ପ୍ରଥମ ଭାଗ
ଅରକ୍ଷିତ ନନା ଆଜି ରକ୍ତମୁଖା ତାଙ୍କର ଏ ଅବତାର ମୁଁ ଆଗରୁ କେବେ ଦେଖିନାହିଁ କାଲି ସନ୍ଧ୍ୟାରୁ ବସିଛନ୍ତି ଦେବୀ ଦକ୍ଷିଣକାଳୀଙ୍କ ସାଧନାରେ ପଚାରିଲେ କହୁଛନ୍ତି ଯେ, ସେ ନୁଆଁ କଲେକ୍ଟର ସାହେବଙ୍କର ପ୍ରାଣାହୁତି ଚାହୁଁଛନ୍ତି ଚାଲନ୍ତୁ ଆପଣଙ୍କୁ ଘଟଣାଟି କଣ ବୁଝାଉଛି
ଆମ ଜିଲ୍ଲା ଦେଇ ଯେଉଁ ଜାତୀୟ ରାଜପଥଟି ଯାଉଛି, ସେ ରାସ୍ତାମଝିରେ ଛୋଟ ମନ୍ଦିରଟିଏ କେଉଁ କାଳରୁ ରହିଥିଲା ମା ଦକ୍ଷିଣକାଳୀ ସେଠାରେ ପୂଜା ପାଉଥାନ୍ତି ପ୍ରତି ମଙ୍ଗଳବାରରେ ବହୁ ଶ୍ରଦ୍ଧାଳୁ ଭକ୍ତ ସେଠାକୁ ଆସନ୍ତି ରାସ୍ତା ମଝିରେ ଥିବାରୁ ସେଠାରେ ଟ୍ରାଫିକ୍ ଜାମ୍ ହୁଏ ତିନିବର୍ଷରେ ଅଠରଜଣ ସେଠାରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅରକ୍ଷିତ ନନାଙ୍କ ସେ ସବୁ ପ୍ରତି ଖାତିର ନାହିଁ ସେ କହନ୍ତି, ମା ଦକ୍ଷିଣକାଳୀ ନରବଳି ଲୋଡୁଛନ୍ତି ତାଙ୍କୁ ଏକାବନ ବଳି ଦରକାର ସେ ଯେବେ ପୂରଣ ହୋଇଯିବ, ଲୋକେ ଆଉ ମରିବେନି କିନ୍ତୁ ନୂଆ କଲେକ୍ଟର ସାହେବ ଆଜିକାର ଲୋକ, ମୋଟେ ତିରିଶି ବର୍ଷର ଭେଣ୍ଡିଆ ଟୋକାଟିଏ ସେ କହିଲେ ମନ୍ଦିର ଘୁଞ୍ଚାଯିବ ରାସ୍ତାରୁ ଟିକେ ଦୂରରେ ଏକ ନୁଆ ମନ୍ଦିର ନିର୍ମାଣ ହେବ, ମା’ ଦକ୍ଷିଣକାଳୀଙ୍କୁ ସେଠାକୁ ସ୍ଥାନାନ୍ତରିତ କରାଯିବ ଆଉ ରାସ୍ତା ମଝିରେ ଥିବା ଏହି ଅସ୍ଥାୟୀ ମନ୍ଦିରକୁ ଭାଙ୍ଗିଦିଆଯିବ ଅରକ୍ଷିତ ନନା ସେ ସବୁ ଶୁଣିବାକୁ ନାରାଜ ସେ କହିଲେ ଯିଏ ମନ୍ଦିରକୁ ହାତ ଲଗେଇବ, ତାକୁ ଏଇ ମନ୍ଦିର ବେଢ଼ାରେ ବଳି ଦେଇଦେବି ବହୁ ହିତାକାଂକ୍ଷୀ ଲୋକ ଯାଇ କଲେକ୍ଟରଙ୍କୁ ବୁଝେଇବାକୁ ଚେଷ୍ଟା କଲେ ଓ ଜାଗାର ଇତିହାସ ବିଷୟରେ ବି ଜଣାଇଲେ
ଏହା ଆଗରୁ ତିନିବର୍ଷ ତଳେ ଜିଲ୍ଲା କୋର୍ଟର ଜର୍ଜ୍ ନିର୍ଦ୍ଦେଶ ଦେଇଥିଲେ ଏହି ଅସ୍ଥାୟୀ ମନ୍ଦିରକୁ ଭାଙ୍ଗିବା ପାଇଁ ସେତେବେଳକୁ ଆମର ଜଣେ ଭାରି ସଚ୍ଚୋଟ ଏସପି ସାହେବ ଥାଆନ୍ତି, ଆଜାଦ୍ ଖାନ ସାହେବ ସେ ନିଜ ଦାୟିତ୍ବରେ ଏହି ମନ୍ଦିରର ଭଙ୍ଗା ହେବା କାର୍ଯ୍ୟକୁ ତଦାରଖ କରିବାପାଇଁ ଆଗଭର ହୋଇଥିଲେ ସେତେବେଳେ ଆମ ଅରକ୍ଷିତ ନନା କେମିତି ହେଲେ ମନ୍ଦିରକୁ ବଞ୍ଚାଇବାକୁ ଯାଇ ଭଡ଼ାଟିଆ ଲୋକ ଆଣି ପଥର ମାଡ଼ କରାଇଥିଲେ ଏହାକୁ ନେଇ ଅନେକ ବଚସା ବି ହୋଇଥିଲା ପୋଲିସ ଲାଠିମାଡ଼ ବି ହୋଇଥିଲା ହେଲେ ଏହାର ଲାଭ ଉଠାଇଲେ ଆମ ଅରକ୍ଷିତ ନନା, ଗଣମାଧ୍ୟମ ଆଗରେ କହି ଚାଲିଲେ ଯେ ଏସପି ସାହେବ ମୁସଲମାନ ହୋଇଥିବାରୁ ହିନ୍ଦୁ ମନ୍ଦିର ଭାଙ୍ଗିବା ପାଇଁ ମସୁଧା କରୁଛନ୍ତି ଅବସ୍ଥା ଏମିତି ହେଲା ଯେ ଏସପି ସାହେବଙ୍କୁ ତୁରନ୍ତ ବଦଳି କରି ଦିଆଗଲା ଆଉ ମନ୍ଦିର ଆଡ଼କୁ କେହି ଦେଖିଲେ ନାହିଁ
ଏ କଥା କଲେକ୍ଟର ସାହେବ ଶୁଣିବାପରେ ବିରକ୍ତ ହୋଇ କହିଲେ, ଆମ ଦେଶର ତ ଏଇ ଅସୁବିଧା ମନୁଷ୍ୟକୁ ଚିହ୍ନିବା ପାଇଁ ତା ବ୍ୟକ୍ତିଗତ ପରିଚୟକୁ ଛାଡ଼ିଦେଇ ଜାତି ଧର୍ମ ଆଦିକୁ ଆଗକୁ ନେଇ ଆସନ୍ତି ହେଉ, ମୁଁ ତ ବ୍ରାହ୍ମଣ, ଦେଖାଯାଉ ସେ ମୋତେ କଣ କହି ଅପଦସ୍ତ କରିବେ
କଲେକ୍ଟର ସାହେବଙ୍କ ତତ୍ବାବଧାନରେ ଏକ ନୂତନ ମନ୍ଦିର ନିର୍ମାଣ ତ୍ବରାନ୍ବିତ ଗତିରେ ଦୁଇମାସରେ ହୋଇଗଲା ଏ ସବୁ ଦେଖୁଥିବା ଅରକ୍ଷିତ ନନା କିନ୍ତୁ ମନେ ମନେ ଚିନ୍ତା କରିଥାନ୍ତି ଯଦି କେହି ମନ୍ଦିରକୁ ହାତ ଲଗାଏ ତାହେଲେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିଦେବେ
ଏ ସବୁ ପରିସ୍ଥିତି କାଳେ ଉପୁଜିବ ବୋଲି ମନେ କରି କଲେକ୍ଟର୍ ସାହେବ ଦିନେ ରାତିରେ ନିଜେ ଗୁପ୍ତ ଯୋଜନାଟିଏ କଲେ ରାତି ଅଧରେ ଗାଧୋଇ ପାଧୋଇ ବ୍ରାହ୍ମଣଙ୍କ ଭଳି ହଳଦିଆ ବସ୍ତ୍ର ପିନ୍ଧି ମନ୍ଦିରରେ ପ୍ରବେଶ କଲେ ଓ ଦକ୍ଷିଣକାଳୀଙ୍କ ପ୍ରତିମାକୁ ସସମ୍ମାନେ ନିଜ କାନ୍ଧରେ ବୋହି ନେଇ ନୂତନ ମନ୍ଦିରରେ ପ୍ରତିଷ୍ଠା କରିଦେଲେ ଏ ସବୁ ପୋଲିସ ସୁରକ୍ଷା ବଳୟରେ ହୋଇଗଲା ଦେବୀ ପ୍ରତିମା ସ୍ଥାନାନ୍ତରଣ ହୋଇଯିବାପରେ ଅନ୍ଧାର ରାତିରେ ହିଁ ମନ୍ଦିରକୁ ରାସ୍ତା ମଝିରୁ ନିଶ୍ଚିହ୍ନ କରି ଦିଆଗଲା ବଡ଼ ବଡ଼ ବୁଲଡୋଜର ଆଣି
ସକାଳୁ ଏଇ ଖବର ନିଆଁ ପରି ବ୍ୟାପିଗଲା ଅରକ୍ଷିତ ନନା ଅସ୍ତବ୍ୟସ୍ତ ହୋଇ ଦଉଡ଼ି ଗଲେ ସେଠାରେ ଜନ ସମୁଦ୍ର ଲୋକଙ୍କୁ ଧକ୍କାଦେଇ ଭିଡ଼କୁ ଆଡ଼େଇ ସେ ଆଗକୁ ଯାଇ ଯାହା ଦେଖିଲେ ସେଥିରେ ନିଜ ଚକ୍ଷୁ ଉପରେ ବିଶ୍ବାସ କରିପାରିଲେ ନାହିଁ ମନ୍ଦିର ସ୍ଥାନରେ ଭଙ୍ଗା ଇଟାପଥର ଛଡ଼ା ଆଉ କିଛି ନଥିଲା ସବୁକିଛି ଭାଙ୍ଗି ଚୁରମାର ହୋଇଯାଇଥିଲା ସେ ଅନୁଭବ କରି ପାରୁଥିଲେ ଯେ, ଗହଳିରେ ଥିବା ସବୁଲୋକ ତାଙ୍କ ଅସହାୟତା ଓ ବିଫଳତା ଉପରେ ହସୁଛନ୍ତି ତାଙ୍କର ସବୁ ଗର୍ବ ଓ ଗୌରବ ମାଟିରେ ମିଶି ଯାଇଛି ସେ ରକ୍ତମୁଖା ହୋଇ ସାଧନାରେ ବସିଗଲେ ଦେବୀଙ୍କୁ ସନ୍ତୁଷ୍ଟ କରି କଲେକ୍ଟର ବାବୁଙ୍କ ପ୍ରାଣାହୁତି ଭିକ୍ଷା କରିବା ପାଇଁ ତାଙ୍କ ପାଇଁ ବର୍ତ୍ତମାନ ଧର୍ମ ଦ୍ବିତୀୟ ଓ ପ୍ରତିଶୋଧ ପ୍ରଥମ ପାଲଟି ଯାଇଛି ତାଙ୍କ ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି ଦୟା ବି ଆସୁଛି କିନ୍ତୁ କରିବା କଣ? ସେ ତ ବୁଝେଇଲେ ବୁଝିବା ଲୋକ ନୁହଁ ଭଲ ପାଇବା ଆଉ ଯୁଦ୍ଧରେ ସବୁକିଛି ଠିକ୍ ବୋଲି ବି ତ କେହିଜଣେ କହିଛନ୍ତି ସେ ଏବେ ଯୁଦ୍ଧମୁଖୀ...
କ୍ରମଶଃ ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା, ଓଡ଼ିଶା
Go Back to Previous Page
ଆକାଶର ନୀଳିମା
ସତ୍ୟବ୍ରତ ମହାପାତ୍ର
Read Article
ନାଁ
ଅମ୍ବରୀଷ ପୁଣ୍ଡରିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ