ପିଲାବେଳେ ବାପାଙ୍କ ସହ ବୁଲିବାକୁ ଇଚ୍ଛା ହୁଏ ସାଇକେଲର ଆଗରେ ବସି ସେ ରାବଣ ପୋଡ଼ି ହେଉ କି କେଉଁ ମେଳା ହେଉ, ସେତେବେଳେ ମନେ ହୁଏ ମୁଁ କେବେ ବଡ଼ ହେବି ଏକା ଏକା ବୁଲିବି, କିନ୍ତୁ ଆସି ସେ ସମୟ ଆସିଛି, ଓଡ଼ିଶା ନୁହେଁ ଭାରତର ବହୁତ ଜାଗା ବୁଲୁଛି, କିନ୍ତୁ ମନେ ପଡ଼ିଲେ ଲାଗୁଛି, ଆଉ ସେ ମଜା ନାହିଁ
ଦିନ ଥିଲା ଗୋଟେ ପ୍ୟାକେଟ୍ ଟାଇଗର୍ ବିସ୍କୁଟ୍ ପାଇଁ ଭାଇଭଉଣୀ ଭିତରେ କଳି ଲାଗିଲା ବେଳେ ମାଆର ଗାଳି, ସେତେବେଳେ ଇଚ୍ଛା ହୁଏ ପୁରା ପ୍ୟାକେଟଟା ମିଳି ଯାଆନ୍ତା କି ଏକା ଏକା ଖାଇ ଦିଅନ୍ତି କିନ୍ତୁ ଆଜି ସେ ସମୟ ଆସିଛି ଗୋଟେ କାହିଁକି ଶହେଟା ଆଣିଲେବି ସେ ମଜା ନାହିଁ
ଆଉ ଗୋଟେ କଥା ବି ମନେ ପଡ଼େ ଘରୁ ଟଙ୍କାଟେ ମିଳିଗଲାପରେ ମୂଷାଭାଇ ଦୋକାନରୁ ବୁଟ ଚନାଚୁର୍ ଆଣି ଖାଇ ସାରିଲା ପରେ ଆଙ୍ଗୁଳି ଚାଟିବାର ମଜା ନେଲାବେଳେ ଇଚ୍ଛା ହୁଏ, କେବେ ବଡ଼ ହେବି ଗୋଟେ ପ୍ୟାକେଟ୍ ମିକ୍ସଚର୍ ଆଣି ପୁରା ଏକୁଟିଆ ଖାଇବି, କିନ୍ତୁ ଆଜି କୁର୍କୁରେ, ହଳଦୀରାମ୍ ଯେତେ ଖାଇଲେ ବି ସେ ମଜା ନାହିଁ
ସେତେବେଳେ ଛାଇଲେଉଟା ବେଳେ ମନାବା ଦାଣ୍ଡରେ ବୋହୁ ବାଗୁଡ଼ିଠୁ ଆରମ୍ଭ କରି ଲୁଚକାଳି ଖେଳରେ ମଜ୍ଜି ଯାଉଥିବା ବେଳେ ଜେଜେମାର ପିଙ୍କୁ ପିଙ୍କୁ ଡାକ ଆଉ ତାର ଚେତାବନୀ ଯେ ସନ୍ଧ୍ୟା ହେଲାଣି ଯଦି ଭଲ ଦଶା ଅଛି ତ ଘରକୁ ଆସି ବହିଧରି ବସ୍ ନହେଲେ ବାପା ଆସି ବାଡ଼େଇବେ ସେତେବେଳେ ଇଚ୍ଛା ହୁଏ କେବେ ବଡ଼ ହେବି ଆଉ ମନଇଚ୍ଛା ଦିନରାତି ଖେଳିବି ଆଜି ସେ ସମୟ ଆସିଛି, ଇଚ୍ଛା ହେଲେ ଘରକୁ ଆସୁଛି, ନହେଲେ ନାହିଁ କିନ୍ତୁ ସତରେ ଲାଗୁଛି ଆଉ ସେ ମଜା ନାହିଁ
ଛୋଟବେଳେ ଗାଁ ଛକ ପାଖରେ ଛିଡ଼ା ହେଲେ ଡରଥାଏ, କାଳେ ଭାଇ ଆସିଯିବ ଆଉ ଗାଳିକରି କହିବ କାହିଁକି ଏଠି ଛିଡ଼ା ହେଇଛୁ ଯାଉନୁ ପଢ଼ିବୁ ଆଉ ମୁଁ ଭାବେ ମୁଁ ବଡ଼ ଭାଇ ହୋଇଥାନ୍ତି କି ସବୁ ମନ ଇଚ୍ଛା କରନ୍ତି ଆଜି ଛକରେ ଛିଡ଼ା ହେଉଛି ଆଉ ମଜାମସ୍ତି କରୁଛି ଭାଇ ବି କିଛି କହୁନି କିନ୍ତୁ କାହିଁକି କେଜାଣି ଆଉ ସେ ମଜା ନାହିଁ
ସମୟ ବଦଳିଛି, ମୁଁ ଆଜି ଭାରତର ରାଜଧାନୀରେ ରହୁଛି ଘରକୁ ଗଲେ ଇଚ୍ଛା ହୁଏ ଆଜିବି ବାପାଙ୍କ ସାଇକେଲରେ ବସିବାକୁ, ତିନି ଭାଇଭଉଣୀ ଏକାଠି ମିଶି ଖାଇବାକୁ, ଛକକୁ ଯାଇ ମୂଷା ଭାଇ ଦୋକାନରୁ ମିସ୍କ୍ଚର ଖାଇବାକୁ, ବାହାରେ ସନ୍ଧ୍ୟାବେଳେ ଜାଣି ଜାଣି ଅଧିକ ସମୟ ରହି ଜେଜେମା’ର ଡାକ ଶୁଣିବାକୁ, କିନ୍ତୁ ଆଉ ସେ ସବୁ ହେଉନି, କାହିଁକି ନା ମୁଁ ବୋଧହୁଏ ବଡ଼ ହୋଇଯାଇଛି
ଆର୍ଟ୍ ଡାଇରେକ୍ଟର,
ପବ୍ଲିସିସ୍ ଆଡ଼ଭର୍ଟାଇଜିଂ ପ୍ରା.ଲି., ନୂଆ ଦିଲ୍ଲୀ
ଇମେଲ୍ : bipranarayan@gmail.com
Go Back to Previous Page
ଅଙ୍କ ଓ ଜୀବନ
ଦୀପାଞ୍ଜଳୀ ସାହୁ
Read Article
ଜମିଜମା ଓ ସୀମା ସରହଦ
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ