ସଭ୍ୟତାର ବିକାଶ ହେବାସହ ମନୁଷ୍ୟର ଚାଲିଚଳନ, ରୀତିନୀତିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଅଛି ଦିନ ଥିଲା ଦୂର ସ୍ଥାନକୁ ଯିବାକୁ ହେଲେ ସାଙ୍ଗରେ ଚାଉଳ / ଖାଦ୍ୟ ନେଇ ଯିବାକୁ ହେଉଥିଲା ଆଜି ଯୁଗ ବଦଳିଛି କେଇ ଘଣ୍ଟାକରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ତଥା ଦେଶ, ବିଦେଶକୁ ବୁଲି ପାରୁଛୁ ଏବେ ଆମକୁ ଯାତାୟତ ପାଇଁ କିଛି ଅସୁବିଧା ନାହିଁ
କିନ୍ତୁ ଯେଉଁପରି ଭାବେ ଦିନକୁ ଦିନ ଦୁର୍ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି, ଏହା ଆମ ଟ୍ରାଫିକ୍ ନିୟମ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏଇ କିଛିଦିନ ହେବ ବିନା ‘ହେଲମେଟରେ’ ନିୟମ ନ ମାନି ଗାଡ଼ି ଚଲେଇବାକୁ ନେଇ ଆମ ପୁଲିସ୍ କଡ଼ା ଯାଞ୍ଚ କରୁଥିଲେ ଅବଶ୍ୟ ଏହାର ପୂର୍ବରୁ ମଧ୍ୟ ଯାଞ୍ଚ କରା କରାଯାଉଥିଲା
ଏଥି ପାଇଁ ଟିଭି ଚ୍ୟାନେଲ୍ ରେ ମଧ୍ୟ ଅନେକ ସଚେତନ କରାଯାଉଛି କିନ୍ତୁ ଫଳାଫଳ ସବୁ ଓଲଟା ହେଉଛି ମୁଁ ଗୋଟିଏ ଓଡ଼ିଆ ଟିଭି ଚ୍ୟାନେଲ୍ ରେ ନିୟମ ନ ମାନି ଗାଡ଼ି ଚଲେଇବାର ଖବର ଦେଖିଥିଲି ଏଥିରେ ଖୋଦ୍ ଆମ ଓଡ଼ିଶାର ରାଜଧାନୀ ଭୂବନେଶ୍ୱର ‘ସ୍ମାର୍ଟସିଟି’ରେ ଟ୍ରାଫିକ୍ ନିୟମ ନ ମାନିବାର ଦୃଶ୍ୟ ପ୍ରସାରିତ ହୋଇଥିଲା! ଏଥିରେ ସାଧାରଣ ନାଗରିକ ଠାରୁ ପୁଲିସ ପ୍ରଶାସକ ମଧ୍ୟ ବିନା ହେଲମେଟରେ ଗାଡ଼ି ଚଲାଉଥିଲେ ଏଥିରୁ ସ୍ପଷ୍ଟ ହେଉଛି ଯେ ଯେମିତି ମୁହଁରେ ସମସ୍ତେ କହୁଛନ୍ତି କେହି ବି ତାହାକୁ ପାଳନ କରୁ ନାହାନ୍ତି
ଏଇ ଆମ ଛୋଟ ସହର ‘ସିନ୍ଧେକେଲା’ କଥା କହିବାକୁ ଗଲେ - ପ୍ରତ୍ୟେକ ଦିନ ଅଳ୍ପ, ବହୁତ ଭିଡ଼ ପରିଲକ୍ଷିତ ହୁଏ ସେମିତି ଏଇ କିଛିଦିନ ତଳେ ଏ ସହରର ପୁଲିସ ଟ୍ରାଫିକ୍ ନିୟମ ସଚେତନ କରିବା ସହ ବିନା ହେଲମେଟରେ ବାଇକ୍ ଚଲେଇବା ଲୋକଙ୍କୁ ଧରୁଥିଲେ ଏଥିପାଇଁ ଅନେକ ଲୋକ ଛାନିଆ ହୋଇ ହେଲମେଟ୍ ପିନ୍ଧି ଗାଡ଼ି ଚଳେଇବାକୁ ବାଧ୍ୟ ହୋଇଥିଲେ!
ଅବଶ୍ୟ ଯେଉଁ ପରି ଭାବେ ଲୋକେ ହେଲମେଟ୍ ବ୍ୟବହାର କଲେ ଏଥିରେ ହେଲମେଟ ବିକାଳିର ଦି' ପଇସା ଭଲ ରୋଜଗାର ହେଲା ଆପଣମାନେ ଭାବୁଥିବେ ଯେ ସମସ୍ତେ ଏଥର ସୁଧୁରି ଯିବେ, କିନ୍ତୁ ସୁଧି ପାଠକେ ଏହା ଆପଣଙ୍କ ସମ୍ପୂର୍ଣ୍ଣ ଭୁଲ୍! ଏବେ ଦେଖାଗଲା ଯେ ଯେଉଁ ଜାଗାରେ ଟ୍ରାଫିକ୍ ଚେକିଙ୍ଗ ଚାଲିଛି କେବଳ ସେଇ ଜାଗାରେ ହିଁ ବାଇକ୍ ଚାଳକମାନେ ହେଲମେଟ୍ ପିନ୍ଧିବାର ମିଛ ଅଭିନୟ କଲେ - ପରେ ହେଲମେଟ୍କୁ ମୁଣ୍ଡରୁ ଖୋଲି ବାଇକ୍ରେ ରଖିଦେଲେ!
ଯେତେ ସଚେତନ କର ଯେତେ ବଡ଼ କାଗଜରେ ଲେଖିଦିଅ, ହେଲେ କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଗୋଟିଏ ମଜା ଘଟଣା ଏହା ଯେ ଦି’ବର୍ଷ ତଳେ ଆମ ଦେଶର ସଡ଼କ ଓ ପରିବହନ ମନ୍ତ୍ରୀ ‘ଶ୍ରୀଯୁକ୍ତ ନୀତିନ ଗଡ଼କରି’ ବିନା ହେଲମେଟ୍ରେ ଗାଡ଼ି ଚଳାଇବାର ଛବି ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା! ଯାହା ଫଳରେ ଟ୍ରାଫିକ୍ ନିୟମ ମାନିବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥଲା ତେବେ ଯାହା ହେଉ ଆମକୁ ଟ୍ରାଫିକ୍ ନିୟମ ମାନି ଚାଲିବାକୁ ପଡ଼ିବ ମନୁଷ୍ୟ ନିଜ ବୁଦ୍ଧି ବଳରେ ନିଜ ପାଇଁ ଅନେକ ସୁବିଧା, ସୁଯୋଗ କରିଛି କିନ୍ତୁ ଏହାର ଉଚିତ ବ୍ୟବହାର କରା ନ ଗଲେ ଏହା ମନୁଷ୍ୟ ସମାଜର ହିଁ କ୍ଷତି ସାଧନ କରିବ ଜୀବନ ହେଉଛି ସବୁଠୁ ବଡ଼, ଯେ ପର୍ଯ୍ୟନ୍ତ ଆମ ନିଶ୍ବାସ ପ୍ରଶ୍ବାସ ଚାଲିଛି ଆମେ ଯେକୌଣସି କାର୍ଯ୍ୟ କରିବାକୁ ସକ୍ଷମ ନିଜ ପାଇଁ ନ ହେଲେ ମଧ୍ୟ ଆମେ ଅନ୍ୟ ପାଇଁ ଗୋଟିଏ ବିକାଶଶୀଳ ଦେଶର ନାଗରିକ ହିସାବରେ ଆମ କର୍ତ୍ତବ୍ୟ ଆମେ ନିଜେ ପାଲନ କରିବାକୁ ପଡ଼ିବ କଥାରେ ଅଛି ‘ଦ୍ରୁତ ଗତି ମହା ବିପତ୍ତି’, ଅତି ଜୋରରେ ଗାଡ଼ି ଚଳାଇବା ସର୍ବଦା ବିପଦପୂର୍ଣ୍ଣ ଜରୁରୀ କାମ ଥିଲେ ଟିକେ ଶୀଘ୍ର ପଛେ ବାହାରିବା କିନ୍ତୁ ବେପରୁଆ ଭାବେ ଗାଡ଼ି ଚଳାଇବା ନାହିଁ ସର୍ବଦା ଟ୍ରାଫିକ୍ ନିୟମ ମାନି ମୁଣ୍ଡରେ ହେଲମେଟ୍ ପିନ୍ଧି ଗାଡ଼ି ଚଲେଇବା ନିଜେ ସଚେତନ ହେଇ ଅନ୍ୟକୁ ସଚେତନ କଲେ ଯାଇ ନିଜର ସୁରକ୍ଷା ହେବା ସହ ଅନ୍ୟର ସୁରକ୍ଷା ହେଇ ପାରିବ
ପିତାମହୁଲ, ଅଲଣ୍ଡା, ସିନ୍ଧେକେଲା, ବଲାଙ୍ଗିର
ପିନ୍-୭୬୭୦୩୩
ମୋ-୭୮୯୪୮୧୭୧୫୬
Go Back to Previous Page
ଜାତୀୟ ସୁରକ୍ଷା ଦିବସ
ରମାକାନ୍ତ ମିଶ୍ର
Read Article
ଅଙ୍କ ଓ ଜୀବନ
ଦୀପାଞ୍ଜଳୀ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ