ମୂଳ ରଚନା (ହିନ୍ଦୀ) : ରବି ପ୍ରତାପ ପାଠକ
ଓଡ଼ିଆ ଭାଷାନୁବାଦ : ମଧୁସ୍ମିତା ପଟ୍ଟନାୟକ
ନେହା ବଳବନ୍ତର ଫଟୋ ସାମନାରେ ମୂର୍ତ୍ତିଭଳିଆ ବସି ଏକଲୟରେ ତାକୁ ଚାହିଁ ରହିଥାଏ ଗାଲ ଉପରେ ଶୁଖିଯାଇଥିବା ଲୁହର ଧାରା ତା’ ହୃଦୟର ଯନ୍ତ୍ରଣାକୁ ସ୍ପଷ୍ଟ କରୁଥିଲେ ତା’ ଆଖି ଆଗରେ ରହି ରହି କେବଳ ସେହି ଦୃଶ୍ୟ ଉଭା ହେଉଥିଲା
କେତେ ଖୁସି ହୋଇଥିଲା ବଳବନ୍ତ ସେଦିନ, ସତେ ଯେମିତି ଯୁଦ୍ଧକୁ ନୁହେଁ, ବରଂ ନିଜ ପସନ୍ଦର ମନୋରଞ୍ଜକ ଯାତ୍ରାରେ ସେ ଯାଉଥିଲା ନିଜର ବେଡ଼ିଂ ବାନ୍ଧିଲା ବେଳେ ଦେଶ ଭକ୍ତିର ଗୀତ ଥିଲା ତା ଓଠରେ, ଆଉ ସେପଟେ ନେହା ଲୋତକଭରା ଆଖିରେ ତାର ୟୁନିଫର୍ମ ତଥା ଅନ୍ୟାନ୍ୟ ଜିନିଷ ସବୁକୁ ବାକ୍ସରେ ରଖିଥାଏ
ଜଳଦି କର ନେହା, ରଞ୍ଜିତ ଆସୁଥିବ ବେଡ଼ିଂର ହୋଲଡ଼ର ବାନ୍ଧିସାରି ବଳବନ୍ତ ନେହା ଆଡ଼କୁ ବୁଲିଲା ବଳବନ୍ତର ଆଖିରେ ଆଖି ମିଶିବା ମାତ୍ରେ ହୃଦୟର ପୀଡ଼ା ଧୈର୍ଯ୍ୟର ବନ୍ଧକୁ ଭାଙ୍ଗି ସୁକୁ ସୁକୁ କାନ୍ଦଣାରେ ପରିଣତ ହେବାକୁ ଲାଗିଲା
“ଆରେ ଏ କଣ? ତୁମେ ଯେ କାନ୍ଦୁଛ ନେହା କଣ ଏମିତି କାନ୍ଦି କାନ୍ଦି ଓଦା ଆଖିରେ ମୋତେ ବିଦା କରିବ?”ବଳବନ୍ତ ସ୍ନେହରେ ନେହାର ମୁହଁକୁ ଧିରେ ଧିରେ ଉପରକୁ ଉଠାଇକହିଲା, “ନା, ନେହା ନା ତୁମେ ସାଧାରଣ ସ୍ତ୍ରୀଲୋକ ନୁହଁ ବରଂ ଜଣେ ସିପାହୀର ସ୍ତ୍ରୀ, ଯାହା ଆଖିରେ ଲୁହ ନୁହେଁ ସ୍ବାଭିମାନର ଆଲୋକ ଝଲସିବା କଥା ଜଣେ ସିପାହୀର ସ୍ତ୍ରୀର ହୃଦୟ ଏତେ ଶକ୍ତ ହେବା ଦରକାର ଯିଏ କି ମାତୃଭୂମିପାଇଁ ଯଦି ତା’ ସ୍ବାମୀ ଶହୀଦ ହୁଏ ତେବେ ସେ ନ କାନ୍ଦି ଗର୍ବ କରିପାରିବ”
“ମୁଁ କେବେ ଚାହେଁନି ତୁମ କର୍ତ୍ତବ୍ୟର ରାସ୍ତାରେ ମୋ ଲୁହର ପାଚେରୀ ଠିଆ କରିବାକୁ ହେଲେ ମୁଁ କଣ କରିବି? ଏଇ ଦୁଇ ମାସ ଭିତରେ ତୁମ ସହିତ ରହିବା ମୋର ଅଭ୍ୟାସ ପଡ଼ିଗଲାଣି ଏବେ ତୁମ ବିନା ଆଉ ତୁମଠୁ ଦୂରରେ ରହିବାର କଳ୍ପନାରେ ହିଁ ମୋ ମନ କଣ ହୋଇଯାଉଛି, ଆଉ ଶତଚେଷ୍ଟା କରିବା ପରେ ମଧ୍ୟ ମୋ ଆଖିର ଲୁହ ଶୁଖୁନି” ଏତିକି କହି ନେହା ବଳବନ୍ତର ଛାତି ଉପରେ ନିଜ ମୁଣ୍ଡକୁ ରଖିଦେଲା
ବଳବନ୍ତ ସ୍ନେହରେ ତାର ମୁଣ୍ଡକୁ ଆଉଁସି କହିଲା, “ସିପାହୀର ପରିବାର ଲୋକଙ୍କୁ ନିଜର ପ୍ରିୟଜନଙ୍କଠୁଁ ଦୂରରେ ରହିବାର ଅଭ୍ୟାସ କରିବାକୁ ପଡ଼େ ସୈନିକ ନିଜ ପରିବାରକୁ ଛାଡ଼ି ଏଥିପାଇଁ ଦେଶର ସୀମାର ସୁରକ୍ଷାପାଇଁ ଯାଏ, ଯେ ଦେଶର ଅନ୍ୟ ପରିବାରର ଲୋକମାନେ ନିଜ ପ୍ରିୟଜନଙ୍କ ସହିତ ରହିପାରିବେ ନେହା ତୁମେ କଣ କେବେ ବି ବାପାଙ୍କ ପାଇଁ ମା ଆଖିରେ ଟୋପାଏ ଲୁହ ଦେଖିଛ? ନୁହେଁ ନା...” ନେହା ନାସ୍ତିସୂଚକ ମୁଣ୍ଡ ହଲାଇଲା ସେ ବି ତ ବାପାଙ୍କ ବିନା ଅଠରବର୍ଷ ହେଲାଣି କେବଳ ତାଙ୍କ ସ୍ମୃତିରେ ହିଁ ବଞ୍ଚିଛନ୍ତି ଆମ ସିପାହୀ ଜୀବନର କି ଭରସା? ଜଣାନାହିଁ କେତେବେଳେ ଶତୃପକ୍ଷର କେଉଁ ଗୁଳି ଆମ ଛାତିକୁ ଚିରିଦେବ ଜଣାନାହିଁ, ଆମେ କେମିତି ଫେରିକି ଆସିବୁ, ଜୀବିତ କି... ନିଜର କୋମଳ ହାତକୁ ତା ମୁହଁରେ ଦେଇ ନେହା ବଳବନ୍ତର ଆଗାମୀ ଶବ୍ଦକୁ ଅଟକାଇ ଦେଲା
ବଳବନ୍ତ ତା ହାତକୁ ମୁହଁରୁ କାଢ଼ିଦେଇ କହିଲା, “ସତକୁ କେବେ ଲୁଚେଇଲେ ସେ ଲୁଚିବନି ନେହା ଆଉ ଗୋଟିଏ ସତ କଥା ହେଉଛି, ମୁଁ ଫେରିବି ଆସିବି ନିଶ୍ଚୟ, ହୋଇପାରେ ଜିତିକରି ଆସିବି ଅଥବା ଜାତୀୟ ପତାକାକୁ ଛାତିରେ ରଖି ଶହୀଦ ଭାବରେ ଆସିବି ତା ଛଡ଼ା ତମ ଗର୍ଭରେ ନିଜର ସ୍ମୃତି ରୂପରେ ଆମ ପ୍ରେମର ସନ୍ତକକୁ ଛାଡ଼ି ଯାଉଛି, ଯିଏ ତୁମକୁ ପ୍ରତି ମୁହୂର୍ତ୍ତରେ ମୋର ଉପସ୍ଥିତିକୁ ଅନୁଭବ କରାଇବ
ନେହା ପୁଣିଥରେ ବଳବନ୍ତର ଛାତିରେ ମୁଣ୍ଡ ଗୁଞ୍ଜିଦେଲା ଆଉ ବଳବନ୍ତ ତାକୁ ନିଜର ବାହୁ ବନ୍ଧନୀ ଭିତରେ ଜଡ଼ାଇ ନେଇ ଛାତିରେ ଲୁଚେଇ ଦେଲା ଅଚାନକ ନେହାର ତନ୍ଦ୍ରା ଭାଙ୍ଗିଲା ବେଳକୁ ସବୁ ଦୃଶ୍ୟ ଯେମିତି ଅଦୃଶ୍ୟ ହୋଇଗଲା ନିଜ କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ନେହା ବାସ୍ତବତାକୁ ଫେରି ଆସିଲା ସେ ମା’ ହିଁ ଥିଲେ, ଯିଏ ନେହାର ଅଶ୍ରୁପୂର୍ଣ୍ଣ ଆଖିରୁ ତାର ଅନ୍ତରର ପୀଡ଼ାକୁ ପଢ଼ିବାକୁ ଚେଷ୍ଟା କରୁଥିଲେ
“ତୁ ଆଜି ପୁଣି ଲୁହର ହାତକୁ ଧରିଲୁ? ତୋର କ’ଣ ହୋଇଛି ନେହା? ଏ ଲୁହ ପୁଣି କଣ ପାଇଁ? ବାରମ୍ବାର ତୋର ଆଖି ଓଦା କାହିଁକି ହେଉଛି? ନିଜକୁ ସମ୍ଭାଳ ମା ଏ ଲୁହ ତୋ ପାଇଁ ନୁହେଁ, ଏହା ତ ସାଧାରଣ ସ୍ତ୍ରୀ ଲୋକଙ୍କ ଆଖିରେ ଶୋଭାପାଏ ସଙ୍ଗୀତାକୁ ଦେଖ ରଞ୍ଜିତ ଶହିଦ ହେବାପରେ ସେ କେମିତି ନିଜ ମୁଣ୍ଡକୁ ଟାଣ କରି ନେଇଛି ଶହୀଦର ସ୍ତ୍ରୀ ହେବାର ଗର୍ବ ଓ ଗୌରବ ତା ଚେହେରାରେ ସବୁବେଳେ ଚମକୁଛି ଆଉ ତୁ ଦୁଃଖ ଓ ଲୁହ ଭିତରେ ବୁଡ଼ିରହି ନିଜର କି ଅବସ୍ଥା କରି ସାରିଲୁଣି?”
ନେହା ଆଜି ସବୁ କଥା କହିଦେବାପାଇଁ ସତେ ଯେମିତି ଆତୁର ହୋଇ ପଡୁଥାଏ “ମା, ମୁଁ ମଧ୍ୟ ଗର୍ବରେ ମୁଣ୍ଡ ଉପରକୁ କରି ଚାଲିଥାନ୍ତି, ମୁଁ ବି ଆଖିର ଲୁହର ସାଗରକୁ ପିଇ ଦେଇଥାନ୍ତି, ମୁଁ ମଧ୍ୟ ମୋ ଛାତିରେ ସତ୍ୟର ଭାରି ପଥରକୁ ରଖି ନିଜ ହୃଦୟକୁ ଟାଣ କରିଥାନ୍ତି, ଯଦି ମୋ ସ୍ବାମୀ ଭାରତମାତାର ମର୍ଯ୍ୟାଦା ଆଓ ଗର୍ବଗୌରବର ରକ୍ଷା କରୁ କରୁ ଶହୀଦ ହୋଇ ସମ୍ମାନର ସହିତ ତ୍ରିରଙ୍ଗା ପତାକାକୁ ଘୋଡ଼େଇ ହୋଇ ଘରକୁ ଫେରିଥାନ୍ତେ ଆଉ ସାରା ସହର ଅଶ୍ରୁପୂତ ନୟନରେ ତାଙ୍କୁ ସ୍ବାଗତ କରିଥାନ୍ତା” କିନ୍ତୁ ମା’ ମୁଁ କେଉଁ କଥାକୁ ନେଇ ଗର୍ବ କରିବି? କଣ କହି ନିଜ ମନକୁ ବୁଝେଇବି ମୁଁ ଯେ ବର୍ତ୍ତମାନ ସଧବା ନା ବିଧବା? ତାହା ମଧ୍ୟ ନିର୍ଣ୍ଣୟ କରିପାରିନି
ମା’ଙ୍କର ଦୁଇ ହାତକୁ ନିଜ ହାତରେ ଧରି ନେହା ପଚାରିଲା, ଆପଣ କୁହନ୍ତୁ ମା ମୁଁ ନିଜକୁ କଣ ଭାବିବି, ସଧବା ନା ବିଧବା? ବିଧବା ତ ମୁଁ ହୋଇପାରିବିନି, କାରଣ ଯୁଦ୍ଧକୁ ଯାଇଥିବା ସିପାହୀର ମୃତ୍ୟୁ ହୁଏନି, ବରଂ ସେ ଶହୀଦ ହୁଅନ୍ତି ଆଉ ୟାଙ୍କର ଶହୀଦ ହେବାର କୌଣସି ଖବର ଆଜିଯାଏଁ ଆସିନି ଯୁଦ୍ଧ ଜିତିବାର ବର୍ଷେ ହେବାକୁ ଆସିଲାଣି ମୋ ମନ କହୁଛି ନା’ତ ସେ ଯୁଦ୍ଧରେ ଶହୀଦ ହୋଇଛନ୍ତି, ନା’ତ ତାଙ୍କର ସାଧାରଣ ମୃତ୍ୟୁ ହୋଇଛି ମା ଏବେ ଆପଣ ଟିକିଏ ଭାବନ୍ତୁ ତ ଜଣେ ନିରୁଦ୍ଧିଷ୍ଟ ସୈନିକର ସ୍ତ୍ରୀ ନିଜ ମନକୁ କେମିତି ବୁଝେଇବ? କେମିତି ନିଜ ଆଖିର ଲୁହକୁ ବନ୍ଦ କରିବ? ନେହାର ପ୍ରଶ୍ନ ମା’ଙ୍କ ମନକୁ ଦୋହଲାଇ ଦେଲା
ମା, ସେ ତ ମୋତେ ଶହୀଦ ହୋଇ କିମ୍ବା ଜିତିକି ଆସିବାର କଥା ଦେଇଥିଲେ ସେ ତ ଶହୀଦ ହେଲେନି, ଆଉ ଯୁଦ୍ଧରେ ଆମେ ଜିତି ସାରିଛେ ତେଣୁ ଖାଲି ଏଇ କଥା ଭାବି ଭାବି ମନରେ ଟିକେ ଭୟ ଆସୁଛି ଯେ ଶତ୍ରୁ ପକ୍ଷ ତାଙ୍କୁ ବନ୍ଦୀ କରିନାହାନ୍ତି ତ ଆଉ ନାନା ପ୍ରକାରର ଶାରୀରିକ ଯନ୍ତ୍ରଣା ଦେଉନାହାନ୍ତି ତ? ପୁଣି ଥରେ ଲୁହରେ ଓଦା ହେବାକୁ ଲାଗିଲା ନେହାର ଚେହେରା ସେ ମା’ଙ୍କୁ କୁଣ୍ଢେଇ ପକାଇଲା
ମା ଏବେ ଅନୁଭବ କରିପାରିଲେ, ସତରେ ଶହୀଦର ସ୍ତ୍ରୀ ହେବାର ଯନ୍ତ୍ରଣାଠୁ ଅଧିକ ଯନ୍ତ୍ରଣା ହେଉଛି ନିରୁଦ୍ଧିଷ୍ଟ ସୈନିକର ସ୍ତ୍ରୀ ହେବାର ଯନ୍ତ୍ରଣା ଶହୀଦର ସ୍ତ୍ରୀ ସାମନାରେ ଥାଏ ସତ୍ୟତା ଆଉ ନିରୁଦ୍ଧିଷ୍ଟ ସୈନିକର ସ୍ତ୍ରୀ ସାମନାରେ ଥାଏ କେବଳ ଅନାଗତ ଆଶଙ୍କାର ଗନ୍ତାଘର...
ଅଚାନକ ରାହୁଲର କାନ୍ଦିବା ଶବ୍ଦରେ ଦୁଇଜଣଙ୍କର ଧ୍ୟାନ ଭଗ୍ନ ହେଲା ସେ ଉଠି ଯାଇଥିଲା ନେହା ନିଜ ଲୁହକୁ ପୋଛି ରାହୁଲକୁ କୋଳରେ ଉଠେଇ ଥାପୁଡ଼େଇ ଥାପୁଡ଼େଇ ଚୁପ୍ କରାଇବାକୁ ଲାଗିଲା
୨୭, ବ୍ରହ୍ମେଶ୍ବର ବାଗ
ଟଙ୍କପାଣି ରୋଡ଼, ଭୁବନେଶ୍ବର
Go Back to Previous Page
ରୋଷେଇ ଖେଳର ବୋହୁ
ସରସୀ ଆଚାର୍ଯ୍ୟ
Read Article
ଭାଗ୍ୟର ବିଡ଼ମ୍ବନା
ନୃସିଂହ ଚରଣ ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ