ଅନ୍ଧାର ଘର ଭିତରେ ନିଜର ଦୁଇଟି ପିଲାଙ୍କୁ ଶୁଆଇ ଦେଇ ସକିନା ଏପାଖ ସେପାଖ ହେଉଥିଲା ଝରକା ଦେଇ ବାରମ୍ବାର ବାହାରକୁ ଦେଖୁଥିଲା ଗଳିର ମୁହଁରେ କିଛି ଯୁବକ ଏକତ୍ରିତ ହୋଇଥିଲେ କିନ୍ତୁ ଅଧିକାଂଶ ଗଳି ଆଜି ଅନ୍ଧକାର ଲାଗୁଥିଲା ସାଧାରଣତଃ ଏହି ସମୟରେ ଗଳିରେ ଅଧିକ ଗହଳି ଚହଳି ଲାଗି ରହିଥାଏ ଘର ସାମନାରେ ଖାନ୍ ଚାଚାର କିରାଣୀ ଦୋକାନରେ ତାଲା ପଡ଼ିଛି ପ୍ରାୟ ସବୁ ଘର ଅନ୍ଧକାରରେ ଅଛନ୍ତି ଦୁଇଦିନ ହୋଇଗଲା ସାହିରେ ବିଜୁଳୀ ନାହିଁ ରୋଷେଇ ସାରିଦେଇ ସକିନା ପିଲା ଦୁଇଙ୍କୁ ଖୁଆଇ ଦେଇ ଶୋଇଦେଲା ହେଲେ ତାକୁ ନିଦ ଆସୁନି ଅବଶ୍ୟ ବେଶୀ ସମୟ ହୋଇନି ଅବଦୁଲ୍ ସବୁଦିନ ଘରକୁ ଫେରୁ ଫେରୁ ରାତି ଦଶଟା ବାଜିଯାଏ ହେଲେ ଏବେ ଯାହା ଅବସ୍ଥା ହୋଇଛି ସେଥିରେ ଏତେ ସମୟ ସେ ବାହାରେ ରହିଲେ ସକିନାର କିନ୍ତୁ ଛାତି ଭିତରେ ଖୁବ୍ ଯନ୍ତ୍ରଣା ହୁଏ ଅନେକ ପ୍ରକାରର ଭାବନା ତା ମନକୁ ଖିନ୍ଭିନ୍ କରି ପକାଏ ପଡ଼ିଶାଘରେ ବି ଅନ୍ଧାର ଅଗଣା ଦେଇ ସେ ଧିରେ ଡାକଦେଲା, “ରିତା ଭାବି, ରିତା ଭାବି... ଭୈୟା ଘରକୁ ଆସିଗଲେଣୀ କି?” ସେପାଖରୁ କେହି ଜଣେ ଉତ୍ତର ଦେଲା, “ହଁ, ସେ ଅନେକ ସମୟ ହେଲା ଆସିଲେଣି ଅବଦୁଲ୍ ଭାଇ ଆହୁରି ଆସିନାହାନ୍ତି?” ସକିନାର ମନରେ ଅନେକ ଆଶଂକା ଘର କରିଲାଣି ଅନିଚ୍ଛା ସତ୍ତ୍ବେ ଆଖିରେ ଲୁହର ଧାର ବହିଲାଣି ଏହି ସମୟରେ ଘରର କବାଟରେ କେହି ଜଣେ କରାଘାତ କରିବାର ଶବ୍ଦ ଶୁଣି ସକିନା ଦଉଡ଼ିଗଲା କବାଟ ଖୋଲି ଦେଇ ସାମନାରେ ଅବଦୁଲକୁ ଦେଖୁ ଦେଖୁ ତାକୁ ଭିଡ଼ି ଧରି କାନ୍ଦିପକାଇଲା
- କଣ ହେଲା? କାନ୍ଦୁଛ କାହିଁକି? ଅବଦୁଲ ସଂଶୟରେ ପଚାରୁଥିଲା
- ତମେ ଏମିତି ଅଧିକ ସମୟ ବାହାରେ ଆଉ ରୁହନାହିଁ ମୋତେ କାହିଁକି କେଜାଣି ଅନେକ ପ୍ରକାର ଆଶଂକା ହେଉଛି
- ମନକୁ ଥୟ କର କିଛି ଅସୁବିଧା ହେଇନି କି ହେବନି ଚାଲ ଖାଇବାକୁ ଦିଅ
ଖାଇବାପାଇଁ ରୁଟି ଆଉ ଭଜା ପ୍ଲେଟରେ ଥୋଇଦେଇ ପାଖରେ ବସିଗଲା ସକିନା ଖାଉ ଖାଉ ଅବଦୁଲ୍ କହିଲା, “ଆଜି ଭଜାରେ ଲୁଣ ଜମା ପଡ଼ିନି? କେଉଁଠି ମନ ଥିଲା ରୋଷେଇ କରିବା ବେଳେ?”
“ଘର ବାହାରେ ଯାହା ସବୁ ଘଟଣା ଘଟୁଛି ସେ ସବୁକୁ ଦେଖୁ ଦେଖୁ ଚିନ୍ତା ହେଇଗଲା, ତେଣୁ ରୋଷେଇ କରିବା ବେଳେ ଅସୁବିଧା ହୋଇଗଲା” ସକିନା କହିଲା ଅବଦୁଲ କିଛି ନ କହି ସେତକ ଖାଉଥିବା ବେଳେ ଅଗଣା ସେପାଖରୁ କେହିଜଣେ ପଚାରିଲା, “ସକିନା... ଏ ସକିନା... ଅବଦୁଲ୍ ଭାଇ ଆସିଲେ ନା ୟାଙ୍କୁ ପଠେଇବି?” ସକିନା ଉଚ୍ଚସ୍ବରରେ କହିଦେଲା, “ନାଇଁ ଭାବି ଆଉ ଜରୂରତ୍ ନାହିଁ ସିଏ ଆସିଗଲେଣି”
ଖାଉଥିବା ବେଳେ ବିରକ୍ତ ଭାବ ପ୍ରକାଶ କରି ଅବଦୁଲ କହୁଥିଲା, “ତମେ ତାଙ୍କୁ କାହିଁକି ସବୁ କଥା କହୁଛ? ଜାଣିଛ ନା ସେମାନେ କିଏ ?”
ସକିନା ଆଁ କରି ଚାହିଁ ରହିଥିଲା
“ଆଜି ଆମ ସହ ଯାହା ବି ସବୁ ଅଘଟଣ ଘଟୁଛି ସବୁ ସେଇ ମାନଙ୍କ ଯୋଗୁଁ, ହେଲେ ତମେ କିଛି ବୁଝିବନି ସେମାନଙ୍କଠୁ ଦୂରରେ ରୁହ ଏଥିରେ ଆମର ଭଲ ଦେଖୁଛ ସହର ସାରା କେତେ ଗଣ୍ଡଗୋଳ, ହଣାକଟା ହେଉଛି, ଆଉ ତମେ ତଥାପି ସେମାନଙ୍କ ସହ....” ଅବଦୁଲ କଥାକୁ ସେତିକିରେ ରଖିଦେଇ ଖାଇବାରେ ଧ୍ୟାନ ଦେଲା
ସକିନା ବିରକ୍ତ ହୋଇ କହିଲା, “ସହରରେ କଣ ହେଲା ନ ହେଲା ସେଥିରେ ସେମାନଙ୍କର କଣ ଦୋଷ ଅଛି? ସେମାନେ କଣ ତମକୁ କେବେ କିଛି ଖରାପ ବ୍ୟବହାର କରିଛନ୍ତି କି? ପାଖ ପଡ଼ିଶାରେ ଅଛନ୍ତି ବୋଲି ପରସ୍ପରକୁ ସାହାଯ୍ୟ କରିବାକୁ ଟିକେ କଣ କହିଦେଲି ତମର ଭାଷଣ ଆରମ୍ଭ ହେଇଗଲା ଘରେ ଏକା ରହି ଦେଖ ମୋ ସହ କଣ ହେଉଛି ବୁଝିବ ତମେ ତ ଘର ବାହାରେ ରହୁଛ, ଏଇଠି ପ୍ରତି କ୍ଷଣ ମନରେ କେତେ କେତେ ଆଶଂକା ଆସୁଛି ସେ ବିଷୟରେ ତମେ କେମିତି ଜାଣିବ? ଘରେ ଦି ଦିଟା ପିଲା କିଏ ଖାଇଲା ନ ଖାଇଲା, କିଏ କୁଆଡ଼େ ଗଲା ଏ ସବୁ କଥା କେବେ ବୁଝୁଛ? ବଡ଼ ପୁଅକୁ ମେଲେରିଆ ହେଇଥିଲା ବେଳେ ତମେ ତାକୁ ଡାକ୍ତର ପାଖକୁ ନେଇଥିଲ? ପଡ଼ିଶାଘରେ ଏ କଥା ଜାଣିବା ପରେ ସେମାନେ ତାକୁ ନେଇ ଡାକ୍ତର ପାଖକୁ ଯାଇଥିଲେ ତାଙ୍କ ପାଇଁ ଭଲରେ ମନ୍ଦରେ ମନକୁ ଥୟ କରି ହେଉଛି ଆଉ ତମେ ... ମସଜିଦ୍ ରେ ବସି ଘର ଚଳେଇବ?”
ଅବଦୁଲ୍ ଖାଇବା ଥାଳିଟା ତଳେ ଥୋଇଦେଇ ହାତ ଧୋଇ ଉଠିଗଲା
ଶୋଇବା ପାଇଁ ସବୁ ବ୍ୟବସ୍ଥା କରିଦେଇ ସକିନା ଅବଦୁଲ୍ ପାଖରେ ବସି ବୁଝାଉଥିଲା “ଦେଖ ଆମର ଦୁଇଟା ପିଲା ସେମାନେ କେମିତି ଭଲରେ ବଡ଼ ହେଲେ ସେଇ ଚିନ୍ତା କରିବା ଆମର କାମ ଆଲ୍ଲାଙ୍କ ଦୟାରୁ ତମ ଦୋକାନ ଭଲ ଚାଲିଛି ଯଦି ଆମେ ଘରେ ଖାଇପିଇ ରହିବା ଶାନ୍ତିରେ ରହିବା, କାହିଁକି ସେ ଗଣ୍ଡଗୋଳ ଗହଳିକୁ ଯିବା କହିଲ? କେତେ ଯୁଗରୁ ଏଇ ସହରରେ ଆମେ ଆଉ ଆମ ବାପା ଗୋସେଇଁବାପା ରହି ଆସିଛନ୍ତି କେବେ ଏମିତି ହେଇଥିଲା କି? ତା ହେଲେ ଏବେ କାହିଁକି ଏ ସବୁ ଗଣ୍ଡଗୋଳ ହେଉଛି? ସେ ଯା ହେଉ, ଯିଏ ଗଣ୍ଡଗୋଳ କରୁଛି କରୁ ଆମର ସେଥିରେ କିଛି ଯାଏ ଆସେ ନାହିଁ ତମେ ସେଆଡ଼େ ଆଉ ଯାଅନାହିଁ” ଏହା କହି ସକିନା ଅବଦୁଲର ଛାତିରେ ମୁଣ୍ଡ ଦେଇ ଦେଲା
ଅବଦୁଲ ସକିନାର ବାଳରେ ଆଙ୍ଗୁଠି ଦେଇ କୁଣ୍ଡାଇ ଦେଉ ଦେଉ କହିଲା, “ତମେ ଜାଣିନ ଏଠି ଗୋଟେ ବଡ଼ ଷଡ଼ଯନ୍ତ୍ର ଚାଲିଛି ଆମକୁ ଏଇ ଦେଶରୁ ବାହାର କରିଦେବା ପାଇଁ କିଛି ଲୋକ ମସୁଧା କରୁଛନ୍ତି ସେମାନଙ୍କୁ ଯଦି ଆମେ ବିରୋଧ ନ କରିବା, ତା ହେଲେ ଆମ ଅବସ୍ଥା କଣ ହେବ କହିଲ? ସେଇଥି ପାଇଁ ଖାସ୍ ମସଜିଦ୍ରେ ପ୍ରତିଦିନ ସଭା ସବୁ ହେଉଛି ଗଲା ସପ୍ତାହେ ହେଲା କେତେ କେତେ ଘଟଣା ସବୁ ଘଟିଲାଣି ଆମ ସାହିର ଚାରିଟା ଯୁବକ ଗଣ୍ଡଗୋଳରେ ଆହତ ହେଇଛନ୍ତି ଏ ସବୁ ଛୋଟ୍ କଥା ନାହିଁ ଆଜି ଆମେ ନିରବ ରହିଲେ କାଲି ଆମ ଘରେ ବି ଏଇ ନିଆଁ ପଶିବ ସେତେବେଳେ ଆମକୁ କିଏ ସାହାଯ୍ୟ କରିବ?”
ସକିନା ଅଭିମାନ କରି କହିଲା, “ମୋତେ ସେ ସବୁ ଜଣାନାହିଁ ତମେ ମୋତେ ଛାଡ଼ି କୁଆଡ଼େ ଯିବନାହିଁ ଯଦି ତମକୁ ଏହି ଗଣ୍ଡଗୋଳ ହଣାକଟାରେ ମାତିବାର ଅଛି ତା ହେଲେ ଆମ ମା ପୁଅ ତିନିଜଣଙ୍କୁ ତଣ୍ଟିଚିପି ମାରିଦିଅ ଆଉ ତମ ଯାହା ଇଚ୍ଛା ତାହା କର”
ଅବଦୁଲ ନିରବ ହୋଇଗଲା ରାତିର ଅନ୍ଧକାର ଅଧିକରୁ ଅଧିକ ଗଭୀର ହେଉଥିଲା କେତେବେଳେ ସେମାନେ ଶୋଇଗଲେ ଜାଣିପାରିଲେ ନାହିଁ ହଠାତ୍ ବିସ୍ଫୋରଣ ଭଳି ଏକ ଶବ୍ଦରେ ସେମାନଙ୍କ ନିଦ ଭାଙ୍ଗିଗଲା ତଳେ ଶୋଇଥିବା ଦୁଇଜଣ ପୁଅ ଚିତ୍କାର କରି କାନ୍ଦି ଉଠିଲେ ଅବଦୁଲ ଶେଯରୁ ଉଠି ଦାଣ୍ଡଘର ଝରକା ପାଖକୁ ଯାଇ ବାହାରକୁ ଦେଖୁଥିଲା ଅନ୍ଧାରରେ ସେ ଭଲ ଭାବରେ ଦେଖି ପାରୁଥିଲା, ତାଙ୍କ ସାହିର ନସୀମ୍, ଅୟୁବ୍ ଆଉ ଶାହିଦ୍ ସମେତ ଅନେକ ଯୁବକ ପଡ଼ିଶାଘର ସାମନାରେ ବୋମାମାଡ଼ କରିଛନ୍ତି ହାତରେ ତୀକ୍ଷ୍ଣ ଧାରୁଆ ଅସ୍ତ୍ରଧରି ବିକଟାଳ ଚିତ୍କାର କରି ବାହାରକୁ ଆସିବାକୁ ସେମାନଙ୍କୁ ଡାକ ପକାଉଛନ୍ତି ପଛରେ ଠିଆ ହୋଇ ଏହା ଦେଖି ସକିନା ଆଉ ନିଜକୁ ସମ୍ଭାଳି ପାରିଲାନାହିଁ ସେଇଠି ମୁହଁ ବୁଲାଇ ପଡ଼ିଗଲା ଅବଦୁଲ୍ ସକିନାକୁ ଟେକି ନେଇ ଶେଯରେ ଶୁଆଇ ଦେଲା
ସକିନାର ନିଦ ଭାଙ୍ଗିବା ବେଳକୁ ବାହାରେ ବହୁତ ଆଲୋକ ଆସିଯାଇଥିଲା ଶେଯରେ ଅବଦୁଲ୍ ନଥିଲା ସେ ସକାଳୁ ଉଠି ମସଜିଦ୍ ଚାଲିଯାଏ ତା’ପରେ ଘରକୁ ଫେରି ଦୋକାନକୁ ଯାଏ ସେ ରାତିର ଘଟଣାରେ ଆତଙ୍କିତ ହୋଇ ଆଶଂକାରେ ଡରି ଡରି ଦାଣ୍ଡଘର ଝରକା ପାଖକୁ ଯାଇଥିଲା ଝରକା ଦେଇ ଦେଖିଲା, ପଡ଼ିଶାଘର ସାମନାରେ ଅନେକ ଆସବାବପତ୍ର ଅଧାଜଳା ହୋଇପଡ଼ିଛି ଅଗଣା ପାଖକୁ ଯାଇ କାନେଇ ଶୁଣିବାକୁ ଚେଷ୍ଟା କରୁଥିଲା ସେପାଖରେ କିଏ ଅଛନ୍ତି ନା ନାହିଁ କୌଣସି ପ୍ରକାରର କିଛି ଶବ୍ଦ ସେ ଶୁଣିବାକୁ ପାଇନାହିଁ ଘର ବାହାରେ ପୋଲିସ ଗାଡ଼ିର ସାଇରନ୍ ବାଜୁଛି ସେ ଦାଣ୍ଡଘରେ କବାଟ ପାଖରେ ବସି ବାହାରକୁ ଚାହିଁ ରହିଛି ରାତିର ଅନ୍ଧକାରରେ ଯେଉଁମାନେ ସବୁ ବୋମାମାଡ଼ କରିଥିଲେ ଆଉ ଖଣ୍ଡାକାତି ଧରି ଦୌରାତ୍ମ୍ୟ କରୁଥିଲେ ସେମାନଙ୍କ ଭିତରୁ କିଛି ଯୁବକଙ୍କୁ ପୋଲିସ ବାନ୍ଧି ନେଉଛି
ଏହି ସମୟରେ ଅବଦୁଲ୍ ଓ ଦୁଇଜଣ ପୁଅ ଦୂରରୁ ଆସୁଥିବା ଦେଖି ସେ ହାଲୁକା ମନେ କରୁଥିଲେ ବି ରାତିରେ ପଡ଼ୋଶୀଘରେ କଣ ହେଲା ସେ ବିଷୟ ଜାଣିବା ପାଇଁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛି ଅବଦୁଲ ଓ ପୁଅମାନେ ଘରକୁ ଆସିବାପରେ ଅବଦୁଲ୍ କବାଟକୁ ବନ୍ଦ କରିଦେଇ ଭିତରକୁ ସକିନାକୁ ନେଇ ଆସୁଛି ରାତିରେ କଣ ହେଲା ବୋଲି ପ୍ରଶ୍ନ ପଚାରିବା ପରେ ଅବଦୁଲ୍ କହିଲା, “ପଡ଼ିଶାଘରକୁ ସେମାନେ ଲୁଟପାଟ କରିଛନ୍ତି ଆଉ ଯାହା ଜିନିଷପତ୍ର ଥିଲା ସବୁ ନିଆଁ ଲଗେଇ ଦେଇଛନ୍ତି”
- “ଆଉ ଭାବି? ଭୈୟା?....” ଡରି ଡରି ସକିନା ପ୍ରଶ୍ନ କରୁଛି
ଅବଦୁଲ ସକିନାର ହାତଧରି ତାକୁ ଟାଣି ଟାଣି ନେଇ ଘର ପଛଆଡ଼କୁ ଥିବା କୋଠରୀକୁ ନେଇ ଯାଉଛି ସେଇଠି ତଳେ ବିଛଣାଟାଏ ଉପରେ ପଡ଼ିଶାଘରର ପୁଅଝିଅ ଶୋଇଛନ୍ତି ଆଉ ଭୈୟା ଭାବି ମୁଣ୍ଡପାତି ବସିଛନ୍ତି
ବୀମା ନଗର, ଦ୍ବିତୀୟ ଗଳି
ବ୍ରହ୍ମପୁର, ୭୬୦୦୧୦, ଓଡ଼ିଶା
ଭ୍ରାମ୍ୟଭାଷ : ୦୦୮୫୬୭୦୮୫
Go Back to Previous Page
ନିଜତ୍ବ
ଅନୁସୂୟା ମିଶ୍ର
Read Article
କୋବି ପକୁଡ଼ି
ଅନୁସୂୟା ଜେନା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ