ସକାଳୁ ସକାଳୁ ପ୍ରଶାନ୍ତ ନିଜର ନିତ୍ୟକର୍ମ ସାରି ନିଜକୁ ପ୍ରସ୍ତୁତ କରୁଥିଲେ ଝିଅର ବହି ସଜାଡ଼ି ଦେଇ ସ୍ମିତା ସ୍କୁଲ୍ ଟିଫିନ୍ ପ୍ୟାକ୍ କରିବାରେ ବ୍ୟସ୍ତ ଥିଲେ ଝିଅ ଗୁଞ୍ଜନ୍ ଡ୍ରେସ୍ ପିନ୍ଧି ପୁରା ପ୍ରସ୍ତୁତ ପ୍ରଶାନ୍ତ ଝିଅ ଗୁଞ୍ଜନକୁ ସ୍କୁଲ ପାଖରେ ଛାଡ଼ିଦେଇ ଚାଲିଗଲେ ଗୁଞ୍ଜନ ସ୍କୁଲ ହତା ଭିତରକୁ ପ୍ରବେଶ କଲା ପ୍ରଶାନ୍ତ ଯାଉଥିବା ରାସ୍ତାରେ ଗାଁର ପୁରୁଣା ବନ୍ଧୁଙ୍କ ସହ ହଠାତ୍ ଦେଖା ହୋଇଗଲା ଗାଡ଼ି ଅଟକାଇ ଉଭୟ କଥା ହେଲେ, ଚା’ ପିଇ କଥା ହେବାକୁ ନିକଟରେ ଥିବା ଦୋକାନକୁ ଗଲେ ସେଠାରୁ ଆକାଶକୁ ଇଣ୍ଟରଭ୍ୟୁ ସେଣ୍ଟରରେ ପହଞ୍ଚାଇ ଦେଇ ଦେଖିବା ବେଳକୁ ଘଣ୍ଟାରେ ସାଢ଼େ ନ’ଟା ବାଜି ଗଲାଣି ତେଣୁ ଅଫିସ୍ର କାର୍ଯ୍ୟ ବ୍ୟସ୍ତତାକୁ ଆଖି ଆଗରେ ରଖି ପ୍ରଶାନ୍ତ ଘରକୁ ନ ଯାଇ ସିଧା ସିଧା ଅଫିସ ଚାଲିଗଲେ ସମୟ ଗଡ଼ି ସାରିଥିଲା କିନ୍ତୁ ସ୍ମିତାଙ୍କ ଅପେକ୍ଷାର ଅନ୍ତ ନଥିଲା ସେ ଚାହିଁ ବସିଥିଲେ ପ୍ରଶାନ୍ତଙ୍କର ଫେରିବା ରାସ୍ତାକୁ କାରଣ ପ୍ରଶାନ୍ତ କିଛି ଖାଇନଥିଲେ କି ଗଲାବେଳେ ଟିଫିନ୍ ବି ନେଇନଥିଲେ ବାଧ୍ୟ ହୋଇ ସ୍ମିତା ଫୋନ କଲେ, ମାତ୍ର ଫୋନ ଅପହଞ୍ଚ ଦୂରତାରେ ଥିବା କଥା କେବଳ ଶୁଣି ପାରିଲେ ବାରମ୍ବାର ଫୋନ୍ କଲେ ମଧ୍ୟ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରିନଥିଲା ସେ ସେମିତି ଅପେକ୍ଷା କରି ରହିଲେ, ରାଗ ଆଉ ବିରକ୍ତିମିଶା ଭାବରେ
ବହୁ ସମୟପରେ କୌଣସି ପ୍ରକାରେ ପୁନଶ୍ଚ ଫୋନ ଲଗାଇବା ପାଇଁ ଚେଷ୍ଟା କରିବାରୁ ଫୋନଟି ରିଙ୍ଗ୍ ହେଲା ଶେଷରେ ଫୋନ ରିଙ୍ଗ୍ ହୋଇ କଟିଗଲା କିନ୍ତୁ କୌଣସି ଉତ୍ତର ଆସିଲା ନାହିଁ ଏ ଭିତରେ ଗୁଞ୍ଜନର ସ୍କୁଲରୁ ଫେରିବାର ସମୟ ହୋଇ ସାରିଥାଏ ତେଣୁ ଆଉ ବିଳମ୍ବ ନ କରି ସିଧା ଚାଲିଗଲେ ସ୍କୁଲକୁ ସେଠାରୁ ଝିଅକୁ ସାଙ୍ଗରେ ଆଣି ଘରେ ପହଞ୍ଚିଲେ ତାକୁ ଖାଇବାକୁ ଦେଇ ଶୋଇବାପାଇଁ ପ୍ରସ୍ତୁତ କରାଇ ନିଜେ ଶୋଇବା ଘରକୁ ନେଇଗଲେ ଝିଅକୁ ଶୁଆଇ ନିଜେ ମଧ୍ୟ ଶୋଇପଡ଼ିଲେ ଘରେ ଏଇ ଦୁଇପ୍ରାଣୀକୁ ଛାଡ଼ି ଦେଲେ ଆଉ କେହି ନାହାନ୍ତି ଗତ ଦଶବର୍ଷ ହେଲା ଗାଁ ଛାଡ଼ି ଆସିଛନ୍ତି ସେମାନେ ପ୍ରଶାନ୍ତ ସହରରେ ଏକ କମ୍ପାନୀରେ ଚାକିରୀ କରେ ଝିଅକୁ ଏବେ ମାତ୍ର ସାତବର୍ଷ, ସେ ଦ୍ବିତୀୟ ଶ୍ରେଣୀରେ ପଢ଼େ
ପ୍ରଶାନ୍ତଙ୍କର ସବୁ ଅଫିସ କାମ ସରିବାରୁ ଫୋନ ଦେଖିଲେ ସ୍ମିତାର ମିସ୍ଡ଼ କଲ୍ ଅଛି ସେତେବେଳକୁ ଘଣ୍ଟାରେ ପାଞ୍ଚଟା ବାଜି ସାରିଥାଏ ଫୋନ ସ୍ମିତାକୁ ଲଗାଇବା ବେଳେ ଆକାଶର ଫୋନ ଆସିଲା ତେଣୁ ଆକାଶର ଫୋନ୍ ରିସିଭ୍ କରି ପ୍ରଶାନ୍ତ କଥା ହେଲା
- ହଁ ଆକାଶ, କହ ଇଣ୍ଟରଭ୍ୟୁ କେମିତି ହେଲା?
- ହଁ ଭଲ ହେଲା କିନ୍ତୁ ମୁଁ ଏବେ ଘରକୁ ଯିବାକଥା ହେଲେ ବସ ଷ୍ଟାଣ୍ଡରେ ବିଳମ୍ବରେ ପହଞ୍ଚିବାରୁ ଆଉ ବସ୍ ପାଇଲି ନାହିଁ
- ଓଃ, ହଉ ତୁ ବ୍ୟସ୍ତ ହୁଅନା ମୁଁ ବସଷ୍ଟାଣ୍ଡରେ ପହଞ୍ଚୁଛି
ଆକାଶ ବସଷ୍ଟାଣ୍ଡରେ ପ୍ରଶାନ୍ତକୁ ଅପେକ୍ଷା କଲା ଅଧଘଣ୍ଟା ପରେ ପ୍ରଶାନ୍ତ ସେଠି ପହଞ୍ଚିଲା ଦୁହେଁ କଥାବାର୍ତ୍ତା ହେଲେ ସୂଚନା କେନ୍ଦ୍ରରେ ଯାଇ ପଚାରି ବୁଝିଲେ, ହେଲେ ଗାଁକୁ ଯିବାପାଇଁ ଆଉ କୌଣସି ବସ ନଥିଲା ପ୍ରଶାନ୍ତ କହିଲେ,
- ଶୁଣ୍, ତୁ ଗାଡ଼ିରେ ବସ ମୁଁ ତତେ ନେଇ ଗାଁରେ ଛାଡ଼ିଦେଇ ଆସିବି
- ଆରେ ନା ନା ତୁ ଏକା ଏକା ଫେରିବୁ ନା କଣ?
- କିଛି ଅସୁବିଧା ନାହିଁ ମୁଁ ଚାଲି ଆସିବି...
- ନା ନା ଫେରିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ ପୁଣି ଶୀତ ଦିନଟା, ଥଣ୍ଡା ବି ହେବ... ତୋ ପାଖରେ କିଛି...
- ମୋର କିଛି ଅସୁବିଧା ନାହିଁ ଏମିତିରେ ମୋତେ ବହୁତ ଗରମ ଲାଗେ ଚାଲ ବସ ଗାଡ଼ିରେ...
- ନା’ ଥାଉ ତେଣେ ଭାଉଜ ଚିନ୍ତା କରୁଥିବେ, ବ୍ୟସ୍ତ ହେବେ
- ଠିକ୍ ଅଛି ତା ହେଲେ ତୁ ଆଜି ଆମ ଘରେ ରହିଯା
- ନା ନା, ବାପାବୋଉ ତେଣେ ଅପେକ୍ଷା କରିଥିବେ... ରହି ହେବନି ମୁଣ୍ଡ ଉପରେ ଭଉଣୀର ବାହାଘର ସବୁକାମ କରିବାକୁ ହେବ ବାହାଘର ଆଉ ଦୁଇ ଦିନପରେ ମୋତେ ଘରକୁ ଯିବାକୁ ହେବ ହିଁ ହେବ ଆଉ କେବେ ଆସିଲେ ରହିବି
- ହଉ ତା ହେଲେ ମୁଁ ଗାଁରେ ଛାଡ଼ିଦେଇ ଆସିବି ଯାହା କିଛି ଦରକାର ପଡ଼ିବ ମୋତେ କହିବୁ ବିନା ସଙ୍କୋଚରେ ଆରେ ସାଙ୍ଗ ଅସୁବିଧାରେ ନ ଆସିଲେ ସେ କି ସାଙ୍ଗ? ସେ କି ସମ୍ପର୍କ ପୁଣି!
ଆକାଶ ପ୍ରଶାନ୍ତର ଗାଡ଼ିରେ ବସିଲା ଦୁହେଁ ସରପଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଅଢେଇ ଘଣ୍ଟା ଗାଡ଼ି ଚାଲିବା ପରେ ଆକାଶର ଦାଣ୍ଡ ଆଗରେ ଗାଡ଼ି ଲାଗିଲା ଆକାଶ ପ୍ରଶାନ୍ତକୁ ଘର ଭିତରକୁ ଡାକୁଥିଲା ହେଲେ ପ୍ରଶାନ୍ତ କହିଲା, “ନା ଆଜି ମୁଁ ଯାଉଛି ଆଉ କେବେ ଆସିବି ତେଣେ ସ୍ମିତା ଅପେକ୍ଷା କରିଥିବ” ଏତିକି ବେଳକୁ ଆକାଶର ବାପାମା’ ଆସି ପହଞ୍ଚିଲେ ଆଉ କଥା ହେଉ ହେଉ କହିଲେ ଆଜି ପ୍ରଶାନ୍ତ ଆସିଛି ଅନେକ ଦିନପରେ ସମସ୍ତେ ଏକାଠି ରାତ୍ରୀ ଭୋଜନ କରିବା
ଆକାଶର ବାପା ଭଲମନ୍ଦ ବୁଝୁ ବୁଝୁ ପଚାରୁଥିଲେ,
- ଆଉ ବାପ, ତୁମେ ଏବେ କଣ କରୁଛ?
- ମଉସା ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଛି
- ହଉ ଭଲ ହେଲା ଏଇ ଆକାଶଟା କେଉଁଠି ଗୋଟେ ଲାଗିଗଲେ ମୋର ଚିନ୍ତା ଯାଆନ୍ତା ଯାଇଥିଲା ତ ଇଣ୍ଟରଭ୍ୟୁ ଦେବାପାଇଁ, କେଜାଣି କଣ କରିଥିବ ପ୍ରାର୍ଥନା କରୁଛି କେମିତି ଭଲରେ ଭଲରେ ହେଇଯାଉ
ସେମାନେ କଥା ହେଉଥିବା ବେଳେ ଆକାଶର ମା ଚା’ ଆଉ ଚୁଡ଼ାଭଜା ଧରି ଆସିଲେ ପ୍ରଶାନ୍ତକୁ ସେ ସବୁ ଦେଇ ପଚାରିଲେ,
- ଆଉ ବାପ, ଘରେ ସବୁ ଭଲ ତ?
- ହଁ ମାଉସୀ, ସେମିତି ସୁଖେଦୁଃଖେ ଚାଲିଛି
- ହଁ, ବାପ ସେଇତିକି ଦରକାର ଆମର ଏ ଆକାଶଟା କୂଳକୁ ଲାଗିଗଲେ ତା ହାତକୁ ଦି ହାତ କରି ଦିଅନ୍ତୁ ଆମେ ଆଉ କେତେଦିନ ବଞ୍ଚିବୁ? ତା ହାତରେ ସବୁ ଦାୟିତ୍ବ ଦେଇ...
- ନା ମାଉସୀ, ସେମିତି କାହିଁକି କହୁଛନ୍ତି? ଆପଣ ଦେଖିବେ ସବୁ ଭଲ ହେବ
ଏ ଭିତରେ ଚା’ ଚୁଡ଼ା ଖାଇବା ପର୍ବ ସରିଥିଲା ପ୍ରଶାନ୍ତକୁ ବାହାଘର ପାଇଁ ନିମନ୍ତ୍ରଣା କଲା ଆକାଶ ଭାଉଜ ଆଉ ଝିଅକୁ ସାଥିରେ ନେଇ ଆସିବା ପାଇଁ ଅନୁରୋଧ କରିଲା
ବହୁତ ବିଳମ୍ବ ହେଲାଣି କହି ପ୍ରଶାନ୍ତ ସେଠୁ ବାହାରିଲା ତୀବ୍ର ବେଗରେ ଆସି ଘରେ ପହଞ୍ଚିଲା ବେଳକୁ ଦଶଟା ବାଜିଲାଣି ପ୍ରଶାନ୍ତ ଗାଡ଼ି ରଖି ଘର ଭିତରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା ମୁହଁ ତା’ର ଲାଲ ଦେଖା ଯାଉଥିଲା “କେଉଁଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହାପ୍ରତି ତୁମର କିଛି ଦାୟିତ୍ବ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, “ମୋତେ ଭୋକ ଲାଗିଲାଣି, ଜଳଦି ଖାଇବାକୁ ବାଢ଼”
ସ୍ମିତା ଅବାକ୍ ହୋଇ ଚାହିଁ ରହିଥିଲା କି ଅଦ୍ଭୂତ ମଣିଷ ଇୟେ ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ୍ ପଡୁନି? ନା ଆଜି ଯାହା ବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା
ପ୍ରଶାନ୍ତ ଧୁଆଧୋଇ ହୋଇ ଆସି ବସିଲେ ଡାଇନିଂ ଟେବୁଲ୍ ଉପରେ, ସ୍ମିତା ସେମିତି ରାଗରେ ଠିଆ ହୋଇ ରହିଥିଲେ ଆଉ କିଛି ନ କହି ସ୍ମିତା ଖାଇବା ଆଣି ଥୋଇଲା ଟେବୁଲ୍ ଉପରେ ପ୍ରଶାନ୍ତ ଖାଇସାରି ଉଠିଲେ ଝିଅକୁ ଖୋଜି ଦେଖିଲେ ଝିଅ ଶୋଇଛି ତା’ ମୁଣ୍ଡରେ ହାତ ବୁଲାଇ ଟିଭି ଅନ୍ କଲେ ଟେବୁଲ୍ ଉପରୁ ବାସନ ଉଠାଉଥିଲା ସ୍ମିତା ଆଖିରେ ଦୁଇ ଧାର ଲୁହ ଆସି ଯାଇଥିଲା
ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଆସିକା
ଗଞ୍ଜାମ, ଓଡ଼ିଶା
ଭ୍ରାମ୍ୟଭାଷ : ୯୦୯୦୨୫୧୨୮୫
Go Back to Previous Page
ଦାୟିତ୍ବ ଓ ପ୍ରେମ
ପ୍ରଶାନ୍ତ କୁମାର ନାଥ
Read Article
ସିପୁ
ଅରବିନ୍ଦ ଆଚାର୍ଯ୍ୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ