ଯେପରି ପ୍ରତ୍ୟେକ ଘରର ଜଣେ ମୁରବି ଥାଆନ୍ତି, ସେପରି ସଂଖ୍ୟା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନୀୟମାନ ଥିବା ଅଙ୍କକୁ ମୁରବି ବୋଲାଯାଇପାରେ।
ଏକ ଅଙ୍କ ବିଶିଷ୍ଟ ସଂଖ୍ୟା – ଅବିବାହିତ ଅବସ୍ଥା। ଏ ଅବସ୍ଥାରେ ଚାକିରି ହେଉ, ଘର ହେଉ, ବ୍ୟବସାୟ ହେଉ ଯେ କୌଣସି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ବେଶି କିଛି ଭାବିବାକୁ ପଡ଼େ ନାହିଁ. କାରଣ ସେତେଟା ଜଞ୍ଜାଳ ନ ଥାଏ।
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା - ନବ ବିବାହିତଙ୍କ ପରି। ଯେପରି ଦୁଇ ଅଙ୍କରେ ଦଶକ ଘରର ଅଙ୍କ ବଦଳାଇବାକୁ ହେଲେ ଏକକ ଘରର ଅଙ୍କକୁ ଦଶ ଥର ବଦଳିବାକୁ ପଡ଼ିଥାଏ, ସେହିପରି ଏହି ଅବସ୍ଥାରେ କୌଣସି ଏକ ପରିବର୍ତ୍ତନ ପାଇଁ ଦଶଥର ଭାବିବାକୁ ପଡ଼ିଥାଏ। ଚାକିରି ବଦଳାଇବାକୁ ହେଲେ, ଘର ବଦଳାଇବାକୁ ହେଲେ ମୁରବୀଙ୍କୁ ଚିନ୍ତା କରିବାକୁ ପଡ଼େ ନୂଆ ଚାକିରି ଦରମାରେ ଚଳିହେବ ତ, ନୂଆ ଘର ଅଫିସଠୁ କେତେ ଦୂର ହବ ଇତ୍ୟାଦି ଇତ୍ୟାଦି।
ତିନି ଅଙ୍କ ବିଶିଷ୍ଟ ସଂଖ୍ୟା - ବୁଝିପାରୁଥିବେ ଆଜ୍ଞା ଦୁଇରୁ ତିନି ଆଉ କଣ। ତା’ପରେ ଶତକ ଘରର ସଂଖ୍ୟା ବଦଳାଇବାକୁ ହେଲେ ୧୦X୧୦=୧୦୦ ଥର ଏକକ ଓ ଦଶକ ମିଶି ବଦଳେ। ମାନେ ୧୦୦ ଥର ଭାବିବାକୁ ପଡ଼େ କୌଣସି ପରିବର୍ତ୍ତନ ପାଇଁ। ଶିଶୁ ରୋଗ ବିଶେଷଜ୍ଞ କେଉଁଠି ଅଛନ୍ତି, ଆଜି ପିଲାର ଜ୍ବର କାଲି କାଶ ସ୍ତ୍ରୀ ଅଣ୍ଟାବିନ୍ଧା, ନୂଆ ଅଫିସର ୱାର୍କ ପ୍ରେସର କିପରି, ପରିବାରକୁ ସମୟ ଦେଇ ହବ କି ନାହିଁ ଆଦି।
ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା - ଏଥର ହଜାର ଘରର ଅଙ୍କ (ମୁରବି) ବଦଳାଇବା ପାଇଁ ୧୦X୧୦X୧୦=୧୦୦୦ ଥର ଏକକ ଦଶକ ଓ ଶତକ ଘରର ସଂଖ୍ୟା ବଦଳେ। ପିଲା ବଡ଼ ହେବା ସହିତ ପରିବର୍ତ୍ତନ ଆହୁରି ଜଟିଳ ହୁଏ। ତାର ପାଠପଢ଼ା ତ। ସ୍କୁଲ ଘରଠୁ କେତେ ଦୂର ହେବ। ଅବସର ପରେ ବୃଦ୍ଧ ଓ ନିର୍ଭରଶୀଳ ବାପାମା’ଙ୍କ ପାଇଁ ସ୍ୱାସ୍ଥ୍ୟ ସେବା କେଉଁଠି ମିଳିବ। ଅମୁକ ରୋଗ ପାଇଁ କେଉଁଠି ବିଶେଷଜ୍ଞ ମିଳିବେ ଇତ୍ୟାଦି ଇତ୍ୟାଦି ହଜାରେ ଜଞ୍ଜାଳ।
ଏହା କେବଳ ପରିବାର ପାଇଁ ନୁହେଁ, ଅଫିସରେ ମଧ୍ୟ ପ୍ରଯୁଜ୍ୟ। କିପରି?
କ୍ରମଶ8 ........
ଓଡିଶା ସଚିବାଳୟ ସେବା ସଂଘ
ଭୁବନେଶ୍ବର
Go Back to Previous Page
ଟ୍ରାଫିକ୍ ନିୟମ
ଅନନ୍ତ ବାଗ
Read Article
ଆଉ ସେ ମଜା ନାହିଁ
ବିପ୍ର ନାରାୟଣ ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ