ତୁମେ ଗଲା ପରେ
ଜାବୁଡି ଧରି ନିବିଡ ସ୍ବପ୍ନକୁ
ପଚାରିଲି ପୁଣିଥରେ
ଅର୍ଥ କଣ ଛଳ ଛଳ ଆଖି
ବ୍ୟସ୍ତବିବ୍ରତ କେଶ - କୁଞ୍ଚଫିଟା ଲୁଗାପଟା
କଣ ଦେଇ ପାରିବ ପରିଚୟ
ମୋ' ଅପବିତ୍ରତାର ପ୍ରତିବଦ୍ଧତାକୁ
ତୁମେ ଗଲା ପରେ
କରିଛି ବାଧ୍ୟ ନିଜକୁ ଆଉଥରଟିଏ
ବୁଝିବାକୁ ନିଜର ଭୁଲ୍ ଆଉ
ତା'ସହ ବଦଳିଯାଇଥିବା ପରିସ୍ଥିତି
ହେଇଯାଇଥିବା ଖାପଛଡା ମନ
ଅଜାଗା କ୍ଷତ ସହ ଆତ୍ମୀୟ ଦଂଶନ
ପୁଣି ଏଥିରେ ମୋର ସମ୍ଭାବିତ ଅପ୍ରିୟ ଭୂମିକା
ତୁମେ ଗଲା ପରେ
ଆଣିଛି ସାଉଁଟି ଅତୀତର ସ୍ମୃତି
ଥିଲା ଯାହା ମହାର୍ଘ ଏକଦା
ଏବେ କିନ୍ତୁ ବୁଲୁଛନ୍ତି ଏପଟେ ସେପଟେ
ଠିକ୍ ଯେପରି ପଡିଥାଏ କୁଢ କୁଢ ଅସନା
ରେଳଲାଇନ୍ କଡ ବା ବସ୍-ଷ୍ଟାଣ୍ଡ୍ ପାଶେ
ତୁମେ ଗଲା ପରେ
ଥମିଯାଇଛି ମୋ' ମନର ଅବିରତ ବର୍ଷା
ଖାଉନି କୂଳ ଲଙ୍ଘି ବନ୍ୟାର ଦାଉ
ପଡୁନି ଅକାଳ ଆଗ ଭଳି
ଅପେକ୍ଷା ନାହିଁ କାହାରି ଚାତକ ପରି
ଖାଲି ରହିଛି ଏକ ନୀରବ ପ୍ରତିଶ୍ରୁତି
କରିବାକୁ ନୀରବରେ ମୁକ ଅଭିନୟ |
Go Back to Previous Page
ଫେମିନିଜ୍ମ
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର
Read Article
କହିପାରିଲିନି ଭଲପାଏ ବୋଲି
ସୁଜ୍ଞାନ କୁମାର କହଁର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ