ସିରିଆ : କାହିଁକି ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା
ବିଶ୍ବର ଅନେକ ଦେଶକୁ ଅସୁରକ୍ଷିତ ବୋଲି ସଂଯୁକ୍ତରାଷ୍ଟ୍ର (ୟୁନାଇଟେଡ୍ ନେସନ୍ସ) ଘୋଷଣା କରିଥାଏ ବିଗତ ପାଞ୍ଚବର୍ଷ ହେବ ସିରିଆକୁ ବିଶ୍ବର ସବୁଠାରୁ ବିପଦସଂକୁଳ ରାଷ୍ଟ୍ର ଭାବରେ ଲଗାତାର ଘୋଷଣା କରାଯାଇଛି ଆଗାମୀ ମାର୍ଚ୍ଚ ପନ୍ଦର ତାରିଖରେ ସିରିଆରେ ଲାଗି ରହିଥିବା ଗୃହଯୁଦ୍ଧ ଏହାର ଅଷ୍ଟମବର୍ଷ ପୂର୍ତ୍ତି କରିବ ଆଜିକାଲି ସୋସିଆଲ୍ ମିଡ଼ିଆରେ ସିରିଆକୁ ନେଇ ଅନେକ ପୋଷ୍ଟିଂ ଆସୁଛି ସିରିଆରେ ଦିନକୁ ଦିନ ଅସ୍ଥିର ହେଉଥିବା ମାନବିକ ଅଧିକାର ଉଲ୍ଲଂଘନର ଦୃଶ୍ୟ ଓ ଭିଡ଼ିଓ ପ୍ରସାରିତ ହେଉଛି ଏକ ସମୟରେ ବିଶ୍ବର ଶାନ୍ତିପ୍ରିୟ ଦେଶ ଭାବରେ ଜଣାଯାଉଥିବା ସିରିଆରେ ଏହିପ୍ରକାରର ଧ୍ବଂସଲୀଳା ହେଉଛି କାହିଁକି? ଏହା ଦ୍ବାରା କାହାର କଣ ଲାଭ ହେଉଛି? କିଏ ଏହି ଯୁଦ୍ଧର ଆହ୍ବାନ ଦେଇଛି? ଏମିତି ଅନେକ ପ୍ରଶ୍ନ ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିବ ନିଶ୍ଚୟ ମୁଁ ବ୍ୟକ୍ତିଗତ ଭାବରେ ଏହି ବିଷୟରେ କିଛି ବି ଜାଣିନଥିଲି ବିଗତ କିଛି ଦିନ ଇଣ୍ଟରନେଟ୍ ମାଧ୍ୟମରେ ଏହି ବିଷୟରେ ଗବେଷଣା କରିବାପରେ ଯାହା ଜାଣିବାକୁ ପାଇଲି ତାହା ନିମ୍ନମତେ ଜଣାଉଛି ଆଶା କରୁଛି ଆପଣମାନେ ବି ଏହାଦ୍ବାରା ପ୍ରକୃତ ଘଟଣା ବିଷୟରେ ଅବଗତ ହୋଇପାରିବେ
ସିରିଆ, ଇରାନ୍, ଇରାକ୍, ଜୋର୍ଡ଼ାନ୍ ଇତ୍ୟାଦି ଦେଶ ନିଜର ପ୍ରାକୃତିକ ସମ୍ବଳ (ଅଶୋଧିତ ପେଟ୍ରୋଲିୟମ୍ ତୈଳ) ପାଇଁ ସମୃଦ୍ଧ ଦେଶର ଅଧିକାଂଶ ଅଞ୍ଚଳ ମରୁଭୂମି ଭଳି ହୋଇଥିବା ବେଳେ ସେଠାକାର ଅର୍ଥନୀତି ତୈଳ ଉପରେ ନିର୍ଭରଶୀଳ
ବସର୍-ଅଲ୍-ଅସଦ୍ ଏବଂ ତାଙ୍କ ପୂର୍ବରୁ ତାଙ୍କ ପିତା ୧୯୭୧ ମସିହାରୁ ସିରିଆର ରାଷ୍ଟ୍ରପତି ପଦବୀ ନିଜ ଅଧିନରେ ରଖିଛନ୍ତି ବର୍ଷ ୨୦୧୧ ହେଉ ହେଉ ସିରିଆ ନିକଟବର୍ତ୍ତୀ ଟ୍ୟୁନିସିଆ ଏବଂ ଇଜିପ୍ଟର ରାଷ୍ଟ୍ରପତିଙ୍କୁ ଦେଶର ଜନସାଧାରଣ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇ ଗାଦିଚ୍ୟୁତ କରି ସାରିଥିଲେ ଏହି ସମୟରେ ସିରିଆର ରାଷ୍ଟ୍ରପତି ସିରିଆରୁ ବିଦେଶକୁ ଏକ ତୈଳ ପାଇପଲାଇନ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଦେଲେ ଏହା ଫଳରେ ସିରିଆର ପଡ଼ୋଶୀ ଅନେକ ରାଷ୍ଟ୍ରକୁ ସଂକଟ ଦେଖାଦେଲା ଏହା ଦ୍ବାରା ବିଶ୍ବ ବଜାରରେ ସିରିଆର ତୈଳ ବିକ୍ରୀ ଅଧିକ ହେବ ଏବଂ ସେମାନଙ୍କର ବ୍ୟାପାରରେ କ୍ଷତି ହେବ ବୋଲି ମନେ କରି ସେଇ ଦେଶମାନେ ସିରିଆର ରାଷ୍ଟ୍ରପତି ବସର୍-ଅଲ୍-ଅସଦଙ୍କୁ ଗାଦିଚ୍ୟୁତ କରିବା ପାଇଁ ଦେଶରେ ସାଧାରଣ ଜନତାଙ୍କୁ ଉସୁକାଇବାର କାମ କଲେ
ଏହି ସମୟରେ ଆରବ ସ୍ପ୍ରିଙ୍ଗ୍ ନାମକ ଏକ ଆନ୍ଦୋଳନ ସଫଳ ହୋଇଥିଲା ଯାହା ଫଳରେ ଅନେକ ଦେଶରେ ଗୃହଯୁଦ୍ଧର ସ୍ଥିତି ସୃଷ୍ଟି ହୋଇ ରାଷ୍ଟ୍ରପତି ମାନେ ନିଜ ପଦବୀ ହରାଇଥିଲେ, ସେହି ଆରବ ସ୍ପ୍ରିଙ୍ଗର ସମର୍ଥନରେ କିଛି ଯୁବକ ସିରିଆର ଅନେକ ବିଦ୍ୟାଳୟର ପ୍ରାଚୀର ମାନଙ୍କରେ ସୁଦୃଶ ଚିତ୍ରମାନ ଆଙ୍କିଥିଲେ ଯାହାର ବିରୋଧ ସିରିଆ ସରକାର ଦୃଢ଼ଭାବରେ କରିଥିଲେ ଏବଂ ମାର୍ଚ୍ଚ ୨୦୧୧ରେ ସରକାରଙ୍କ କଡ଼ା ଆଭିମୁଖ୍ୟ ବିରୋଧରେ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା ଏହାକୁ ଦମନ କରିବାପାଇଁ ବସର୍-ଅଲ୍-ଅସଦ୍ ସରକାର ଅନେକ ଯୁବକଙ୍କୁ ହାଜତକୁ ନେଇ ଦମନମୂଳକ କାର୍ଯ୍ୟ କରିବାପାଇଁ ସେମାନଙ୍କୁ ଯାତନା ଦେଇଥିଲେ ଏବଂ ଏଥିରେ ୧୩ ବର୍ଷ ବୟସ୍କ ଜଣେ ଛାତ୍ରର ମୃତ୍ୟୁ ହୋଇଥିଲା ଏହାପରେ ଲୋକମାନଙ୍କ ଭିତରେ ଆକ୍ରୋଶ ବୃଦ୍ଧି ପାଇଥିଲା ଆନ୍ଦୋଳନ ଦେଶ ସାରା ବ୍ୟାପୀଥିଲା ଏହାକୁ ଦମନ କରିବାକୁ ସରକାର ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚାଳନା କରିଥିଲେ ଫଳରେ ଦେଶରେ ଅଶାନ୍ତି ବ୍ୟାପୀଥିଲା
ପରେ ପରେ ସିରିଆର ସୈନ୍ୟବାହିନୀର ଅର୍ଦ୍ଧେକ ପ୍ରାୟ ନିଜ ଦାୟିତ୍ବ ତ୍ୟାଗକରି ଲୋକମାନଙ୍କ ସହ ମିଶି ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଗଲେ ସିରିଆ ସରକାର ପ୍ରାୟ ସିହା ସଂପ୍ରଦାୟ ଦ୍ବାରା ପରିଚାଳିତ ହେଉଥିବା ବେଳେ ଦେଶରେ ସୁନ୍ନି ମୁସଲମାନ ମାନଙ୍କ ସଂଖ୍ୟା ଗରିଷ୍ଠତା ଥିଲା ଫଳରେ ଏହା ଏକ ପ୍ରକାର ଧର୍ମଯୁଦ୍ଧରେ ପରିଣତ ହୋଇଗଲା ସୁନ୍ନି ସଂପ୍ରଦାୟଙ୍କୁ ସମର୍ଥନ ଜଣାଇ ଅନେକ ଦେଶ ଜନଆନ୍ଦୋଳନକୁ ଆର୍ଥିକ ସମର୍ଥନ ଦେବା ଆରମ୍ଭ କରିଦେଲେ ଏବଂ ସରକାର ତ୍ୟାଗ କରିଥିବା ସୈନ୍ୟମାନେ ଫ୍ରି ସିରିଆନ୍ ଆର୍ମୀ ନାମକ ସଂଗଠନ ଗଠନ କରିଥିଲେ
ଏହି ସମୟରେ ବିଶ୍ବର ଅନେକ ଦେଶରେ ଯୁଦ୍ଧ ଲଢ଼ି ଲଢ଼ି ବେକାର ବସିଥିବା ଅନେକ ଆତଙ୍କବାଦୀ ସଂଗଠନ ଆର୍ଥିକ ଲାଭ ଆଶାରେ ସିରିଆରେ ଆସି ପହଞ୍ଚିଲେ ଏବଂ ସିରିଆ ଗୃହଯୁଦ୍ଧ ବ୍ୟାପକ ହେବାକୁ ଲାଗିଲା ଏହାକୁ ମଧ୍ୟ-ପ୍ରାଚ୍ୟର ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସମର୍ଥନ ଦେବାକୁ ଲାଗିଲେ ଫଳରେ ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହେବାକୁ ଲାଗିଲେ ଦେଶରୁ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେମାନଙ୍କ ଆନ୍ଦୋଳନ ବ୍ୟାପକ ହେବାକୁ ଲାଗିଲା
ଏହି ସମୟରେ ବିଶ୍ବର ସବୁଠାରୁ ବଡ଼ ଆତଙ୍କବାଦୀ ସଂଗଠନ ଅଲକାଏଦା ଏଥିରେ ସାମିଲ ହୋଇ ନିଜର ଏକ ଅଲଗା ସଂଗଠନ ଅଲ୍-ନୁସରା ସୃଷ୍ଟି କରି ନୂଆ ନୂଆ ଆତଙ୍କବାଦୀଙ୍କୁ ଏଥିରେ ସାମିଲ କରିବାକୁ ଲାଗିଲେ ଏହାକୁ ବ୍ୟର୍ଥ କରିବାପାଇଁ ସରକାରୀ ସ୍ତରରେ ମଧ୍ୟ ଯୋଜନା କରାଯାଇ ବିଭିନ୍ନ ଜେଲରେ ବନ୍ଦୀଥିବା ଆତଙ୍କବାଦୀଙ୍କୁ ମୁକ୍ତ କରିଦିଆଯାଇ ସେମାନଙ୍କୁ ଫ୍ରି ସିରିଆନ୍ ଆର୍ମି ବିରୋଧରେ ଲଢ଼ିବାପାଇଁ ପ୍ରସ୍ତୁତ କରାଗଲା ଫଳରେ ଯାହା ଗୃହଯୁଦ୍ଧ ଭଳି ସୃଷ୍ଟି ହୋଇଥିବା ବର୍ତ୍ତମାନ ଏକ ବହୁରାଷ୍ଟ୍ରୀୟ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇ ସାରିଥିଲା
ବର୍ଷ ୨୦୧୩-୧୪ ବେଳକୁ ଏକ ରିପୋର୍ଟ୍ ଆସିଲା ଯେ ସିରିଆର ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଆନ୍ଦୋଳନ କରୁଥିବା ସଂଗ୍ରାମୀ ମାନଙ୍କ ଉପରେ ଅତ୍ୟାଚାର କରାଯାଇ ସେମାନଙ୍କ ଉପରେ ରସାୟନିକ ଅସ୍ତ୍ର ଦ୍ବାରା ଆକ୍ରମଣ କରାଯାଇଛି, ଏହାପରେ ଏହାକୁ ଦୃଷ୍ଟାନ୍ତ ଦର୍ଶାଇ ଆମେରିକା ଏହି ଯୁଦ୍ଧରେ ସାମିଲ୍ ହୋଇଗଲା ଏହା ଦ୍ବାରା ଆମେରିକା ସିରିଆରେ ଲଢୁଥିବା ଗରିଲାମାନଙ୍କୁ ଯୁଦ୍ଧାସ୍ତ୍ର ଯୋଗାଇବା ଆରମ୍ଭ କରିଦେଲା ଫଳରେ ଘଟଣା ଅଧିକ ଜଟିଳ ହୋଇଗଲା ଯେଉଁ ଦେଶର ଜନତା ମାତ୍ର ସରକାରଙ୍କୁ ଗାଦିଚ୍ୟୁତ କରିବାପାଇଁ ଆନ୍ଦୋଳନ କରିଥିଲେ ଏବେ ସେମାନେ ନିଜ ଦେଶରେ ମାତ୍ରାଧିକ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖି ଦେଖି ଅତିଷ୍ଠ ହୋଇ ଉଠିଲେ
ଏହାପରେ ପରେ ସିହା ସଂପ୍ରଦାୟ ସମର୍ଥକ ଅନେକ ଦେଶ ସିରିଆ ରାଷ୍ଟ୍ରପତିଙ୍କ ସମର୍ଥନରେ ନିଜ ଦେଶର ସୈନ୍ୟମାନଙ୍କୁ ସିରିଆ ପଠାଇଲେ ଇରାନ, ଇରାକ୍ ଭଳି ଦେଶମାନେ ସିରିଆ ସରକାରଙ୍କୁ ସମର୍ଥନ ଯୋଗାଇଲେ ଏହାଫଳରେ ହେଜବୋଲା ନାମକ ଏକ ଦୁର୍ଦ୍ଧାନ୍ତ ସୈନ୍ୟବାହିନୀ ସିରିଆରେ ପହଞ୍ଚି ବିଦ୍ରୋହୀ ମାନଙ୍କୁ ଦୃଢ଼ ଭାବରେ ଦମନ କରିବାକୁ ଲାଗିଲେ ଏଥିରେ ଚିନ୍ତିତ ଅନେକ ଦେଶ ସିରିଆକୁ ଅଧିକରୁ ଅଧିକ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗିଲେ ଫଳରେ ଦେଶବ୍ୟାପୀ ଯୁଦ୍ଧର ଅବସ୍ଥା ସୃଷ୍ଟି ହୋଇଗଲା
ବର୍ଷ ୨୦୧୪ର ମଧ୍ୟ ବେଳକୁ ସିରିଆରେ ଯୁଦ୍ଧ କରୁଥିବା ବିଦ୍ରୋହୀମାନଙ୍କ ଏକ ଗୋଷ୍ଠୀ ନିଜକୁ ସ୍ବାଧୀନ ବୋଲି ଘୋଷଣା କରି ବିଶ୍ବର ଏକ ବହୁତ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍ଆଇଏସ୍ର ସୃଷ୍ଟି କରିଲେ ସେମାନେ ସମ୍ପୂର୍ଣ୍ଣଭାବରେ ସୁନ୍ନି ମୁସଲିମ୍ ମାନଙ୍କ ଏକ ଗୋଷ୍ଠୀ ଥିଲେ ଯେଉଁମାନେ ଶରିଆ ନିୟମ ନେଇ ସିରିଆ ଏବଂ ଇରାକରେ ଖଲିଫତ୍ ବା ଇସଲାମିକ୍ ରାଷ୍ଟ୍ର ନିର୍ମାଣର ସ୍ବପ୍ନ ଦେଖୁଥିଲେ ସେମାନଙ୍କ ଦ୍ବାରା ଅଗଣିତ ବ୍ୟକ୍ତିଙ୍କୁ ଅପହରଣ ଓ ହତ୍ୟାକାଣ୍ଡ କରାଯିବା ପରିପ୍ରେକ୍ଷୀରେ ବିଶ୍ବବ୍ୟାପୀ ସେମାନଙ୍କ ବିରୋଧରେ ଅନେକ ଦେଶ ଆଗେଇ ଆସିଲେ ଏବଂ ସିରିଆର ଭୂମିରେ ଆଇଏସ୍ ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଗଲା, ଫଳରେ ସିରିଆ ଯୁଦ୍ଧ ଭୂମିରେ ପରିଣତ ହୋଇଗଲା
ଏହି ସମୟରେ ଆମେରିକା ସିରିଆ ଉପରେ ବୋମାବର୍ଷୀ ବିମାନ ଦ୍ବାରା ବୋମା ପକାଇବା ଫଳରେ ଦେଶରେ ଅନେକ ଧନ ଜୀବନ ନଷ୍ଟ ହେଲା ସିରିଆ ସରକାରଙ୍କୁ ଗାଦିଚ୍ୟୁତ କରିବା ଅଭିପ୍ରାୟ ନେଇ ଆମେରିକା କରୁଥିବା ଏହି ସବୁ ଆକ୍ରମଣଙ୍କୁ ପ୍ରତିହତ କରିବାପାଇଁ ସେପ୍ଟେମ୍ବର ୨୦୧୫ରେ ରୁଷିଆ ସରକାର ସିରିଆ ରାଷ୍ଟ୍ରପତିଙ୍କ ସମର୍ଥନରେ ଆସିଲା ଫଳରେ ସିରିଆର ଲାଭ କିଛି ହେଲାନାହିଁ, କିନ୍ତୁ ପରସ୍ପରଠାରୁ ନିଜକୁ ଅଧିକ ଶକ୍ତିଶାଳୀ ଦର୍ଶାଇବାର ଯୁଦ୍ଧ ଲାଗିଗଲା ଏବଂ ଏଥିରେ ବଳି ପଡ଼ିଲା ସିରିଆ
ବର୍ଷ ୨୦୧୧ରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ଆନ୍ଦୋଳନ ଯେ ସମଗ୍ର ବିଶ୍ବ ପାଇଁ ଏକ ଯୁଦ୍ଧ ସ୍ଥଳୀରେ ପରିଣତ ହୋଇଗଲା ତାହା ସମସ୍ତେ ଏବେ ଜାଣିଲେଣି ଆଜିର ଦିନରେ ମଧ୍ୟ ସିରିଆରେ ପ୍ରତିଦିନ ଯୁଦ୍ଧ ଭଳି ପରିସ୍ଥିତି ଜାରୀ ରହିଛି ସରକାରୀ ସୈନ୍ୟବାହିନୀ ରୁଷିଆ ସରକାରଙ୍କ ସହାୟତାରେ ଦେଶର ଅନେକ ପ୍ରମୁଖ ସହରକୁ ନିଜ କବଜାରେ ନେଇ ସାରିଲେଣି କିନ୍ତୁ ସେହି ସବୁ ସହର ମାନଙ୍କରେ ଅନ୍ୟୁନ ପାଞ୍ଚଲକ୍ଷ ଲୋକ ପ୍ରାଣ ହରାଇ ସାରିଲେଣି ଏବଂ ଷାଠିଏ ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ବିସ୍ଥାପିତ ହୋଇ ସାରିଲେଣି କିଛି ବର୍ଷପୂର୍ବେ ସମୃଦ୍ଧ ଥିବା ସିରିଆ ବର୍ତ୍ତମାନ ଧ୍ବଂସସ୍ତୁପରେ ପରିଣତ ହୋଇଗଲାଣି ଯେଉଁଆଡ଼େ ଦେଖିଲେ ସେଇଠି ଖାଲି ଧ୍ବଂସର ତାଣ୍ଡବଲୀଳା ଦେଖିବାକୁ ମିଳୁଛି ଏଥିରେ ପ୍ରାଣ ହରାଉଛନ୍ତି ନିରୀହ ଶିଶୁମାନେ ଯାହାର ଦୃଶ୍ୟ ଓ ଭିଡ଼ିଓ ବିଭିନ୍ନ ଗଣମାଧ୍ୟମ ପ୍ରସାରଣ କରୁଛନ୍ତି ଏବଂ ସେମାନଙ୍କ ପାଇଁ ଶାନ୍ତିର ପ୍ରାର୍ଥନା କରୁଛନ୍ତି
ସିରିଆ ଯୁଦ୍ଧ ବର୍ତ୍ତମାନ ଏକ ଅର୍ଥନୈତିକ, ଧାର୍ମିକ ଏବଂ ବସ୍ତୁତଃ ବିଶ୍ବ ଯୁଦ୍ଧରେ ପରିଣତ ହୋଇଗଲାଣି ଏହି ଯୁଦ୍ଧ ଫଳରେ ଆମେରିକା ଓ ଋଷ ଭଳି ଦେଶମାନଙ୍କର ଅସ୍ତ୍ରଶସ୍ତ୍ର ବିକ୍ରୀ ବୃଦ୍ଧି ପାଇଛି ଆଇଏସ୍ ଭଳି ସଂଗଠନ ସୃଷ୍ଟି ହୋଇଛି ଯେଉଁମାନେ ଧାର୍ମିକ ହିଂସାକାଣ୍ଡ ଦ୍ବାରା ବିଶ୍ବରେ ଇସଲାମ୍ ଧର୍ମର ପ୍ରସାର କରିବାକୁ ଚାହୁଁଛନ୍ତି ସାଉଦୀ ଆରବ ଭଳି ଦେଶ ଏହି ଯୁଦ୍ଧରେ ପରୋକ୍ଷରେ ସାମିଲ ହୋଇ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି ଏହି ଯୁଦ୍ଧ ଖୁବ ଶୀଘ୍ର ସମାପ୍ତ ହେବାଭଳି ମନେ ହେଉନାହିଁ ଯେତେଦିନ ଯାଏଁ, ଏହାପାଇଁ ବିଶ୍ବ ଶକ୍ତିମାନେ ଏକତ୍ରିତ ହୋଇନାହାନ୍ତି
ବିଗତ ଦିନରେ ସିରିଆର ରାଷ୍ଟ୍ରପତି ଦେଇଥିବା ଏକ ସାକ୍ଷାତକାରରେ ଆଶା ବ୍ୟକ୍ତ କରିଛନ୍ତି ଯେ ବିଶ୍ବରେ ବର୍ତ୍ତମାନ କେବଳ ଭାରତ ହିଁ ନେତୃତ୍ବ ନେଇ ପାରିବ ଯାହା ଦ୍ବାରା ଏହି ଗୃହଯୁଦ୍ଧ ସମାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇପାରିବ
ଉପରେ ଦିଆଯାଇଥିବା ସୂଚନା ଇଣ୍ଟରନେଟରୁ ଗ୍ରହଣ କରାଯାଇଛି ଏବଂ ଏହାର ସତ୍ୟତା ଉପରେ ଆମେ କୌଣସି ପ୍ରକାର ଦାବୀ କରୁନାହୁଁ
ବୀମା ନଗର, ବ୍ରହ୍ମପୁର, ଓଡ଼ିଶା ୭୬୦୦୧୦
Source of Article : http://www.aahwaan.com/blog/
Go Back to Previous Page
ଜାତିପ୍ରାଣ ଫକୀରମୋହନ
ଡ: ଲକ୍ଷ୍ମଣ ସାହୁ
Read Article
କବୀର ଦୋହା ଗୁଚ୍ଛ ୩
ଡା ସୁବାସ ଚନ୍ଦ୍ର ରାଉତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ