ସେଦିନ ଆକାଶର ରଙ୍ଗ ଭିନ୍ନ ଥିଲା। ବାଦଲର ଉହାଡରେ ସୂର୍ଯ୍ୟ ଲୁଚକାଳି ଖେଳୁ ଖେଳୁ ଆକାଶକୁ କେତେବେଳେ ଝଲକାଉଥିଲେ ପୁଣି କେତେବେଳେ ଫିକା କରି ଦେଉଥିଲେ। ସତରେ ଆକାଶର କେତେ ଭାଗ୍ୟ। ସୂର୍ଯ୍ୟ ସକାଳୁ ସନ୍ଧ୍ୟା ଯାଏଁ ତାର ସାଥୀ ହୋଇ ରହୁଛନ୍ତି। ସକାଳଟା ତ ବହୁତ ଭଲଲାଗେ। ହେଲେ ଖରାବେଳେ ଅନେକ ଟା କଷ୍ଟକର। ସେତେବେଳେ ଆକାଶ ଜଗିବ ସେ ସୂର୍ଯ୍ୟଙ୍କ ଫେରିବା ସମୟକୁ। କଷ୍ଟ ଧୀରେ ଧୀରେ ଅପସରି ଗଲାବେଳକୁ ଚାଲି ଆସେ ସେଇ ଅତି ଆପଣାର ଜହ୍ନ।
ଜହ୍ନ କଥା ନିଆରା। ଭାରି ଅଭିମାନନୀ। ଖୁସି ମନରେ ଆସିବ ଯିବ କିଛିଦିନ। ତାପରେ ରୁଷିବା ଆରମ୍ଭ କରିଦେବ। କାହିଁକି ଯେ ସେ ଏତେ ରୁଷେ ଜାଣିହୁଏନା। ମୁହଁକୁ ଅଳ୍ପ ଦିନ ପୁରା ଦେଖାଏ। ତାପରେ ମନୋଇ ଟା, ମୁହଁକୁ ଲୁଚାଇ ଲୁଚାଇ ଶେଷରେ ଛପି ଯାଏ। କଣ ମିଳେ ସେଥିରୁ ତାକୁ କେଜାଣି। ହେଲେ ପୁଣି ସେ ଫେରିଆସେ, ଆଉ ଶୀତଳ ଆଲୋକରେ ଆକାଶକୁ ଆବୋରି ଧରେ।
ତାରା ମାନଙ୍କ କଥା କଣ ଯେ କହିବି। ଆକାଶର ତ ଏମାନେ ଚିରସାଥୀ। ସୂର୍ଯ୍ୟ ଥିଲା ବେଳେ ଏମାନେ ଦୁରେଇ ରୁହନ୍ତି ଆଉ ଜହ୍ନ ଆସିଲେ ଖୁସି ମନରେ ଝଟକନ୍ତି।
ବାଦଲ ଗୁଡାକ ଭାରି ଚଗଲା। ଆକାଶ ପାଖରେ ପାଖରେ ପ୍ରାୟ ଥାଆନ୍ତି। ଆଉ ମଝିରେ ମଝିରେ କଳି କଜିଆ କରି ଲୁହ ଝରାନ୍ତି।
ଆକାଶ ......
ଆକାଶ ସେମିତି ଥାଏ। ସ୍ଥିର, ଶାନ୍ତ ଆଉ ସର୍ବଂସହା। କେବେ ସେ କହିପାରିନାହିଁ, ହେ ସୂର୍ଯ୍ୟ ତୁମ ଭୋର ବେଳାର ରୂପ ଆଉ ମଧ୍ୟାହ୍ନ ବେଳର ରୂପରେ ଏତେ ତଫାତ କାହିଁକି। ଅପେକ୍ଷାରେ ଥାଏ ତୁମ ଆସିବା ବାଟକୁ ପୁଣି ଜଗି ବସିଥାଏ ତୁମର ଫେରିବା ବାଟକୁ। କହି ବି ପାରିବନି ସେ ରହିଯାଅ ବୋଲି କାରଣ ଏ ଉତ୍ତାପକୁ ଶୀତଳ କରିବ ଯେ ପରମ ବନ୍ଧୁ ଜହ୍ନ।
କହିପାରେନି ସେ ଜହ୍ନକୁ ରୁଷନା ବୋଲି କି ବା ଲୁଚନା ବୋଲି। ଯେତେବେଳେ ଆସେ ଜୋଛନାର ଆଲୋକରେ ଯେ ଭରି ଦିଏ ଖୁସି।
ତାରା ମାନେ ...... ଥାଆନ୍ତି ସବୁ ସମୟରେ କିନ୍ତୁ ଦୁରରେ ଦୁରରେ।
ଚଗଲା ବାଦଲ..... ସେମାନେ ତ କାହା କଥା ଶୁଣନ୍ତିନି। ଭାସି ଚାଲିଥାନ୍ତି ନିଜ ମନ ପସନ୍ଦରେ। ସେମାନେ କାହିଁକି ବା ଶୁଣିବେ ଆଉ କାହା ବିଷୟରେ।
ସହି ଚାଲିଛି ଆକାଶ ଯୁଗ ଯୁଗ ଧରି। ସହିବା ସତେ ଯେମିତି ତାର ଧର୍ମ। ନୀଳ ରଙ୍ଗ ମେଲାଇ ଖୋଲି ଦେଇଛି ସେ ଆଦରର ପସରା।
(ଉତ୍ସର୍ଗ- ନାରୀ ଜାତିକୁ)
୪୭, ପ୍ରାଚୀ ଏନକ୍ଲେଭ
ଚନ୍ଦ୍ରଶେଖରପୁର
ଭୁବନେଶ୍ବର
ମୋ: ୮୨୪୯୯୭୬୮୯୭
Go Back to Previous Page
ଟ୍ୟୁସନ୍ ଯାତ୍ରା
ସୁଦାମ ଦାସ
Read Article
ଦେବୀ ଉଗ୍ରଚଣ୍ଡୀ ଉବାଚ
ଗୁପ୍ତେଶ୍ବର ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ