ବାହାଘର ଦୁଇବର୍ଷ ପୁରି ତିନି ଚାଲୁଛି ଏ ପର୍ଯ୍ୟନ୍ତ ସ୍ମିତାର କୋଳ ଶୂନ୍ୟ କେତେ ଠାକୁରଙ୍କୁ ମାନସିକ କରି କରି ଥକିଲାଣି ସବୁ ଥର ତା’ ଆଶା ମଉଳି ଯାଉଛି ପ୍ରତିଥର ନିଜ ମନକୁ ବୁଝେଇ ଦେଇ ରହିଯାଉଛି ଭାବୁଛି, ଏମିତି ଅନେକ ଦମ୍ପତ୍ତି ଅଛନ୍ତି ଯେଉଁମାନେ ବାହାଘରର ତିନି ଚାରିବର୍ଷ ପରେ ମଧ୍ୟ ପିଲାପିଲି ପାଇଁ ବ୍ୟସ୍ତ ହେଉନାହାନ୍ତି କହୁଛନ୍ତି କଣ ନା, ଲାଇଫକୁ ଏଞ୍ଜୟ ଏବେ କରିବା ନା, ପିଲାପିଲି ହୋଇଗଲେ ଆଉ ଏଞ୍ଜୟ କରିହୁଏ? କିନ୍ତୁ ସେ କଥା ଗୁଡ଼ା ସ୍ମିତାକୁ ଭଲ ଲାଗେନି ସେ ଭାବେ ଯାହାହେଲେ ବି ଘରକୁ ସୁନ୍ଦର ପିଲାଟିଏ ପିଲାପିଲି ନଥିଲେ ଘରଟା ଖାଁ ଖାଁ ଲାଗେ ଯେତେ ଯାହା ହେଲେ ବି ନାରୀର ପୂର୍ଣ୍ଣତା ମାତୃତ୍ବରେ ତା’ ସାଙ୍ଗରେ ଯେତେ ଜଣ ବାହା ହେଇଥିଲେ ସମସ୍ତେ ପିଲାପିଲି ଧରି ବୁଲିଲେଣି ବାଟରେ ଘାଟରେ ଦେଖାହେଲେ ସବୁବେଳେ ପଚାରୁଛନ୍ତି, “କଣ ସ୍ମିତା ଫ୍ୟାମିଲି ପ୍ଲାନିଂଗ କରୁଛୁ କି? କିଛି ନୂଆ ଖବର ଦେଉନୁ ଯେ? କେଉଁ ଦିନ ନୂଆ ଖବର ଦେଇ ଖୁସି କରେଇବୁ?”
ସ୍ମିତା ଖାଲି ହସିଦିଏ କଣ ବା କାହାକୁ କହିବ? ଅଜାଗା ଘା କାହାକୁ ଦେଖେଇ ହୁଏନି କି ନିଜେ ଦେଖି ହୁଏନି ସିଏ ଆଉ ତା’ ସ୍ୱାମୀ ପ୍ରଶାନ୍ତ ବାହାଘରର ମାସେ ପରେ ଏଇ ସହରକୁ ଆସି ଭଡ଼ା ଘରେ ରୁହନ୍ତି ପ୍ରଶାନ୍ତ ଗୋଟେ ପ୍ରାଇଭେଟ କମ୍ପାନୀରେ ଚାକିରି କରେ ପ୍ରଶାନ୍ତର ନିଜ ଘର ଅନୁଗୁଳରେ କିନ୍ତୁ ଏବେ ନିଜର ବୋଇଲେ କେହିନାହାନ୍ତି ପିଲାଟି ଦିନରୁ ବାପ ଛେଉଣ୍ଡ, ତା ମା’ ହିଁ ତାକୁ ପାଳିପୋଷି ବଡ଼ କରିଥିଲେ କିନ୍ତୁ ତା’ ମା’ ପ୍ରଶାନ୍ତର ବାହାଘରର ପନ୍ଦର ଦିନ ଯାଇଛି କି ନାହିଁ ହାର୍ଟ ଆଟାକରେ ସେପାରିକୁ ଚାଲିଗଲେ ପ୍ରଶାନ୍ତର ମାମୁଁ ଘରଆଡୁ କିମ୍ବା ତା’ର ନିଜ ବାପାଙ୍କ ଆଡୁ ସେମିତି କେହି ନିକଟ ସମ୍ପର୍କୀୟ କେହି ନାହାନ୍ତି
ଯିଏ ବି ଅଛନ୍ତି ସମସ୍ତେ ଦିନେ ଅଧେ ପାଇଁ ଖାଲି ଦାୟିତ୍ବ ଅଛି ବୋଲି କେବେ କେବେ ଫୋନରେ ପଚାରି ଦିଅନ୍ତି କେମିତି ଅଛୁ ବୋଲି....... ସେତିକି ସ୍ମିତାର ଆଉ ପ୍ରଶାନ୍ତର ଆରେଞ୍ଜ୍ଡ଼ ମ୍ୟାରେଜ ପ୍ରଶାନ୍ତର ମା’ ହିଁ ସ୍ମିତାକୁ ଦେଖି ପସନ୍ଦ କରିଥିଲେ
ସ୍ମିତା ବି ପିଲା ଦିନରୁ ମଉସା ମାଉସୀଙ୍କ ପାଖରେ ରହି ବଢ଼ି ଆସିଛି ସିଏ ମଧ୍ୟ ଅଭାଗିନୀ ଛୋଟ ବେଳୁ ବାପାମା’ଙ୍କୁ ହରେଇଛି ତା’ ବାପା ମା’ଙ୍କ କଥା ତା’ର ଝାପସା ଝାପସା ମନେ ପଡ଼େ ସିଏ ସେତେବେଳେ ବୋଧହୁଏ ନର୍ସରୀ କିମ୍ବା ୟୁକେଜି ପଢୁଥିଲା ଦିନେ ସ୍କୁଲରୁ ଫେରି ଘରେ ପହଞ୍ଚିଲା ବେଳକୁ ଦେଖିଲା ତାଙ୍କ ଘରସାରା ଲୋକ ଭର୍ତ୍ତି କଣ ହେଇଛି ବୋଲି ଲୋକଙ୍କୁ ଆଡ଼େଇ ପଶିଗଲା ବେଳକୁ ଦେଖିଲା ତା ବାପା ଆଉ ମାଙ୍କୁ ଦାଣ୍ଡ ଘରେ ଧଳା ଚାଦର ଘୋଡ଼େଇ ଶୁଆଇ ଦିଆ ଯାଇଛି ସିଏ ତ ଛୋଟ, କିଛି ବୁଝି ପାରୁ ନଥାଏ ଖାଲି ବିକଳରେ ଡାକୁଥିଲା,
“ଏ ମା! ଉଠ୍ ....... ବାପା ଉଠ!” କିନ୍ତୁ କେହି ଉଠିନଥିଲେ ପରେ ତା ମଉସା ମାଉସୀଙ୍କଠୁ ଶୁଣିଲା ତା ବାପା ଆଉ ମା’ ଗାଡ଼ି ଚଲେଇ ଗଲା ବେଳେ ପଛରୁ ବଡ଼ ଟ୍ରକ ଆସି ପିଟି ଦେଇଥିଲା ଦୁହେଁ ସେଇଠାରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେବେଠାରୁ ବାହାଘର ହେଲା ଯାଏଁ ସିଏ ମଉସାଙ୍କ ଘରେ ବଢ଼ିଛି କିନ୍ତୁ ବାହାଘର ପରେ ପରେ ପ୍ରଶାନ୍ତ ହିଁ ସ୍ମିତାର ଦୁନିଆଁ
ପ୍ରଶାନ୍ତ ବହୁତ ଭଲ ମଦ ନିଶା, ବିଡ଼ି ସିଗାରେଟ, ଗୁଟୁଖା, ଏମିତିକି ଚା ବି ପିଏନାହିଁ ସିନା, ଗୋଟେ ବଦ୍ଗୁଣ ତା’ର ଥିଲା, ସେଇଟା ହେଲା ସାଙ୍ଗ ଦେଖିଲେ ସବୁକଥା ଭୁଲିଯାଏ ଘରେ ସ୍ମିତାକୁ କହି ଆସିଥିବା କଥା ମଧ୍ୟ ଭୁଲି ଅନ୍ୟ କାମରେ ମାତିଯାଏ କମ୍ପାନୀ କାମରେ ବିଭିନ୍ନ ଜାଗାକୁ ଯିବାକୁ ପଡ଼େ ବହୁତ ସମୟରେ କଥା ଦେଇ କଥା ରଖିପାରେନି ପ୍ରଶାନ୍ତ ଜାଣେ ସ୍ମିତା ଆଉ ସିଏ ଦୁହେଁ ଏ ଦୁନିଆଁରେ ପୁରା ଏକୁଟିଆ କହିଲେ ଚଳେ ନିଜର ବୋଇଲେ କେହି ନାହାନ୍ତି କିନ୍ତୁ ସ୍ମିତାକୁ ତା’ର ସମୟର ଖୁବ କମ୍ ଭାଗ ହିଁ ଦେଇପାରେ ସେଥିପାଇଁ ଦୁହିଙ୍କ ଭିତରେ କେବେ କେବେ ମନୋମାଳିନ୍ୟ ହେଇଯାଏ କିନ୍ତୁ ପ୍ରଶାନ୍ତ ସବୁବେଳେ ସ୍ମିତାକୁ ଖୁବ ଭଲ ଭାବରେ ମନେଇ ଦିଏ ସେ କଳାରେ ତାକୁ କେହି ପାରିବେନି କାରଣ ବହୁତ ଭଲପାଏ ସେ ସ୍ମିତାକୁ
ଏଇ ଶିବରାତ୍ରୀର ଘଟଣା, ପ୍ରଶାନ୍ତ ସ୍ମିତାକୁ କହିଥିଲା ସେଇ ସପ୍ତାହରେ ମେଡ଼ିକାଲ ଚେକ୍ଅପ୍ ପାଇଁ ନେଇଯିବ ବୋଲି କିନ୍ତୁ ସିଏ କଣ ଜାଣିଥିଲା ତା ସବୁ ସାଙ୍ଗ ମିଶି ତାକୁ ବାଧ୍ୟ କରି ଶିବରାତ୍ରୀ ମେଳାକୁ ନେଇଯିବେ ବୋଲି? ଯେତେ କହିଲେ ବି ମାନିଲେନି ଏକା ଜିଦ ପ୍ରଶାନ୍ତ ନଗଲେ କେହି ଯିବେନି ଆଗରୁ ତ ସାଙ୍ଗ ମାନଙ୍କୁ ମୁଣ୍ଡରେ ବସେଇଛି ଏବେ କରିବ କଣ? ବାଧ୍ୟ ହେଇ ଶିବରାତ୍ରୀ ମେଳା ଗଲା ଶିବରାତ୍ରୀ ମେଳାରେ ବୁଲୁଥିଲା ସିନା, ମନଟା ଥାଏ ସ୍ମିତା ପାଖରେ ଖାଲି ଭାବୁଥିଲା ଘରକୁ ଫେରିଲେ କେମିତି କଣ କହିବ? ଶିବରାତ୍ରୀ ମେଳାରେ ଯିଏ ଯାହା ଯାଚିଲା କିଛି ପାଟିରେ ଦେଲାନି ମନ ଭଲ ଥିଲେ ସିନା ରୁଚିବ? ସେମିତି ସେମିତି ଭୋକ ପେଟରେ ଶିବରାତ୍ରୀ ମେଳାରେ ବୁଲୁଥିଲା ଆଉ ବାରମ୍ବାର ସାଙ୍ଗମାନଙ୍କୁ କହୁଥିଲା, “ହେଲା ଭାଇ! ସେତିକି ବୁଲିଥାଅ ତୁମେ ସିନା ବାହା ସାହା ହେଇନ, ମୁଁ ତ ହେଇଛି ମୋତେ କାହିଁକି ଅପଦସ୍ତ କରାଉଛ କହିଲ? ଶୀଘ୍ର କାମ ସାର ଯିବା”
କିଏ ତା’ କଥାକୁ ହସ ରେ ଉଡ଼େଇ ଦେଉଥାଏ ତ ଆଉ କିଏ ତାକୁ ଟାହି ଟାପରା କରି କହୁଥାଏ, “ଓଃ... ଇଏ ଏକୁଟିଆ ବାହା ହେଇଛି ଆଉ କିଏ ଦୁନିଆଁରେ ବାହା ହେଇଛନ୍ତି କି? ବେଶି ଘର ଘର ହେଉଛି ରଖ ବେ ତୋ ଘର ଶଳା... ସ୍ତ୍ରୀ ବୋଲକରା! ଘଡିଏ ସାଙ୍ଗଙ୍କ ସହିତ କାଟି ପାରୁନି”
ଏମିତି କଥା କଟା କଟିରେ ବହୁତ ସମୟ ପଳେଇଥିଲା ଘରକୁ ଫେରୁ ଫେରୁ ବହୁତ ଡେରି, ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା ମୁହଁ ଲାଲ ଦେଖାଯାଉଥିଲା
“କେଉଁଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନାଁ ଆଉ କିଛି? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ବ ଅଛି ବୋଲି ଜାଣିଛ ନା ନାହଁ?”
ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, “ମୋତେ ଭୋକ ଲାଗିଲାଣି, ଜଲଦି ଖାଇବାକୁ ବାଢ଼!”
ସ୍ମିତା ଅବାକ ହେଇ ଚାହିଁ ରହିଥିଲା କି ଅଦ୍ଭୂତ ମଣିଷ ଇଏ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହଁ ଆଜି ଖାଇବାକୁ ମିଳିବ ନାହଁ ବୋଲି ସ୍ମିତା ଘୋଷଣା କରିଦେଲା
“କିଛି ରାନ୍ଧିନ?” ଭୋକକୁ ଚାପି ପ୍ରଶାନ୍ତ କହିଲା
“ରାନ୍ଧିଛି, କିନ୍ତୁ ତୁମକୁ ଦେବିନି” ସ୍ମିତା ଗରଗର ହେଇ କହୁଥିଲା ତା ପରେ ପୁଣି କହିଲା, “ଏତେ ଜୋରରେ କିଏ ଏମିତି ଧକ୍କା ଦିଏ? ଆଉ ଟିକେକୁ ମୋ ମୁଣ୍ଡ କାନ୍ଥରେ ବାଜିଥାନ୍ତା”
“ଓ... ସରି... ତୁମେ ବାଟ ଓଗାଳି ଛିଡ଼ା କାହିଁକି ହେଇଥିଲ କି? ମୁଣ୍ଡ ବାଜିନି ତ? ବାଜିଥିଲେ ମୁଁ ଡାକ୍ତରଖାନା ନେଇ ଯାଇଥାନ୍ତି କିଛି ଚିନ୍ତା କରନି” କହିବା ସହିତ ନିଜ ଡାହାଣ ଆଖିକୁ ବନ୍ଦ କରି ଜିଭ କାମୁଡ଼ି ସ୍ମିତାକୁ ଜଣେଇ ଦେଉଥିଲା ଯେ ସେ ଯାହା କରିଛି ଅଜାଣତରେ ଏତେ ଜୋରରେ ଠେଲି ହେଇଯିବ ବୋଲି ସେ ଭାବିନଥିଲା
“ଆଉ ରଗାଅନି... କହି ଦେଉଛି କୋଉଠି ଥିଲ ତୁମେ?”
“ସରି ବାବା!... ଭୁଲ ହେଇଗଲା... ଆଉ ରାଗନି ସତରେ ମୋତେ ବହୁତ ଭୋକ ଚାଲ ମିଶିକି ଖାଇବା ଆଉ କଥା ହେବା... ଓକେ!” ଏତିକି କହି ପ୍ରଶାନ୍ତ କୋଳେଇ ନେଲା ସ୍ମିତାକୁ ସ୍ମିତା ଆଉ କେତେ ବା ରାଗନ୍ତା? ନିଆଁରେ ପାଣି ପଡ଼ିଲା ପରି ସ୍ମିତାର ରାଗ ଥଣ୍ଡା ହେଇଗଲା ଏଇ ହେଲା ନାରୀର ମହାନତା ଟିକିଏ ସ୍ନେହ ଆଦର ପାଇଲେ ଦୁନିଆଁର ସବୁ କଷ୍ଟକୁ ହସି ହସି ସହିଯିବେ
ଦୁହେଁ ଯାଇ ଯାହା ରନ୍ଧା ହେଇଥିଲା ସାଙ୍ଗ ହେଇକି ବଢ଼ାବଢ଼ି କଲେ ଖାଇବା ବାଢୁ ବାଢୁ ସ୍ମିତା କହୁଥିଲା, “ଜାଣିଛ, ମୁଁ ବି କିଛି ଖାଇନି ବହୁତ ଭୋକ ସ୍ତ୍ରୀକୁ ଏମିତି ଭୋକରେ ରଖନ୍ତି? ପାପ ହବ, ଆଉ କେବେ ବି ଏମିତି କରିବନି”
ପ୍ରଶାନ୍ତ କାନ ଧରିବା ଭଳି ଦୁଇ ହାତ ଛନ୍ଦି, ସ୍ମିତାର ମୁହଁକୁ ନିଜ ମୁହଁ ପାଖରେ ରଖି କହୁଥିଲା, “ଆଉ, କେବେ ସେମିତି ହବନି ମୁଁ ଜାଣିଛି ତୁମେ ମୋତେ ନ ଖୁଆଇ ନିଜେ ଖାଇବନି କିନ୍ତୁ ଏ ସବୁ ପୁରୁଣା ନୀତି ନିୟମ ତାକୁ ଆଜିକାଲି ଏମିତି ମାନିଲେ ଚଳି ହବ?”
“ଆଉ? ତୁମେ ତୁମ କଥା ନରଖି ମୋତେ ଡାକ୍ତରୀ ପରୀକ୍ଷା ପାଇଁ ନ ନେଲେ ଚଳିବ, ନୁହେଁ?”
“କହିଲି ପରା, ଭୁଲ ହେଇଗଲା କାଲି ହିଁ ଯିବା, ମନ ଖୁସି ତ?”
ପ୍ରଶାନ୍ତ ଆଉ ସ୍ମିତା ପରସ୍ପରକୁ ଖୁଆଇ ଦେଉଥିଲେ ସ୍ବର୍ଗୀୟ ବାତାବରଣ ଖେଳି ଯାଉଥିଲା ସ୍ତ୍ରୀର ସୁଖ ସ୍ବାମୀ ସୋହାଗରେ
ଖାଇ ସାରି ଦୁହେଁ ବହୁତ କଥା ହେଲେ ପ୍ରଶାନ୍ତ ନିଜ ସାଙ୍ଗମାନଙ୍କ କଥା ମଧ୍ୟ କହିଲା କେମିତି ସିଏ ଶିବରାତ୍ରୀ ମେଳା ଯିବାକୁ ଚାହୁଁ ନଥିଲେ ମଧ୍ୟ, ତା ସାଙ୍ଗମାନେ ତାକୁ ଜୋର କରି ଶିବରାତ୍ରୀ ମେଳା ବୁଲିବାକୁ ନେଇ ଯାଇଥିଲେ ଇତ୍ୟାଦି ସବୁ କହିଲା ସବୁ ଶୁଣି ସ୍ମିତା ବୁଝି ପାରୁଥିଲା ପ୍ରଶାନ୍ତ ତାକୁ କେତେ ଭଲପାଏ ଆଉ ନିଜକୁ ନିଜେ ଲଜ୍ଜିତ ହେଇ ଭାବୁଥିଲା କେତେ ରାଗିଯାଇଥିଲା ସେ, ପ୍ରଶାନ୍ତ ଉପରେ
ତା ପରଦିନ ପ୍ରଶାନ୍ତ ସ୍ମିତାକୁ ନେଇ ଡାକ୍ତରଙ୍କ ପାଖକୁ ଗଲା ଡାକ୍ତର ସବୁ ଦେଖିଲେ ଆଶ୍ବାସନା ଦେଇ କହିଲେ, “କିଛି ଚିନ୍ତା କରନ୍ତୁ ନାହିଁ ଏବେ ଦୁଇଜଣଙ୍କ ସବୁ ଟେଷ୍ଟ ରିପୋର୍ଟ ଭଲ ଆସିଛି ପୂର୍ବରୁ ଯାହା ଟିକେ ଟିକେ ଅସୁବିଧା ଥିଲା ସବୁ ଭଲ ହେଇ ଆସିଲାଣି ସ୍ମିତା ନିଶ୍ଚୟ ମା’ ହେବ|”
କହିବାବାହୁଲ୍ୟ ବର୍ଷେ ପରେ ସ୍ମିତା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଲା ତା ନାଁ କଣ ରଖିଥିବ କହିଲେ? ପିଲାଟିର ଡାକ ନାଁ........ ‘ସିପୁ’ ...... ସ୍ମିତାରୁ ‘ସି’ ଆଉ ପ୍ରଶାନ୍ତରୁ ‘ପୁ’ କେମିତି ଲାଗିଲା?
Go Back to Previous Page
କର୍ତ୍ତବ୍ୟ
ଡ: ସଂଘମିତ୍ରା ମହାପାତ୍ର
Read Article
ଏକ ଆଦର୍ଶ ସମାଜର ସ୍ବପ୍ନ
ଶୁଭକାନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ