କଥାକାର ବସନ୍ତ ଶତପଥୀଙ୍କ ‘ଏଣ୍ଟିରୋମାଣ୍ଟିକ୍’ରେ ମାନବବାଦର ସ୍ବର
ମୟୁରଭଞ୍ଜ ମାଟିର ବରପୁତ୍ର ବସନ୍ତ କୁମାର ଶତପଥୀ ସେ ୧୯୧୩ ମସିହା, ଜୁନ୍ ମାସ ୨୭ ତାରିଖରେ ଜନ୍ମ ଗ୍ରହଣ କରନ୍ତି ପିତା ଭୋଳାନାଥ ଓ ମାତା ଋକ୍ମିଣୀ ଶତପଥୀଙ୍କ ସୁଯୋଗ୍ୟ ପୁତ୍ର କେବଳ ନୁହନ୍ତି ବରଂ ଓଡ଼ିଶାମାଟିର ଯୋଗ୍ୟତମ ସନ୍ତାନ ଶିକ୍ଷା, ସଂସ୍କାର ଓ ସାହିତ୍ୟ ସୃଷ୍ଟିରେ ଥିଲେ ସର୍ବଗୁଣସମ୍ପର୍ନ୍ନ ତେଣୁ ୧୯୩୭ ମସିହାରେ ରେଭେନ୍ସା କଲେଜ ତାଙ୍କୁ ସମ୍ମାନଜନକ ‘ରାୟବାହାଦୁର ଜାନକୀନାଥ’ ପୁରସ୍କାର ପ୍ରଦାନ କରିଥିଲେ ସମୟକ୍ରମେ ତାଙ୍କର ବୃତ୍ତି ଓ କୃତିତ୍ତ୍ବ ପାଇଁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର ୧୯୭୭ ମସିହାରେ ଓଡ଼ିଶା ସାହିତ୍ୟ ଅକାଦମୀ ପୁରସ୍କାର, ପ୍ରଜାତନ୍ତ୍ର ସମିତି ଦ୍ବାରା ଯଥାକ୍ରମେ ୧୯୬୪, ୧୯୬୮ ଓ ୧୯୭୨ରେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ଶାରଳା ସମ୍ମାନ ସହିତ ଅନ୍ୟାନ୍ୟ ବହୁ ପୁରସ୍କାର ଅଧିକାରୀ ବସନ୍ତ କୁମାର ଶତପଥୀ ବୃତ୍ତିରେ ଶିକ୍ଷକ, ଅଧ୍ୟାପକ, ତଥା ପ୍ରଶାସନିକ ଅଧିକାରୀ ଥିଲେ ହେଁ ବୃତ୍ତିରେ ଜଣେ ସାହିତ୍ୟ ସ୍ରଷ୍ଟା ସମାଜର ଅକୁହା ବେଦନା, ଦୁଃଖୀ ଭୋକିଲା ଲୋକର କାହାଣୀ ଠାରୁ ପଶୁପକ୍ଷୀ ଇତର ଜୀବପ୍ରତି ସେ ଥିଲେ ସମ୍ବେଦନଶୀଳ ହୃଦୟର ଅନୁଭବକୁ ଗଳ୍ପ ମରୁଭୂମିରେ ରୂପାୟିତ କରିଛନ୍ତି ନବନାଟିକା, ଭ୍ରମଣ କାହାଣୀ ଓ ଅନୁବାଦ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ହେଁ ଜଣେ ହାସ୍ୟରସିକ ଗାଳ୍ପିକ ଭାବରେ ସେ ଖୁବ୍ ଲୋକପ୍ରିୟ ୧୯୬୬ ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଏଣ୍ଟିରୋମାଣ୍ଟିକ୍’ ପ୍ରକାଶିତ ହୁଏ ଏହି ପୁସ୍ତକ ପାଇଁ ୧୯୬୮ ମସିହାରେ ଓଡ଼ିଶା ସାହିତ୍ୟ ଅକାଦମୀ ପୁରସ୍କାର ପାଇଛନ୍ତି ତାଙ୍କର ଅନ୍ୟାନ୍ୟ ଗଳ୍ପ ସଂକଳନ ମଧ୍ୟରେ ରହିଛି - ଗଙ୍ଗା ଓ ଗାଙ୍ଗୀ (୧୯୮୧), ହାଇଦ୍ରାବାଦ ଅଙ୍ଗୁର (୧୯୮୨), ମାଂସାଶୀ-ମାନଙ୍କ ଉଦ୍ଦେଶ୍ୟରେ (୧୯୮୨), ନୀଡ଼ାଶ୍ରୟୀ (୧୯୮୩), ଆକାଶୀ ଫୁଲ (୧୯୮୩), ଅଜାଗା ଘାଆ(୧୯୮୩), ମେଜର ଅପରେସନ(୧୯୯୧) ଇତ୍ୟାଦି
ଅନୁବାଦ ସୃଷ୍ଟି ମଧ୍ୟରେ ରହିଛି - ନବନାଟିକା, ଦୁଇଟି ଭ୍ରମଣ କାହାଣୀ, ସଞ୍ଚୟନ, ଲେମ୍ବଙ୍କ ସେକ୍ସପିୟର କାହାଣୀ ମାଳା, ରାଜା (ରବୀନ୍ଦ୍ରନାଥ ଠାକୁର), Fakir Mohan : His like & Literature, ବାସନ୍ତୀ ରମ୍ୟରଚନାମାଳା (୧,୨,୩,୪) ଖଣ୍ଡରେ ବିଭକ୍ତ
ସମାଲୋଚନମୂଳକ ନିବନ୍ଧ ମଧ୍ୟରେ ରହିଛି - ଫକୀରମୋହନ ଓ ସାତଜଣ ସାଥୀ (ପୁସ୍ତକ ଆକାରରେ ଅପ୍ରକାଶିତ) ଏତଦ୍ବ୍ୟତୀତ ବହୁ ଆଲୋଚନା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ଏସବୁ ବ୍ୟତୀତ ଇଂରାଜୀ ଓ ଓଡ଼ିଆ ପତ୍ରିକାର ସଂପାଦନା ଦାୟିତ୍ବ ତୁଲାଇଛନ୍ତି ସମାଜ, ସାହିତ୍ୟ ଓ ସଂସ୍କୃତିପ୍ରେମୀ ମଣିଷ ଭାବେ ସେ ସ୍ବତନ୍ତ୍ର ବାରି ହୋଇପଡ଼ନ୍ତି
୧୯୬୬ ମସିହାରେ ପ୍ରକାଶିତ ‘ଏଣ୍ଟିରୋମାଣ୍ଟିକ୍’ ସଂକଳନରେ ରହିଛି ନଅଗୋଟି ଗଳ୍ପ ଗଳ୍ପକ୍ରମର ପ୍ରଥମ ଗଳ୍ପ ‘ବାଣୀ ଚିଆଁ’ ଗଳ୍ପଟିରେ କୁକୁଡ଼ା ଚିଆଁ ପ୍ରତି ଦୁଃଖ ଓ ବେଦନା ପ୍ରକାଶ ପାଇଛି ‘ଅଶ୍ବତ୍ଥାମା ହତ?’ ଗଳ୍ପରେ ସାମାନ୍ୟ ନିଜ ସ୍ବାର୍ଥପାଇଁ ମନୁଷ୍ୟତ୍ବର ମୃତ୍ୟୁ ଘଟିଛି ମାତ୍ର ଗଳ୍ପରେ ଶେଷ ପରିଣତି ଏପରି ପରିସ୍ଥିତିକୁ ପ୍ରଶ୍ରୟ ଦେଇନାହିଁ ହିରାଲାଲ ଚରିତ୍ରକୁ ଅନୁତାପର ଅନଳରେ ଧୋଇ ଦେଇଛନ୍ତି ଗାଳ୍ପିକ ‘ଗୋଟିଏ ଆଳୁ’ ଗଳ୍ପରେ ଷଣ୍ଢ ଛୁଆର ମୃତ୍ୟୁର କାରଣ ଖୁବ୍ ସ୍ପର୍ଶକାତର ଘଟଣା ଦୋକାନରୁ ଗୋଟିଏ ବଡ଼ ଆଳୁକୁ ଷଣ୍ଢ ଛୁଆଟି ଖାଇ ଦେଇଛି ପରିଣତ ସ୍ବରୂପ ଦୋକାନୀର ମାଡ଼ରେ ଷଣ୍ଢ ଛୁଆର ଜୀବନ ଦୀପ ଲିଭିଗଲା ଏପରି ଏକ ସ୍ପର୍ଶକାତର ପରିବେଶରେ ଗଳ୍ପର ଆରମ୍ଭ ଓ ଶେଷ ହୋଇଛି ପାଠକ ମନରେ ପଶୁପ୍ରତି କରୁଣା ବୋଧ ସୃଷ୍ଟି କରିବାରେ ଗାଳ୍ପିକ ହୋଇଛନ୍ତି ସଫଳ ‘ହୀରାକୁଦ କରେଣ୍ଟ’ ଗଳ୍ପରେ ଦୁଃଖ ଓ ବିଚ୍ଛେଦର ଯନ୍ତ୍ରଣା ମଧ୍ୟରେ ପ୍ରେମ ରୂପକ କରେଣ୍ଟକୁ ଅନୁଭବ କରାଇଛନ୍ତି ଯାହା ଗଳ୍ପର ନାୟକ ସରୋଜବାବୁ ଓ କମଳିନୀ ଚରିତ୍ର ମଧ୍ୟରେ ହୋଇଛି ପ୍ରତିଫଳିତ ‘ଅର୍ଦ୍ଦଳି’ ଗଳ୍ପରେ ସ୍ବାବଲମ୍ବନଶୀଳ ହେବାର ମହତ୍ତ୍ବ କୌଣସି ଚାକିରୀଠାରୁ କିଛି କମ ନୁହେଁ ବୋଲି ଦର୍ଶାଇଛନ୍ତି ଏହାର ପ୍ରମାଣ ରାଜବଲ୍ଲଭ ଦଣ୍ଡପାଟ ଚରିତ୍ର ଦେଇ ପରିଣତି ଟାଣିଛନ୍ତି ‘ଭଡ଼ାଟିଆ’ ଗଳ୍ପରେ ମଣିଷ ସମାଜର ବିଦ୍ବେଷ ଭାବକୁ ଦର୍ଶାଇଛନ୍ତି ଅଧ୍ୟାପକ ମହେଶବାବୁ ଘରଭଡ଼ା ନେଇ ରହୁଥିବା କାରଣରୁ ଘର ମାଲିକ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇନାହାନ୍ତି ଫଳସ୍ବରୂପ ଭଡ଼ାଘର ଛାଡ଼ିବାର ପରିସ୍ଥିତି ସୃଷ୍ଟ ହୋଇଛି ପାଠକ ମନରେ ମାନବିକ ଚେତନାର ପ୍ରଶ୍ନ ସୃଷ୍ଟି କରାଇଛନ୍ତି ଗାଳ୍ପିକ ଗଳ୍ପ ସଂକଳନର ନାମ ବହନ କରୁଥିବା ‘ଏଣ୍ଟିରୋମାଣ୍ଟିକ୍’ ଗଳ୍ପରେ ରହିଛି, ଅବହେଳିତ ନାରୀପ୍ରତି ସମାଜର ଦୃଷ୍ଟିକୋଣ କାମୁକ ମଣିଷର ବାସ୍ତବ ରୂପ ସମାଜର ଭଦ୍ରବ୍ୟକ୍ତି ରୂପେ ପ୍ରତିବିମ୍ବିତ ହେଉଥିବା ବାବାଜୀଙ୍କ ପ୍ରଚ୍ଛନ ଲୋଲୁପତା
ଏହିପରି ‘ଏଣ୍ଟିରୋମାଣ୍ଟିକ୍’ ଗଳ୍ପ ସଂକଳନରେ ପାଠକକୁ ସମବେଦନାରେ ଭରି ଦେଇଛନ୍ତି ଗାଳ୍ପିକ ଗଳ୍ପରେ ହାସ୍ୟ, ବ୍ୟଙ୍ଗ, କରୁଣ, ପ୍ରେମ, ଘୃଣା, ସମସ୍ୟା ଓ ମାନବିକତାର ବୀଜ ରୋପଣ କରିବାକୁ ତାଙ୍କ ଗଳ୍ପଗୁଡ଼ିକ ସମର୍ଥ
ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ
ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ବାରିପଦା
Go Back to Previous Page
ପରିତ୍ୟକ୍ତ ପଦ୍ମିନୀ ଓ ସ୍ବାସ୍ଥ୍ୟସେବା
ବିଜୟଲକ୍ଷ୍ମୀ ରାଉତରାୟ
Read Article
ବିଶ୍ବ ମାତୃଭାଷା ଦିବସ ଅନୁଚିନ୍ତା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ