ମହାବାତ୍ୟାର ଷୋହଳ ବର୍ଷପରେ
ଏବେ ବି ମନେପଡ଼େ
ତା’ର ସେହି କରାଳ ରୂପ
ବାଇ ଚଢ଼େଇଟି ପରି
ଟିକି ଟିକି କୁଟାକାଠି ଗୁଡ଼ିକୁ
କରିଥିଲି ଏକତ୍ର, ଗଢ଼ିଥିଲି ନୀଡ଼ଟିଏ
ଆବୋରିଥିଲି ସ୍ବପ୍ନକୁ
ଗଢ଼ିଥିଲି ସୁନ୍ଦର ଏକ ରାଇଜ
ସବୁ ମିଳେଇଗଲା
ରୋଗଗ୍ରସ୍ତ ଶରୀର ସତ୍ତ୍ବେ
ଅଣ୍ଟାକୁ ସଳଖି ଧରି
ଆଗକୁ ଚାଲିବାକୁ ପ୍ରୟାସ ନେଇ
ଚାଲୁଥିଲି ଆଗେଇ
ଯେମିତି ମୋରି ଅଭିଶାପ
ବୁମେରାଂ ପରି ମୋ ଆଡ଼କୁ
କରିଦେଲା ଗ୍ରାସ
ଛାରଖାର ହୋଇଗଲା ଏ ଧରିତ୍ରୀ
ସାଉଁଟୀ ଧରିଥିଲି ମୋ ଦୁନିଆକୁ
ସବୁ ନିଷ୍ଫଳ ସବୁ ବେକାର
ଆଜି ମୋ ଅଗଣାରେ ଶିଉଳି ଜମେନା
ଗଙ୍ଗଶିଉଳୀ ଝଡ଼ି ପଡ଼େନା
ସବୁ ସେମିତି ମରୁଭୂମି ପରି
ଧୁଳି ଧୁସରିତ ସବୁ ଧ୍ବଂସ ବିଧ୍ବଂସ
ସବୁ ଶେଷ, ସବୁ ଶେଷ
Go Back to Previous Page
କହିପାରିଲିନି ଭଲପାଏ ବୋଲି
ସୁଜ୍ଞାନ କୁମାର କହଁର
Read Article
ବିଜନକୁ ପଦେ
ସୁଚେତା ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ