ଗାର୍ଲସ ହାଇସ୍କୁଲର ଚାରି ନମ୍ବର ରୁମରେ
ମୋର ପରୀକ୍ଷା ରୋଲ ନମ୍ବର ଥିଲା
ନିକଟରେ ମୋର ପ୍ରେୟସୀ...
ମୋ ମନର ନାୟିକା,
ପରୀକ୍ଷା ଦେବାପାଇଁ ପ୍ରସ୍ତୁତ
ନିରବେ ଥିଲା ବସି...
ଅକସ୍ମାତ ବିହଙ୍ଗଦୃଷ୍ଟି ଘୁରାଇଲି ସେଆଡ଼େ
ନିରବରେ ଚାହିଁଲି
ଲୋକ ଅଗୋଚରେ
ସେ ବି ଚାହିଁଲା ମୋତେ କଣେଇ କଣେଇ
ମନରେ ଧରି ଅନେକ ଭାବନା
ମନର ଗହୀର ଗହନ ଭାବନା
ସହି ହୁଏନାହିଁ କି କହି ହୁଏ ନାହିଁ
ସେଇ ଭାବନା
ମୋର ମନ ବି ଅସହାୟ ହୋଇ ଉଠେ
ତା’ ବିନା, କେବଳ ତା’ ବିନା
ପାଖରେ ପାଇ ବି ପାରେନା ପାଇ
ପାଖରେ ଦେଖି ବି କଥାପଦେ କହିପାରେନା...
ମନରେ ରହିଯାଏ ଅନେକ ଅକୁହା ବେଦନା
ତାକୁ କହି ପାରେନା, ‘ଭଲ ପାଏ ବୋଲି’
ଅବା ଏହି କଥା ପଦକ ତା ଠାରୁ
ଆଦାୟ କରିପାରେନା
ଏହି ଚାହାଁଚାହିଁରେ ବିତିଗଲା ଦୁଇବର୍ଷ
ସମୟ ଯାଏ ନିଜ ବାଟେ
ଅପେକ୍ଷା କରେନି କାହାରିକି
ମୋହର ସମୟ ଗଲା ଏହିପରି
ବିତିଗଲା ଚାହୁଁ ଚାହୁଁ ଦୁଇ ବରଷ
ସମୟ ଯାଏ ନିଜ ବାଟେ
ସେଥିରେ ମୋର ଯାଏ ଆସେନା କିଛି
କେବଳ ରହିଗଲା ଅବଶୋଷ ଏତିକି
କହି ପାରିଲିନି ‘ଭଲ ପାଏ ତୁମକୁ’ ବୋଲି
ଜିଡ଼ିଙ୍ଗି ସାହି, ଟିକାବାଲି, କନ୍ଧମାଳ
ଭ୍ରାମ୍ୟଭାଷ : ୮୭୬୩୫୩୯୩୨୨
Go Back to Previous Page
ତୁମେ ଗଲାପରେ
ଡଃ ଅସିତ କୁମାର ସ୍ବାଇଁ
Read Article
ମହାବାତ୍ୟା
ଗୋଲାପମଞ୍ଜରୀ ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ