ଦକ୍ଷିଣ ପୂର୍ବତଟ ରେଳବାଇ ଅନ୍ତର୍ଗତ ଛୋଟିଆ ଷ୍ଟେସନଟିଏ ରାଣିତାଲ ଷ୍ଟେସନ ପାଖାପାଖି ତହସିଲ ଅଫିସ, ପୋଲିସ ଥାନା, ଡାକ୍ତରଖାନା ଆଦି ସରକାରୀ କାର୍ଯ୍ୟାଳୟ ଅବସ୍ଥିତ ଷ୍ଟେସନପାଖ ବଜାରରେ ନିତ୍ୟଦିନ ଜୀବନଯାପନ ପାଇଁ ପ୍ରାୟ ସବୁ ପ୍ରକାରର ଦ୍ରବ୍ୟ ଉପଲବ୍ଧ ଷ୍ଟେସନରୁ ଦଶ କିଲୋମିଟର ଦୂରରେ ମଫସଲି ଗାଁ ପାଟୁଳିରେ ପ୍ରଶାନ୍ତର ଜନ୍ମ ଅଙ୍କାବଙ୍କା ମାଟି ସଡକଟିଏ ଲମ୍ବିଯାଇଥାଏ ଷ୍ଟେସନରୁ ଗାଁକୁ ନଦୀ ନାଳ, କ୍ଷେତ ବାଡି ଆଉ ସବୁଜିମାରେ ଭରା ଚତୁର୍ପାର୍ଶ୍ୱ ଭାରି ମନଲୋଭା ବଜାରକୁ ଯାତାୟାତ ପାଇଁ ମୁଖ୍ୟତଃ ସାଇକେଲର ବହୁଳ ବ୍ୟବହାର କରନ୍ତି ଗାଁ ଲୋକମାନେ ମାଟି ରାସ୍ତାର ଅବସ୍ଥା ଯାହା, ପାଗ ଶୁଖିଲା ଥିଲେ ଲୋକମାନେ ସାଇକେଲ ଉପରେ ଆଉ ପାଗ ଟିକେ ବିଗିଡି ଗଲେ .. ସାଇକେଲ ଲୋକଙ୍କ କାନ୍ଧରେ ବୁହାହୁଏ ବଜାରରୁ ଗାଁ ଯିବା ରାସ୍ତାରେ ଦୁଇଟି କେନାଲ ପାର ହୋଇ ଯିବାକୁ ପଡେ, ବର୍ଷାଦିନେ ବାଉଁଶର ପୋଲଟିଏ ବନ୍ଧା ହୁଏ କେନାଲ ପାରି ହେବାପାଇଁ ଗାଁରେ ଚାରିଚକିଆ ଯାନର ସୁବିଧା ନଥିବାରୁ ଆପାତକାଳୀନ ପରିସ୍ଥତିରେ ଡାକ୍ତରଖାନାକୁ ଲୋକମାନେ ଖଟିଆରେ ବୁହା ହୋଇଯାନ୍ତି ଗାଁରେ ବିଜୁଳି ଆଲୋକର ସୁବିଧା ନଥିବାରୁ ଲୋକମାନେ ଲଣ୍ଠନ, କିରୋସିନ ବତୀ ଆଦି ଜାଳି ରାତ୍ରିର ଅନ୍ଧକାର ଦୂର କରନ୍ତି କଣ୍ଟ୍ରୋଲ ଦୋକାନରୁ ରାସନ କାର୍ଡ ଯୋଗେ କିରୋସିନ କିଣାଯାଇ ଘରେ ମହଜୁତ ରଖାଯାଏ ଆପାତକାଳୀନ ପରିସ୍ଥିତି ପାଇଁ
ପ୍ରଶାନ୍ତର ପରିବାର କହିଲେ ଦୁଇ ଭଉଣୀ, ବଡ ଭାଇ ପ୍ରବୀଣ ଆଉ ବିଧବା ମା ପ୍ରଶାନ୍ତ ବାପଛେଉଣ୍ଡ ପିଲାଟି ଦିନରୁ, ସେ ମା’ ପେଟରେ ଥିଲା ବେଳେ ହିଁ ତାର ବାପା ଟି . ବି ରୋଗରେ ଆକ୍ରାନ୍ତ ଥିଲେ ପ୍ରଶାନ୍ତ ଜନ୍ମ ହେବାର କେଇ ମାସ ଭିତରେ ତାର ବାପା ପ୍ରାଣ ହରାଇଲେ ବାପଙ୍କ ସ୍ନେହରୁ ସେ ବଞ୍ଚିତ ବଡ ଭାଇ ପ୍ରବୀଣ, ମାଟ୍ରିକ ପାସପରେ ଚାଷକାମରେ ଲାଗିଯାଏ ଚାଷ ଜମି ବୋଲି ମାତ୍ର ଛ ଗୁଣ୍ଠ, କେତେ ବା ସେଥିରେ ଧାନ ଅମଳ ହେବ! କିଛି ମାସ ପାଇଁ ଚାଉଳ ଆଉ ଘର ଛାଉଣି ପାଇଁ ଛଣ ମିଳିଯାଏ ପ୍ରଶାନ୍ତର ମା ବହୁତ ଭଲ ମୁଢି ଭାଜନ୍ତି, ସେ ଅଞ୍ଚଳରେ ପ୍ରାୟ ସମସ୍ତଙ୍କ ଘରେ ସକାଳେ ସଞ୍ଜେ ଜଳଖିଆ କହିଲେ ମୁଢି ହିଁ ପ୍ରଥମ ପସନ୍ଦ ମୁଢିକୁ ନେଇ କେତେ ପ୍ରକାର ଯେ ଖାଦ୍ୟ ତିଆରି ନହୁଏ ପିଲାରୁ ବୁଢା ଯାଏଁ , ଆମିଷ ଭୋଜନକାରୀ ଠୁଁ ନିରାମିଷାଶୀ ସମସ୍ତଙ୍କର ମୁଢି ହିଁ ଦରକାର ହୁଏ ଏମିତିକି ମାଂସ ଝୋଳରେ ମୁଢି ପକେଇ ଅତି ଆନନ୍ଦରେ ଖାଇ ନିଅନ୍ତି ଲୋକମାନେ ଆଉ ପ୍ରଶାନ୍ତର ମା ସେହି ମୁଢିକୁ ବ୍ୟବସାୟ ଭାବରେ ଧରିନିଅନ୍ତି ଜୀବନ ନିର୍ବାହ କରିବାର ଏକ ପନ୍ଥା ଭାବି ଘରେ ଦୁଇଟି ବାଢୁଅ ଝିଅ ସାଙ୍ଗକୁ ଦୁଇଟି ପୁଅ, ସମସ୍ତଙ୍କର ଦାୟିତ୍ବ ତାଙ୍କ ଉପରେ ଉଷା ,ପର୍ବ, ଯାନୀ, ଯାତରା ସବୁ କିଛିର ଖର୍ଚ୍ଚ ସେଇଥିରୁ ହିଁ ଉଠାନ୍ତି ଗାଁରେ ତ ସମସ୍ତେ ନିଜ ଘରେ ନିଜେ ମୁଢି ତିଆରି କରନ୍ତି ତେଣୁ ଗାଁରେ ସେମିତି କିଛି ବ୍ୟବସାୟ ହୁଏନି ମୁଢି ବସ୍ତାକୁ ମୁଣ୍ଡରେ ବୋହି ଷ୍ଟେସନ ପାଖବଜାରକୁ ପ୍ରତିଦିନ ଚାଲିଚାଲି ଯାଆନ୍ତି ମୁଢି ବିକ୍ରି କରିବାକୁ ଖରା,ବର୍ଷା, ଶୀତ ପବନକୁ ଖାତିର ନଥାଏ ତାଙ୍କର, ଆଖିରେ ଆଖିଏ ସପନ ଯେ ଦୁଇ ଝିଅଙ୍କର ବାହାଘର କରେଇବେ ଆଉ ପ୍ରଶାନ୍ତକୁ ପାଠ ପଢେଇ ବଡ ମଣିଷ କରିବେ ବଜାରରେ କିଛି ଚାକିରିଆ ଲୋକଙ୍କ ଘରେ ମୁଢି ଯୋଗେଇ ଦିଅନ୍ତି, ବଜାର ଯିବା ଆସିବା ରାସ୍ତାରେ କିଛି ବିକ୍ରି ବି ହେଇଯାଏ ଏମିତି ମୁଢି ବିକ୍ରିକରି ଯାହା କିଛି ଟଙ୍କା ଅର୍ଜନ କରନ୍ତି, ସେଥିରେ କଷ୍ଟେ ମଷ୍ଟେ ଘର ଚଳିଯାଏ
ଗାଁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ବେଳେ,ଟଙ୍କା ଅଭାବରୁ ପ୍ରଶାନ୍ତ କେବେ ବି ଟ୍ୟୁସନ ଯାଏନି ହେଲେ ବି ପ୍ରଥମରୁ ସପ୍ତମ ଶ୍ରେଣୀଯାଏଁ ସବୁ ପରୀକ୍ଷାରେ ତା’ର ସ୍ଥାନ ପ୍ରଥମ ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଅଶି ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲାପରେ,ଗାଁ ପାଖ ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷଙ୍କଙ୍କୁ ଭେଟି ଅଷ୍ଟମ ଶ୍ରେଣୀରେ ପ୍ରଶାନ୍ତର ନାମ ଲେଖାଇ ଦେଲେ ତାର ବଡ ଭାଇ ପ୍ରଶାନ୍ତ ବିଷୟରେ ସବୁ ଜାଣି ବହୁତ ଖୁସି ହେଲେ ପ୍ରଧାନ ଶିକ୍ଷକ, ବାକି ଶିକ୍ଷକଙ୍କୁ ଡାକି ପ୍ରଶାନ୍ତ ଭଳି ଜଣେ ମେଧାବୀ ଛାତ୍ର ଆମ ସ୍କୁଲରେ ନାମ ଲେଖାଇଛି ବୋଲି ନିଜର ଖୁସି ପ୍ରକାଶ କଲେ ଦଶମ ଶ୍ରେଣୀରେ ବହୁତ ଭଲ ନମ୍ବର ରଖି ପାସ କଲେ ଇଂଜିନିୟରିଂ ପଢିବ ବୋଲି ପ୍ରଶାନ୍ତ ମାର ବହୁତ ବଡ ଆଶା ଥାଏ ପ୍ରତି ସୋମବାର ସକାଳୁ ଗାଁ ପାଖ ମହାଦେବ ମନ୍ଦିରରେ ପ୍ରଶାନ୍ତର ମା ମହାଦେବଙ୍କ ଉପରେ ପାଣି ଚଢାନ୍ତି ପରିବାର ସୁଖଶାନ୍ତି ପାଇଁ ଆଉ ଖାସ କରି ପ୍ରଶାନ୍ତ ବେଶୀ ପାଠ ପଢି ବଡ ଚାକିରିଟେ ପାଉ ଆଉ ଭଲ ମଣିଷଟେ ହେଉ ସେଥିପାଇଁ ପ୍ରଭୁଙ୍କୁ ଗୁହାରି କରନ୍ତି ପ୍ରଶାନ୍ତ ଜଣେ ମେଧାବୀ ଛାତ୍ର ବୋଲି ସେ ଗାଁ ଲୋକଙ୍କର ପ୍ରଶଂସାର ପାତ୍ର ମୁଢିବାଲିର ପୁଅ କି ସୁନ୍ଦର ପାଠ ପଢୁଛି! ବଡ ଚାକିରିଟେ ନିଶ୍ଚୟ କରିବ ଆଉ ତ ମା’ର ସବୁ ଦୁଃଖ ଦୂର କରିବ ଏକଥା ସମସ୍ତଙ୍କ ତୁଣ୍ଡରେ ଥାଏ ଗାଁକୁ ବିଜୁଳି ଆସିନଥିବାରୁ ଟେଲିଭିଜନରେ ଖବର ଦେଖିବା ଆଉ କ୍ରିକେଟ ଖେଳ ଦେଖିବାର ଇଚ୍ଛା କେବେ ପୂରଣ ହୁଏନି ରେଡିଓରୁ ଖବର ପ୍ରସାରଣରୁ ଦେଶ ଦୁନିଆର ଖବର ଆଉ କ୍ରିକେଟ ମ୍ୟାଚ ଦିନ ଆକାଶବାଣୀରୁ ସିଧା ପ୍ରସାରଣ ଶୁଣି କ୍ରିକେଟର ସବୁ ଖବର ସେ ଜାଣିନିଏ ସାଧାରଣ ଜ୍ଞାନ ବହି ସବୁ ପଢିବାରେ ବହୁତ ପସନ୍ଦ ତା’ର, ସେଥିପାଇଁ ବିଦ୍ୟାଳୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ତାର ସ୍ଥାନ ପ୍ରଥମ ଥାଏ, ବ୍ଲକ ସ୍ତରୀୟ ଶିଶୁ ମେଳାରେ ବି ପୁରସ୍କାର ପାଇଛି ପାଠ ପଢା ସାଙ୍ଗେ ଗାଁ ପିଲାମାନଙ୍କ ସହ ମିଶି ଖେଳକୁଦରେ ବି ପ୍ରଶାନ୍ତ ଭାଗ ନିଏ ଟିକେ ଟିକେ ଦୃଷ୍ଟାମି କାମ ଯେମିତି ସାଙ୍ଗ ମାନଙ୍କ ସହ ମିଶି ଲୁଚିଲୁଚି କାହା ବାଡିରୁ ପିଜୁଳି ଚୋରୀ କରି ଖାଇବା, ଆମ୍ବ ତୋଟାରୁ ଆମ୍ବ ଚୋରୀ ଏସବୁର ମଜା ନିଏ ପ୍ରଶାନ୍ତ ଏମିତି ଛୋଟ ଛୋଟ କଥାକୁ ଗାଁ ଲୋକମାନେ ଅଣଦେଖା କରିଦିଅନ୍ତି
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପଞ୍ଚାଅଶି ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା ପ୍ରଶାନ୍ତ ବିଦ୍ୟାଳୟ ଆରମ୍ଭଠାରୁ କେହି ବି ଜଣେ ଛାତ୍ର ଏତେ ଅଧିକ ନମ୍ବର ରଖିନଥାନ୍ତି ଆଉ ସେଥିପାଇଁ ଶିକ୍ଷକ ମାନେ ପ୍ରଶାନ୍ତ ପାଇଁ ବହୁତ ଗର୍ବ ଅନୁଭବ କରନ୍ତି ଇଂରାଜୀ ବିଭାଗର ଶିକ୍ଷକ ତାକୁ ବହୁତ ଅଧିକ ଭଲପାନ୍ତି ସେଥିପାଇଁ ପ୍ରଶାନ୍ତ କେମିତି ଭଲ କଲେଜରେ ନାମ ଲେଖେଇ ପାରିବ ସେସବୁରେ ସାହାଯ୍ୟ କରନ୍ତି ଆଉ ବହୁତ ଭଲ ମାର୍କ ରଖିଥିବାରୁ ପ୍ରଶାନ୍ତକୁ ଫକୀରମୋହନ ସରକାରୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ଆଡ଼ମିସନ ମିଳିଯାଏ ଛାତ୍ରାବାସରେ ରହିବା ପାଇଁ ବି ଯାହା ଖର୍ଚ୍ଚ ଦରକାର ପଡୁଥିଲା ତାହା ଯୋଗେଇଦେବା ପାଇଁ କଷ୍ଟ ହୋଇ ପଡୁଥିଲା ପ୍ରଶାନ୍ତର ମା ପାଇଁ ଗରିବ ମେଧାବୀ ଛାତ୍ରମାନଙ୍କ ପାଇଁ ସରକାରଙ୍କ ତରଫରୁ କିଛି ରିହାତି ମିଳିପାରିବ ବୋଲି ପ୍ରଶାନ୍ତ ବୁଝାବୁଝି କରି ୩୦୦ ଟଙ୍କା ଯାଏଁ ମାସିକ ରିହାତିର ସୁବିଧା ପାଇଲା ଏମିତି ଦୁଇବର୍ଷ ସଂଘର୍ଷ ପରେ ପ୍ରଶାନ୍ତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା ପ୍ରଶାନ୍ତର ମା’ର ମନରେ ଅସରନ୍ତି ସ୍ବପ୍ନ ଆଉ ଅସୁମାରି ଆଶା ପୁଅ ଏଥର ଇଂଜିନିୟରିଂ ପଢିବ, ବଡ ଚାକିରୀ କରିବ ଆଉ ତାର ନାଁ ରଖିବ ବଡ ଘର,ଗାଡି ଏସବୁରେ ଲୋଭ ନଥାଏ, ପୁଅକୁ ସଫଳ ମଣିଷଟେ ହେବାର ଦେଖିଲେ ତା ସ୍ବପ୍ନ ସାକାର ହେବ, ଏତିକି କାମନା ଥାଏ ତାଙ୍କର
ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ଯେତେ ଟଙ୍କା ଦରକାର ସବୁ ସେ କେମିତି ବି ଯୋଗାଡ କରିଦେବେ, ଖାଲି ମନଦେଇ ପଢାପଢି କର ବୋଲି ପ୍ରଶାନ୍ତକୁ ବୁଝାଉଥିଲେ ତା’ର ମା , କିନ୍ତୁ ମା’ର ଏ ଅବସ୍ଥାକୁ ଦେଖି ବହୁତ କଷ୍ଟ ଲାଗୁଥାଏ ପ୍ରଶାନ୍ତର ନିଜ ମା’କୁ ଏତେ କଷ୍ଟ ଦେଇ ପାଠପଢି ବା କି ସୁଖପାଇବ ବୋଲି ମନରେ ମନରେ ନିଜକୁ ଅସହାୟ ମନେକରେ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ବେଳେ ପ୍ରଶାନ୍ତର ଘରର ପରିସ୍ଥିତି ଶୁଣି, ଶିକ୍ଷକ ତାଠାରୁ କେବଳ ୫୦ ପ୍ରତିଶତ ହିଁ ପାଉଣା ନିଅନ୍ତି ଆଉ ତା’ର ପଢାପଢିରେ ଭଲ ଧ୍ୟାନ ଦିଅନ୍ତି
ଦେବୀ ସରସ୍ବତୀ ଯାହାକୁ ଆଶୀର୍ବାଦ କରିଛନ୍ତି ଆଉ ପରୀକ୍ଷାରେ ଅସଫଳ ହେବାର ସମ୍ଭାବନା କେମିତି ବା ଆସିବ! ଆର. ଇ. ସି ବୁର୍ଲା ମହାବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଚୟନ ହୁଏ ପ୍ରଶାନ୍ତର ନାମଲେଖା ବାବଦକୁ ୨୦ ହଜାର ଟଙ୍କା ଦରକାର ବର୍ଷକୁ, ତା ସହିତ ବହିକିଣା, ଛାତ୍ରାବାସରେ ରହିବା ଖର୍ଚ ଏତେ ସବୁ ପଇସା କେଉଁଠୁ ଆସିବା ବୋଲି ଭାଳେଣି ପଡେ ପ୍ରଶାନ୍ତର ମା’କୁ ବ୍ୟାଙ୍କରୁ ଋଣ ନେଇ ପାଠ ପଢିହେବ ବୋଲି ଜାଣିବାକୁ ପାଏ ପ୍ରଶାନ୍ତ କିନ୍ତୁ ସେଥିପାଇଁ ବାଙ୍କରେ ଜମି ପଟା କାଗଜ ଦେବାକୁ ପଡିବ ଯେତିକି ଜମି ଅଛି ତାର ବାବଦରେ ଋଣ ଦେବାକୁ ବ୍ୟାଙ୍କ ରାଜି ହୁଏନି ଏମିତି ସାହାଯ୍ୟ ପାଇଁ ଘୁରି ବୁଲୁଥିଲାବେଳେ, ବଜାର ପାଖ ଗୋଟିଏ ସ୍ଥାନୀୟ ସ୍କୁଲରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜ ସାର ସାହାଯ୍ୟର ହାତ ବଢାନ୍ତି ବ୍ରଜ ସାର ଗରିବ ମେଧାବୀ ଛାତ୍ରଙ୍କୁ ସାହାଯ୍ୟ କରିବା ପାଇଁ ଏକ ସଂଗଠନ ଆରମ୍ଭ କରିଥିଲେ, ସେ ଅଞ୍ଚଳରେ ଜଣାଶୁଣା ବ୍ୟକ୍ତି ତଥା ତାଙ୍କର ପୁରୁଣା ଛାତ୍ରମାନଙ୍କ ଠାରୁ କିଛି କିଛି ଅର୍ଥ ସଂଗ୍ରହ କରି ଜମାକରି ସେ ଅର୍ଥକୁ ଗରିବ ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷାରେ ସାହାଯ୍ୟ କରନ୍ତି ଆଉ ପ୍ରଶାନ୍ତ ବିଷୟରେ ସବୁ ଜାଣିବାପରେ ଖୁସି ଖୁସିରେ ତାର ଗ୍ୟାରେଣ୍ଟର ହୁଅନ୍ତି ବ୍ୟାଙ୍କ ଋଣ ପାଇଁ ସ୍ଥାନୀୟ ବିଧାୟକ ବି ବ୍ୟାଙ୍କ ମାନେଜରକୁ ଅନୁରୋଧ କରନ୍ତି ଆଉ ଶେଷରେ ବ୍ୟାଙ୍କ ଋଣ ପାଇ ଆର. ଇ. ସି. ବୁର୍ଲା ମହାବିଦ୍ୟାଳୟରେ ଇଂଜିନିୟରିଂ ପଢା ଆରମ୍ଭ ହୁଏ ପ୍ରଶାନ୍ତର ସାଥି ଅଶୋକ ସହିତ ଭଲ ବନ୍ଧୁତା ହୁଏ ପ୍ରଶାନ୍ତର, ଏମିତି ଥରେ କି ଦୁଇଥର ଯିବା ଆସିବା ହେଇଛି ଅଶୋକର ଘରକୁ
ଚାରି ବର୍ଷର କଠିନ ପରିଶ୍ରମ ପରେ ସ୍ବପ୍ନ ସତ ହେଲା ପ୍ରଶାନ୍ତର ଶେଷବର୍ଷର କ୍ୟାମ୍ପସକୁ ଡି.ଆର.ଡି.ଓର ବୈଜ୍ଞାନିକ ଭାବରେ ଚାକିରି ମିଳିଲା ପ୍ରଶାନ୍ତକୁ ପ୍ରଶାନ୍ତର ମା’ର ଖୁସି କହିଲେ ନସରେ ଯେମିତି ଗୋଟେ ଯୁଗର ତପସ୍ୟା ଫଳ ଆଜି ମିଳିଲା ଦୀର୍ଘ ୨୦ ବର୍ଷ ହେଲା, ଆଖ ପାଖ ସବୁ ମନ୍ଦିରରେ କେତେ ପୂଜା ପାଠ ନକରିଛନ୍ତି ପ୍ରଶାନ୍ତର ମା ପ୍ରଶାନ୍ତ ବହୁତ ପାଠ ପଢି ଭଲ ଚାକିରିଟେ କରୁ ଆଉ ଭଲ ମଣିଷଟେ ହେଉ, ଏତିକି ଗୁହାରି କରୁଥିଲେ ପ୍ରଭୁଙ୍କ ଚରଣରେ ଆଉ ଏବେ ସେ ଗୁହାରି ଶୁଣିଛନ୍ତି ଠାକୁରେ ଦରମା ଯଦିଓ ବହୁତ ବେଶୀ ନଥିଲା କିନ୍ତୁ ଭବିଷ୍ୟତ ଉଜ୍ଜ୍ବଳ ଥିଲା
ଚାକିରି କରିବାର ଗୋଟିଏ ବର୍ଷ ଭିତରେ ବଡ ଭଉଣୀର ବାହାଘର ,ବଡ ଭାଇର ବାହାଘର ସବୁ ଦାୟିତ୍ବ ତୁଲେଇ ସାରିଥାଏ ଭାଇ ଭଉଣୀ ମାନଙ୍କ ମଧ୍ୟରେ ସବା ସାନ ହେଲେ ବି ଘରର ମୁରବି ଭଳି ସବୁ ଦାୟିତ୍ବ ସମ୍ଭାଳି ମା’ର ଦୁଃଖ ଲାଘବ କରେ
ଏବେ ପ୍ରଶାନ୍ତ ପକ୍କା ଘରଟିଏ ବି କରି ସାରିଲାଣି ଆଉ ତାର ମା’ର ଖୁସି କହିଲେ ନସରେ ମା’କୁ ଖୁସି ଦେଖି ତାକୁ ସ୍ବର୍ଗ ପ୍ରାପ୍ତି ହେଲା ଭଳି ଲାଗେ ପ୍ରଶାନ୍ତର ମା ଏବେ ସୁନ୍ଦର କନ୍ୟାଟିଏ ଖୋଜିବାରେ ବ୍ୟସ୍ତ, ପ୍ରଶାନ୍ତର ବାହାଘର କରିଦେଇ ସେ ଶାନ୍ତିରେ ନିଶ୍ବାସ ମାରିପାରିବେ
ବିନାୟକ ନଗର, ଏ ବ୍ଲକ, ଏଚ. ଏ. ଏଲ ପୋଷ୍ଟ,
ବାଙ୍ଗାଲୋର -୫୬୦୦୧୭
ଭ୍ରାମ୍ୟଭାଷ -୯୭୩୯୫୯୧୮୧୬
Go Back to Previous Page
ନିରୁଦ୍ଧିଷ୍ଟ
ପ୍ରମୋଦ କୁମାର ପଣ୍ଡା
Read Article
ଗୁଜବ
ଅଧ୍ୟାପିକା ରଞ୍ଜିତା ପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ