ଫୁଲବାଣୀ ସହରର ଉପକଣ୍ଠରେ ଥିବା ଏକ କାର୍ଯ୍ୟାଳୟରେ ପ୍ରଶାନ୍ତ କିରାଣୀ ଚାକିରୀଟିଏ କରେ ସେହି ସହରରେ ଘରଭଡ଼ା ନେଇ ରହେ ଅଫିସରେ ଏତେ କାଗଜପତ୍ର କାମ କରିବାକୁ ପଡ଼େ ଯେ ସେ ପ୍ରାୟ ବ୍ୟସ୍ତତା ଭିତରେ ସମୟ କାଟେ ଯେଉଁଦିନ ଅଫିସରେ କାର୍ଯ୍ୟ ବିଶେଷ ନଥାଏ ସେହିଦିନ ସେ ଶୀଘ୍ର ବସାକୁ ଫେରେ ଆଉ ଯେଉଁଦିନ ଅଧିକ କାର୍ଯ୍ୟଥାଏ ବେଳେ ବେଳେ ବସାକୁ ଫେରିବାରେ ବିଳମ୍ବ ହୁଏ ସୁବିଧା ସମୟ ଦେଖି ଛୁଟିରେ ନିଜ ଘରକୁ ଯାଏ ଘରେ ତା ସ୍ତ୍ରୀ ସ୍ମିତା ଓ ପୁଅ ମନୋଜ ଆଉ ତା ବାପାମା’ ରହନ୍ତି କିନ୍ତୁ ବେଳେ ବେଳେ ଘରକୁ ଯାଇପାରେ ନାହିଁ ତେଣୁ ସମସ୍ତେ ତା’ପାଇଁ ଭାରି ବ୍ୟସ୍ତ ହୁଅନ୍ତି ସେ ନିଜଭଳି ସାଧାରଣ କିରାଣୀ ଚାକିରୀଠାରୁ ତା ପୁଅକୁ ପାଠ ପଢ଼ାଇ, ବଡ଼ ଚାକିରୀଟିଏ କରାଇବ ବୋଲି ଲକ୍ଷ୍ୟ ରଖେ
ପ୍ରଶନ୍ତି ଦିନେ ଅଫିସରୁ ଫେରୁଥିବା ବେଳେ ରାସ୍ତାଟି ଗହଳି ଥିଲା ସେ ଦେଖିବାକୁ ପାଇଲା ଗୋଟିଏ ପୁଅ ଦୁଇଟି ଝିଅ କାକୁତି ମିନତୀ ହୋଇ ଲୋକମାନଙ୍କୁ କିଛି ଭିକ୍ଷା ଉଦ୍ଦେଶ୍ୟରେ ହାତ ପତାଉଛନ୍ତି କିନ୍ତୁ ସେମାନେ ଦେଖିବାକୁ ତିନି ଭାଇଭଉଣୀ ପରି ଲାଗୁଛନ୍ତି ସେ ସେମାନଙ୍କ ନିକଟକୁ ଗଲା ସେମାନଙ୍କ ବିଷୟରେ ଜାଣିବାପାଇଁ ତା’ର ମନରେ ଭାରି କୌତୁହଳ ଜାଗ୍ରତ ହେଲା ନିରୀହ, ନିଷ୍ପାପ, ଦେଖାଯାଉଥିବା ତିନିଜଣଙ୍କୁ ଏକାଠି ଡାକି ପ୍ରଶ୍ନ କଲା ସେମାନେ ନିଜ ନିଜ ନାଁ କହିଲେ, ଉଷା, ନିଶା ଓ ରବି ତା’ପରେ ପ୍ରଶାନ୍ତର କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଅବିରତ କାନ୍ଦିବାକୁ ଲାଗିଲେ କ’ଣ କରିବ! ଏମାନଙ୍କୁ ଦେଖି ତା ମନରେ ଦୟା ଆସିଲା ଭାବିଲା ଏମାନଙ୍କୁ ନିଜ ବସାକୁ ନେଇଯିବ
ଧୁଳିଧୁସରିତ ତିନି ଭାଇଭଉଣୀକୁ ଘରକୁ ନେଇ ସେମାନଙ୍କୁ ସଫା କରାଇ ଭଲ ପୋଷାକ ପିନ୍ଧିବାକୁ ଦେଲା ସେମାନଙ୍କର ଖାଇବାପିଇବା ବ୍ୟବସ୍ଥା ବି କରିଦେଲା ଏ ଭିତରେ ଚାରିପାଞ୍ଚଦିନ ବିତିଗଲା ପିଲା ତିନିଟି ନିଜ ପିତାମାତାଙ୍କ ପାଇଁ ବ୍ୟକୁଳ କିନ୍ତୁ ଯିବାପାଇଁ ଉପାୟ ନାହିଁ ତେଣୁ ସେମାନେ ପ୍ରଶାନ୍ତ ପାଖରେ ହିଁ ରହିଲେ ପ୍ରଶାନ୍ତ ନିଜର ସ୍ବଳ୍ପ ଆୟର କିଛି ଅଂଶ ସେମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ଲାଗିଲା ଏହା ଭିତରେ ଅନେକ ଦିନ ବିତିଗଲାଣି ଘରେ ସମସ୍ତେ ଚିନ୍ତିତ ଅଛନ୍ତି ପ୍ରଶାନ୍ତ ଘରକୁ ଯାଇନାହିଁ ଟଙ୍କା ଯାହା ଖାଲି ପଠାଉଛି ସିନା ଯିବାର ନାଁ ନେଉନାହିଁ ସ୍ମିତା ବିରକ୍ତ ହେଲାଣି, ମନୋଜ ଚିନ୍ତା କଲାଣି କିନ୍ତୁ ସେ ବା କଣ କରିବ? ଶେଷରେ ସେ ନିଷ୍ପତ୍ତି ନେଲା, ସେଇ ତିନିଜଣ ପିଲାଙ୍କୁ ସ୍କୁଲରେ ନାଁ ଲେଖାଇଦେଲା ସମୟ ଗଡ଼ି ଚାଲିଲା ଧିରେ ଧିରେ ସେମାନେ ବଡ଼ ହେବାକୁ ଲାଗିଲେ ଦେଖୁ ଦେଖୁ ସେମାନେ କେବେ ବଡ଼ ହୋଇଗଲେ ଜଣାପଡ଼ିଲା ନାହିଁ ଏହା ଭିତରେ ଅନେକ ବର୍ଷ ବିତିଗଲାଣି ଦଶମ ଶ୍ରେଣୀ ବୋର୍ଡ୍ ପରିକ୍ଷା ନିକଟତର ହେବାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲା ତିନିଜଣଙ୍କ ପିତାଙ୍କ ନାମ ଦେଖି ଆଶ୍ଚର୍ଯ୍ୟ ହେଲେ ସେ ଜାଣିଥିଲେ ଯେ ପ୍ରଶାନ୍ତର କେବଳ ଗୋଟିଏ ସନ୍ତାନ ସେ ଯାହେଉ ପିଲା ତିନିଜଣ ପରିକ୍ଷା ଦେଲେ ଆଉ ଜିଲ୍ଲାରେ ସର୍ବୋଚ୍ଚ ଅଙ୍କ ରଖି ପାସ ମଧ୍ୟ କଲେ ତେଣୁ ପ୍ରଶାନ୍ତର ନିଜ ପୁଅ ମନୋଜ ମଧ୍ୟ ପରିକ୍ଷାରେ ଭଲ ଅଙ୍କ ରଖି ପାସ୍ କରିଥିଲା
ଜିଲ୍ଲା ସ୍ତରୀୟ ସମ୍ମାନ ମହୋତ୍ସବରେ ପିଲା ତିନିଜଣଙ୍କ ଅଭିଭାବକ ଭାବରେ ପ୍ରଶାନ୍ତର ସମସ୍ତେ ଭୁରି ଭୁରି ପ୍ରଶଂସା କଲେ ଅଜଣା ପିଲାଙ୍କୁ ନିଜ ଘରେ ରଖି ସେମାନଙ୍କୁ ଏତେ ଦୂର ଯାଏଁ ଶିକ୍ଷାଦାନ କରିବା ବ୍ୟବସ୍ଥା କରିଥିବା ହେତୁ ସମସ୍ତେ ତାହାର ପ୍ରଶଂସାରେ ଶତମୁଖ ହେଲେ ଖବର କାଗଜ ମାନଙ୍କରେ ଏହି ବିଷୟରେ ଖବର ଛପିଲା ଏହା ଜାଣିବାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତକୁ ଧନ୍ୟବାଦ ଦେବାପାଇଁ ଖୋଜିଲେ
ଅନେକ ଦିନପରେ ପ୍ରଶାନ୍ତ ଘରକୁ ଫେରୁଥିଲା ସେ ଭାରି ଖୁସିଥିଲା କିନ୍ତୁ ଘରକୁ ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା। ମୁହଁ ଲାଲ ଦେଖାଯାଉଥିଲା। “କୋଉଠି ଥିଲ ଏତେ ବେଳଯାଏ, ଏଇଟା ଘର ନା ଆଉ କିଛି? ତମର ଯେବେ ଇଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ। ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, “ମୋତେ ଭୋକ ଲାଗିଲାଣି ଜଲଦି ଖାଇବାକୁ ବାଢ଼।”
ସ୍ମିତା ଅବାକ ହୋଇ ଚାହିଁ ରହିଥିଲା। କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ। ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ। ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା।
କଣ ପାଇଁ ଯେ ସ୍ମିତା ଏତେ ଜୋରରେ ତା’ଉପରେ ବିରକ୍ତ ସ୍ବଭାବ ସବୁ ଅଜାଡ଼ି ଦେଉଛି, ତାହା ସେ ଭଲରେ ବୁଝି ପାରୁଥିଲା ତେଣୁ ସେ ନିରବରେ ସବୁ ଶୁଣି ଯାଉଥିଲା କୌଣସି ପ୍ରତିକ୍ରିୟା ବା ପ୍ରତିବାଦ କରିନଥିଲା ଏହି ସମୟରେ ପିତା କହିଲେ, “ମୋ ନାତିଟା ବାପା ବାପା ବୋଲି କେତେ ହେଲା, କେତେ ଖୋଜିଲା ତୁ ଏତେ ଦିନ ହେଲା ଆସୁନଥିଲୁ କାହିଁକି?” ପ୍ରଶାନ୍ତ ଥିଲା ନିର୍ବିକାର ପ୍ରଶାନ୍ତକୁ ଚାହିଁ ମା କହିଲେ, “ତୁ କିଛି କହୁନୁ କାହିଁକି? ତୋର କଣ ହୋଇଛି?” ପ୍ରଶାନ୍ତ ନିରବରେ କହିବାକୁ ଲାଗିଲା, ତା ସହ ଘଟିଥିବା ସମସ୍ତ ଘଟଣା ସବୁ ଶୁଣିବାପରେ ପରିବାରରେ ସମସ୍ତେ ସ୍ତବ୍ଦ ହୋଇଗଲେ ପ୍ରଶାନ୍ତ ପାଇଁ ସ୍ମିତା ଗର୍ବିତ ଅନୁଭବ କରିଥିଲା ସ୍ମିତା ସବୁ ଶୁଣିବାପରେ କହିଲା, “ସେଇ ପିଲାମାନଙ୍କୁ କୋଉଠି ଛାଡ଼ି ଦେଇ ଆସିଛ? ଯାଅ ସେମାନଙ୍କୁ ଶୀଘ୍ର ନେଇ ଆସ”
ଖବର କାଗଜରେ ପ୍ରକାଶିତ ହୋଇଥିବା ଉଷା, ନିଶା ଓ ରବିଙ୍କ ସଫଳତାର ଖବର ବିଷୟରେ ଲୋକଙ୍କ ପାଖରୁ ଜାଣିବାପରେ ସେମାନଙ୍କର ବାପାମା’ ଆଶାବାଦୀ ହୋଇ ସେମାନଙ୍କୁ ଖୋଜିବା ଉଦ୍ଦେଶ୍ୟରେ ଆସି ପହଞ୍ଚିଲେ ପ୍ରଶାନ୍ତ ଅଫିସ୍ ଯାଉଥିବା ସମୟରେ ସେମାନେ ପ୍ରଶ୍ନ କରୁଥିବାର ଦେଖିଲା, “ଆମର ଦୁଇ ଝିଅ ଓ ପୁଅଟିଏ କେଉଁଆଡ଼େ ଚାଲିଯାଇଥିଲେ ସେମାନେ ହୁଏତ ଖବର କାଗଜରେ ଛପା ହୋଇଥିବା ପିଲା ତିନିଜଣ ହୋଇପାରନ୍ତି ସେମାନଙ୍କୁ ଆମେ କେଉଁଠି ପାଇବୁ?”
ପ୍ରଶାନ୍ତ ସେମାନଙ୍କୁ ବ୍ୟକ୍ତିଗତ ଭାବରେ ମିଶିବା ପରେ ସେମାନଙ୍କ ବିଷୟରେ ସବୁକିଛି ଟିକିନିଖି ବୁଝିଲା ସେ ଦୁଇଜଣ ନରେନ୍ଦ୍ର ଆଉ କାଞ୍ଚନ ସେମାନେ ହିଁ ଉଷା, ନିଶା ଆଉ ରବିର ପିତାମାତା ଏଥିରେ ତିଳେ ହେଲେ ସନ୍ଦେହ ନଥିଲା ନରେନ୍ଦ୍ର କହିଥିଲା, “ମୋର ପିଲାମାନେ ସାନ ସାନ ହୋଇଥିବା ସମୟରେ ଥରେ କାଞ୍ଚନର ଦେହ ପ୍ରବଳ ଖରାପ ହୋଇଗଲା ଏବଂ ତାକୁ ଚିକିତ୍ସା କରିବାପାଇଁ ନେଇ ହସପିଟାଲରେ ରଖିବାକୁ ପଡ଼ିଲା ଏହି ସମୟରେ ପିଲାମାନଙ୍କୁ ଘରେ ଛାଡ଼ିଦେଇ ଆମେ ପ୍ରାୟତଃ ହସପିଟାଲରେ ହିଁ ରହୁଥିଲୁ ପିଲାମାନଙ୍କ ଭଲମନ୍ଦ ଦେଖାଶୁଣାରେ କିଛି ଅସୁବିଧା ହୋଇଗଲା କି କଣ, ଆମେ ହସପିଟାଲରୁ ଫେରିବା ବେଳକୁ ଘରେ କେହି ନଥିଲେ ଅନେକ ଖୋଜାଖୋଜି କରିବାପରେ ମଧ୍ୟ ଆମେ ଆଉ ପାଇଲୁନାହିଁ ଆମେ ଭାବିଥିଲୁ ଆମ ପିଲାମାନେ ଆଉ ନାହାନ୍ତି ହେଲେ କିଛିଦିନ ତଳେ ଖବରକାଗଜରେ ଉଷା, ନିଶା ଆଉ ରବି ନାଁ ଶୁଣି ଆମେ ଆଶାବାଦୀ ହୋଇ ଆସିଛୁ” ପ୍ରଶାନ୍ତ ସେମାନଙ୍କୁ ଅଭୟ ଦେଇ କହିଲେ ସେ ପିଲାମାନଙ୍କୁ ନିଜ ପାଖରେ ରଖିଛି
ପ୍ରଶାନ୍ତର ବସାରେ ପିଲାମାନେ ନିଜ ପ୍ରକୃତ ପିତାମାତାଙ୍କ ସହ ମିଳନ ହୋଇଥିଲା ନିଜ ସନ୍ତାନମାନଙ୍କୁ ପାଇ ସେମାନେ ଧନ୍ୟ ହୋଇଥିଲେ ପ୍ରଶାନ୍ତର ସୁକର୍ମ ପାଇଁ ସେମାନେ କୃତଜ୍ଞତା ଜ୍ଞାପନ କରିବା ସହ ଅଶେଷ ଧନ୍ୟବାଦ ଦେଇଥିଲେ ପ୍ରଶାନ୍ତ ସେମାନଙ୍କୁ ସାଥିରେ ନେଇ ନିଜ ଘରକୁ ଯାଇଥିଲା ସ୍ମିତା ସେମାନଙ୍କୁ ଦେଖି ବହୁତ ଖୁସି ହେଉଥିଲା ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା, ଏମିତି ସ୍ବାମୀ ମୋତେ ସବୁ ଜନ୍ମରେ ମିଳୁ ବୋଲି କହୁଥିଲା
ଦଳପଡ଼ା, ଖଜୁରୀପଡ଼ା, କନ୍ଧମାଳ
୭୬୧୦୧୨, ଓଡ଼ିଶା
ଭ୍ରାମ୍ୟଭାଷ : ୯୪୩୮୦୨୬୮୪୮
Go Back to Previous Page
ଯଦି ହୋଇଥାନ୍ତା ସତ
ଜୀତେନ୍ଦ୍ର କୁମାର କହଁର
Read Article
ଦାୟିତ୍ବ ଓ ପ୍ରେମ
ପ୍ରଶାନ୍ତ କୁମାର ନାଥ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ