[ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ପାଇଛନ୍ତି]
ବୟସର ଅପରାହ୍ନ, ପ୍ରଶାନ୍ତ ବାବୁ ନିଜ କର୍ମମୟ ଜୀବନରୁ ଅବ୍ୟାହତି ନେଇ ଫେରି ଆସିଛନ୍ତି ନିଜ ସହରକୁ। ଅବ୍ୟାହତି କ’ଣ? ଆଉ ଇଛା ନ ଥିବାରୁ ଚାକିରୀ ଛାଡ଼ି ଚାଲି ଆସିଛନ୍ତି ନିଜ ସହରକୁ ବାପାମା’ ଚାଲିଗଲା ପରେ ଏ ଘରେ ରହିବାକୁ କେହି ନଥିଲେ ଜୀବନର ପଚାଶଟି ବସନ୍ତ ଅତିକ୍ରମ କରି ସାରିଛନ୍ତି ସହରର ମଝିଆ ମଝି ନିଜ ଘର, କିନ୍ତୁ ସେହି ଘରେ ରହିବା ତାଙ୍କ ଭାଗ୍ୟରେ ନଥିଲା ବାହାଘର ପରେ ଏକରକମ ସେ ଆଡ଼େଇ ହୋଇଯାଇଥିଲେ ସମସ୍ତଙ୍କ ପାଖରୁ ପରେ ଶୁଣିଥିଲେ ଯେ ବାପାମା’ ତାଙ୍କ ମୁହଁ ଦେଖିବାକୁ ବି ଇଛା କରୁ ନଥିଲେ ପେଟ ପାଟଣା ଆଉ ନିଜ କ୍ୟାରିଅରର ଦାୟରେ ସେ ବୁଲିଛନ୍ତି ଭାରତର ପ୍ରାୟ ସବୁ ରାଜ୍ୟ କିନ୍ତୁ ଏକା ଏକା ଯେତିକି ପଇସା ସଞ୍ଚିଛନ୍ତି ସେତିକି ବାକି ଜୀବନ ଚଳିଯିବା ପାଇଁ ଯଥେଷ୍ଟ ଏବେ ସେ ଫେରି ଆସିଛନ୍ତି ତାଙ୍କ ନିଜ ସହରକୁ ବାପାବୋଉ କେଉଁ ଦିନୁ ଚାଲିଗଲେଣି ସାନଭାଇ ସୁଧୀର ତା’ ସ୍ତ୍ରୀପିଲାଙ୍କୁ ନେଇ ଦେଶ ବାହାରେ ବହୁତ ଦିନୁ ଘରଟିରେ ଝାଡୁ ବି ବାଜିନି ଅଳିହା ମଳିହା ହୋଇ ପଡ଼ିଛି ସବୁ ଆଡ଼େ ଆସିଲା ପରେ ଗୋଟିଏ ବଖରା ସଜଡ଼ା ସୁଜୁଡ଼ି କରି ଅଛନ୍ତି ସେଥିରେ ବାକି ଗୁଡ଼ା ପଡ଼ିଛି ସେମିତି ଚାରି ବଖରା ଘର ଭିତରୁ ସେ ବାଛିଥିଲେ ବାପାମା’ଙ୍କ ବଖରାଟିକୁ ଏବେ ବି ବାପାମା’ଙ୍କ ଦେହର ବାସ୍ନା ଆସେ ସେ ଘର ଭିତରୁ ବାପାମା’ ସିନା ରାଗରେ ତାଙ୍କ ମୁହଁ ଦେଖିବାକୁ ଇଛା କରୁନଥିଲେ ସେ କିନ୍ତୁ ବହୁତ ଭଲ ପାଆନ୍ତି ସେମାନଙ୍କୁ ଏତେଦିନ ସେମାନଙ୍କୁ ଛାଡ଼ି ଅଲଗା ରହିବା କେତେ କଷ୍ଟ ଏକଥା ସେ ଜାଣିଛନ୍ତି ତାଙ୍କ ନିଜ ବଖରାରେ ରହିବାକୁ ଇଛା ନଥିଲା କାହିଁକି ଯିବେ ତା ଭିତରକୁ? କଣ ଆଉ ଅଛି? କିଛି ଦିନର ସ୍ମୁତି ଯାହା ନହେଲେ ଏ ବୁଢ଼ାକାଳେ ସେ ଏକା ରହୁଥାନ୍ତେ? ସେ ବି ବାହା ହୋଇଥିଲେ କିନ୍ତୁ ବାହାଘରର ତିନିବର୍ଷ ପରେ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଯାଇଥିଲା ବାପ ଘରକୁ କେବେ ନ ଫେରିବାର ଧମକ ଦେଇ ଭଲ ପାଇ ଅଜାତିରେ ବାହା ହୋଇଥିଲେ ସେ ଆଉ କେଉଁ ମୁହଁରେ ଆସିଥାନ୍ତେ ବାପାମା’ଙ୍କ ପାଖକୁ? ସେ ବି ନିଷ୍ପତ୍ତି ନେଇ ସାରିଥିଲେ ସ୍ତ୍ରୀ’ର ଖବର କେବେ ବି ରଖିବେନି ବୋଲି
ସେଦିନ ଶୀତ ସକାଳର କଅଁଳିଆ ଖରାକୁ ପଛ କରି ବସି ପେପର ପଢୁଥିଲେ ସେ ଆଗକୁ ଶିବରାତ୍ରି ପାଇଁ ପେପରରେ ଭିନ୍ନ ଭିନ୍ନ ଖବର ପଢୁ ପଢୁ ଆଖି ଆଗରେ ପଡ଼ିଗଲା ଏକ ଖବର, “ଏଥର ମହାଦୀପ ଉଠିବ ରାତି ବାରଟା ପନ୍ଦରରେ” ବହୁତ ବର୍ଷ ପରେ କାହିଁକି କେଜାଣି ଶିବ ମନ୍ଦିର ଆଡ଼େ ଘେରେ ବୁଲି ଆସିବା ପାଇଁ ଚିନ୍ତା କଲେ ସନ୍ଧ୍ୟାରେ କିଛି ସାଙ୍ଗମେଳରେ ଚା’ଖଟିରେ ଜାଣିବାକୁ ପାଇଲେ ଯେ ତାଙ୍କ ଖଟିର ପ୍ରାୟ ସବୁ ବୁଢ଼ା ଶିବରାତ୍ରୀରେ ରାତି ସାରା ରହିବେ ମନ୍ଦିରରେ କେହି ନିଜ ସ୍ତ୍ରୀ ସହ ତ କେହି ପୁଅ ଝିଅଙ୍କ ମାନଙ୍କ ସହ ନିଜର ନା ସ୍ତ୍ରୀ ଅଛି, ନା ପିଲା ଛୁଆ ତଥାପି ମନେ ମନେ ଚିନ୍ତା କଲେ କିଛି ନହେଲେ ବି ସେ ଏକୁଟିଆ ରାତିଟି ତ କଟିଯିବ କିଛି ଲୋକଙ୍କ ଗହଣରେ ଆହୁରି ବି ସେ କ୍ଷମା ମାଗିନେବେ ଦେବଙ୍କ ଦେବ ମହାଦେବଙ୍କ ଠାରୁ ପାଖାପାଖି କୋଡିଏ ବର୍ଷ ଭିତରେ ସେ କେବେ ହେଲେ ମନ୍ଦିର ଯାଇ ନାହାନ୍ତି ରାଗରେ ଏବେ ଏ ବୁଢା ବୟସରେ କାହିଁକି ଆଉ ରାଗ ରଖିବେ ଯାହା ତ ହେବା କଥା ହେଇ ସାରିଲାଣି ଆଉ ରାଗ ରଖି ବି ଲାଭ କଣ? କାଳର କରାଳ ଗର୍ଭରେ ସମସ୍ତେ ସମୟ ଆଗରେ ହାର ମାନିବାକୁ ବାଧ୍ୟ ସେ ବି ହାର ମାନି ଗଲେଣି ଏବେ ଏ ନିସଙ୍ଗ ଜୀବନରେ ଟିକେ ସ୍ନେହ ଲୋଡ଼ା ଯାହା
ପରଦିନ ଶିବରାତ୍ରୀପାଇଁ କିଛି ଘିଅ, ଗୋଟେ ଦୀପ, କିଛି ଧୁପକାଠି ଧରି ସେ ପହଁଚିଲେ ମନ୍ଦିରରେ ଲୋକ ଭର୍ତ୍ତି, ପାଦ ପକେଇବାକୁ ଜାଗା ନାହିଁ ସମୁଦ୍ର ପରିକା ଲୋକ ଚାରିଆଡ଼େ ଭାବିଥିଲେ ସବୁ ସାଙ୍ଗ ଏକାଠି ହେଲେ କଥାବାର୍ତ୍ତାରେ ହେଲେ ସମୟ କଟିଯିବ ହେଲେ ଏ ଗହଳିରେ କୁଆଡ଼େ ଖୋଜିବେ କାହାକୁ? କିଛି ସମୟ ଏପଟ ସେପଟ ହେଲା ପରେ ଖୋଜି ଖୋଜି ଗୋଟେ ଖାଲି ଜାଗାରେ ବସି ପଡ଼ିଲେ ସେ ବହୁତ ଲୋକ ଦୀପ ଲଗେଇ ସାରିଲେଣି, ଆହୁରି କେତେ ଲୋକ ଆସୁଥାନ୍ତି, କେତେ ଯାଉଥାନ୍ତି, ଗହଳି ଚହଳି ଲାଗିଥାଏ ନିଜେ ପଲିଥିନରୁ ଘିଅ ଓ ଦୀପ ଲଗେଇବାକୁ ବାହାର କଲେ ଦୀପ ଲଗେଇ ସାରିଲା ବେଳକୁ ପଛପଟେ କାହାର କର ସ୍ପର୍ଶରେ ସେ ବୁଲି ଚାହିଁଲେ, “ଅଙ୍କଲ, ମାଚି଼ସଟା ଟିକେ ନେବି?” ହଁ, ନାହିଁ କୁ ଅପେକ୍ଷା ନ କରି ମାଚି଼ସଟି ନେଇ ସେ ଚାଲିଗଲା ପ୍ରଥମ ଚାହାଁରେ ଝିଅଟି କେମିତି ନିଜର ନିଜର ଲାଗିଲା ବାପାଙ୍କର ଅବିକଳ ଚେହେରା ନା, ନା, ଅନ୍ଧାରରେ ସେମିତି ଦେଖା ଯାଇଥିବା ପରା, ବୋଲି ଭାବି ସେ ଦୀପ ଲଗେଇବାରେ ମନ ଦେଲେ ଅଳ୍ପ ଅଳ୍ପ ପବନରେ ଦୀପ ଲିଭି ଯାଇପାରେ ଦୁଇ ହାତରେ ଆଢୁଆଳ କରି ଦୀପଟି ଟିକ ଭଲରେ ଜଳିଲା ପରେ ଦୀପ ନିଆଁରେ ଧୂପ ଲଗେଇ ସେ ବସିଗଲେ ମହାଦେବଙ୍କ ପାଖରେ ନିଜ କଲା କର୍ମ ପାଇଁ କ୍ଷମା ମାଗି ଆରମ୍ଭ କଲେ “ଓଁ ନମଃ ଶିବାୟ”ର ଜପ ଆଖିବନ୍ଦ କଲା ବେଳକୁ କାହିଁକି କେଜାଣି ଆଖିରେ ଦିଶି ଯାଉଥାଏ ବାପାଙ୍କ ମୁହଁ ଆଉ ସେ ଝିଅର ମୁହଁ ଅବିକଳ ସାମଞ୍ଜସ୍ୟ ହେଇଥିବ ବୋଧହୁଏ କେହି ବନ୍ଧୁବାନ୍ଧବ ଯାହାର କିଛି ସମ୍ପର୍କ ଥିବ ବାପାଙ୍କ ଘର ଲୋକଙ୍କ ସହ ଏତେ ବର୍ଷ ଭିତରେ ସେ ତ କେବେ କାହା ସହ ସମ୍ପର୍କ ରଖି ନାହାନ୍ତି, ସେ କାହାକୁ ଚିହ୍ନିବେ ନା ତାଙ୍କୁ କିଏ ଚିହ୍ନିବ? ଛାଡ଼.. ଆଖି ବନ୍ଦ କରି, ହାତରେ ରୁଦ୍ରାକ୍ଷ ମାଳି ଗଡ଼େଇ ଗଡ଼େଇ ପାଟିରେ ‘ଓଁ ନମଃ ଶିବାୟ’ ସିନା କହୁଥିଲେ କିନ୍ତୁ ମନରେ ମାଡ଼ି ଆସୁଥାଏ ଭିନ୍ନ ଭିନ୍ନ ଚିନ୍ତା ସ୍ମିତା ଥିଲେ, ଏତେବେଳକୁ ତାଙ୍କର ବି ଝିଅଟିଏ କି ପୁଅଟିଏ ଥାନ୍ତା ସେ ବି ଏତେବେଳକୁ ଏତିକି ବଡ଼ ହୋଇ ଯାଇଥାନ୍ତା ଭାଗ୍ୟର ଖେଳ ଦେଖ, ପଇସା ସିନା ଅଛି କିନ୍ତୁ ଆଉ କେହି ନାହାନ୍ତି ଭୁଲ କାହାର? ତାଙ୍କର, ନା ସ୍ମିତାର, ନା ବାପା-ମା’ଙ୍କର? ନା, ଏହା ଭଗବାନଙ୍କ ଇଛା?
ଏସବୁ ଚିନ୍ତା ମନରେ ଆସୁ ଆସୁ ପୁରୁଣାଦିନ ମାନଙ୍କୁ ଫେରି ଯାଉଥିଲେ ସେ.... ଛୋଟରୁ ସେ ବଡ଼ ହୋଇଛନ୍ତି ଏଇ ସହରରେ ଏହି ଘରେ ବାପା ମା, ପ୍ରଶାନ୍ତ ଓ ସାନଭାଇ ସୁଧୀରକୁ ନେଇ ତାଙ୍କ ସଂସାର ପିଲାଟି ବେଳୁ ସେ ସବୁଥିରେ ଆଗୁଆ ପାଠ ଶାଠ ଦୁଷ୍ଟାମୀରୁ ଆରମ୍ଭ କରି ସବୁଥିରେ ଯୁକ୍ତ ଦୁଇ ପରେ ନାଁ ଲେଖେଇଥାନ୍ତି ଯୁକ୍ତ ତିନିରେ କଲେଜରେ +୩ର ପ୍ରଥମ ବର୍ଷ ପ୍ରଥମ ଦିନ କଲେଜ ଯିବା ପୂର୍ବରୁ ସେ ପହଞ୍ଚିଥିଲେ ଏହି ଶିବ ମନ୍ଦିରରେ ଉଦ୍ଦେଶ୍ୟ ଥିଲା ଦୀପଟିଏ ଜାଳି କଲେଜ ଯିବେ ଦୀପ ଜାଳି ସାରି ମୁଣ୍ଡିଆ ମାରିଲା ବେଳକୁ କାହା ହାତ ସ୍ପର୍ଶରେ ସେ ପଛକୁ ବୁଲି ଚାହିଁଲେ “ଆଜ୍ଞା, ମାଚି଼ସ ଅଛି କି?” ତନୁ ପାତଳୀ ଝିଅଟିଏ ହାତରେ ଧୂପକାଠି ଓ ଦୀପଟିଏ ଧରି ଠିଆ ହୋଇଥିଲା ଆଖିରେ କୃତଜ୍ଞତାର ଚାହାଣି ପ୍ରଶାନ୍ତ ହାତରେ ଥିବା ଦିଆସିଲିକୁ ଦେଖି ଦେଇଥିଲା ବୋଧେ ଆଖିକୁ ନ ଚାହିଁ ସେ ଚାହିଁଥାଏ ଦିଆସିଲି ଡବାଟିକୁ ଦେବା ପୂର୍ବରୁ ଅତର୍କିତ ଭାବେ ହାତରୁ ଛଡେଇ ନେଇଥିଲା ସେ ପ୍ରଶାନ୍ତ ହାତରୁ ଆଶ୍ଚର୍ଯ୍ୟ ହୋଇ ପ୍ରଶାନ୍ତ ଠିଆ ହୋଇଥାଏ ମୂର୍ତ୍ତୀ ଭଳି ଦୀପ ଲଗେଇ, ଧୂପ ଦେଇ ଆଣ୍ଠୁଭାଙ୍ଗି ମୁଣ୍ଡିଆ ମାରି ବୃଷଭଙ୍କ କାନରେ କେତେ କଣ କହିଯାଉଥାଏ ସେ ନିରବ ନିଶ୍ଚଳ ଭାବରେ ପ୍ରଶାନ୍ତ ଠିଆ ହୋଇଥାଏ ତାକୁ ଚାହିଁ କେତେ ସୁନ୍ଦର ଝିଅଟି କେତେ ସୁନ୍ଦର ସଂସ୍କାର ଆଖି ଫେରୁ ନଥାଏ ତା’ର ପ୍ରଥମ ଦେଖାରୁ ପ୍ରେମ କରି ବସେ ସେ ପୂଜା ସାରି ଝିଅଟି ହସ ହସ ମୁହଁରେ ଆସି ପ୍ରଶାନ୍ତକୁ ଦିଆସିଲି ଡବାଟି ବଢ଼େଇ ଦେଇ କହିଲା, ‘ଧନ୍ୟବାଦ’ ଆଖିରୁ ପଲକ ପଡୁ ନଥାଏ ପ୍ରଶାନ୍ତର କେତେବେଳୁ ଝିଅଟି ଚାଲି ଗଲାଣି ତଥାପି ପ୍ରଶାନ୍ତ ସ୍ବପ୍ନର ଦୁନିଆଁରେ ଥାଏ ଭୁଲି ଯାଇଥାଏ ତା’ର କଲେଜ ଯିବାର ଅଛି ପ୍ରଥମ ଦିନର ପ୍ରଥମ କ୍ଲାସ କିଛି କ୍ଷଣପରେ ତନ୍ଦ୍ରା ରାଇଜରୁ ଫେରିଲା ସେ ହାତ ଘଣ୍ଟା ଦେଖି ଜାଣିଲା ସେ ପୁରା ପନ୍ଦର ମିନିଟ ବିଳମ୍ବ ହୋଇ ସାରିଲାଣି, ଅଗତ୍ୟା ସାଇକେଲ ଖଣ୍ଡିକୁ ଧରି କଲେଜ ବାହାରିଲା
କଲେଜ ପହଞ୍ଚି କ୍ଲାସରେ ପ୍ରଥମ ଧାଡ଼ିରେ ସେଇ ଝିଅଟିକୁ ଦେଖି ଚମକି ପଡ଼ିଲା ପ୍ରଶାନ୍ତ ଆଖିକୁ ବିଶ୍ୱାସ ଆସୁନଥିଲା ତା’ର ସତରେ ଏ ଝିଅଟି ତା’ର କ୍ଳାସମେଟ? ବାଃ... ଝିଅଟି ବି ତାକୁ ବୁଲି ବୁଲି ଚାହୁଁଥାଏ ଆଖିକୁ ଆଖି ମିଶିଗଲେ ଦୁହେଁ ଲାଜେଇ ଯାଇ ଅନ୍ୟ ଆଡ଼େ ଚାହୁଁଥାନ୍ତି ପ୍ରଥମ ଦିନ ଓରିଏଣ୍ଟେସନ କ୍ଲାସ ସରିଗଲା ପରେ କଲେଜରୁ ବାହାରି ଆସୁ ଆସୁ କାହାର ଡାକରେ ଅଟକି ଗଲା ସେ “ଆଚ୍ଛା, ତମେ ବି ଏଇ କ୍ଲାସ ରେ” କହି, ହସି ହସି ଆସିଲା ସେ “ସ୍ମିତା, ସ୍ମିତା ନାୟକ” କହି ଡାହାଣ ହାତକୁ ଆଗକୁ ବଢ଼େଇ ଦେଲା ସେ ହ୍ୟାଣ୍ଡସେକ କରିବା ଉଦ୍ଦେଶ୍ୟରେ ପ୍ରଶାନ୍ତ ବି ହାତ ମିଳେଇ କହିଲା, ପ୍ରଶାନ୍ତ, ପ୍ରଶାନ୍ତ ଦ୍ବିବେଦୀ
-- ଏଇ ପାଖରେ ଘର ବୋଧେ I
-- ହଁ !
ପ୍ରଶାନ୍ତ ଏବେ ବି ଭାବି ପାରୁନଥିଲା ଯେ ସତରେ ସେ ଝିଅଟି ସହ କଥା ହେଉଛି ଆଉ ଝିଅଟି ନିଜେ ଆସି କଥା ହେଉଛି ତା ସହ କିଛି ସମୟ ଚୁପ ରହିଲା ପରେ ପ୍ରଶାନ୍ତ ପଚାରିଲା, “ତୁମେ? ଆଗରୁ ତ କେବେ ତୁମକୁ ଦେଖିନି ଏଠି”
-- ନାଁ, ଏଇଟା ମୋ ମାମୁଁଙ୍କ ଘର ମାମୁଁ ରୁହନ୍ତି ଏଠି ମୁଁ ତାଙ୍କ ପାଖେ ରହି ପଢ଼ିବାକୁ ଆସିଛି
-- ଓଃ.. ନିଜ ଘର ?
-- ପାରାଦ୍ବୀପ !!
-- ସେଠି କଲେଜ ଛାଡ଼ି ଏଠି ?
-- ହଁ ଆମ ଗାଁରେ କଲେଜ ନାହିଁ ମାମୁଁ ଏଠି ରୁହନ୍ତି ତ, ସେଥିପାଇଁ ଏଠିକି ଆସିଲି
ଏମିତି ପରିଚୟ ଆଦାନ ପ୍ରଦାନ ଓ ଅନ୍ୟ କିଛି କଥାବାର୍ତ୍ତାପରେ ଦୁହେଁ ଅଲଗା ହୋଇ ଯାଇଥିଲେ ନିଜ ନିଜ ବାଟ ରେ... ତା ପର ଠୁ କିନ୍ତୁ ସାଙ୍ଗହୋଇ ଯାଇଥିଲେ କଲେଜରେ କ୍ଲାସ, କ୍ଲାସ ପରେ ପ୍ରାକ୍ଟିକାଲ, ବଗିଚା, ପାଚେରୀ, ଗଛ ମୂଳ ସବୁ ନିଜର ହୋଇ ଯାଇଥିଲା ତିନି ବର୍ଷ ଭିତରେ ଏକାଠି ବସିବା, କଥା ହେବା, ସାଙ୍ଗ, ସାଙ୍ଗ ରୁ ପ୍ରେମିକ/ପ୍ରେମିକା ଆଉ ଆସ୍ତେ ଆସ୍ତେ ନିଜର, କେବଳ ନିଜର....
ଆଜି ବି ମନେ ଅଛି ଏପ୍ରିଲ ଏକ ତାରିଖରେ ସେ ପ୍ରପୋଜ କରିଥିଲେ ସ୍ମିତା, ହଁ କହିବ କି ନା କହିବ ଜଣାନାହିଁ ବହୁତ ସଂଶୟ ଭିତରେ ସେ ପ୍ରପୋଜ କରିବାକୁ ବାହାରି ଥିଲେ ମନରେ କେତେ ଆଶଙ୍କା, ଧଡ ଧଡ ଛାତି, ଖାତା ଭିତରେ ଗୋଲାପ ଫୁଲ ଆଉ ଗୋଟେ ନିଜ ହାତଲେଖା କାଗଜ ବହୁତ ଭାବି ଭାବି ସେ ନିର୍ଣ୍ଣୟ କରିଥିଲେ ଏହି ତାରିଖ ଟିକୁ ଏପ୍ରିଲ ଏକ, ଫୁଲ୍ସ ଡେ ଯଦି ହଁ କରିବ ତ ଠିକ ଅଛି, ନହେଲେ ଏପ୍ରିଲ ଫୁଲ କିନ୍ତୁ ସାଙ୍ଗ ଭାଙ୍ଗିଯିବା ଡର ବି ଥିଲା ମନରେ ସେଥିପାଇଁ ତ କଥା ବିଗିଡ଼ିଗଲେ ଏପ୍ରିଲ ଫୁଲ କହିବାକୁ ବି ତୟାର ଥିଲେ
ଏପ୍ରିଲ ଏକରେ ସେ କଲେଜ ବାହାରେ ଅପେକ୍ଷା କରିଥିଲେ ସ୍ମିତାକୁ କ୍ଲାସ ସାରି ସ୍ମିତା ଟିକେ ଡେରିରେ ଆସିଲା ପାଖରେ ଆଉ କିଛି ସାଙ୍ଗ, ଯେଉଁମାନେ ଜାଣିଥିଲେ ଯେ ପ୍ରଶାନ୍ତ ଆଜି ପ୍ରପୋଜ କରିବାକୁ ଯାଉଛି ଆଖିର ଇସାରାରେ ସେ ସେମାନଙ୍କୁ ଯିବାକୁ କହିଲେ ସ୍ମିତା ଆଶ୍ଚର୍ଯ୍ୟ ହୋଇ ଚାହିଁଥାଏ ହଠାତ ଆଣ୍ଠେଇ ପଡ଼ି ଖାତା ଭିତରୁ ଗୋଲାପ ଫୁଲଟି ବାହାର କରି ବଢ଼େଇ ଦେଲେ ସେ ସ୍ମିତାକୁ ଥମ ଥମ ମୁହଁରେ ସ୍ମିତା ବୁଝି ସାରିଥିଲା ଘଟଣାଟି ରାଗରେ ପ୍ରଶାନ୍ତର କଲର ଧରି ତଳୁ ଉଠେଇଲା ଓ କହିଲା, “ଓଃ, ଏଇଥିପାଇଁ ତମେ ମୋ ସହ ସାଙ୍ଗ ହେଉଥିଲ? କାଲି ଠୁ ମୋ ସାମ୍ନାକୁ ଆସିବନି” ଅପରାଧୀ ପରି ଠିଆ ହୋଇଥିଲେ ସେ ‘ଏପ୍ରିଲ ଫୁଲ’ କହିବା ପାଇଁ ମନେ ପଡ଼ିନଥିଲା ସ୍ମିତା ରାଗରେ ଯାହା ଇଛା ତାହା ବକି ଯାଉଥାଏ ସାଙ୍ଗମାନେ କିଛି ଦୂରରେ ଲୁଚି ଏସବୁ ଦେଖୁଥାନ୍ତି ଅବସ୍ଥା ଅସମ୍ଭାଳ ଆଡ଼କୁ ଯିବାର ଦେଖି କିଛି ସାଙ୍ଗ ପାଖକୁ ଆସିଲେ ଓ ସ୍ମିତାକୁ ଚୁପ ରହିବାକୁ କହି ପ୍ରଶାନ୍ତକୁ ସାଙ୍ଗରେ ନେଇ ଯିବାକୁ ବାହାରିଲେ ପ୍ରଶାନ୍ତ ସେତେବେଳକୁ କାନ୍ଦ କାନ୍ଦ ହୋଇ ସାରିଥାଏ ଆଖିରୁ ଅନବରତ ଲୁହ ବୋହୁଥାଏ ଗୋଲାପ ଫୁଲଟି ସେମିତି ହାତରେ ଥାଏ I ଦୁଇ ପାହୁଣ୍ଡ ଆଗକୁ ଯାଉ ଯାଉ ସ୍ମିତା ପୁଣି ପଛରୁ ଡାକିଲା ଆଉ କହିଲା, ‘ଏପ୍ରିଲ ଫୁଲ’ !!! ତମକୁ କଣ ଏକା ମଜା କରି ଆସେ? ପ୍ରପୋଜ କରିବ, ଆଉ ନାହିଁ କଲେ ‘ଏପ୍ରିଲ ଫୁଲ?’ ତ.. ମୁଁ ଭାବିଲି ମୁଁ ବି ଟିକେ ମଜା କରେ ମନରେ ଦୁଃଖ ଦେଇଥିବାରୁ ସରି... କିନ୍ତୁ ପ୍ରପୋଜ କରିବାକୁ ବାହାରିଛ ମାନେ ଏସବୁ କରିବା ଦରକାର ନାହିଁ ଗୋଟେ ଝିଅ ସବୁବେଳେ ଚାହେଁ ତୁମେ ଆସି ତାକୁ ସମସ୍ତଙ୍କ ଆଗରେ ନିର୍ଭୟରେ ପ୍ରପୋଜ କର ଏଇଥିରୁ ଜଣା ପଡେ ତୁମ ପାରିବା ପଣିଆ ଆଉ ଲୁଚି ଲୁଚି, ଚିଠି ଦେଇ, ବାହାନା କରି ଭଲ ପାଇବାକୁ, ଭଲପାଇବା କୁହା ଯାଏନି ଏବେ ପୁଣି ଥରେ ଆଣ୍ଠୁମାଡ଼ି ମୋତେ ପ୍ରପୋଜ କର ଆଉ ସେ ଫୁଲ ଓ ଚିଠି ଦୁଇଟା ଯାକ ଦିଅ
ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ପ୍ରଶାନ୍ତ ସ୍ମିତା କେମିତି ଜାଣିଲା ମୁଁ ଆଜି ତାକୁ ପ୍ରପୋଜ କରିବି ବୋଲି? କେମିତି ଜାଣିଲା ଚିଠି ବି ମୁଁ ଲେଖିଛି ତା ପାଇଁ କିନ୍ତୁ ବାଧ୍ୟ ପିଲାଟି ପରି ପୁଣି ଆଣ୍ଠୁମାଡ଼ି ପ୍ରପୋଜ କଲା ସ୍ମିତାକୁ ଆଉ ସ୍ମିତା ଖୁସି ଖୁସିରେ ତାକୁ ତଳୁ ଉଠେଇ କୁଣ୍ଢେଇ ପକେଇଲା ପରେ ଜଣା ପଡ଼ିଲା ଏସବୁ କଥା ସେ ଆଗରୁ ଜାଣିଥିଲା ଗୋଟେ ସାଙ୍ଗ ପାଖରୁ
କଲେଜରେ ପ୍ରପୋଜ ଡେ କଥା ମନେପଡ଼ିବାରୁ ସ୍ମିତହାସ୍ୟ ରେଖାଟିଏ ହଠାତ ଉଦୟ ହୋଇ ଉଭାନ ହୋଇଗଲା ଶିବମନ୍ଦିର ଆଗରେ ବସି ଦୀପ ଜାଳୁଥିବା ପଚାଶ ବର୍ଷୀୟ ପ୍ରଶାନ୍ତର ମୁଖ ମଣ୍ଡଳରେ ପୁଣି ନର୍ମାଲ ହୋଇ ‘ଓଁ ନମଃ ଶିବାୟ’ ମନ୍ତ୍ର ପଢ଼ି ମାଳା ଗଡ଼େଇବାକୁ ଲାଗିଲା ସେ ଏବେ ସେ ଚାହୁଁଥିଲା ଏକାନ୍ତ ସମୟ ଟିକେ ଯେଉଁ ସମୟରେ ସେ ମନେ ପକେଇ ପାରିବ ତା’ର ପୁରୁଣା ଦିନମାନଙ୍କୁ ଘରେ ଏକା ଥିଲେ ବି ଏତେ ଶାନ୍ତି ନଥାଏ ଖାଲି ଘର ସବୁ ବେଳେ ଖାଇ ଗୋଡ଼ାଏ ମୁଣ୍ଡରେ ଚିନ୍ତା ପଶେ କେବେ ବି ସେ ଭାବି ପାରେନି କିଛି ଚିନ୍ତା କରିବାକୁ ଆଜି ବୋଧହୁଏ ଭଗବାନଙ୍କୁ କ୍ଷମାମାଗିବା ପରେ ସେ ମନେ ପକେଇ ଦେଉଛନ୍ତି ପୁରୁଣା ଦିନ କଲେଜ ସାରିବା ପରେ ପ୍ରଶାନ୍ତ ପାଇଗଲା ଚାକିରୀ ଖଣ୍ଡେ ଆଉ ସ୍ମିତା ଘରେ ତା ପାଇଁ ପୁଅ ଦେଖିବା ଆରମ୍ଭ କରି ସାରିଥିଲେ ସବୁଦିନ ସନ୍ଧ୍ୟାରେ ପ୍ରଶାନ୍ତ ଓ ସ୍ମିତା ଦେଖା କରନ୍ତି କେଉଁ ପାର୍କରେ ଅବା ମନ୍ଦିରରେ ଅବା କେଉଁ ମାର୍କେଟରେ ବେଳେବେଳେ ସ୍ମିତା ଯାଏ ଭାରି ତାଙ୍କ ନିଜ ଘରକୁ ସେତିକି ଦିନ ଭାରି ଯନ୍ତ୍ରଣାରେ କାଟନ୍ତି ଦୁଇଜଣ ଯାକ ବହୁତ ପ୍ରସ୍ତାବ ଆସୁଥାଏ ସ୍ମିତା ପାଇଁ ଓ ପ୍ରଶାନ୍ତ ପାଇଁ ଦୁଇ ଜଣ ଯାକ ସବୁ ପ୍ରସ୍ତାବକୁ ନା କଲା ପରେ ଘର ଲୋକ ସାଙ୍ଗସାଥୀଙ୍କ ମାଧ୍ୟମରେ ଏମାନଙ୍କ ମନକଥା ଜାଣିବାକୁ ଚେଷ୍ଟାକଲେ ବୁଝୁ ବୁଝୁ ନିଆଁ ଲାଗିଗଲା ଘରେ ଅଜାତି? ହେଇ ପାରିବ ନାହିଁ ଯାହା ବି ହେଇଯାଉ କୁଳୀନ ବ୍ରାହ୍ମଣ ଜଣେ ବାହାହେବ ଖଣ୍ଡାୟତକୁ?? ବାହାଘର ହେବ ଯଦି ନିଜ ଜାତିରେ ନହେଲେ ନାହିଁ ବହୁତ ବୁଝାସୁଝା କଲାପରେ ବି ଘରଲୋକ ନ ମାନିବାରୁ ପ୍ରଶାନ୍ତ ଓ ସ୍ମିତା ହୋଇଗଲେ ଫେରାର ସମ୍ପର୍କ ତୁଟିଗଲା ସବୁ ଜାଗାରୁ ନା ପ୍ରଶାନ୍ତର ଘର ଲୋକ ନା ସ୍ମିତାର ଘର ଲୋକ କାହା ସହ ବି ସମ୍ପର୍କ ନଥିଲା ଚାକିରୀ ଜାଗାକୁ ଆସି ବାହା ହୋଇ ରହିଲେ ସବୁ କିଛି ଠିକ ଚାଲିଥିଲା କିନ୍ତୁ ମଝିରେ ମଝିରେ ଘର ଲୋକଙ୍କ କଥା ମନେପଡ଼େ ମନେପଡ଼େ ବାପାମା’ଙ୍କ କଥା ସାଙ୍ଗସାଥୀଙ୍କ କଥା ଘର କଥା ବାପାମା’ ଆଉ କେବେବି ପ୍ରଶାନ୍ତର ମୁହଁ ନଦେଖିବାକୁ ଠିକ କରିସାରିଥିଲେ ଓ ତାଙ୍କର ଗୋଟିଏ ବୋଲି ପୁଅ ସୁଧୀର ବୋଲି କୁଟୁମ୍ବଙ୍କ ଆଗରେ ସ୍ବୀକାରୋକ୍ତି ଦେଇ ସାରିଥିଲେ ଚିନ୍ତାରେ ଆସ୍ତେ ଆସ୍ତେ ପ୍ରଶାନ୍ତ ପଡ଼ିଗଲା ମଦର ପ୍ରେମରେ ସାଙ୍ଗମାନଙ୍କ ସହ ମିଶି ପିଉ ପିଉ ଅଭ୍ୟାସ ହୋଇ ଯାଇଥିଲା ତା’ର ସବୁଦିନ ଅଫିସରୁ ଫେରି ସାଙ୍ଗମାନଙ୍କ ସହ କେବେ ବାରରେ କେବେ ଢ଼ାବାରେ ତ କେବେ କେଉଁ ଦୋକାନ ପଛପଟେ ନ ପିଇଲେ ଭଲ ଲାଗୁ ନଥିଲା ତାକୁ ଭୟ ହିଁ ଜୀବନ ଗଢ଼ିବାର ଉତ୍କୃଷ୍ଟ ବାଟ ଭୟ ନଥିଲେ ମଣିଷ ହୁଏ ବିପଥଗାମୀ ଭୟ ହେଉ ଭଗବାନଙ୍କର କିମ୍ବା ବାପାମା’ଙ୍କର କିମ୍ବା ସ୍ତ୍ରୀର ଘରେ ଥିବା ଯାଏ ବାପାଙ୍କୁ ଡରି ରାତି ୯ ଭିତରେ ଫେରି ଆସେ ଘରକୁ ଦୁଷ୍ଟାମୀ ସିନା କରେ କିନ୍ତୁ କେବେ କୌଣସି ଜୀବଜନ୍ତୁଙ୍କୁ ମାରେ ନାହିଁ କାରଣ ଥାଏ ପାପ ହେବାର ଭୟ ବାହାଘର ପରେ ମଦ ସିଗାରେଟ ଛୁଁ’ନଥିଲା, ଥିଲା କାଳେ ସ୍ତ୍ରୀ ଖରାପ ଭାବିବ ସେ ଭୟ କିନ୍ତୁ ଥରେ ମଦ ପିଇ ଘରକୁ ଆସିବା ପରେ ସେ ଡର ଛାଡି ଯାଇଥିଲା ଆସ୍ତେ ଆସ୍ତେ ସବୁଦିନ ମଦ ପିଇ ଘରକୁ ଆସିବାକୁ ଲାଗିଲା ଏବେ ସେ ହିଁ ଥିଲା ଘରର ମୁରବି, ସର୍ବେସର୍ବା ଆଉ ଡର କାହାକୁ??
ଓଃ... ସତରେ କି ଦାରୁଣ ଥିଲା ସେଦିନ.... ଆଜି ବି ଆଖି ଆଗରେ ନାଚି ଯାଉଛି ସେଦିନର ଘଟଣା ସବୁଦିନ ଭଳି ସେଦିନ ବି ସେ ମଦ ପିଇ ଘରକୁ ଆସିଲା ରାତି ପ୍ରାୟ ୧୧ଟା ପରେ ହଲି ହଲି ସେ ଫେରିଲା ଘରକୁ ସ୍ମିତା ଘରର ଦାଣ୍ଡରେ ଠିଆ ହୋଇଥାଏ ପ୍ରଶାନ୍ତ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା ମୁହଁ ଲାଲ ଦେଖା ଯାଉଥିଲା “କେଉଁଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମେ ଯେବେ ଇଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ ସ୍ମିତା ସେମିତି ବିରକ୍ତ ହେଉଥିଲା ବେଳେ କହିଲା, “ମୋତେ ଭୋକ ଲାଗିଲାଣି, ଜଲଦି ଖାଇବାକୁ ବାଢ”
ସ୍ମିତା ଅବାକ ହୋଇ ଚାହିଁଥିଲା କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ ସବୁବେଳେ ଏମିତି ବିଳମ୍ବରେ ଆସିବା ଚଳିବ ନାହିଁ ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା ଆହୁରି ବି, ୟା ପରଠୁ ମଦ ପିଇ ଘରକୁ ଆସିଲେ ସେ କବାଟ ଫିଟାଇବ ନାହିଁ କି ଖାଇବାକୁ ଦେବନାହିଁ ବାହାରେ ଶୋଇବ ସ୍ମିତା ପାଖରୁ ଏତିକି ଶୁଣି ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା ପ୍ରଶାନ୍ତର ରାଗରେ ‘ଢ଼ୋ’ କରି ଚଟକଣୀଟିଏ ପକେଇଲା ତା ଗାଲରେ ଜୀବନରେ କେବେ ଟିପ ଦେଇନଥିବା ସ୍ତ୍ରୀ ଉପରକୁ ସେ ହାତ ଉଠେଇ ସାରିଥିଲା ରାଗରେ ସ୍ମିତା ବି ବାପା ଘରକୁ ଚାଲିଯିବାର ଧମକ ଦେଇ ନିଜ ଜିନିଷ ପ୍ୟାକ କଲା ଆଉ ସକାଳୁ ସକାଳୁ ଘର ଛାଡ଼ି ଚାଲିଯାଇଥିଲା ପ୍ରଶାନ୍ତ ସକାଳୁ ଉଠି ସ୍ମିତାକୁ ଖୋଜିଲା ବେଳକୁ ସ୍ମିତା ନଥିଲା ଘରେ ରାତି କଥା ପ୍ରଶାନ୍ତ ମନେ ପକେଇ ପାରୁ ନଥିଲା ଖାଲି ଏତିକି ମନେଥିଲା ଯେ ରାତିରେ ସେ ସ୍ମିତାକୁ ବାଡ଼େଇଥିଲା ଆଉ ସ୍ମିତା ଘର ଛାଡ଼ି ଚାଲି ଯିବାର ଧମକ ଦେଇଥିଲା “ଯାଉ, ବୋପା ଘର କି ଶାଶୁ ଘର ତ ଘରେ ପୂରେଇବେନି, ବଳେ ଆସିବନି!! ଯିବ କୁଆଡେ?” ଭାବି ସେ ବି କିଛି ଖବର ନେବାକୁ ଚାହିଁ ନଥିଲା
କିଛିଦିନ ପରେ କିନ୍ତୁ ଖୋଜିଥିଲା ହେଲେ ସ୍ମିତା ଯେମିତି ଶୂନ୍ୟରେ ମିଳେଇ ଯାଇଥିଲା କାହା ପାଖରେ ବି ନଥିଲା ତା ଖବର ଖୋଜି ଖୋଜି ନ ପାଇଲା ପରେ ବହୁତ କରି ଠାକୁରଙ୍କୁ ଡାକିଥିଲା ଦୁଇ ଦିନ ଅଧିଆ ପଡ଼ିଥିଲା ଶିବମନ୍ଦିର ଆଗରେ ତଥାପି ଖବର ମିଳୁ ନଥିଲା ସ୍ମିତାର ଶିବ ମନ୍ଦିର ଆଗରେ ଠିଆ ହୋଇ ବହୁତ ଗାଳି ଦେଇଥିଲା ସେ ସେଦିନ ଆଉ ଶପଥ କରିଥିଲା ସ୍ମିତା ନ ମିଳିବା ଯାଏଁ ମନ୍ଦିର ଯିବ ନାହିଁ ସେଦିନୁ ପଶ୍ଚାତାପରେ, ସେ ମଦ ତ ଛାଡି ଦେଇଥିଲା ଆହୁରି ବି ଠାକୁରଙ୍କ ଉପରେ ରାଗି ଛାଡ଼ି ଦେଇଥିଲା ମନ୍ଦିର ଯିବା କି ମୁଣ୍ଡିଆ ମାରିବା ବହୁତ ଖୋଜିଛି ସେ ସ୍ମିତାକୁ ଏଇ କୋଡିଏ ବର୍ଷ ଭିତରେ କିନ୍ତୁ ନା...
ଦୀର୍ଘଶ୍ୱାସ ସହ ଆଖିରୁ ତତଲା ଲୁହ ମେଞ୍ଚେ ବାହାରି ଆସିଲା ପ୍ରଶାନ୍ତ ଆଖିରୁ ଲୋକମାନେ ତଥାପି ଆସୁଥାନ୍ତି ମନ୍ଦିରକୁ କିଛି ଲୋକ ଠାକୁର ଦର୍ଶନସାରି ଘରକୁ ବାହୁଡ଼ି ଯାଉଥାନ୍ତି ଭିଡ ଟିକେ ଟିକେ ପତଳା ହୋଇଆସିଲାଣି ଏ ଭିତରେ କେତେ ସମୟ ଚାଲି ଗଲାଣି ସେ କଥା ଧ୍ୟାନରେ ନାହିଁ ତା’ର ତା’ ଦୀପରୁ ଘିଅ ସରି ବଳିତା ବି ପୋଡ଼ି ଗଲାଣି ମନ୍ଦିର ଚାରି ପାଖରେ ଦୀପ ସବୁ ଦାଉ ଦାଉ ହୋଇ ଜଳୁଥାଏ କିନ୍ତୁ ପ୍ରଶାନ୍ତର ମନ ଭିତରେ ଯେଉଁ କୋହଥିଲା ଆଜି ତାହା ତରଳି ବାହାରି ଆସୁଥାଏ ଆଖି ବାଟ ଦେଇ ଆଖି ପୋଛି ସେ ପୁଣି ଦୀପ ଲଗେଇବା ପାଇଁ ବଳିତା ଓ ଘିଅ ସଜ କଲା ଦିଆସିଲି କାଇଁ? ଏପଟ ସେପଟ ଦେଖିଲା ବେଳକୁ ପୁଣି ଦେଖାଗଲା ସେ ଝିଅଟି କିଛି ପାହୁଣ୍ଡ ଦୂରରେ ହାତ ଯୋଡ଼ି ବସିଥାଏ ଝିଅଟି ପାଖରେ ଜଣେ ସ୍ତ୍ରୀ ଲୋକ ମୁଣ୍ଡରେ ଓଢ଼ଣା ଦେଇ ବସିଥାନ୍ତି ଦିଆସିଲି ଆଣିବାକୁ ତାଙ୍କ ପାଖକୁ ଯାଇ ପ୍ରଶାନ୍ତ କହିଲା, “ଝିଅ, ଦିଆସିଲିଟା ନେବି?” ହଠାତ ସ୍ତ୍ରୀ ଲୋକର ମୁହଁ ଦେଖି ଚମକି ପଡ଼ିଲା ସେ ସ୍ମିତା? ଆଶ୍ଚର୍ଯ୍ୟ ଭାବେ ପାଟିରୁ ବାହାରି ଆସିଲା ଏ ନାଁ ଟି ସ୍ମିତା ବି ନିଜ ନାଁ ଶୁଣି ଉପରକୁ ଚାହିଁଲା ଆଉ ଆଖି ଆଗରେ ପ୍ରଶାନ୍ତକୁ ଦେଖି ହାଁ କରି ଚାହିଁରହିଲା ଆଖିରେ ଆଖି ମିଶି ଯାଇଥାଏ କାହାକୁ ଆଉ କିଛି ବି ଦେଖା ଯାଉନଥାଏ ମନ୍ଦିର ଆଗରେ ନିଶ୍ଚଳ ମୂର୍ତ୍ତୀପରି ଦି’ ଜଣ ଯାକ ଦି’ ଜଣ ଦି’ ଜଣଙ୍କୁ ଦେଖୁଥାନ୍ତି ଆଖିରେ ପଲକ ପଡୁନଥାଏ ଦୁହିଁଙ୍କ ଆଖିରୁ ଲୁହ ବାହାରି ଯାଉଥାଏ କେହି କାହାକୁ କିଛି କହିବା ଅବସ୍ଥାରେ ନ’ଥାନ୍ତି କେଜାଣି କେତେବେଳ ବିତିଗଲାଣି ୟା ଭିତରେ ଝିଅଟି ସ୍ମିତାକୁ ହଲେଇ ଦେଇ ପଚାରିଲା, “ମା, କଣ ହେଲା?” ସ୍ମିତା ମୁହଁରୁ ଭାଷା ବାହାରୁ ନ ଥାଏ, ପ୍ରଶାନ୍ତକୁ ମୁଣ୍ଡିଆ ମାରି, ଖନେଇ ଖନେଇ ଝିଅକୁ କହିଲା, “ୟେ, ତୋ ବାପା” ପ୍ରଶାନ୍ତ ଆଡକୁ ଚାହିଁ କହିଲା, “ୟେ ଝିଅ, ମିତୁ” ମିତୁ କି ପ୍ରଶାନ୍ତ, କେହି କିଛି ବୁଝି ପାରୁ ନଥାନ୍ତି କିନ୍ତୁ ପ୍ରଶାନ୍ତ ବୋଧହୁଏ ଠଉରେଇ ନେଲା, ଆଉ କହିଲା, “କେବେ? କେମିତି? କେଉଁଠି ଥିଲ ଆଜି ଯାଏ? ଜାଣିଛ, ମୁଁ ମଦ ପିଆ ପୁରା ଛାଡିଦେଇଛି ପ୍ଲିଜ, ମୋତେ ଛାଡ଼ି ଆଉ କୁଆଡ଼େ ଯିବନି ବହୁତ ଖୋଜିଛି ତୁମକୁ, କେଉଁଠି ବି ପାଇଲି ନାହିଁ ରାଗରେ ମନ୍ଦିର ବି ଯାଉ ନଥିଲି ଆଜି ଆସିଥିଲି ମୋ କଲା କର୍ମ ପାଇଁ ଭଗବାନଙ୍କ ପାଖରେ ଭୁଲ ମାଗିବାକୁ ଠାକୁର ଆଜି ମୋତେ କ୍ଷମା କରି ଦେଇଛନ୍ତି, ଏତକ ଏକ ନିଶ୍ୱାସରେ କହିଗଲା ସେ ମନ୍ଦିରକୁ ଚାହିଁ ମୁଣ୍ଡିଆ ମାରିଲା ଆଉ ସ୍ମିତାକୁ ଭୁଲ ମାଗିବାକୁ ଗଲାବେଳେ ସ୍ମିତା ତାକୁ ଅଟକେଇ ଦେଲା ସ୍ମିତା, ପ୍ରଶାନ୍ତର ହାତ ଧରି ଠିଆ ହୋଇଥାଏ ସେମିତି
ଏ ଭିତରେ ମିତୁ କିଛି ବୁଝି ପାରୁ ନଥାଏ ଦୁହିଁଙ୍କୁ ସେ ବଲବଲ ହୋଇ ଚାହିଁ ମା’କୁ ପଚାରିଲା, “ୟେ ବାପା? କିନ୍ତୁ ତୁ ତ କହୁଥିଲୁ...”
ସ୍ମିତା, ମିତୁକୁ ଆଉ ଆଗକୁ କହିବାକୁ ନ ଦେଇ କହିଲା, “ହଁ”
ମିତୁ, ପ୍ରଶାନ୍ତକୁ ମୁଣ୍ଡିଆ ମାରିବାକୁ ଗଲା ବେଳେ ପ୍ରଶାନ୍ତ ଝିଅକୁ କୋଳେଇ ନେଇ ସ୍ମିତାକୁ ପଚାରିଲା, ତୁମେ ଏଠି କେମିତି? ସେଦିନ କୁଆଡେ ଗଲ?
ଆଖିରୁ ଲୁହ ପୋଛି ସ୍ମିତା କହିଲା, “ସେଦିନ ପ୍ରଥମ କରି ମୁଁ ମା’ ହେବାକୁ ଯାଉଛି ବୋଲି ଡାକ୍ତରଙ୍କ ପାଖରୁ ଶୁଣି ଅପେକ୍ଷା କରିଥିଲି ତୁମ ଆସିବା ବାଟକୁ ମୋ ଗୋଡ଼ ତଳେ ଲାଗୁନଥାଏ କେତେବେଳେ ତୁମେ ଆସିବ, ତମ ବାଟକୁ ଚାହିଁ ଚାହିଁ ସେ ଦାଣ୍ଡ ଦୁଆରେ ଏପଟ ସେପଟ ହେଉଥାଏ କେମିତି ତୁମକୁ ଏ ଖବରଟି ଦେବି ବୋଲି ମୋତେ ଲାଜ ଲାଜ ଲାଗୁଥାଏ କିନ୍ତୁ ତୁମେ ଆସିଲ ପେଟେ ପିଇ ଦେଇ ଆଉ ମୋ ସହ କଳି କରି ମୋ ଉପରକୁ ହାତ ଉଠେଇଲ ମୁଁ ରାଗିକି ମୋ ଜିନିଷ ପ୍ୟାକ କରୁଥାଏ କିନ୍ତୁ ତୁମେ ଥରଟେ ବି ମୋତେ ଅଟକେଇଲ ନାହିଁ ଓଲଟା ଗାଳି ଦେଇ କହିଲ, “ଯା, ତୋର କେଉଁ ବୋପା ତୋତେ ରଖିବ ମୁଁ ଦେଖିବି” ପରଦିନ ସକାଳୁ ମୁଁ ଘର ଛାଡ଼ି ଚାଲି ଆସିଲି ବାପଘରକୁ ଗଲାରୁ ସେମାନେ ମୋତେ ତଡ଼ିଦେଲେ ଲୁଚି ଲୁଚି ଆସିଲି ମାମୁଁ ଘରକୁ ମାମୁଙ୍କ ପାଖରେ ରହି ତୁମ ଘରକୁ ଖବର ଦେଲି କିନ୍ତୁ ତୁମ ବାପାମା’ କହିଲେ ସେ ଦୁହେଁ ଆମ ପାଇଁ ମରି ଯାଇଛନ୍ତି କୁଆଡ଼େ ଆଉ ଯାଇଥାନ୍ତି? କେତେ ଅପେକ୍ଷା କରିଥିଲି, ତୁମେ ଆସିବ, ମୋତେ ଭୁଲ ମାଗି ପୁଣି ମୋତେ ଫେରେଇ ନେବ ଆମେ ଘର ସଂସାର କରିବା କିନ୍ତୁ...”
ଦୀର୍ଘଶ୍ୱାସ ଛାଡ଼ି ସ୍ମିତା ପୁଣି କହିଲା, “ମାମୁଁ କହିଲେ ମୋ ପାଖରେ ରହ କିନ୍ତୁ କିଛି ଦିନପରେ ମାମୁଁ ଙ୍କର ବଦଳି ହୋଇଗଲା କୋରାପୁଟ ଆମେ ସମସ୍ତେ କୋରାପୁଟ ଚାଲିଗଲୁ ଝିଅ ଜନ୍ମପରେ ତୁମକୁ ଚିଠି ଦେଇଥିଲି କିନ୍ତୁ ଚିଠି ଫେରି ଆସିଲା ତୁମେ ସେ ଜାଗା ଛାଡ଼ି ଆଉ କୁଆଡ଼େ ଯାଇ ସାରିଥିଲ ଆମେ ଦୁହେଁ ମାମୁଁଙ୍କ ପାଖରେ ରହି ଆସୁଛୁ ଏବେ ଯାଏଁ ମାମୁଁ ରିଟାର୍ଡ଼ କଲା ପରେ ଚାରି ବର୍ଷ ପୂର୍ବରୁ ଆସିଲୁ ଏଠିକୁ ମାମୁଁଙ୍କ ଘରକୁ ଏବେ ଏଇଠି ହିଁ ଅଛୁ”
ପ୍ରଶାନ୍ତ ଆଉ କିଛି କହିବା ଅବସ୍ଥାରେ ନ ଥାଏ ତା’ ସ୍ତ୍ରୀ ଓ ଝିଅ ଏହି ସହରରେ ହିଁ ଅଛନ୍ତି ଖୁସିରେ ସେ ସ୍ତ୍ରୀ ଓ ମିତୁକୁ କୁଣ୍ଢେଇ ପକେଇଲା ଓ ସ୍ମିତାକୁ ପଚାରିଲା, “ଏବେ ଯିବା ଘରକୁ?” ମିତୁ ପଚାରିଲା, ତୁମ ଦୀପ ଜଳା ସରିଗଲାଣି? -- ଆରେ, ହେ... କହି ପ୍ରଶାନ୍ତ ମୁଣ୍ଡରେ ହାତ ବାଡେଇଲା ବେଳେ ମିତୁ ଓ ସ୍ମିତା ମୁହଁରେ ହସ ଖେଳି ଯାଉଥିଲା ଦୀପ ଜଳେଇ ସାରି ତିନିଜଣ ଯାକ ମନ୍ଦିରକୁ ଚାହିଁ ମୁଣ୍ଡିଆ ମାରୁଥିଲେ
ସେପଟେ ମନ୍ଦିର ଉପରକୁ ମହାଦୀପ ଉଠୁଥିଲା ଆଉ ପ୍ରଶାନ୍ତ ଜୀବନରେ ଆଲୋକ ଧୀରେ ଧୀରେ ପ୍ରବେଶ କରୁଥିଲା .....
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ - ୯୩୭୬୦୧୨୫୦୦
ଇମେଲ - subal.mohapatra@gmail.com
Go Back to Previous Page
କି ଭୂଲ କଲା ସେ?
ବିକେଶ କୁମାର ସାହୁ
Read Article
ଅଭିମାନିନୀ
ଚମ୍ପେଶ୍ବର ସନବର୍ଷିଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ