାୟ ଦରକାର ତାହା ଉପରେ କାହାର ଗୁରୁତ୍ବ ନାହିଁ ଗ୍ରାଜୁଏସନ ସରିବାପରେ ନିଜ କାମ ଶେଷ ହୋଇଗଲା ଭାବିବା ଯୁବକ ଆଜି ବିଭିନ୍ନ ସାହି ଗଳି ଛକର ଚା’ ପାନ ଦୋକାନ ପାଖରେ ଖଟି କରନ୍ତି କିମ୍ବା ବାପାମା’ଙ୍କର କଷ୍ଟ ଅର୍ଜିତ ପଇସା ବ୍ୟୟରେ କିଣା ଯାଇଥିବା ଗାଡ଼ି ଖଣ୍ଡେ ଧରି ବିଭିନ୍ନ ଟ୍ୟୁସନ୍ ସେଣ୍ଟର ଛକରେ ଠିଆ ହୋଇ ନିଜ ଭିତରେ ଥିବା ସୁପ୍ତ ବାସନାକୁ ଚରିତାର୍ଥ କରିଥାନ୍ତି ପ୍ରକୃତରେ ସମସ୍ତଙ୍କ ଭିତରେ କିଛି ନା କିଛି ମୌଳିକ ବିଶେଷ ଗୁଣ ଲୁଚି ରହିଥାଏ ତାକୁ ମାର୍ଜିତ କରିବା ଆଉ ବାରମ୍ବାର ବିଭିନ୍ନ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିବା ଆଦି କାର୍ଯ୍ୟ କରିବାପାଇଁ ଆବଶ୍ୟକ ପ୍ରବଳ ଧୈର୍ଯ୍ୟ ଓ ଦୃଢ଼ ଅଧ୍ୟବସାୟ ଜୀବନରେ କିଛି ବି ଜିନିଷ ସହଜରେ ମିଳେନାହିଁ ସବୁ ପାଇଁ କିଛି ମୂଲ୍ୟ ଦେବାକୁ ହୁଏ ସେହି ମୂଲ୍ୟ ହେଲା କଠିନ ପରିଶ୍ରମ, ଧୈର୍ଯ୍ୟ ଓ ଅଧ୍ୟବସାୟ କଥାରେ ଅଛି;
“ଉଦ୍ୟମେନ ହି ସିଦ୍ଧ୍ୟନ୍ତି କାର୍ଯ୍ୟାଣି ନ ମନୋରଥେ
ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ ”
ଆମକୁ ବାରମ୍ବାର ଉଦ୍ୟମ କରିବାକୁ ହେବ, ଧୈର୍ଯ୍ୟ ରଖିବାକୁ ହେବ, ଅଧ୍ୟବସାୟ କରିବାକୁ ହେବ ସେତିକି ଉପରେ ଗୁରୁତ୍ବ ଦେଲେ ଏକ ସ୍ବର୍ଣ୍ଣିମ ଭବିଷ୍ୟତ ସେମାନଙ୍କୁ ସ୍ବାଗତ କରିବ ଏଥିରେ ସନ୍ଦେହ ନାହିଁ
Go Back to Previous Page
ପୁତୁଲ
ସମ୍ବିତ ସତ୍ୟପ୍ରକାଶ ମିଶ୍ର
Read Article
ଦୋଛକି
ଆଶୁତୋଷ ବରାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ