[ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ପାଇଛନ୍ତି]
ପ୍ରଶାନ୍ତ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା I ମୁହଁ ଲାଲ ଦେଖା ଯାଉଥିଲା I “କେଉଁଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମେ ଯେବେ ଇଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?” ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ I ସ୍ମିତା ସେମିତି ବିରକ୍ତ ହେଉଥିଲା ବେଳେ କହିଲା, “ମୋତେ ଭୋକ ଲାଗିଲାଣି, ଜଲଦି ଖାଇବାକୁ ବାଢ଼”
ସ୍ମିତା ଅବାକ ହୋଇ ଚାହିଁଥିଲା କି ଅଦ୍ଭୁତ ମଣିଷ ଇୟେ ? ଏତେ ବିରକ୍ତ ହୋଇ ଗାଳି କଲେ ବି କିଛି ଫରକ ପଡୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ ସବୁବେଳେ ଏମିତି ବିଳମ୍ବରେ ଆସିବା ଚଳିବନାହିଁ I ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା I ସ୍ୱାମୀକୁ କଡ଼ା କଥା ପଦେ ସିନା କହିଦେଲା କିନ୍ତୁ ସ୍ମିତାର ଆଖିରେ ଲୁହ ଆଉ ବୋଲ ମାନୁ ନଥିଲେ I ଏ କଣ ସେ ପ୍ରଶାନ୍ତ? ଯାହାକୁ ସେ ଭଲ ପାଇଥିଲା, ଏ କଣ ସେ ଲୋକ ଯିଏ ଆଖିରେ ଲୁହ ଟୋପାଏ ଦବନି ବୋଲି ଶପଥ କରିଥିଲା, ଏ କଣ ମୋର କଲେଜର ସେହି ପ୍ରେମିକ ଯିଏ କି ସ୍ମିତା ଆଖିରେ ଲୁହ ଟୋପାଏ ଦେଖିଲେ ଲୁହକୁ ପୋଛି ପି ଦିଏ ଆଉ ଆଜି ଲୁହର ବନ୍ୟା ବୋହି ଗଲେ ବି କିଛି ଫରକ ପଡୁନି I
ଦଶ ବର୍ଷ ପଛକୁ ଫେରି ଯାଉଥିଲା ସେ I ତା ଆଖି ଆଗରେ ଭାସି ବୁଲୁଥିଲା ତା କଲେଜ ବେଳର କଥା I ସ୍ମିତା କଲେଜରେ ପଢୁଥିଲା ବେଳେ ଦେଖା ହେଇଥିଲା ପ୍ରଶାନ୍ତ ସହ I ସ୍ମିତାର ଦୁଇ ଜଣ ସାଙ୍ଗ ଥିଲେ ଅନୁ ଆଉ ରିନୁ I କଲେଜରେ ଧିରେ ଧିରେ ଅନୁ, ରିନୁ ଆଉ ସ୍ମିତାର ଅତି ନିକଟତର ସାଙ୍ଗ ହେଇ ଯାଇଥିଲେ ଅନୁ ଆଉ ରିନୁ ଦୁଇଜଣ ହଷ୍ଟେଲରେ ରହୁଥିଲେ ସ୍ମିତା କିନ୍ତୁ ଲୋକାଲ ପିଲା ଥିଲା I ସେଥିପାଇଁ ସ୍ମିତା ରହୁଥିଲା ଘରେ I ଗୋଟେ ଦିନ ରିନୁର ପ୍ରେମିକ ରିନୁକୁ ଦେଖା କରିବାକୁ ଆସିଥିଲା କିନ୍ତୁ ରିନୁ ଏ ସହରେ ନୂଆ I କିଛି ଜାଣିନି ଏ ସହର ବିଷୟରେ I ସେ ସ୍ମିତାର ସାହାଯ୍ୟ ନେଲା I ସ୍ମିତା ବି ରାଜି ହେଲା ଦୁଇ ଜଣଙ୍କର ଦେଖାକରିବାକୁ | ରିନୁର ପ୍ରେମିକ ଆଉ ତା ସାଙ୍ଗରେ ତା’ର ଗୋଟେ ସାଙ୍ଗ ଆସିବାର ଥିଲା ରିନୁକୁ ଦେଖା କରିବାକୁ I ସେଦିନ ସେମାନେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇ ଯାଇଥାଏ I ରିନୁ ଆଉ ଦେଖା କରିପାରିଲା ନାହିଁ I ହଷ୍ଟେଲ ୬ଟାରେ ବନ୍ଦ ହେଇଯାଏ I ସେଥିପାଇଁ ସ୍ମିତା ହାତରେ ଖଣ୍ଡେ ଚିଠି ଲେଖିକି ଦେଲା ତା ପ୍ରେମିକକୁ ଦେବାପାଇଁ | ସ୍ମିତା ଅପେକ୍ଷା କରିଥାଏ ରିନୁର ପ୍ରେମିକ ଆଉ ତା ସାଙ୍ଗକୁ I କିଛି ସମୟ ଅପେକ୍ଷା କଲା ପରେ ଦୁଇ ଜଣ ବାଇକ ନେଇ ଆସିଲେ ଜଣେ ବାଇକରୁ ଓହ୍ଲେଇ ସ୍ମିତା ଆଡ଼କୁ ଆସିଲା ରିନୁ ଭାବିକି I ଆଉ ସ୍ମିତା ବି ତା ଆଡ଼କୁ ଯାଉଥିଲା ରିନୁର ପ୍ରେମିକ ଭାବିକି I ଏଇଠି ହୋଇଥିଲା ସ୍ମିତା ଆଉ ପ୍ରଶାନ୍ତର ପ୍ରଥମ ଦେଖା ଯେଉଁଠି ଦୁହେଁ ଏ ଦୁହିଁ ଜଣଙ୍କୁ ଜାଣିନଥିଲେ I କିଛି ସମୟ କଥା ହେବା ପରେ ସ୍ମିତା ଜାଣିବାକୁ ପାଇଲା ଯେ ଏ ରିନୁର ପ୍ରେମିକ ନୁହଁ ତା ସାଂଗ ପ୍ରଶାନ୍ତ ଆଉ ପ୍ରଶାନ୍ତ ବି ଜାଣିବାକୁ ପାଇଲା ଏ ରିନୁ ନୁହଁ ତା ସାଂଗ ସ୍ମିତା ସେଦିନରୁ ସେ ଦୁହେଁ ଦୁହିଁକୁ ଭଲ ପାଇ ବସିଥିଲେ I ସମୟ ଗଡ଼ିବା ସହ ଦୁହିଁଙ୍କର ଭଲପାଇବା ବହୁତ ଅନ୍ତରଙ୍ଗ ହେଇଗଲା ଦୁଇ ଜଣ ବିବାହ କରିବାକୁ ଠିକ କଲେ କିନ୍ତୁ ପ୍ରଶାନ୍ତ ପାଖରେ ଭଲ ଚାକିରୀ ଥିଲା ନା ଥିଲା ଭଲ ଘର I ସେ କେଉଁ ବଡ଼ ଖାନଦାନ କି ବଡ଼ ବ୍ୟବସାୟୀ ଘରର ପିଲା ନଥିଲା I ସେ ଥିଲା ଏକ ନିହାତି ମଧ୍ୟବିତ୍ତ ପରିବାରର ପିଲା I ସ୍ମିତାର ଘର ଲୋକ ରାଜି ନଥିଲେ ଏ ବାହା ଘର ପାଇଁ I ସେଥିପାଇଁ ସ୍ମିତା ତା ଘର ଛାଡ଼ି ଆସି ତା ବାପା ମା’ଙ୍କ ବିନା ଅନୁମତିରେ ପ୍ରଶାନ୍ତକୁ ବିବାହ କଲା ଏ ଦଶ ବର୍ଷ ଭିତରେ ଝିଅଟେ ହୋଇଛି ଦଶବର୍ଷପରେ କିନ୍ତୁ ଦୁଇ ଜଣଙ୍କ ଭଲପାଇବା ଆଜି ଏ ମୋଡ଼ରେ ପହଞ୍ଚିଛି ଯେଉଁଠି ନା ଦୁଇଜଣଙ୍କ ମନ ମିଶୁଛି ନା ପ୍ରକୃତି ପ୍ରଶାନ୍ତର ଏମିତି ଲେଟ ଆସିବା ସ୍ମିତାକୁ ପସନ୍ଦ ନଥିଲା ସବୁ ଦିନ ରାତିରେ ମଦ ପିଇକି ଆସିବା ଥିଲା ପ୍ରଶାନ୍ତର ପ୍ରତିଦିନର ନାଟକ ସତରେ ଏ କଣ ସେଇ ପ୍ରଶାନ୍ତ ଯିଏ ସ୍ମିତାକୁ ଜୀବନଠୁ ବି ଅଧିକ ଭଲ ପାଉଥିଲା?
ସ୍ମିତା ଏବେ ଜିଲ୍ଲାର ନାରୀ ସୁରକ୍ଷା ମଞ୍ଚର ସଭାପତି କେତେ ସ୍ତ୍ରୀ ଲୋକଙ୍କ ଗୁହାରି ବୁଝୁଛି ସେ ଆଉ ତା ନିଜ ଘରେ ସେ ନିଜେ ନିର୍ଯାତନା ପାଉଛି କାହାକୁ କହିବ ଏ କଥା? ସ୍ମିତା ମଞ୍ଚ ଉପରେ ଠିଆ ହୋଇ ନାରୀ ମାନଙ୍କୁ ସଶକ୍ତିକରଣ ଓ ଆତ୍ମ ନିର୍ଭରଶୀଳ ହେବାକୁ ଭାଷଣ ଦେଉଛି କିନ୍ତୁ ଆଜି ନିଜ ଘରେ ନିଜ ସ୍ୱାମୀ ମଦ ପିଇକି ଆସୁଛି ଲେଟନାଇଟରେ ସ୍ମିତା ଯିଏ ଅନ୍ୟ ନାରୀକୁ ବୁଝାଉଛି ଆଉ ନିଜେ ହାରିଯାଇଛି ସମାଜ ଆଉ ତା ସ୍ବାମୀ ଆଗରେ ଏ ସବୁକୁ ଭାବି ଭାବି ସ୍ମିତାର ଆଖିରେ ନିଦ ଆସି ଯାଇଥିଲା
ସକାଳୁ ପୁଣି ଆଉ ଗୋଟେ ସଭାରେ ସ୍ମିତାକୁ ଭାଷଣ ଦେବା ପାଇଁ ଯିବାର ଥିଲା.....
Go Back to Previous Page
ଭୟରୁ ଈଶ୍ବର ସୃଷ୍ଟି : ଏକ ଅନୁଶୀଳନ
ବାଲ୍ମୀକି ନାୟକ
Read Article
ମୋ ସନ୍ଦେହୀ ପ୍ରିୟା
ସିପ୍ରା ନାମତା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ