“ହେଲୋ ! ବାବୁ ପ୍ରଶାନ୍ତ, ଭଲ ଅଛୁ ବାବା” ପ୍ରଶାନ୍ତ ସୁଦୂରପ୍ରାନ୍ତ ନିଜ ରାଜ୍ୟ ବାହାରେ ଚାକିରୀଟିଏ ପାଇଛି ସେ ତା ବାପାମା’ର ସ୍ୱପ୍ନକୁ ସାକାର କରି ପାରିଛି ବାପାମା’କୁ ମଝିରେ ମଝିରେ ଫୋନ କରି ଖବର ରଖେ ପ୍ରଶାନ୍ତ ଆଜି କିନ୍ତୁ ଓଲଟା! ବାପା ଫୋନ କରିଛନ୍ତି ..... ଟିକିଏ ଅସଞ୍ଜତ ହୋଇପଡ଼ିଲା, “ହଁ, ବାପା ନମସ୍କାର! ମୁଁ ଭଲ ଅଛି ମା, ଭଉଣୀ ଆଉ ତମେ କେମିତି ଅଛ ବାପା?” ବାପା କହନ୍ତି, “ବାବୁରେ ଆଜି ତୋ ପାଇଁ ମୋ ଛାତିଟା ଗର୍ବରେ ଫୁଲି ଯାଉଛି” ପ୍ରଶାନ୍ତର ଆଖିଟା ପାଣିରେ ଭରି ଯାଏ ବାପାଙ୍କ ଅତୀତକୁ ମନେ ପକାଏ ସେଦିନର ପ୍ରଶାନ୍ତର ବାପା ଆଉ ଆଜିର ବାପା ଭିତରେ ଅନେକ ପାର୍ଥକ୍ୟ ରାସ୍ତାରେ ପ୍ରଶାନ୍ତର ବାପାଙ୍କୁ ଅନେକ ସାଙ୍ଗସାଥୀ ପ୍ରଣାମ କରନ୍ତି ବାପାଙ୍କ ହାଥ ଉପରକୁ ଉଠିଯାଏ ସତ, ହେଲେ ଆଖିଟା ଜଳ ଜଳ ହୋଇଯାଏ ମୁହଁ ବାଷ୍ପରୁଦ୍ଧ ହୋଇଯାଏ କାରଣ ସେଇମାନେ ଦିନଥିଲା ନା ଧରି ଡାକ ମାରି ଶ୍ରମିକ ଭାବରେ କେତେ କାମ କରେଇଛନ୍ତି ବାପା ଶ୍ରମିକଭାବେ ସବୁ ସହି କଠିନ ପରିଶ୍ରମ କରିବେ, ଆଉ କହିବେ “ତୁ ପାଠ ପଢ଼, ବଡ଼ ହବୁ, ଚାକିରୀ କରିବୁ, ମୋର ସମ୍ମାନ ରଖିବୁ ଲୋକେ ତୋତେ ଦେଖି କହିବେ, ଏଇ ଦେଖ ଦିନ ମଜୁରିଆର ପୁଅ ପାଠ ପଢ଼ି ଚାକିରୀ କରୁଛି” ପ୍ରଶାନ୍ତ ବାପାଙ୍କ ଇଚ୍ଛାକୁ ପୂରଣ କରି ପାରିଛି ବାପା ଗର୍ବ କରିବେ ନି ତ କରିବ କିଏ?
ଆଜିର ଦିନଟା କିନ୍ତୁ ଥିଲା ଏକ ଭିନ୍ନ ଅନୁଭୂତି ସବୁଦିନଠୁ ଆଜିର ଭାବନା ପ୍ରଶାନ୍ତ ମନରେ କାହିଁକି କେଜାଣି ନୂଆଁ ଆବେଗ ଉଙ୍କି ମାରୁଥାଏ ଠିକ ଏତିକିବେଳେ ବାପା କହିଲେ, “ବାବୁରେ କଥାଟିଏ କହିବି?” ପ୍ରଶାନ୍ତର ମନ ଶାନ୍ତ ପଡ଼ିଗଲା ନୀରବ ହୋଇ ଅଜସ୍ର ପ୍ରଶ୍ନ ପଚାରିଲା ନିଜକୁ “ହେ ପ୍ରଶାନ୍ତ ତୁ କିଛି ଭୁଲ କରିନୁ ତ? ବାପା କ’ଣ କହିବେ? କ’ଣ ତୁ ନିଜ କର୍ତ୍ତବ୍ୟରେ ବିଳମ୍ବ କରିଛୁ କି?” ତା ନୀରବତାକୁ ବାପାଙ୍କର ଶବ୍ଦଟା ଭାଙ୍ଗିଦେଲା “ବାପା ତୁ ଚୁପ ହୋଇଗଲୁ ଯେ? କିଛି କହିଲୁ ନାହିଁ?” ପ୍ରଶାନ୍ତ ଟିକିଏ ଅସଞ୍ଜତ ଭାବରେ କହିଲା, “ହଁ ବାପା କୁହ” ବାପାଙ୍କ ମୁହଁରୁ ବାହାରି ପଡ଼ିଲା ସେହି ଦୀର୍ଘ ଦିନରୁ ମନ ଭିତରେ ଉଙ୍କିମାରି ପଡ଼ି ରହିଥିବା ବାକ୍ୟ, “ବାପାରେ! ତୋ ପାଇଁ ସୁନା ଝିଅଟିଏ ଦେଖିଛି ତୁ ଆସିଲେ ଯାଇ ଟିକେ ଦେଖିଦେଇ ଆସନ୍ତୁ ତୁ ହଁ କହିଲେ ଏ ବର୍ଷ ତୋ ବାହାଘର କରିଦେବା ମୋର ଆଉ କେତେଟା ଦିନ ଯେ! ତୋ ବାହାଘର ହୋଇଗଲେ ମୋ ବୋହୁଟାର ହାତରନ୍ଧା ଖାଇବି ତୋ ମା’ର ହାତରନ୍ଧା ଆଉ ଭଲ ଲାଗୁନି” ପ୍ରଶାନ୍ତ ହୁଁ ମାରି କଥାକୁ ବଙ୍କେଇ ଦେଲା ମନରେ ରଖିଗଲା ଝିଅ ଦେଖିବାକୁ ଯିବ, ବାହାଘର ହେବ
ପ୍ରଶାନ୍ତ ଆଜି ତା ସମାଜରେ ଏକ ଜଣାଶୁଣା ନା ହୋଇଗଲାଣି ଆଖ ପାଖ ଦଶ ଗାଁରେ ତାକୁ କିଏ ବା ନ ଜାଣେ ତା ପାଠପଢ଼ା ପାଇଁ ଯେତିକି ଜଣାଶୁଣା ଥିଲା ଆଜି ତା କର୍ମ କ୍ଷେତ୍ରରେ ସେତିକି ଜଣାଶୁଣା କାରଣ ତା ନିଜ କର୍ମରେ କେବେ ଅବହେଳା କରିନି ଛୋଟ ବଡ଼ ସମସ୍ତଙ୍କ ପ୍ରିୟ ପ୍ରଶାନ୍ତ ସାର ଏ ସବୁ ସମ୍ଭବ ହୋଇଛି ଏଇ କେତେଟା ବର୍ଷ ଭିତରେ ନିଜ କର୍ତ୍ତବ୍ୟ ଠୁଁ ଅଧିକ କିଛି କରି ଦେଖାଇବା ତା’ର ନିତିଦିନିଆ ହୋଇଗଲାଣି ଏସବୁରେ ତାକୁ ବହୁତ ଖୁସି ମିଳେ ରାତିରେ ଭାବି ଭାବି ଗଦଗଦ ହୋଇଯାଏ ସକାଳ ହେବ, ପୁଣି ସେହିପରି ପ୍ରଶଂସାର ସୁଅ ଛୁଟିବ ତା ଅନୁଷ୍ଠାନର ମୂଖ୍ୟ କଥାରେ କଥାରେ ତା’ର ଉଦାହରଣ ଦେଇ କହିବେ, “ହବ ଯଦି ପ୍ରଶାନ୍ତ ହୁଅ” ଏତିକି ପରିଚୟ ହିଁ ସବୁକିଛି ଆଜିର ରାତ୍ରଟା କିନ୍ତୁ ଭିନ୍ନ ଭାବନାରେ ହଜିଯାଇଛି ପ୍ରଶାନ୍ତ ସେ ବାହାହବ, ସେ ବାହା ହୋଇ ଏ ସବୁକୁ କ’ଣ ସମ୍ଭବ କରିପାରିବ? ପ୍ରଶାନ୍ତ ସାର ହୋଇ ରହିପାରିବ ତ? ସେ ଭଲ ଭାବେ ଜାଣେ, ଯାହାକୁ ବାହାହେବ ସେ ତା’ର ହେବ ଅର୍ଦ୍ଧାଙ୍ଗିନୀ ଝିଅ ତା ବାପା, ମା, ଭାଇ, ଭଉଣୀ ସମସ୍ତଙ୍କୁ ଛାଡ଼ି ତାକୁ ଆପଣେଇବ ନିଜର କରିବ ସ୍ବାମୀଙ୍କ ସବୁ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିବ ଏଇ ଚେଷ୍ଟା ଭିତରେ ଖୋଜି ବୁଲିବ ସ୍ୱାମୀଙ୍କ ପାଖରେ ତା ବାପାଙ୍କ ସ୍ନେହ, ମା’ର ମମତା, ଭାଇର ପ୍ରେମ, ଭଉଣୀର ଆଦର ଭାବୁ ଭାବୁ ପ୍ରଶାନ୍ତର ଆଖି ଲାଗିଗଲା ସକାଳୁ ଉଠି ଭାବିଲା ଏକ ସ୍ୱପ୍ନ ! କିନ୍ତୁ ସତ୍ୟତା ମୁଁହରେ ଝଲସୁଥାଏ ତା’ର ବାହାଘର ନିଶ୍ଚୟ
ଇତିମଧ୍ୟରେ ଗ୍ରୀଷ୍ମ ଛୁଟିରେ ପ୍ରଶାନ୍ତର ବାହାଘର ସରିଯାଇଛି ଆଜି ଆଉ କୌଣସି ସ୍ୱପ୍ନ ନାହିଁ, ଭାବନା ନାହିଁ, ଉଦବେଗ ନାହିଁ ସ୍ମିତା ତା’ର ସ୍ୱପ୍ନ, ସତ୍ୟ, ପ୍ରାଣ ବାପାଙ୍କ ପସନ୍ଦ ଯେ ପ୍ରଶାନ୍ତକୁ ନା କରିବାର ରାସ୍ତା ମିଳିବ, ଅସମ୍ଭବ ଥିଲା ସ୍ମିତା ଥିଲା ଅନନ୍ୟ ସୁନ୍ଦରୀ କାବ୍ୟ ଭିତରେ ହଜିଗଲା ପ୍ରଶାନ୍ତ I ଭଞ୍ଜ କାବ୍ୟରେ ନାୟିକାକୁ କେତେଥର ଅନୁଭବ କରିଛି, ଚିତ୍ର ଆଙ୍କିଛି ଆଜି ତା’ର ଜୀବନ୍ତ ରୂପକୁ ଦେଖି ଆନନ୍ଦ ବିଭୋର ହୋଇଗଲା ଗୋଲାପୀପାଦ, ଲାଜରେ ଲାଜରେ ଭିତରକୁ ଆଉଁଜି ହେଉଥାଏ ପାଉଁଜିଟା କହିଦେଉଥାଏ ଯେ ତା ପାଦଦିଟା ଧିରେ ସ୍ଥିରେ ନାହିଁ ସତର୍କ ହୋଇ ଛିଡ଼ା ହଉଥାଏ ପାଦତଳୁ ପ୍ରଶାନ୍ତର ଆଖି ଧିରେ ଧିରେ ଉପରକୁ ଉଠିଲା ନୀଳ ରଂଗର ସାଲୱର ସାଙ୍ଗକୁ ତନୁ ପାତଳୀ ଅଣ୍ଟା, ଚଳଚଞ୍ଚଳ ନୟନ ସୁନ୍ଦରତାକୁ ଦ୍ବିଗୁଣିତ କରୁଥାଏ ଆଖିରେ ତା’ର ସ୍ୱପ୍ନଭରା କାହାଣୀ ନାଚି ଉଠୁଥାଏ ଓଠରେ ଅନେକ ପ୍ରଶ୍ନ ଗୋଲାପୀ ଓଠ ଭିତରେ ସ୍ମିତ ହସକୁ ଚାପି ରଖୁଥାଏ ଆଖି ତଳକୁ କରିଥାଏ ଯେମିତି ହାତର ଅଂଗୁଠି ମଧ୍ୟରେ ନଖ ଖୋଜୁଛି ପ୍ରଶାନ୍ତ, ଇଏ ତୁମର ସ୍ୱପ୍ନର ରାଣୀ ସ୍ମିତା
ସମୟର ଗତିରେ ତାଳ ଦେଇ ପ୍ରଶାନ୍ତ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଥାଏ ଏକ କର୍ତ୍ତବ୍ୟବାନ ସ୍ୱାମୀ ଭାବରେ ପ୍ରେମ, ରାଗ, ଅଭିମାନ ଅନେକ ଭାବନାକୁ ଆପଣେଇଛି କେଇଟା ବର୍ଷ ଭିତରେ ଜାଣିଛି ଏ ସବୁ ସମସ୍ତଙ୍କ ଜୀବନରେ ଆସେ ମୁଣ୍ଡ ନୂଆଁଇ ପାର ହେଲେ ଯାଇ ଚିରନ୍ତନ ପ୍ରେମର ସ୍ୱାଦକୁ ଚାଖିହୁଏ ଜାଣିଲେ କ’ଣ ହେବ, କର୍ତ୍ତବ୍ୟରତ ପ୍ରଶାନ୍ତ ପାଇଁ ଯେ କେବେଠୁ ଏସବୁ ଦୂରେଇ ଯାଇଛି ତା ଚାକିରିରେ ହେଳା କରିନି ସତ କିନ୍ତୁ ସ୍ମିତା ପାଇଁ କରିଛି କ’ଣ? ମନର କଥା କହିବାକୁ ବା ବୁଝିବାକୁ ସମୟ କାହିଁ? ସମୟର ଖେଳ, ସମୟ ସହିତ ଖେଳି ନ ପାରିଲେ ହାର ନିଶ୍ଚିତ ମନର କଥାପଦେ କହିବାକୁ, ଟିକିଏ ଟାହିଟାପରା ହେବାକୁ ସ୍ମିତା କେବେ ଯେ ନ ଅନେଇ ବସିଛି ତା’ର ମନେ ନାହିଁ ଏଇ ଟିକକ ପାଇଁ ତ ମଣିଷ ବଞ୍ଚି ରହେ ସ୍ମିତା ଅନେକ ଥର ଚେଷ୍ଠା କରିଛି କହିବା ପାଇଁ “କ’ଣ ସ୍ମିତା ତୁମକୁ ମନେ ପଡ଼େ ନାହିଁ?” କିନ୍ତୁ ମନ ଭିତରେ ଚାପି ରଖେ ଭାବେ ଆଜି ନ ହେଲା ନାହିଁ କାଲି ତ ବୁଝି ପାରିବେ ଯେ ସ୍ତ୍ରୀ ଏକା ଏକା କେମିତି ପୁରା ଦିନଟା କାଟୁଛି? କ’ଣ ଭାବୁଛି? କ’ଣ ଚାହୁଁଛି? ସେ ବି ତ ଏକ ମଣିଷ ସ୍ମିତା ପୂରା ସମର୍ଥନ ଦେଇ ଚାଲିଥାଏ ଯେ ତା ସ୍ୱାମୀ ନିଜ ଅନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱବାନ ତାଙ୍କ ପାଖରେ ଅନେକ କାମ ତାଙ୍କର ପ୍ରଶଂସା ଅନ୍ୟ ମାନଙ୍କଠୁ ଶୁଣି ସ୍ମିତା ବହୁତ ଖୁସି ହୁଏ ହେଲେ ସ୍ତ୍ରୀ ଭାବରେ ପାଉଛି କ’ଣ? ଯେଉଁ ସମୟ ଟିକକ ଦରକାର ସେଇଟା ବି ପାଇ ପାରୁନି!
କେଇଟା ବର୍ଷ ବିତିଯାଇଛି ସ୍ମିତା ଏ ବର୍ଷ ଭିତରେ ଅନେକ ଶିକ୍ଷା ପାଇଛି ମନକୁ ଦୃଢ଼ କରିଛି ନିଜକୁ ପଚାରିଛି ଅନେକ ପ୍ରଶ୍ନ “ସ୍ମିତା ତୁମେ କ’ଣ ତୁମର ପରିଚୟ ହରେଇବ? ତୁମେ କ’ଣ ତୁମର ଅଭିମାନ ବଞ୍ଚେଇ ପାରିବନାହିଁ? ତୁମେ ହୋଇପାର କାହାର ସ୍ତ୍ରୀ, କିନ୍ତୁ ନାରୀ ସମାଜ ପାଇଁ ତୁମେ ଦୃଷ୍ଟାନ୍ତ ସୃଷ୍ଟି ପାରିବ ନାହିଁ? ତୁମେ ଚାହିଁଲେ ହୋଇ ପାରିବ ପୁରୁଷ ପ୍ରଧାନ୍ୟ ସମାଜର ମୁଖ୍ୟସ୍ରୋତ” ସ୍ମିତା ତା ମନକୁ ଦୃଢ଼ କଲା ସେ ସ୍ମିତା, ଅଭିମାନିନୀ ସ୍ମିତା
ଆଜି ସ୍ମିତା ପ୍ରଶାନ୍ତର ବାଟକୁ ଚାହିଁ ରହିଛି ତା ଜୀବନରେ ଏମିତି ଅନେକ ଥର ଚାହିଁ ରହି ନିରାଶ ହୋଇଛି କିନ୍ତୁ ଆଜି ସମ୍ପୁର୍ଣ୍ଣ ବିପରୀତ ପ୍ରିୟା ସ୍ମିତା ନୁହେଁ, ଅଭିମାନିନୀ ସ୍ମିତା ରାଗରେ ନାକ ଫୋଡ଼ା ଉପର ତଳ ହଉଛି ପ୍ରଥମ ଦେଖାରେ ଯେଉଁ ସ୍ମିତାର ଆଖି ଲାଜରେ ନଇଁ ରହିଥିଲା ତାହା ଲାଲ ହୋଇଯାଇଛି ଆଖିର ଆକାର ଦ୍ୱିଗୁଣିତ ଦେଖାଯାଉଛି ଏଇ ସମୟରେ ପ୍ରଶାନ୍ତ ଦେଖା ଦେଲା ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା ମୁହଁ ଲାଲ ଦେଖାଯାଉଥିଲା “କେଉଁଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବ ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ ସ୍ମିତା ସେମିତି ବିରକ୍ତ ହେଉଥିବାବେଳେ କହିଲା, “ମୋତେ ଭୋକ ଲଗିଲାଣି, ଜଳଦି ଖାଇବକୁ ବାଢ଼ ”
ସ୍ମିତା ଅବାକ ହେଇ ଚାହିଁ ରହିଥିଲା କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡ଼ୁନି? ନା, ଆଜି ଯାହା ବି ହେଉ ପଛେ କିଛି ଗୋଟେ ସମାଧାନ କରିବାକୁ ପଡ଼ିବ ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା
ପ୍ରଶାନ୍ତ ବୁଝିପାରେ ସ୍ତ୍ରୀ’ର ଅଭିମାନ କରିବ କ’ଣ? ଯାହା ପାଇଁ ଆଜି ତା’ର ଏ ସମ୍ମାନ, ଏ ସ୍ମିତା ଆସିଛି ତା ଜୀବନରେ ତାକୁ ଛାଡ଼ିଦେବ? ପ୍ରଶାନ୍ତ କେବେ ଅଶାନ୍ତ ହୋଇପାରେନା ନିଜ ମନ କଥାକୁ ଚାପିରଖି ଖାଇବା ପାଇଁ ନିଜେ ବାଢ଼ି ଆଣିଲା ସେ ଜାଣେ, ସ୍ତ୍ରୀ’ର ଅଭିମାନ ଭାରି ଭଲ ଲାଗେ କିନ୍ତୁ ପରିସ୍ଥିତି ଏଇଠି ଭିନ୍ନ ଏମିତି ଅନେକ ରାଗ, ରୋଷ, ଅଭିମାନକୁ ଆପଣେଇ ସାରିଛି ପ୍ରଶାନ୍ତ ସ୍ମିତା ତା’ର ଅର୍ଦ୍ଧାଙ୍ଗିନୀ ସ୍ତ୍ରୀ’ର ଦୁଃଖ, ପ୍ରଶାନ୍ତର ଦୁଃଖ ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଏହା ପ୍ରକୃତିର ନିୟମ ଏହାକୁ ଏଡ଼ାଇ ପ୍ରଶାନ୍ତ ବା ରହିବ କେମିତି? ପ୍ରଶାନ୍ତ ଆଜି ଶାନ୍ତ ହୋଇ ଯାଇଛି କର୍ତ୍ତବ୍ୟ ପଥରେ କ୍ଲାନ୍ତ ହୋଇ ପଡ଼ିଛି ଖାଇକି ଆରାମ ଚୌକିରେ ବସିପଡ଼ିଲା ପ୍ରଶାନ୍ତ ଆଖି ବନ୍ଦ କରିକି ବିତି ଯାଇଥିବା ଦିନକୁ ଚାହିଁଲା, ଅନେକ ସ୍ୱପ୍ନ ଘୁରିବୁଲୁଥିଲା ତା ଆଖି ଆଗରେ ପ୍ରଶାନ୍ତର ଦିବାସ୍ୱପ୍ନକୁ ସ୍ମିତାର ଦିଟୋପା ଲୁହ ଭାଙ୍ଗିଦେଲା ଦେଖିଲା ସ୍ମିତା ତା’ଦେହରେ ଆଉଜି ହୋଇ ଛିଡ଼ା ହୋଇଛି ରାଗ, ଅଭିମାନ ପ୍ରେମରେ ରୂପାନ୍ତର ହୋଇ ଯାଇଛି ପ୍ରଶାନ୍ତର ଛାତିରେ ମୁଣ୍ଡ ରଖି ବସି ପଡ଼ିଲା ପ୍ରଶାନ୍ତ ସ୍ମିତାକୁ କୁଣ୍ଢେଇ ଧରିଲା ଆଖି ଜଳ ଜଳ, ବାଷ୍ପରୁଦ୍ଧ କଣ୍ଠରେ କହିଲା, “ସ୍ମିତା ତମକୁ ପାଇ ମୁଁ ବହୁତ ବଡ଼ ଭାଗ୍ୟବାନ!”
ପ୍ରାଥମିକ ଶିକ୍ଷକ
କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ୱର
ଭ୍ରାମ୍ୟଭାଷ : ୭୦୭୭୩୮୧୦୦୬
Go Back to Previous Page
ବିଧିର ବିଧାନ
ସୁବଳ ମହାପାତ୍ର
Read Article
ଯଦି ହୋଇଥାନ୍ତା ସତ
ଜୀତେନ୍ଦ୍ର କୁମାର କହଁର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ